ଜୀବନଚର୍ଯ୍ୟା |

ସ୍ବାସ୍ଥ୍ୟ ସୂଚନା

ସ୍ବାସ୍ଥ୍ୟ ସୂଚନା
-ସକାଳେ ଉଠିବା ପରେ ଦିନର ଆରମ୍ଭ ସୁନ୍ଦର ଭାବରେ କରନ୍ତୁ। ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ। ସକାଳୁ ଉଠି ଦାନ୍ତ ନ ଘଷି ଏକ ଗ୍ଲାସ୍‌ ପାଣି ପିଅନ୍ତୁ। ଏହା ଶରୀରରୁ ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ସକାଳୁ ପାଣି ପିଇଲେ ତାହା ଓଜନ କମାଇଥାଏ। -ସକାଳୁ ବିଛଣା ଛାଡିବାର ଘଣ୍ଟାଏ ଭିତରେ ବ୍ରେକ୍‌ଫାଷ୍ଟ କରିବାକୁ ଭୁଲନ୍ତୁ ନାହିଁ। ଏହି ତାଲିକାରେ ହାଲୁକାଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ବ୍ରେକ୍‌ଫାଷ୍ଟରୁ ଆମ ଶରୀରକୁ ପ୍ରାୟ ୬୦ ପ୍ରତିଶତ କ୍ୟାଲୋରି ମିଳିଥାଏ। -ବ୍ରେକ୍‌ଫାଷ୍ଟରେ ଜୁସ୍‌ ପିଅନ୍ତୁ, ଯାହା ଶରୀରକୁ ଫ୍ରେଶ୍‌ ରଖିବା ସହ ମନକୁ ସତେଜ ରଖିଥାଏ। -ଯଦି ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଏଥିରୁ ବିରତ ନ ହେବା ଭଲ। ଯଦି ଅସୁସ୍ଥ ଅଛନ୍ତି ତେବେ କିଛିଦିନ ବିଶ୍ରାମ ନେଇ ପୁଣିଥରେ ବ୍ୟାୟାମ ଆରମ୍ଭ କରନ୍ତୁ। -ଖାଦ୍ୟ ତାଲିକାରେ ସ୍ନାକ୍ସ ସାମିଲ କରନ୍ତୁ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାକୁ ଖାଇପାରନ୍ତି। -ସୁଷମ ଆହାର ବ୍ୟତୀତ ନିଜର ଜୀବନଶୈଳୀକୁ ଏଭଳି ତିଆରି କରନ୍ତୁ, ଯାହା ଆପଣଙ୍କ ମାନସିକତାକୁ ସକାରାତ୍ମକ ରଖିବ।
All Right Reserved By

ଜୀବନଚର୍ଯ୍ୟା |

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ଯୁବତୀ ଯୁବକଙ୍କ ପାଇଁ ଜୀବନର ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ତେଣୁ ବିବାହ ପୂର୍ବରୁ ଜାତକ ମିଳାଇବା ଯେତିକି ଜରୁରୀ ବିଭିନ୍ନ ମେଡିକାଲ ଟେଷ୍ଟ କରାଇନେବା ମଧ୍ୟ ସେତିକି ଜରୁରୀ ।

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ଆଜିକାଲି ସ୍ମାର୍ଟ ଫୋନ୍‌ ବ୍ୟବହାର ସତେଯେମିତି ଦୈନନ୍ଦିନ ଜୀବନର ଅନ୍ୟତମ ପ୍ରମୁଖ କାମ ପାଲଟି ଯାଇଛି। ଅନ୍ୟପକ୍ଷରେ ଏହାଦ୍ୱାରା ଅନେକ କାମ ଅନାୟାସରେ ଏବଂ କମ ସମୟରେ ହୋଇପାରୁଛି। 

ସ୍ବାସ୍ଥ୍ୟୋପକାରୀ ଧନିଆ

ସ୍ବାସ୍ଥ୍ୟୋପକାରୀ ଧନିଆ

କେତେକ ଖାଦ୍ୟ ପ୍ରସ୍ତୁତି ସମୟରେ ଧନିଆକୁ ବ୍ୟବହାର କରାଯାଏ, ଯାହା ଖାଦ୍ୟକୁ ଆହୁରି ସ୍ବାଦିଷ୍ଟ କରିଥାଏ। ଧନିଆପତ୍ର ଚଟଣିର ସ୍ବାଦ ଯିଏ ଖାଇଛି ସିଏ ଜାଣିଛି। ତେବେ ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ...