ଫୁରସତ |

ପବନରୁ ସୃଷ୍ଟି ହେବ ଇନ୍ଧନ

ପବନରୁ ସୃଷ୍ଟି ହେବ ଇନ୍ଧନ

ଲଣ୍ଡନ:ଅକ୍ଷୟ ଶକ୍ତିକୁ ବିକଳ୍ପ ଇନ୍ଧନ ରୂପେ ବ୍ୟବହାର କରିବା ଲାଗି ବହୁ ପରୀକ୍ଷାନିରୀକ୍ଷା ଚାଳିଛି। ଏହି କ୍ରମରେ ପବନ ବ୍ୟବହାର କରି ଇନ୍ଧନ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି ବ୍ରିଟେନ୍‌ର ଏକ ବୈଜ୍ଞାନିକ ଦଳ। ପବନରେ ଥିବା ଅମ୍ଳଜାନ ବ୍ୟବହାର କରି ମେଥାନଲ୍‌ ବ୍ୟବହାର କରିଛନ୍ତି। ମେଥାନଲ୍‌ ହେଉଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କେମିକାଲ ଯାହା ଯାନବାହନରେ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ। ତେବେ ଏହି ପ୍ରକ୍ରିୟା ଦ୍ୱାରା ବିଶ୍ୱବ୍ୟାପୀ ସ୍ବଚ୍ଛ, ସବୁଜ ଶିଳ୍ପ ପ୍ରକ୍ରିୟା ଦିଗରେ ସହାୟକ ହେବ ବୋଲି ଆଶାକରାଯାଉଛି। ଉଚ୍ଚ ତାପମାତ୍ରାରେ ପ୍ରାକୃତିକ ଗ୍ୟାସ୍‌କୁ ଉତ୍ତପ୍ତ କରି ହାଇଡ୍ରୋଜେନ୍‌ ଏବଂ କାର୍ବନ୍‌ ମନୋକ୍‌ସାଇଡ୍‌ ଭାବେ ଅଲଗା କରାଯାଇ ମେଥାନଲ ପ୍ରସ୍ତୁତ ହୋଇଥାଏ। ଏହାକୁ ପୁଣିଥରେ ମିଶ୍ରଣ କରାଯାଇଥାଏ। ଏହି ପ୍ରକ୍ରିୟାକୁ ‘ଷ୍ଟିମ୍‌ ରିଫର୍ମିଂ’ ଏବଂ ‘ମେଥାନଲ୍‌ ସିନ୍ଥେସିସ୍‌’ ବୋଲି କୁହାଯାଏ ଏବଂ ଏହା ଅତ୍ୟନ୍ତ ଖର୍ଚ୍ଚସାପେକ୍ଷ ଓ ଶକ୍ତି ଖର୍ଚ୍ଚକାରୀ। ବର୍ତ୍ତମାନ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ସରଳ ଉପାୟରେ ମିଥେନ୍‌ରୁ ମେଥାନଲ୍‌ ପ୍ରସ୍ତୁତି କରିପାରିବେ ବୋଲି ଦାବି କରିଛନ୍ତି। ଅମ୍ଳଜାନ ଏବଂ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌ ବ୍ୟବହାର କରି କମ୍‌ ଖର୍ଚ୍ଚ ଏବଂ କମ୍‌ ଉତ୍ତାପରେ ମେଥାନଲ୍‌ ସୃଷ୍ଟି କରାଯାଇଛି। ଶହ ଶହ ବର୍ଷ ପୂର୍ବରୁ ହୋଇ ଆସୁଥିବା ମେଥାନଲ୍‌ ପ୍ରସ୍ତୁତ ପ୍ରକ୍ରିୟାଠାରୁ ନୂଆ ପଦ୍ଧତି ବେଶ୍‌ ଫଳପ୍ରଦ ହେବ ବୋଲି କାର୍ଡିଫ୍‌ କାଟାଲିସିସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକ ଗ୍ରାହାମ୍‌ ହଚିଂ ପ୍ରକାଶ କରିଛନ୍ତି। ତେବେ ଏହି ପଦ୍ଧତି ଜୀବାଶ୍ମ ଇନ୍ଧନ ଲାଗି ବିଶେଷ ଭାବେ ସହାୟକ ହେବ। ଏହାର ବ୍ୟବସାୟୀକରଣ ହେଲେ ଇନ୍ଧନର ସୁରକ୍ଷା କରାଯାଇପାରିବ ବୋଲି ଗ୍ରାହାମ୍‌ କହିଛନ୍ତି।

All Right Reserved By

ଫୁରସତ |

କଳାରଙ୍ଗ ମହିଳାଙ୍କ ସ୍ବଭାବ...

