ଜୀବନଚର୍ଯ୍ୟା |

ପରିବେଶ ଉପରେ ନିର୍ଭର କରେ ହୃଦ୍‌ଘାତ ଆଶଙ୍କା

ପରିବେଶ ଉପରେ ନିର୍ଭର କରେ ହୃଦ୍‌ଘାତ ଆଶଙ୍କା
ଓ୍ବାଶିଂଟନ, ୨୬।୩: ଖାଦ୍ୟରେ ଅନିୟମିତତା କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ହୃଦଘାତ ହୋଇଥାଏ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ମାତ୍ର ସଦ୍ୟ ସମ୍ପନ୍ନ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ବାସସ୍ଥାନ ଓ ପରିବେଶ ଯୋଗୁ ମଧ୍ୟ ହୃଦ୍‌ଘାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଆମେରିକା ଓ ଆଫ୍ରିକାରେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ୨୭,୦୭୮ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରି ଗବେଷକ ଏହା ଜାଣିପାରିଛନ୍ତି। ଏହାସହିତ ୧୦ ହଜାର ଲୋକଙ୍କ ଉପରେ ଗବେଷକ ଦୀର୍ଘଦିନ ଧରି ନାନା ପ୍ରକାର ପରୀକ୍ଷା କରିଥିଲେ। ସେଥିରୁ ଜଣାପଡିଥିଲା। ଗଳି କନ୍ଦି, ବାୟୁ ଚଳାଳଚ ହେଉ ନଥିବା, ଖରାପ ପଡୋଶୀ ଥିବା ଅଞ୍ଚଳରେ ବାସ କରୁଥିବା ଲୋକଙ୍କଠାରେ ହୃଦ୍‌ଘାତ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ଏଭଳି ପରିବେଶରେ ବାସ କରୁଥିବା ୭ ହଜାର ଲୋକଙ୍କ ମଧ୍ୟରୁ ୪,୩୦୦ ଜଣ ଲୋକଙ୍କଠାରେ ହୃଦୟ ଜନିତ ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ଗବେଷକ ସୂଚିତ କରିଛନ୍ତି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏନେଇ ସର୍ଭେ କରାଯାଇଥିଲା। ଜଣାପଡିଥିଲା ଅନୁପଯୋଗୀ, ଆସ୍ବାସ୍ଥ୍ୟକର ତଥା ଆଶାନ୍ତ ପରିବେଶରେ ବାସ କରିବା ଦ୍ୱାରା ମାନସିକ ସ୍ଥିତିରେ ସନ୍ତୁଳନ ଆସି ନ ଥାଏ। ଫଳରେ ମଧୁମେହ, ଉଚ୍ଚରକ୍ତଚାପ ଆଦି ସମସ୍ୟା ସ୍ବତଃ ସୃଷ୍ଟି ହୋଇଥାଏ। ଏହା ପରବର୍ତ୍ତୀ ସମୟରେ ହୃଦ୍‌ଘାତ ସମସ୍ୟା ଉତ୍ପନ୍ନ କରିଥାଏ।
All Right Reserved By

ଜୀବନଚର୍ଯ୍ୟା |

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।  ବିଟ୍‌ ଜୁସ୍‌ ଦ୍ୱାରା ଶରୀରରେ କୋଲେଷ୍ଟରସ୍ତର ନିୟନ୍ତ୍ରିତ ହୋଇ ଉଚ୍ଚ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ବୋଝ ନ ପାଲଟୁ ପାଠ ପଢ଼ା...

ବୋଝ ନ ପାଲଟୁ ପାଠ ପଢ଼ା...

ପିଲାର ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ତାକୁ ଏକ ଶାନ୍ତ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏପରି ଏକ ସକାରାମତ୍କ ପରିବେଶ ପାଇଲେ ସବୁବେଳେ ଖୁସି ରହିବା ସହ ପାଠ ପ୍ରତି ଅଧିକ ଧ୍ୟାନ ଦେବାରେ ସକ୍ଷମ ହୋଇପାରିବ ବୋଲି ଆମେରିକା ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। 

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତଦିନେ ଥଣ୍ଡା ଯୋଗୁ କେତେକ ଗରମ ପାଣିରେ ଗାଧୋଇଥାନ୍ତି।  ତେବେ ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଗାଧୋଇବା ପାଣିର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍‌ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ।

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମିଳିଥାଏ ମୁକ୍ତି। 

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦୂର ହୋଇଥାଏ। 

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ସଜନାଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନାଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। 

୫ ରୋଗର ମହୌଷଧି ରାମବାଣ କଦଳୀ

୫ ରୋଗର ମହୌଷଧି ରାମବାଣ କଦଳୀ

ପାଚିଲା କଦଳୀ ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ। ସେହିପରି କଞ୍ଚା କଦଳୀ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ଏହା ଖୁବ୍‌ କମ୍‌ ଲୋକେ ଜାଣିଥିବେ। ତେବେ କଞ୍ଚା କଦଳୀରେ ଫାଇବର ଏବଂ ଶ୍ୱେତସାର ଭରପୂର ରହିଥାଏ। ଏହା ଆମ ଶରୀରରେ କୌଣସି ପ୍ରକାର ହାନିକାରକ ତତ୍ତ୍ୱକୁ ଜନ୍ମ ଦେଇ ନ ଥାଏ। କୋଷ୍ଠକାଠିନ୍ୟ ପରି ସମସ୍ୟା ରହିଥିଲେ ପ୍ରତିଦିନ ଗୋଟିଏ ଲେଖାଏ କଞ୍ଚା କଦଳୀ ଖାଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।

ଶୀତରେ ପାଦ ଫାଟୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଶୀତରେ ପାଦ ଫାଟୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ଏହାର ମୁଖ୍ୟ କାରଣ। 

ଶୀତଦିନେ ସପ୍ତାହରେ ୨ ଥର ଖାଆନ୍ତୁ ମାଛ; ମିଳିବ ଅନେକ ଫାଇଦା...

ଶୀତଦିନେ ସପ୍ତାହରେ ୨ ଥର ଖାଆନ୍ତୁ ମାଛ; ମିଳିବ ଅନେକ ଫାଇଦା...

ମାଛ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍‌ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଶୀତଦିନେ ମାଛ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। 

ଫ୍ୟାଶନ କ୍ଷେତ୍ରରେ ରଫଲ୍‌ ଶାଢ଼ି ଟ୍ରେଣ୍ଡ

ଫ୍ୟାଶନ କ୍ଷେତ୍ରରେ ରଫଲ୍‌ ଶାଢ଼ି ଟ୍ରେଣ୍ଡ

ଫ୍ୟାଶନ କ୍ଷେତ୍ରରେ ଶାଢ଼ିର ଚାହିଦା ସବୁବେଳେ ରହିଆସିଛି। ତେବେ ଡିଜାଇନର ଶାଢ଼ି ମଧ୍ୟରେ ବର୍ତ୍ତମାନ ରଫଲ୍‌  ଶାଢ଼ିର ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି। ଯଦିଓ ଏହି ଡିଜାଇନ୍‌ ସତୁରି ଦଶକର ଶାଢ଼ିରେ ଦେଖିବାକୁ ମିଳୁଥିଲା, ବର୍ତ୍ତମାନ କିନ୍ତୁ ଏହି ଡିଜାଇନ୍‌ର ଫ୍ୟୁଜନ ଷ୍ଟାଇଲ ବେଶ୍‌ ଚର୍ଚ୍ଚାରେ ରହିଛି। ତେବେ ଆଜିକାଲି ମାର୍କେଟ୍‌ରେ ଏହି ଶାଢ଼ିର କିଭଳି ଡିଜାଇନ୍‌ ଉପଲବ୍ଧ ଅଛି ଆସନ୍ତୁ ଜାଣିବା... 

ଶୀତରେ ଓଠକୁ କରନ୍ତୁ  ଗୋଲାପି ଏହିପରି...

ଶୀତରେ ଓଠକୁ କରନ୍ତୁ ଗୋଲାପି ଏହିପରି...

ମୁଖ ମଣ୍ଡଳର ସୁନ୍ଦରତା ସହିତ ଓଠର କୋମଳତା ପ୍ରତି ଧ୍ୟାନ ରଖିବାର ରହିଛି ଆବଶ୍ୟକତା।  ଗୋଲାପି ରଙ୍ଗ ଓଠ ସମସ୍ତଙ୍କୁ କରେ ଆକର୍ଷିତ। ତେବେ ଓଠର ସୁନ୍ଦରତା ବଜାୟ ରଖିବା ପାଇଁ ଶୀତଦିନେ କେତେକ ଘରୋଇ ଉପଚାର ପ୍ରତି ଧ୍ୟାନ ଦେଲେ ମିଳିଥାଏ ଅନେକ ଉପକାର।

ଶୀତଦିନେ ସୁନ୍ଦର ପାଦ ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଶୀତଦିନେ ସୁନ୍ଦର ପାଦ ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ସୁନ୍ଦର ପାଦ ପାଇଁ ଘରେ କିଛି ସହଜ ଉପାୟ କରାଯାଇ ପାରେ। ପ୍ରତିଦିନ ଉଷୁମ ପାଣିରେ ପାଦକୁ ୧୦ ମିନିଟ୍‌ ବୁଡାଇ ରଖନ୍ତୁ। ଏହାପରେ ବ୍ରସ୍‌ରେ ପାଦକୁ ଘଷି ଡେଡ୍‌ ସ୍କିନ୍‌କୁ ବାହାର କରି ଭଲ ଭାବେ ଧୋଇ ଦିଅନ୍ତୁ।