ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ"> ଚାଷୀ, ମହିଳାଙ୍କ ପ୍ରତି ଧୋକା ଦେଇଛି ମୋଦି ସରକାର ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ" /> ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ" /> ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ" />
Dharitri News
ସମ୍ବଲପୁର

ଚାଷୀ, ମହିଳାଙ୍କ ପ୍ରତି ଧୋକା ଦେଇଛି ମୋଦି ସରକାର

ଚାଷୀ, ମହିଳାଙ୍କ ପ୍ରତି ଧୋକା ଦେଇଛି ମୋଦି ସରକାର ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। କେବଳ ଭାଜପା ଶାସିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଉଛି। ଅନ୍ୟପଟେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଓଡ଼ିଶାବାସୀ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା କେନ୍ଦ୍ର ସେଥିପ୍ରତି ନୀରବ ରହିଛି। କେବଳ ସେତିକି ନୁହେଁ, ଦେଶର ଚାଷୀ, ମହିଳାଙ୍କ ସମେତ ସାଧାରଣ ଜନତାଙ୍କ ସହିିତ ମୋଦି ସରକାର ଧୋକାବାଜି କରିଛି। ବରଗଡ଼ କଲ୍ୟାଣ ମଣ୍ଡପରେ ସୋମବାର ଅନୁଷ୍ଠିତ ବିଜେଡ଼ିର ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରିବର୍ଦ୍ଧିତ କା୍ଯଯ୍ୟକାରୀ କମିଟି ସଭାରେ ଉଦ୍‌ବୋଧନ ଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଏହା କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚା୍ଯଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ୍‌ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିକାଶ ଧାରା ଜାରି ରଖିଛନ୍ତି। ମା’ଙ୍କୁ ସମ୍ମାନ, ଗାଁକୁ କାମ ଲକ୍ଷ୍ୟନେଇ ରାଜ୍ୟବ୍ୟାପୀ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି। ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ସ୍ଥାନରେ ବ୍ୟାନର, ହୋର୍ଡ଼ିଂ ଦେଇ ଏଲ୍‌ପିଜି ଇନ୍ଧନ ଗ୍ୟାସ୍‌ ବିତରଣ ନାଁରେ ମିଛ ପ୍ରଚାର ଚଲାଇଛି। କେନ୍ଦ୍ର ଏହି ଯୋଜନାରେ ମହିଳାଙ୍କୁ କେବଳ ଅସମ୍ମାନ ନୁହେଁ, ଧୋକାବାଜି ବି କରିଛି। ପ୍ରତିମାସ ସିଲିଣ୍ଡର ପ୍ରତି ଦର ୪ଟଙ୍କା ବୃଦ୍ଧି ସହିତ ଇନ୍ଧନରୁ ସବ୍‌ସିଡ଼ି ହଟାଇ ଦେଇଛନ୍ତି। ସେହିପରି ଶାସନକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଇସ୍ତାହାରରେ ସ୍ବାମୀନାଥନ କମିଶନ ଲାଗୁ ତଥା କୃଷିଜାତ ଦ୍ରବ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ନେଇ ପ୍ରଚାର କରିଥିଲେ। ମାତ୍ର ଶାସନକୁ ଆସିବା ପରେ ଦେଶରେ ସ୍ବାମୀନାଥନ କମିଶନ ଲାଗୁ କରିବା ସମ୍ଭବପର ନୁହେଁ ବୋଲି ସୁପ୍ରିମକୋର୍ଟରେ ମୋଦି ସତ୍ୟାପାଠ ଦେଲେ। ଦେଶବାସୀଙ୍କ ପ୍ରତି ଜଣେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନା ରହିବା ଉଚିତ୍‌। ମାତ୍ର ଉପରୋକ୍ତ ପ୍ରସଙ୍ଗକୁ ଦେଖିଲେ ଆମ ଦେଶ ପ୍ରତି ମୋଦିଙ୍କ ସେଭଳି ଭାବନା ନାହିଁ, ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ ରାଉତ୍‌ କହିଥିଲେ। ସେହିପରି ପ୍ଯଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗାଁ ଗହଳିକୁ ପଶି ଭାଜପା ନେତା, କର୍ମୀମାନେ ମୋ ବୁଥ୍‌, ସବୁଠୁ ମଜ୍‌ବୁତ୍‌ ନାମରେ ଲୋକଙ୍କୁ ଯେଭଳି ବିଭ୍ରାନ୍ତ କରୁଛନ୍ତି, ତାକୁ ପ୍ରତିହତ କରିବା ସହିତ ସାଧାରଣ ଜନତାଙ୍କୁ ସେଥିପ୍ରତି ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ରର ମୋଦି ସରକାର ସାଧାରଣ ଜନତାଙ୍କ ପାଇଁ ନୁହେଁ, ଏହା ପୁଞ୍ଜିପତିଙ୍କ ସରକାର ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ଡ. ପ୍ରଭାସ ସିଂ, ବରଗଡ଼ ଜିଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହା, ରାଜ୍ୟ ଉପସଭାପତି ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଏକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ଉପସଭାପତି ବିମଳ କିଶୋର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ାପାଠର ଫଟୋ କ୍ୟାପସନ- ବିଜି୦୭୦୮ଏ- ମନ୍ତ୍ରୀ ଡା. ଦାମୋଦର ରାଉତ୍‌ କା୍ଯଯ୍ୟକ୍ରମ ଉଦ୍‌ଘାଟନ କରୁଛନ୍ତି । ବରଗଡ଼ ଅଫିସ୍‌,୭ା୮ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। କେବଳ ଭାଜପା ଶାସିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଉଛି। ଅନ୍ୟପଟେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଓଡ଼ିଶାବାସୀ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା କେନ୍ଦ୍ର ସେଥିପ୍ରତି ନୀରବ ରହିଛି। କେବଳ ସେତିକି ନୁହେଁ, ଦେଶର ଚାଷୀ, ମହିଳାଙ୍କ ସମେତ ସାଧାରଣ ଜନତାଙ୍କ ସହିିତ ମୋଦି ସରକାର ଧୋକାବାଜି କରିଛି। ବରଗଡ଼ କଲ୍ୟାଣ ମଣ୍ଡପରେ ସୋମବାର ଅନୁଷ୍ଠିତ ବିଜେଡ଼ିର ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରିବର୍ଦ୍ଧିତ କା୍ଯଯ୍ୟକାରୀ କମିଟି ସଭାରେ ଉଦ୍‌ବୋଧନ ଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଏହା କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚା୍ଯଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ୍‌ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିକାଶ ଧାରା ଜାରି ରଖିଛନ୍ତି। ମା’ଙ୍କୁ ସମ୍ମାନ, ଗାଁକୁ କାମ ଲକ୍ଷ୍ୟନେଇ ରାଜ୍ୟବ୍ୟାପୀ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି। ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ସ୍ଥାନରେ ବ୍ୟାନର, ହୋର୍ଡ଼ିଂ ଦେଇ ଏଲ୍‌ପିଜି ଇନ୍ଧନ ଗ୍ୟାସ୍‌ ବିତରଣ ନାଁରେ ମିଛ ପ୍ରଚାର ଚଲାଇଛି। କେନ୍ଦ୍ର ଏହି ଯୋଜନାରେ ମହିଳାଙ୍କୁ କେବଳ ଅସମ୍ମାନ ନୁହେଁ, ଧୋକାବାଜି ବି କରିଛି। ପ୍ରତିମାସ ସିଲିଣ୍ଡର ପ୍ରତି ଦର ୪ଟଙ୍କା ବୃଦ୍ଧି ସହିତ ଇନ୍ଧନରୁ ସବ୍‌ସିଡ଼ି ହଟାଇ ଦେଇଛନ୍ତି। ସେହିପରି ଶାସନକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଇସ୍ତାହାରରେ ସ୍ବାମୀନାଥନ କମିଶନ ଲାଗୁ ତଥା କୃଷିଜାତ ଦ୍ରବ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ନେଇ ପ୍ରଚାର କରିଥିଲେ। ମାତ୍ର ଶାସନକୁ ଆସିବା ପରେ ଦେଶରେ ସ୍ବାମୀନାଥନ କମିଶନ ଲାଗୁ କରିବା ସମ୍ଭବପର ନୁହେଁ ବୋଲି ସୁପ୍ରିମକୋର୍ଟରେ ମୋଦି ସତ୍ୟାପାଠ ଦେଲେ। ଦେଶବାସୀଙ୍କ ପ୍ରତି ଜଣେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନା ରହିବା ଉଚିତ୍‌। ମାତ୍ର ଉପରୋକ୍ତ ପ୍ରସଙ୍ଗକୁ ଦେଖିଲେ ଆମ ଦେଶ ପ୍ରତି ମୋଦିଙ୍କ ସେଭଳି ଭାବନା ନାହିଁ, ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ ରାଉତ୍‌ କହିଥିଲେ। ସେହିପରି ପ୍ଯଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗାଁ ଗହଳିକୁ ପଶି ଭାଜପା ନେତା, କର୍ମୀମାନେ ମୋ ବୁଥ୍‌, ସବୁଠୁ ମଜ୍‌ବୁତ୍‌ ନାମରେ ଲୋକଙ୍କୁ ଯେଭଳି ବିଭ୍ରାନ୍ତ କରୁଛନ୍ତି, ତାକୁ ପ୍ରତିହତ କରିବା ସହିତ ସାଧାରଣ ଜନତାଙ୍କୁ ସେଥିପ୍ରତି ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ରର ମୋଦି ସରକାର ସାଧାରଣ ଜନତାଙ୍କ ପାଇଁ ନୁହେଁ, ଏହା ପୁଞ୍ଜିପତିଙ୍କ ସରକାର ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ଡ. ପ୍ରଭାସ ସିଂ, ବରଗଡ଼ ଜିଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହା, ରାଜ୍ୟ ଉପସଭାପତି ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଏକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ଉପସଭାପତି ବିମଳ କିଶୋର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ା ପାଠର ଫଟୋ କ୍ୟାପସନ-  ବିଜି୦୭୦୮ଏ- ମନ୍ତ୍ରୀ ଡା. ଦାମୋଦର ରାଉତ୍‌ କା୍ଯଯ୍ୟକ୍ରମ ଉଦ୍‌ଘାଟନ କରୁଛନ୍ତି । 

ସମ୍ବଲପୁର

ସନ୍ଦେହରେ ପକ୍ଷୀ ଗଣନା ରିପୋର୍ଟ

ସମ୍ବଲପୁର, ୧୮ ।୧ (ବ୍ୟୁରୋ) ହୀରାକୁଦ ଡ୍ୟାମ୍‌ରେ ୨୦୧୮ ମସିହା ପାଇଁ ମଙ୍ଗଳବାର ବିଦେଶୀ ପକ୍ଷୀ ଗଣନା କରାଯାଇଛି। ଏହାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥର ଡ୍ୟାମ୍‌କୁ ୮୨ ପ୍ରଜାତିର ୧ ଲକ୍ଷ ୩୨ ହଜାର ୮୩୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଏହି ରିପୋର୍ଟରେ ସୂଚନା ରହିଛି ।

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,୧୭। ୧ (ବ୍ୟୁରୋ) ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ପ୍ରଥମେ ସମଲେଇ ମନ୍ଦିରରେ ଭିକ ମାଗିବା ପରେ ମୁହଁରେ କଳା କନା ଦେଇ ପ୍ରତିବାଦ ଜଣାଇଥିଲେ।

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ଜମନକିରା, ୧୭।୧ (ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନିରୁଦ୍ଧ ନାଏକ (୬୬)। ତେବେ କଦର୍ଯ୍ୟ ରାସ୍ତା ଯୋଗୁ ସେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡି ସହ ଓଲଟି ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ସେ ଜମନକିରା ଅଞ୍ଚଳର ଗଣ୍ଡ ସମାଜର ସଭାପତି ଥିଲେ। ଏକ ସାମାଜିକ ସଭା ସାରି ପାଟବନ୍ଧା ଗଁ।ରୁ ନିଜ ମୋପେଡରେ ଫେରଥିଲେ।

