ରାଇରଙ୍ଗପୁର, ୭ା୮ (ଡି.ଏନ୍‌.ଏ)- ରାଇରଙ୍ଗପ"> ବାଇକ୍‌ରୁ ପଡ଼ି ଯୁବକଙ୍କ ମୃତ୍ୟୁ ରାଇରଙ୍ଗପୁର, ୭ା୮ (ଡି.ଏନ୍‌.ଏ)- ରାଇରଙ୍ଗପ" /> ରାଇରଙ୍ଗପୁର, ୭ା୮ (ଡି.ଏନ୍‌.ଏ)- ରାଇରଙ୍ଗପ" /> ରାଇରଙ୍ଗପୁର, ୭ା୮ (ଡି.ଏନ୍‌.ଏ)- ରାଇରଙ୍ଗପ" />
ବାଲେଶ୍ୱର

ବାଇକ୍‌ରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବାଇକ୍‌ରୁ ପଡ଼ି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର, ୭ା୮ (ଡି.ଏନ୍‌.ଏ)- ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୂଷାବଣୀ ଗ୍ରାମ ନିକଟ ରବିବାର ରାତିରେ ଜାତୀୟ ରାଜପଥ ରାସ୍ତାରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କ୍ରିଷ୍ଣା ଦାସ(୩୦)। ତାଙ୍କ ଘର ସ୍ଥାନୀୟ ସୁନାପୋଷୀ ଗ୍ରାମରେ ବୋଲି ଜଣାଯାଇଛି। ରୋହିତ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

All Right Reserved By

Model This Week

ନିକିତା

ବାଲେଶ୍ୱର

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଣେ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଣେ ଗୁରୁତର

ରାଇସୁଆଁ, ୨୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ରାଇସୁଆଁ ଭାରତ ପେଟ୍ରୋଲ ପମ୍ପ୍‌ ନିକଟରେ ଶୁକ୍ରବାର ୧୦ଟା ୩୦ମିନିଟ ସମୟରେ ଏକ ବାଇକ୍‌କୁ ଏକ ଗ୍ୟାସ ସିଲିଣ୍ଡର ଗାଡି ଧକ୍କା ଦେବାକୁ ୩ ଜଣ ଆହତ ହୋଇଛନ୍ତି। ବାଇକ୍‌ରେ କେନ୍ଦୁଝର ଆଡୁ ରାଇସୁଆଁ ଅଭିମୁଖେ ଆସୁଥିବା ସମୟରେ ଏକ ଗ୍ୟାସ ସିଲିଣ୍ଡର ଗାଡି ସେମାନଙ୍କୁ ଧକ୍କାଦେଇ ଦ୍ରୁତ ଗତିରେ ପଦ୍ମପୁର ଅଭିମୁଖେ ପଳାଇଥିଲା।

ଭଣ୍ଡାରିଡିହାରେ ଗ୍ୟାସ ଡିପୋ ଖୋଲିଲା

ଭଣ୍ଡାରିଡିହାରେ ଗ୍ୟାସ ଡିପୋ ଖୋଲିଲା

ଘସିପୁରା,୨୦।୪(ଡି.ଏନ.ଏ.): ଘସିପୁରା ବ୍ଲକ ଭଣ୍ଡାରିଡିହା ଗ୍ରାମରେ ଖାଉଟିମାନଙ୍କ ନିମନ୍ତେ ଏକ ଗ୍ୟାସ ଡିପୋ ଖୋଲିଥିବା ଜଣାପଡିଛି। ଆୟୋଜିତ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ଉପସଭାପତି ଅକ୍ଷୟକୁମାର ସାହୁ, ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବିଜେଡି ବ୍ଲକ ସଭାପତି ବଳରାମ ସାହୁ, ଯୁବ ବିଜେଡି ସଭାପତି ଲିପୁନ ନାୟକ, ସ୍ଥାନୀୟ ସଭ୍ୟ ଓ ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

ଧାରଣାରେ ବସିବେ ରାତି ଜଗୁଆଳ

ଘସିପୁରା,୨୦।୪(ଡି.ଏନ.ଏ.)-ନିଖିଳ ଓଡ଼ିଶା ଆଇସିଡିଏସ୍‌ ରାତି ଜଗୁଆଳ-ପିଅନ ମହାସଂଘର ଚାକିରି ଓ ଦରମା ସର୍ତାବଳୀକୁ ଆଧାର କରି ଆସନ୍ତା ୨୩ରୁ ଧାରଣାରେ ବସିବାକୁ ନିଷ୍ପତ୍ତି ଗ୍ରାହଣ କରାଯାଇଛି। ଏହିକ୍ରମରେ କେନ୍ଦୁଝର ଜିଲା ତଥା ଆନନ୍ଦପୁର ଅଞ୍ଚଳର ବହୁ ସଂଖ୍ୟାରେ ରାତି ଜଗୁଆଳ, ପିଅନ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ଧ୍ୱଜାପୂଜା, ଯଜ୍ଞ

ଖଇରା୨୦।୪(ଡି.ଏନ.ଏ)-ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ପ୍ରସିଦ୍ଧ ଅମ୍ବିକା ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟାରେ ଧ୍ୱଜାପୂଜା, ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଓଁକାର ମୁନୀ ଉଦାସୀନ ଓରଫ ବଡବାବା ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଯଜ୍ଞ କୁଣ୍ଡରେ ସକାଳ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା।

ଇମାମୀ ନଗରରେ ରଥ ଅନୁକୂଳ ଓ ଚନ୍ଦ୍ରନ ଯାତ୍ରା

ବାଲେଶ୍ୱର ଅଫିସ୍‌,୧୯।୪-ବାଲେଶ୍ୱର ଜିଲା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀ ନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ପାଇଁ ମହା ଅକ୍ଷୟତୃତୀୟାରେ ଅନୁକୂଳ ହୋଇଛି ରଥନିର୍ମାଣ। ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗରସ୍ଥ ରଥ ଖଳା। ଦେଉଳ ପୁରୋହିତ ରିତି ନୀୟମରେ ୩ ଖଣ୍ଡ କାଠରେ କୁରାଡ଼ି ସ୍ପର୍ଶ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗତ ବୁଧବାର ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱାଦଶ ଯାତ୍ରା ବନ୍ଧାପନା ପରେ ମଦନ ମୋହନ, ଭୁଦେବୀ ଓ ଶ୍ରୀଦେବୀ ବିରାଟ ପଟୁଆରରେ ବିମାନକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ସେବକ ପ୍ରଭୁ ଶ୍ରୀ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବଳ ହୁଳହୁଳି ଧ୍ୱନିରେ ରଥଖଳାକୁ ଯାଇଥିଲେ। ସେଠାରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।

ସାଧୁପଡ଼ାରେ ସ୍ବଚ୍ଛ ଭାରତ ଅଭିଯାନ

ସାଧୁପଡ଼ାରେ ସ୍ବଚ୍ଛ ଭାରତ ଅଭିଯାନ

ପାଟଣା, ୨୦।୪(ସ୍ବ.ପ୍ର.): ସ୍ଥାନୀୟ ବ୍ଲକ ବଡ଼ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ପାଟଣା ଭାଜପା ମଣ୍ଡଳ ତରଫରୁ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଛି। ଭାଜପା ମହିଳା ନେତ୍ରୀ ଦଶମତୀ ଚାତାରଙ୍କ ନେତୃତ୍ୱରେ ପୂର୍ଣ୍ଣ ମହାନ୍ତ, ନୀର ମହାନ୍ତ, ଜଗନ୍ନାଥ ମହାନ୍ତ, ପୂର୍ବତନ ବଡ଼ପାଟଣା ସରପଞ୍ଚ ସୋମବାରୀ ମୁଣ୍ଡା ଓ ପ୍ରମିଳା ବେହେରାଙ୍କ ସମେତ ବହୁ ଭାଜପା କର୍ମୀ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ଐତିହ୍ୟ ସଂସ୍କୃତିକୁ ନେଇ ଆଲୋଚନାଚକ୍ର

ଘସିପୁରା,୨୦।୪(ଡି.ଏନ.ଏ.): ଆନନ୍ଦପୁର ପୌରପରିଷଦର ଫକୀରପୁର ସାହିତ୍ୟ ସଂସଦ, ଗ୍ରାମ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଗ୍ରାମର ଐତିହ୍ୟ ଓ ସଂସ୍କୃତିକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ବୈଲୋଚନ ସୂତାରଙ୍କ ସଭାପତିତ୍ୱରେ ଫକୀରପୁରର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ନେଇ ଏକ ପୁସ୍ତକ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା। ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଭ ମହୁରତ ଇତି ମଧ୍ୟରେ ଶେଷ ହୋଇଥିବାବେଳେ ପୁସ୍ତକ ଆସନ୍ତା ମେ ଶେଷ ସୁଦ୍ଧା ଶେଷ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ କରି ବିଲ୍‌ ହୋଇଥିବା ଅଭିଯୋଗ

ଧାମନଗର,୨୦।୪ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ସାହସପୁର ପଞ୍ଚାୟତ ପନ୍ଦରବାଟିଆ ଗ୍ରାମର ଜଣେ ହିତାଧିକାରୀ ଘର ତିଆରି ନକରି ସଂପୂର୍ଣ୍ଣ ବିଲ୍‌ ଉଠାଇନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବିଡିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏସ୍‌ଡିପିଓଙ୍କ ମାଡରେ ଟ୍ରକ ଡ୍ରାଇଭର ଆହତ

ଏସ୍‌ଡିପିଓଙ୍କ ମାଡରେ ଟ୍ରକ ଡ୍ରାଇଭର ଆହତ

ଯୋଡା,୨୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ବଡବିଲ ସବ୍‌ ଡିଭିଜନାଲ ପୋଲିସ ଅଫିସର(ଏସ୍‌ଡିପିଓ)ଙ୍କ ମାଡରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାଶନ କାର୍ଡ ପ୍ରଦାନ ଦାବିରେ ଧାରଣା

ରାଶନ କାର୍ଡ ପ୍ରଦାନ ଦାବିରେ ଧାରଣା

ଭଦ୍ରକ ଅଫିସ,୨୦।୪: ଉପଯୁକ୍ତ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁଜିବରଡା ପଞ୍ଚାୟତର ୭ଟି ପରିବାର ଧାରଣାରେ ବସିଛନ୍ତି।

ସଘନ ମିଶନ ଇନ୍ଦ୍ରଧନୁଷ: ସାମିଲ ହେବ ଜିଲାର ୫୫ଟି ଗ୍ରାମ

ସଘନ ମିଶନ ଇନ୍ଦ୍ରଧନୁଷ: ସାମିଲ ହେବ ଜିଲାର ୫୫ଟି ଗ୍ରାମ

ବାଲେଶ୍ୱର ଅଫିସ,୨୦।୪: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଜମ୍ମୁ ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରୀଙ୍କୁ ଶ୍ରେଷ୍ଠଛାତ୍ରୀ ସମ୍ମାନ

ଜମ୍ମୁ ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରୀଙ୍କୁ ଶ୍ରେଷ୍ଠଛାତ୍ରୀ ସମ୍ମାନ

ବାଲେଶ୍ବର ଅଫିସ,୨୦।୪: ଜମ୍ମୁ କଶ୍ମୀରର କଟ୍ରା ନିକଟସ୍ଥ କାକ୍ରିଆଲଠାରେ ପ୍ରତିଷ୍ଠିତ ଦେଶର ଅନ୍ୟତମ ସ୍ବନାମଧନ୍ୟ ବିଶ୍ବବିଦ୍ୟାଳୟ ଶ୍ରୀମାତା ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟର ଆର୍କିଟେକଚର ବିଭାଗରେ ଓଡିଆ ଛାତ୍ରୀ ଚିଦାନନ୍ଦ ଅର୍ପିତାଙ୍କୁ ଶ୍ରେଷ୍ଠଛାତ୍ରୀ ଭାବେ ସମ୍ମାନିତ କରାଯାଇଛି।