ଜୀବନଚର୍ଯ୍ୟା |

ଘ୍ରାଣେନ୍ଦ୍ରୀୟ ଅଧିକ ସଶକ୍ତ

ଘ୍ରାଣେନ୍ଦ୍ରୀୟ ଅଧିକ ସଶକ୍ତ

ଓ୍ବାଶିଂଟନ,୨୫।୩: ଅନ୍ୟ ଇନ୍ଦ୍ରୀୟ ତୁଳନାରେ ଘ୍ରାଣେନ୍ଦ୍ରୀୟ ଅଧିକ ସଶକ୍ତ ବୋଲି ଗବେଷଣାରୁ ଜଣାପଡିଛି। ପ୍ରାଣୀଙ୍କ ବିଭିନ୍ନ ଇନ୍ଦ୍ରୀୟ ମଧ୍ୟରେ ଘ୍ରାଣ ଇନ୍ଦ୍ରୀୟ ଘ୍ରାଣ ଗ୍ରନ୍ଥି ଦ୍ୱାରା ସଂଚାଳିତ ହୋଇଥାଏ। ଦୁର୍ଗନ୍ଧ ଓ ସୁଗନ୍ଧକୁ ଏହି ଗ୍ରନ୍ଥି ସ୍ନାୟୁ କୋଷିକା ସହାୟତାରେ ମସ୍ତିଷ୍କରେ ପହଞ୍ଚାଇଥାଏ। ମସ୍ତିଷ୍କର ପିରିଫର୍ମ କୋରଟେକ୍ସ୍‌ରେ ବିଭିନ୍ନ ଘ୍ରାଣ ସଂରକ୍ଷିତ ହୋଇ ରହିଥାଏ। ପରବର୍ତ୍ତୀ ସମୟରେ ଏହି ସମାନ ଗନ୍ଧ ସହ ମେଳ ଖାଉଥିବା ଗନ୍ଧକୁ ମସ୍ତିଷ୍କ ଚିହ୍ନି ପାରିଥାଏ। ଜୀବନ କାଳ ମଧ୍ୟରେ ପ୍ରତି ପ୍ରାଣୀ ଶହ ଶହ ସଂଖ୍ୟକ ଗନ୍ଧ ଆଘ୍ରାଣ କରିଥାନ୍ତି। ସେସବୁ ମସ୍ତିଷ୍କରେ ରେକର୍ଡିଂ ହୋଇ ରହିଥାଏ। ମସ୍ତିଷ୍କରେ ଜନ୍ମ ସମୟଠାରୁ ଅନେକ ପ୍ରକାର ଗନ୍ଧ ଘ୍ରାଣ ଇନ୍ଦ୍ରୀୟ ସହାୟତାରେ ସଂରକ୍ଷିତ ହୋଇ ରହିଥାଏ। ମସ୍ତିଷ୍କର ଏହି ଅଂଶ ଅନ୍ୟ ଅଂଶ ତୁଳନାରେ ଅଧିକ କ୍ରିୟାଶୀଳ ଓ ସଶକ୍ତ ବୋଲି ରୁହୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡାକ୍ତର କ୍ରିଷ୍ଟାନା ଷ୍ଟ୍ରାଉଚ୍‌ ଓ ପ୍ରଫେସର ଡାକ୍ତର ଡିନାଇଜ୍‌ ମାନାହାନ ଭୌଗାନ୍‌ ସୂଚିତ କରିଛନ୍ତି। ପିରିଫର୍ମ କୋରଟେକ୍ସ୍‌ରେ ଦୀର୍ଘ ଦିନର ଗନ୍ଧ ସଂରକ୍ଷିତ ହୋଇ ରହିପାରିଥାଏ। କିପରି ପ୍ରାଣୀଙ୍କ ମସ୍ତିଷ୍କରେ ସୁଗନ୍ଧ ଓ ଦୁର୍ଗନ୍ଧ ସମ୍ପର୍କିତ ତଥ୍ୟ ସଂରକ୍ଷିତ ହୋଇ ରହୁଛି ସେନେଇ ଗବେଷକ ବିଭିନ୍ନ ପ୍ରାଣୀଙ୍କ ଉପରେ ଅନେକ ଦିନ ଧରି ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ। ଜଣାପଡିଥିଲା ଯେ, ପ୍ରାଣୀଙ୍କ ମଧ୍ୟରେ କୁକୁରର ଘ୍ରାଣ ଶକ୍ତିଶାଳୀ। ଏହା ଦୀର୍ଘ ଦିନ ଧରି ସୁରକ୍ଷିତ ଭାବେ ମସ୍ତିଷ୍କରେ ରେକର୍ଡିଂ ହୋଇ ରହିଥାଏ।

All Right Reserved By

Model This Week

ସନ୍ତୋଷ

ଜୀବନଚର୍ଯ୍ୟା |

ସକାଳର ଏନର୍ଜି ବୁଷ୍ଟର

ସକାଳର ଏନର୍ଜି ବୁଷ୍ଟର

ବ୍ରେକଫାଷ୍ଟକୁ କୁହାଯାଏ ସକାଳର ଏନର୍ଜି ବୁଷ୍ଟର। କାରଣ ଏହା ସାରାଦିନର ଏନର୍ଜି ବୁଷ୍ଟର ଭାବେ କାମ କରିଥାଏ। ତେଣୁ ବ୍ରେକଫାଷ୍ଟରେ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ସକାଳୁ କିଛି ଡ୍ରାଏ ଫ୍ରୁଟସ ଖାଇବା ଭଲ।

ସକାଳୁ ଖାଲି ପେଟରେ କାହିଁକି ଖାଇବେ ଭିଜା ଚଣା

ସକାଳୁ ଖାଲି ପେଟରେ କାହିଁକି ଖାଇବେ ଭିଜା ଚଣା

ଏବେ ଅଧିକାଂଶ ଖାଦ୍ୟରେ ପୌଷ୍ଟିକ ତତ୍ତ୍ୱ କମ୍‌ ରହୁଥିବାରୁ ଅନେକ ଲୋକ ରୋଗଗ୍ରସ୍ତ ହୋଇ ଯାଉଛନ୍ତି। ଏହାପରେ ଔଷଧ ସେବନ କରୁଛନ୍ତି। ଯାହା ପରବର୍ତ୍ତି ସମୟରେ ଶରୀରରେ ନାନା ସମସ୍ୟା ସୃଷ୍ଟି କରୁଛି। ହେଲେ ସକାଳୁ ଖାଲି ପେଟରେ ପାଣିରେ ଭିଜା ଯାଇଥିବା ଚଣା ଖାଇଲେ ଅନେକ ସମସ୍ୟା ଦୂର ହୋଇଥାଏ।

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ସପୁରୀ ଖଟାମିଠା ଲାଗୁଥିବା ଏକ ସ୍ବାଦିଷ୍ଟ ଫଳ। ଏହାକୁ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଏଥିରେ ରହିଛି ଭିଟାମିନ୍‌ ଏ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଫରଫରସ୍‌ ଓ ଥାଇମିନ୍‌ ପ୍ରଚୁର ପରିମାଣରେ ରହିଛି। ଏଥିରେ ଆଦୌ କ୍ୟାଲୋରୀ ନାହିଁ କହିଲେ ଚଳେ।

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଶରୀର ପାଇଁ ଖରାପବୋଲି ଅନେକ କହିଥାନ୍ତି। କିନ୍ତୁ ଏହି କଥାର କୌଣସି ସତ୍ୟାସତ୍ୟ ନାହିଁ । ଚର୍ବିଯୁକ୍ତ ଖାଦ୍ୟ ସହିତ ଶରୀର ଖରାପ ହେବାର କୌଣସି ସମ୍ପର୍କ ନ ଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ମାତ୍ରାରେ ଲହୁଣି କିମ୍ବା କ୍ରିମ୍‌ ଖାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଶରିରୀକ ତଥା ମାନସିକ ଦୃଷ୍ଟିରୁ ଅଧିକ ସୁସ୍ଥ।

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ବୋଲି ଚିକିତ୍ସାବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ।

କ୍ୟାନସର ଦୂରକରେ ପଣସ ମଞ୍ଜି

କ୍ୟାନସର ଦୂରକରେ ପଣସ ମଞ୍ଜି

ଆଧୁନିକ ଜୀବନଶୈଳୀ ଫଳରେ ଆମେ ଅନେକ ମାରାତ୍ମକ ରୋଗର ଶିକାର ହେଉଛୁ। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଆମେ ଅନେକ ରୋଗଠାରୁ ଦୂରେଇ ରହିପାରିବା।

ଚର୍ଚ୍ଚିତ ପ୍ରତିଭା: ପ୍ରଣୟ ପ୍ରତାପ ମହାନ୍ତି

ଚାକିରି ଏକ ପେସା। ହେଲେ ସାଇକେଲ ଚାଳନା ନିଶା। କଲେଜ ସମୟରେ ପାଠ ଚାପରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ ମଧ୍ୟ ସାଇକେଲ ରେସ୍‌ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା।

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’ ହେଉ କି, ହିନ୍ଦୀ ଫିଲ୍ମ ‘ମୁଖବନ୍ଧ୍‌’, କି ‘ଆଭାସ୍‌’, ସବୁଥିରେ ସେ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି। କଳାତ୍ମକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ପାଇଛନ୍ତି ଜାତୀୟ ପୁରସ୍କାର। ଓଡ଼ିଆ ଟେଲିଭିଜନ ଏବଂ ସିନେ ଜଗତର ଜଣେ ପ୍ରତିଭାବାନ୍‌ କଳାକାର ଭାବେ ପରିଚିତ ଋଷି ପଟ୍ଟନାୟକ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧିରଖିଛନ୍ତି। ତାଙ୍କ ଅଭିନୀତ ଇଂଲିଶ୍‌ ଫିଲ୍ମ ‘ଦ ଓମେନ୍‌ ଫ୍ରମ୍‌ ଦ ଜର୍ଜିଆ’ ଏବଂ ତେଲୁଗୁ ଫିଲ୍ମ ‘ଆନ୍ଧ୍ରଓ୍ବାଲା’ ବେଶ୍‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍‌ ଯୋଗାଇଦେବା, ନୂଆ ନୂଆ ଫ୍ୟାଶନ ଟ୍ରେଣ୍ଡ ସହ ପରିଚିତ କରାଇବା ଏବଂ ଓଡ଼ିଶାର ପାରମ୍ପରିକ ପୋଷାକ ସହିତ ପାଶ୍ଚାତ୍ୟର ଫ୍ୟୁଜନ ଦେଇ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିବା କ୍ଷେତ୍ରରେ ବୁଟିକ୍‌ଗୁଡ଼ିକର ବିଶେଷ ଭୂମିକା ରହିଛି। ଶାଢ଼ି, ସାଲଓ୍ବାର୍‌ ଶୁଟ୍‌, କୁର୍ତ୍ତା, ଲେହେଙ୍ଗା ଭଳି ପାରମ୍ପରିକ ପୋଷାକରୁ ଆରମ୍ଭ କରି ଡିଜାଇନର୍‌ ଟପ୍ସ, ଷ୍ଟାଇଲିଶ୍‌ ସୁଟ୍‌, ମିଡି ଓ ମ୍ୟାକ୍ସି ଡ୍ରେସ୍‌ ଭଳି ପାଶ୍ଚାତ୍ୟ ପୋଷାକ ବୁଟିକ୍‌ରେ ଉପଲବ୍ଧ ହେଉଛି।

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ଓ୍ବାଶିଂଟନ: ବର୍ତ୍ତମାନ ସମୟରେ ବଡିବିଲଡିଂ ପ୍ରତି ଯୁବଗୋଷ୍ଠୀଙ୍କ ଆକର୍ଷଣ ବୃଦ୍ଧି ପାଉଛି। ମାତ୍ର ବଡିବିଲଡିଂ ସହ ଧୂମପାନ କରୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ଧୂମପାନ ମାଂସପେଶୀ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ।

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ସାହୁ। ଓଲିଉଡ୍‌ର ଏହି ଚୁଲବୁଲି ନାୟିକା ତାଙ୍କ ଅଭିନୟ ଯାଦୁରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ‘ଓ ମାଇଁ ଲଭ୍‌’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରି ‘ବାବୁ ଆଇ ଲଭ୍‌ ୟୁ’, ‘ଆକାଶେ କି ରଙ୍ଗ ଲାଗିଲା’, ‘ଲୋଫର’, ‘ଥୁକୁଲ’, ‘ଏସିପି ସାଗରିକା’, ‘ବାଏ ବାଏ ଦୁବାଇ’ ଭଳି ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ପ୍ରଥମେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ।