ଜୀବନଚର୍ଯ୍ୟା |

ସଫଳତା ଲାଗି କେତୋଟି ଜାଣିବା ବିଷୟ

ସଫଳତା ଲାଗି କେତୋଟି ଜାଣିବା ବିଷୟ
ସଫଳତା ପାଇବା ଲାଗି ସବୁବେଳେ ପ୍ରକୃତ ଲକ୍ଷ୍ୟ ସ୍ଥିର କରନ୍ତୁ। ଏହାକୁ ହାସଲ କରିବା ଲାଗି ନିଜକୁ ପୂର୍ଣ୍ଣ ମାତ୍ରାରେ ନିୟୋଜିତ କରନ୍ତୁ। ଲକ୍ଷ୍ୟ ନେଇ ସବୁ ବେଳେ ସଚେତନ ରହିଲେ ଲକ୍ଷ୍ୟ ପଥରୁ ହଟିବେ ନାହିଁ। ସଫଳତା ଲାଗି ଉତ୍ସାହର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ଉତ୍ସାହ ବଜାୟ ରଖିବା ଲାଗି ସବୁବେଳେ ଏମିତି ଏକ ପରିବେଶ ଚୟନ କରନ୍ତୁ ଯେଉଁ ଠାରେ ନିଜକୁ କୌଣସି ସମୟରେ ନିରୁତ୍ସାହିତା ଅନୁଭବ କରିବେ ନାହିଁ।ନିଜ ଚାରିପାଖରେ ଏଭଳି ଲୋକଙ୍କ ପାଖରେ ରହୁନ୍ତୁ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରୁଥିବେ। ବ୍ୟକ୍ତିଗତ ସଫଳତା ସହ ଆନୁଷ୍ଠାନିକ ସଫଳତାର ଏକ ଗଭୀର ସମ୍ବନ୍ଧ ରହିଛି। ବ୍ୟକ୍ତିଗତ ସଫଳତାକୁ ବୃହତ୍ତର ଆନୁଷ୍ଠାନିକ ସଫଳତା ଦିଗରେ ଲଗାଇ ପାରିବେ। ଉଦାହରଣ ସ୍ବରୂପ ପ୍ରତି ବିଭାଗ ଯଦି ସେମାନଙ୍କ ଲାଗି ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରନ୍ତି ତେବେ ଏହା ଅନୁଷ୍ଠାନର ସଫଳତା ଦିଗରେ କାର୍ଯ୍ୟ କରିବ। ସଫଳତାକୁ ନେଇ ଉତ୍ସାହିତ ହେବା ସହ ଏହାକୁ ସେଲିବ୍ରେଟ୍‌ କରନ୍ତୁ। ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କ୍ଷେତ୍ରରେ ବହୁତ ପ୍ରତିଷ୍ଠିତ। ସମାନ ପ୍ରକାରର କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ କ୍ଷେତ୍ରରେ ସଫଳତା ସମାନ ନ ଥାଏ। ଏପରି କ୍ଷେତ୍ରରେ ଲୋକମାନେ ନିଜକୁ ଅନ୍ୟ ମାନଙ୍କ ସହ ତୁଳନା କରିଥାନ୍ତି। ମାତ୍ର ଏପରି କରିବା ଅନୁଚିତ। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜର ଶକ୍ତି ସାମର୍ଥ୍ୟ ଦକ୍ଷତା ଭିନ୍ନ ଭିନ୍ନ। ସବୁବେଳେ ଅନ୍ୟ ସହ ତୁଳନା କରିବା ଦ୍ୱାରା ଏହା ମାନସିକ କ୍ଷେତ୍ରରେ ଚାପ ପକାଇଥାଏ। ଏଣୁ ଅନ୍ୟ ସହ ତୁଳନା କରିବା ଅନୁଚିତ। ନିଜ ଚିରାଚରିତ ରୁଟିନ ଜୀବନ ମଧ୍ୟରୁ ନିଜ ଲାଗି କିଛି ସମୟ କାଢନ୍ତୁ। ସମୟ ସମୟରେ ନିଜକୁ ଟିକଏ ସମୟ ବିରାମ ଦିଅନ୍ତୁ। କରୁଥିବା କାର୍ଯ୍ୟର ଧାରାକୁ ତର୍ଜମା କରନ୍ତୁ। କଣ ଶିଖୁଛନ୍ତି ଏବଂ ଏହା ସଫଳତା ଦିଗରେ ଆପଣଙ୍କୁ କିଭଳି ଭାବରେ ସହାୟତା କରିବ ତାକୁ ସବୁବେଳେ ଜାଣି ରଖନ୍ତୁ। ସଫଳତା ଲାଭ ପାଇଁ ସାରା ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଆତ୍ମଜୀବନୀ ପଢନ୍ତୁ। ଏହି ବ୍ୟକ୍ତିମାନେ କିଭଳି ଭାବରେ ଅନେକ ବାଧାବିଘ୍ନ ଦେଇ ସଫଳ ହୋଇଛନ୍ତି ତାହା ସେମାନଙ୍କ ଜୀବନୀରେ ପ୍ରତିଫଳିତ ହୋଇଥାଏ। ଏହା ପଢିଲେ କାର୍ଯ୍ୟ କରିବାକୁ ଉତ୍ସାହ ମିଳିବ।
All Right Reserved By

ଜୀବନଚର୍ଯ୍ୟା |

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...