କଳାରଙ୍ଗ ମହିଳାଙ୍କ ସ୍ବଭାବ...

ସାମୁଦ୍ରିକଶାସ୍ତ୍ର ଅନୁସାରେ କଳା ରଙ୍ଗର ମହିଳାମାନେ ସ୍ବାସ୍ଥ୍ୟବତୀ, ଦୃଢମନା, ପରିଶ୍ରମୀ, ତମୋଗୁଣୀ ଓ କ୍ରୋଧୀ ସ୍ବଭାବର ହୋଇଥାନ୍ତି। ଏମାନଙ୍କର ବୌଦ୍ଧିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ତେଣୁ ସମସ୍ତ ସାମାଜିକ ପରମ୍ପରା, ସଂସ୍କାର ଓ ମର୍ଯାଦାଠାରୁ ଏମାନେ ଦୂରେଇ ରହିବାକୁ ଭଲ ପାଆନ୍ତି।

ଦାୟୀ କିଏ

ଦାୟୀ କିଏ

ଭାରତ ଭଳି ଏକ ବିକାଶାଭିମୁଖୀ ଦେଶରେ ସାମାଜିକ ଉନ୍ନତି ଅନୁପାତରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୁବିଧା କଡ଼ାକଡ଼ି କରାଯାଉଥିଲେ ହେଁ ଦେଶର ପ୍ରତିଟି କୋଣରୁ ବିଭିନ୍ନ ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି।

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

୧୯୯୫ ମସିହା। ସେତେବେଳେ ମୁଁ ବାଣୀବିହାରରେ ପିଜି ଛାତ୍ରୀ। ଘର ଦୂର ହୋଇଥିବାରୁ ହଷ୍ଟେଲରେ ରହୁଥାଏ। ସେଦିନ ଥାଏ ଆମ ୟୁନିଭର୍ସିଟି ନିର୍ବାଚନର ପୂର୍ବ ରାତି। ଅପାମାନେ କହୁଥାନ୍ତି, କାଳେ ନିର୍ବାଚନ ବେଳେ ବାହାର ଗୁଣ୍ଡାମାନେ କ୍ୟାମ୍ପସ୍‌ ଭିତରକୁ ପଶି ଆସି ଗଣ୍ଡଗୋଳ କରନ୍ତି।

କୁନି ହାତର ଯାଦୁ

କୁନି ହାତର ଯାଦୁ

ନାଇଜେରିଆ, ଲାଗୋସ୍‌ରେ କରିନ୍‌ ଓ୍ବାରିସ୍‌ ଓଲାମିଲେକନ୍‌। ବୟସ ତାଙ୍କୁ ମାତ୍ର ୧୧ ବର୍ଷ। ହେଲେ ଏ ବୟସରୁ ସେ ପାଇସାରିଲେଣି ଅନ୍ତର୍ଜାତୀୟ ଖ୍ୟାତି। ଆଉ ଏହି ଖ୍ୟାତି ସେ ପାଇଛନ୍ତି ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ।

ବଡ଼ ପଗଡ଼ି

ବଡ଼ ପଗଡ଼ି

ପଞ୍ଜାବର ଅବତାର ସିଂ ମୌନି ଜଣେ ସଚ୍ଚା ଶିଖ୍‌। ତେଣୁ ତାଙ୍କ ମୁଣ୍ଡରେ ବି ଅନ୍ୟ ଶିଖ୍‌ଙ୍କ ପରି ପଗଡ଼ି ଶୋଭାପାଏ। ଏହା ହେଉଛି ତାଙ୍କର ମାନ, ସମ୍ମାନ ସବୁକିଛି। ହେଲେ ତାଙ୍କ ପଗଡ଼ିରେ ରହିଛି ସ୍ବତନ୍ତ୍ରତା, ଯାହା ସଭିଙ୍କୁ ଆକର୍ଷିତ କରେ। ତାଙ୍କ ପଗଡ଼ି ପରିଚିତ ପୃଥିବୀର ସବୁଠାରୁ ବଡ଼ ପଗଡ଼ିଭାବେ।

ଗୋଟିଏ କୁକୁରର ୪୯ଟି କପି

ଗୋଟିଏ କୁକୁରର ୪୯ଟି କପି

ପୁଏର୍ତ୍ତୋରିକୋର ମିରାକଲ୍‌ ମିଲି ହେଉଛି ୬ ବର୍ଷର ଚିହୁଆହୁଆ ପ୍ରଜାତିର ଏକ କୁକୁର, ଯିଏକି ପୃଥିବୀର ସବୁଠୁ ଛୋଟ କୁକୁର ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ଏହି କୁକୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ଚାଇନାର ହେବେଇଠାରେ ନିର୍ମାଣ କରାଯାଇଛି ପୃଥିବୀର ଦୀର୍ଘତ୍ତମ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ବ୍ରିଜ୍‌। ହୋଙ୍ଗ୍‌ୟାଗୁଠାରେ ଅବସ୍ଥିତ ୪୮୮ ମିଟର ଲମ୍ବ ଏବଂ ୪ମିଟର ଓସାର ବିଶିଷ୍ଟ ଏହି କାଚର ବ୍ରିଜ୍‌ଟି ଭୁପୃଷ୍ଠଠାରୁ ୨୧୮ ମିଟର ଉପରେ ଅବସ୍ଥିତ।

ଲୁଣ ଦୂର କରିବ ସମସ୍ୟା

ଲୁଣ ଦୂର କରିବ ସମସ୍ୟା

ନିତିଦିନିଆ ଖାଦ୍ୟ ସାରଣୀର ଏକ ପ୍ରମୁଖ ଦ୍ରବ୍ୟ ହେଉଛି ଲୁଣ। ତେବେ ଏହି ଲୁଣ ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂରେଇ ଦିଆଯାଇପାରିବ ବୋଲି ବିଶ୍ୱାସ ରହିଛି। ତେବେ ଉଚିତ ସ୍ଥାନରେ ଲୁଣକୁ ରଖି ଏହାକୁ ସଦୁପଯୋଗ କରିବା ଦ୍ୱାରା ଆପଣ ଅନେକ ସମସ୍ୟାଠାରୁ ଦୂରେଇ ରହିପାରିବେ।

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ହାଲ୍‌ରେ ସିନିୟର ମ୍ୟାନେଜର (ଫାଇନାନ୍ସ) ଭାବେ କାର୍ଯ୍ୟରତ ତଥା ସାମାଜିକ କର୍ମୀ ସତ୍ୟଜିତ୍‌ ମାନସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଷ୍ଟିକର ହେୟାର ଟାଟୁ

ଷ୍ଟିକର ହେୟାର ଟାଟୁ

ଆଜିର ଏହି ଟ୍ରେଣ୍ଡି ଦୁନିଆରେ ଷ୍ଟିକର ହେୟାର ଟାଟୁ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହି ଟାଟୁକୁ ଟେମ୍ପୋରାରି (ଅସ୍ଥାୟୀ) ଭାବେ ଚୁଟିରେ ଲଗାଯାଇଥାଏ। ସମୟ ବଦଳିବା ସହିତ ଫ୍ୟାଶନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ଦିନ ଥିଲା, ଷ୍ଟାଇଲିଶ୍‌ ପୋଷାକ ଆଉ ଜୋତା ପିନ୍ଧିବାକୁ ଲୋକେ ଫ୍ୟାଶନ ବୋଲି କହୁଥିଲେ।

ଲଳିତ ମାଧବ

ଲଳିତ ମାଧବ

ଐତିହାସିକ ତଥା ପୁରାଣ ପ୍ରସିଦ୍ଧ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପବିତ୍ର ପୀଠର ମାହାତ୍ମ୍ୟ ସ୍ବତନ୍ତ୍ର। ମାତ୍ର ମହାପ୍ରଭୁଙ୍କ ଭକ୍ତ ତଥା ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଉଥିବା ଧାଙ୍ଗଡି ପାହାଡ଼ରେ ପୂଜା ପାଉଥିବା ଲଳିତ ମାଧବଙ୍କ ପୀଠ ଏକ ପ୍ରାକୃତିକ ଦର୍ଶନୀୟ ସ୍ଥଳୀ।

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ପ୍ରଶ୍ନ-ଆଜିକାଲି ପ୍ରେମରେ କୁଆଡେ ମଜା ନାହିଁ। କେତେବେଳେ ଫୁସୁରି ଯାଉଛି ଜଣାପଡୁନି। ଏଥିପାଇଁ କିଏ ଦାୟୀ ? -ପ୍ରସନ୍ନ ସାହୁ, ଦେବଗଡ

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