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

ବରଗଡ଼ ଅଫିସ୍‌,୧୭। ୧ ବରଗଡ଼ ଜିଲାରେ ମିଲର୍ସଙ୍କଠାରୁ କଷ୍ଟମ ଚାଉଳ ସଂଗ୍ରହରେ ମନ୍ଥରତା ଦେଖାଦେଇଛି। ଯୋଗାଣ ନିଗମଠାରେ ଏହି ଚାଉଲ ଜମା ଦେବାର ଅବଧି ଆଉ ମାତ୍ର ସାଢ଼େ ୩ମାସ ବାକି ରହିଛି। ମାତ୍ର ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ୫୦ ପ୍ରତିଶତ ଚାଉଳ ଅସୁଲ କରାଯାଇ ପାରିନାହିଁ । ଏହା ରାଜ୍ୟ ଯୋଗାଣ ନିଗମର ଦୃଷ୍ଟିକୁ ଆସିବା ପରେ ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗର୍ଡ଼ିଆ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଲଓ୍ବେ ବଜେଟ ପାଇଁ ରାଉରକେଲାରୁ ପ୍ରସ୍ତାବ

ରାଉରକେଲା ଅଫିସ,୧୭।୧-ଆସନ୍ତା ଫେବୃୟାରୀରେ କେନ୍ଦ୍ରୀୟ ରେଲଓ୍ବେ ବଜେଟ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ରେଳ ସମସ୍ୟା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ତଥ୍ୟ ମାଗି ସାରିଲେଣି। ଏହି ପରିପ୍ରେକ୍ଷୀରେ ରାଉରକେଲାର ରେଳ ବିକାଶ ସମ୍ପର୍କରେ କେତେକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ରେଳ ଓ ସଡ଼କ ଉପଯୋଗକାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ଦୀର୍ଘଦିନ ହେବ ରାଉରକେଲାରେ ଏକ ରେଳ ଡିଭିଜନ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।

ଦୁର୍ଦ୍ଦଶା ଭୋଗୁଛନ୍ତି ବୀମାଭୁକ୍ତ କର୍ମଚାରୀ

ରାଉରକେଲା ଅଫିସ,୧୭।୧-ସ୍ଥାନୀୟ ଏକମାତ୍ର ଇଏସ୍‌ଆଇ ମଡେଲ ହସ୍ପିଟାଲ ଅବସ୍ଥା ଏବେ ଦୟନୀୟ। ଏହାର ଉନ୍ନତୀକରଣ ପରିବର୍ତ୍ତେ ଦୁରବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି ବୋଲି ହିନ୍ଦ୍‌ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଇଏସ୍‌ଆଇସି ସଦସ୍ୟ ବିଦ୍ୟାଧର ବାରିକ ଅଭିଯୋଗ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦାସୀନତା ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ସମଗ୍ର ଦେଶରେ ୩୪ ମଡେଲ ହସ୍ପିଟାଲ ରହିଛି।

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଅଧୀନ ଅନ୍ଧାରୀ ଗ୍ରାମରେ ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି। ଗ୍ରାମର ଶୈଳେଶ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ପ୍ୟାରୀ(୪୨)ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ବର୍ଷ ସାରା ଖଟି ଫସଲ ଉପତ୍।ଦନ କରୁଛି ଚାଷୀ । ସେଇଠି ପୁଣି ବର୍ଷସାରା ଧୋଇ,ମରୁଡିର ସମ୍ମୁଖୀନ ହେଉଥିବା ଚାଷ ବଳକିଲେ ରୋଗ ପୋକର ଦାଉ ସହିବାକୁ ପଡେ। ଏହାପରେ ଉପତ୍।ଦିତ ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ନେଲେ ସେଠାରେ ମିଲର୍ସ-ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛି।