ସମ୍ପାଦକୀୟ |

ରକ୍ଷାବନ୍ଧନର ମନସ୍ତତ୍ତ୍ୱ

ରକ୍ଷାବନ୍ଧନର ମନସ୍ତତ୍ତ୍ୱ
ଭାରରତୀୟ ସଂସ୍କୃତିରେ ପ୍ରଚଳିତ ପ୍ରତିଟି ପର୍ବପର୍ବାଣି ପଛରେ ରହିଥାଏ କିଛି ନା କିଛି ତର୍କସଙ୍ଗତ କାରଣ। ସମୟ ସୁଅରେ ମହତ୍ତ୍ୱ ଯଥେଷ୍ଟ ବଢି ଯାଇଥିବା ଭଳି ଅନେକ ସାମାଜିକ ପର୍ବମାନଙ୍କ ଭିତରୁ ଅନ୍ୟତମ ହେଉଛି ରକ୍ଷାବନ୍ଧନ। ଏହି ଦିନଟି ମଧ୍ୟ ହଳାୟୁଧ ପ୍ରଭୁ ବଳଦେବଙ୍କର ଜୟନ୍ତୀ। ରକ୍ଷାବନ୍ଧନର ସୂଚନା ରହିଛି ବେଦ ତଥା ପୁରାଣମାନଙ୍କରେ। ସର୍ବପୁରାତନ କିମ୍ବଦନ୍ତୀ ହେଉଛି ଇନ୍ଦ୍ର ଏବଂ ଇନ୍ଦ୍ରାଣୀଙ୍କୁ ନେଇ। ଭବିଷ୍ୟ ପୁରାଣରେ ଦେବରାଜ ଇନ୍ଦ୍ର ଏବଂ ଦାନବରାଜ ବୃତ୍ରାସୁର ମଧ୍ୟରେ ହୋଇଥିବା ଯୁଦ୍ଧ କଥା ଉଲ୍ଲେଖ ଅଛି। ଯେତେବେଳେ ବୃତ୍ରାସୁର ସହିତ ଯୁଦ୍ଧରେ ବାରମ୍ବାର ପରାସ୍ତ ହୋଇ ଇନ୍ଦ୍ର ବିତାଡିତ ହେଲେ ସେତେବେଳେ ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ହାତରେ ଏକ ଅଭିମନ୍ତ୍ରିତ ରାଖୀ ବାନ୍ଧିଥିଲେ ଏବଂ ତାଙ୍କର ସୁରକ୍ଷା ତଥା ବିଜୟ କାମନା କରିଥିଲେ। ଫଳସ୍ବରୂପ ଇନ୍ଦ୍ର ଯୁଦ୍ଧରେ ଦାନବ ଶକ୍ତିକୁ ପରାଜିତ କରି ଇନ୍ଦ୍ରପୁରୀ ଫେରି ପାଇଲେ। ଏଠାରେ ଲକ୍ଷ୍ୟକରିବାର କଥା ଯେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ଏଠାରେ ସୁରକ୍ଷାପ୍ରାର୍ଥୀ ନୁହନ୍ତି। ଏହା ଛଡା, ଜଣେ ନାରୀ ତାଙ୍କ ଭାଇଙ୍କ ହାତରେ ନୁହେଁ ବରଂ ସ୍ବାମୀଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ। ସାମ୍ପ୍ରତିକ ସମାଜରେ ପ୍ରଚଳିତ ଧାରଣା ଅନୁସାେ ଜଣେ ନାରୀଙ୍କୁ ସବୁବେଳେ ଦୁର୍ବଳା ଭାବି ସୁରକ୍ଷାପ୍ରାର୍ଥୀ ବୋଲି ଚିନ୍ତା କରିବା ଉଚିତ ନୁହେଁ। ଦ୍ୱିତୀୟ କିମ୍ବଦନ୍ତୀଟି ମୃତ୍ୟୁର ଦେବତା ଯମ ତଥା ତାଙ୍କ ଭଉଣୀ ଯମୁନାଙ୍କୁ ନେଇ ଶୁଣିବାକୁ ମିଳେ। ଭଉଣୀ ଯମୁନା ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ନିଜ ଭାଇ ଯମଙ୍କ ହାତରେ ରକ୍ଷାବନ୍ଧନ କରୁଥିଲେ। ଭଉଣୀକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଯମ ତାଙ୍କୁ ଚିରସ୍ରୋତା ହେବାର ଆଶୀର୍ବାଦ ଦେଲେ। ସେହି ଦିନଠାରୁ ଭାଇ ଭଉଣୀ ଭିତରେ ପବିତ୍ର ସମ୍ପର୍କ ତଥା ସୁରକ୍ଷାର ନିଦର୍ଶନରେ ରକ୍ଷାବନ୍ଧନ ପର୍ବଟି ପାଳନ କରାଯାଇ ଆସୁଛି ବୋଲି ଶୁଣାଯାଏ। ଏଠାରେ ମଧ୍ୟ ପ୍ରଥମ କିମ୍ବଦନ୍ତୀଟିର ନିଷ୍କର୍ଷ ପ୍ରତିପାଦିତ ହେଉଛି। ଅର୍ଥାତ୍‌, ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଯିଏ ବି ଦୁର୍ବଳ ସିଏ ସୁରକ୍ଷା ପାଇବ ଏବଂ ଅପରପକ୍ଷ ତାକୁ ସୁରକ୍ଷା ପ୍ରଦାନ କରିବାର ସଙ୍କଳ୍ପ ନେବ।ତୃତୀୟ ଉଦ୍ଧୃତି ହେଉଛି ଦ୍ରୌପଦୀ ଏବଂ ଶ୍ରୀକୃଷ୍ଣଙ୍କ ବିଷୟରେ। କୌରବ ପକ୍ଷର ବଳିଷ୍ଠ ସେନା ତଥା କୌରବ ଶହେଭାଇଙ୍କ ଆକ୍ରମଣରୁ ପାଣ୍ଡବ ଭାଇମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ପ୍ରଭୁ ତାଙ୍କର ସଙ୍କଳ୍ପ ରକ୍ଷା କରିଥିଲେ। ଏହି ଉଦାହରଣର ବିଶେଷତ୍ୱ ବିଷୟରେ ଚିନ୍ତା କଲେ ଜଣାପଡେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ନିଜର ସୁରକ୍ଷା କିମ୍ବା ଯାହା ହାତରେ ରାଖୀ ବନ୍ଧା ଯାଏ ତା’ର ସୁରକ୍ଷା କାମନା କରିବ, ସେମିତି କିଛି ମାନେ ନାହିଁ। ଅର୍ଥାତ୍‌, ଅନ୍ୟର ମଙ୍ଗଳ କାମନା କରି ମଣିଷ ପରସ୍ପର ହାତରେ ରାଖୀ ବାନ୍ଧି ପାରିବ।  ଆଧୁନିକ ଯୁଗରେ ଜାତି, ଧର୍ମ ତଥା ପରିଚୟର ସୀମା ବାହାରେ ରକ୍ଷାବନ୍ଧନର ଅନେକ ନଜିର ଆମ ଆଗରେ ଅଛି। ଆଲେକ୍‌ଜାଣ୍ଡରଙ୍କ ସ୍ତ୍ରୀ ରୋକ୍ସାନା, ନିଜ ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ରାଜା ପୁରୁଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ରାଜା ପୁରୁ କ୍ଷତ୍ରିୟ ଧର୍ମ ପାଳନ କରି ନିଜେ ପରାଜୟ ସ୍ବୀକାର କଲେ ମଧ୍ୟ ଆଲେକ୍‌ଜାଣ୍ଡରଙ୍କୁ ଜୀବନରେ ମାରି ନ ଥିଲେ। ଆଉ ଏକ ବିବାଦୀୟ ଐତିହାସିକ କାହାଣୀ ଅନୁସାରେ, ଚିତୋରର ରାଣୀ କର୍ଣ୍ଣାବତୀ ବାହାଦୁର ଶାହ କବଳରୁ ରାଜ୍ୟ ତଥା ନିଜ ସମ୍ମାନ ରକ୍ଷା କରିବା ପାଇଁ ମୋଗଲ ବାଦଶାହ ହୁମାୟୁନଙ୍କ ପାଖକୁ ରାଖୀ ପଠାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ହୁମାୟୁନ ବିଳମ୍ବରେ ପହଞ୍ଚତ୍ଲେ ଏବଂ ସେତେବେଳକୁ ରାଜପୁତ ନାରୀମାନେ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ଦେହତ୍ୟାଗ କରି ସାରିଥିଲେ। ତେବେ ଏ କଥା ଏଠାରେ ଉଦ୍ଧାର କରିବାର କାରଣ ହେଲା, ରାଖୀ ପରମ୍ପରାର ମନସ୍ତତ୍ୱ ଏତେ ବଳିଷ୍ଠ ଯେ ଜଣେ ଅପରିଚିତ ବ୍ୟକ୍ତି ଅନ୍ୟଜଣକୁ ସାହାଯ୍ୟ କରିବା ପାଇଁ ଅବିଳମ୍ବେ ପ୍ରସ୍ତୁତ ହୋଇଯାଏ। ସେହି ବଳିଷ୍ଠ ମନସ୍ତତ୍ତ୍ୱକୁ ସମାଜର ତଥା ବିଶ୍ୱର ମଙ୍ଗଳ କାମନାରେ ବ୍ୟବହାର କରିପାରିଲେ କେତେ ସୁନ୍ଦର ହୁଅନ୍ତା ସତେ! ଡ. ପଦାରବିନ୍ଦ ରଥମୋ- ୮୮୦୦୬୩୬୫୭୬, rath2005@gmail.com ଭାରରତୀୟ ସଂସ୍କୃତିରେ ପ୍ରଚଳିତ ପ୍ରତିଟି ପର୍ବପର୍ବାଣି ପଛରେ ରହିଥାଏ କିଛି ନା କିଛି ତର୍କସଙ୍ଗତ କାରଣ। ସମୟ ସୁଅରେ ମହତ୍ତ୍ୱ ଯଥେଷ୍ଟ ବଢି ଯାଇଥିବା ଭଳି ଅନେକ ସାମାଜିକ ପର୍ବମାନଙ୍କ ଭିତରୁ ଅନ୍ୟତମ ହେଉଛି ରକ୍ଷାବନ୍ଧନ। ଏହି ଦିନଟି ମଧ୍ୟ ହଳାୟୁଧ ପ୍ରଭୁ ବଳଦେବଙ୍କର ଜୟନ୍ତୀ।  ରକ୍ଷାବନ୍ଧନର ସୂଚନା ରହିଛି ବେଦ ତଥା ପୁରାଣମାନଙ୍କରେ। ସର୍ବପୁରାତନ କିମ୍ବଦନ୍ତୀ ହେଉଛି ଇନ୍ଦ୍ର ଏବଂ ଇନ୍ଦ୍ରାଣୀଙ୍କୁ ନେଇ। ଭବିଷ୍ୟ ପୁରାଣରେ ଦେବରାଜ ଇନ୍ଦ୍ର ଏବଂ ଦାନବରାଜ ବୃତ୍ରାସୁର ମଧ୍ୟରେ ହୋଇଥିବା ଯୁଦ୍ଧ କଥା ଉଲ୍ଲେଖ ଅଛି। ଯେତେବେଳେ ବୃତ୍ରାସୁର ସହିତ ଯୁଦ୍ଧରେ ବାରମ୍ବାର ପରାସ୍ତ ହୋଇ ଇନ୍ଦ୍ର ବିତାଡିତ ହେଲେ ସେତେବେଳେ ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ହାତରେ ଏକ ଅଭିମନ୍ତ୍ରିତ ରାଖୀ ବାନ୍ଧିଥିଲେ ଏବଂ ତାଙ୍କର ସୁରକ୍ଷା ତଥା ବିଜୟ କାମନା କରିଥିଲେ। ଫଳସ୍ବରୂପ ଇନ୍ଦ୍ର ଯୁଦ୍ଧରେ ଦାନବ ଶକ୍ତିକୁ ପରାଜିତ କରି ଇନ୍ଦ୍ରପୁରୀ ଫେରି ପାଇଲେ। ଏଠାରେ ଲକ୍ଷ୍ୟକରିବାର କଥା ଯେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ଏଠାରେ ସୁରକ୍ଷାପ୍ରାର୍ଥୀ ନୁହନ୍ତି। ଏହା ଛଡା, ଜଣେ ନାରୀ ତାଙ୍କ ଭାଇଙ୍କ ହାତରେ ନୁହେଁ ବରଂ ସ୍ବାମୀଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ। ସାମ୍ପ୍ରତିକ ସମାଜରେ ପ୍ରଚଳିତ ଧାରଣା ଅନୁସାେ ଜଣେ ନାରୀଙ୍କୁ ସବୁବେଳେ ଦୁର୍ବଳା ଭାବି ସୁରକ୍ଷାପ୍ରାର୍ଥୀ ବୋଲି ଚିନ୍ତା କରିବା ଉଚିତ ନୁହେଁ।  ଦ୍ୱିତୀୟ କିମ୍ବଦନ୍ତୀଟି ମୃତ୍ୟୁର ଦେବତା ଯମ ତଥା ତାଙ୍କ ଭଉଣୀ ଯମୁନାଙ୍କୁ ନେଇ ଶୁଣିବାକୁ ମିଳେ। ଭଉଣୀ ଯମୁନା ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ନିଜ ଭାଇ ଯମଙ୍କ ହାତରେ ରକ୍ଷାବନ୍ଧନ କରୁଥିଲେ। ଭଉଣୀକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଯମ ତାଙ୍କୁ ଚିରସ୍ରୋତା ହେବାର ଆଶୀର୍ବାଦ ଦେଲେ। ସେହି ଦିନଠାରୁ ଭାଇ ଭଉଣୀ ଭିତରେ ପବିତ୍ର ସମ୍ପର୍କ ତଥା ସୁରକ୍ଷାର ନିଦର୍ଶନରେ ରକ୍ଷାବନ୍ଧନ ପର୍ବଟି ପାଳନ କରାଯାଇ ଆସୁଛି ବୋଲି ଶୁଣାଯାଏ। ଏଠାରେ ମଧ୍ୟ ପ୍ରଥମ କିମ୍ବଦନ୍ତୀଟିର ନିଷ୍କର୍ଷ ପ୍ରତିପାଦିତ ହେଉଛି। ଅର୍ଥାତ୍‌, ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଯିଏ ବି ଦୁର୍ବଳ ସିଏ ସୁରକ୍ଷା ପାଇବ ଏବଂ ଅପରପକ୍ଷ ତାକୁ ସୁରକ୍ଷା ପ୍ରଦାନ କରିବାର ସଙ୍କଳ୍ପ ନେବ। ତୃତୀୟ ଉଦ୍ଧୃତି ହେଉଛି ଦ୍ରୌପଦୀ ଏବଂ ଶ୍ରୀକୃଷ୍ଣଙ୍କ ବିଷୟରେ। କୌରବ ପକ୍ଷର ବଳିଷ୍ଠ ସେନା ତଥା କୌରବ ଶହେଭାଇଙ୍କ ଆକ୍ରମଣରୁ ପାଣ୍ଡବ ଭାଇମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ପ୍ରଭୁ ତାଙ୍କର ସଙ୍କଳ୍ପ ରକ୍ଷା କରିଥିଲେ। ଏହି ଉଦାହରଣର ବିଶେଷତ୍ୱ ବିଷୟରେ ଚିନ୍ତା କଲେ ଜଣାପଡେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ନିଜର ସୁରକ୍ଷା କିମ୍ବା ଯାହା ହାତରେ ରାଖୀ ବନ୍ଧା ଯାଏ ତା’ର ସୁରକ୍ଷା କାମନା କରିବ, ସେମିତି କିଛି ମାନେ ନାହିଁ। ଅର୍ଥାତ୍‌, ଅନ୍ୟର ମଙ୍ଗଳ କାମନା କରି ମଣିଷ ପରସ୍ପର ହାତରେ ରାଖୀ ବାନ୍ଧି ପାରିବ।  ଆଧୁନିକ ଯୁଗରେ ଜାତି, ଧର୍ମ ତଥା ପରିଚୟର ସୀମା ବାହାରେ ରକ୍ଷାବନ୍ଧନର ଅନେକ ନଜିର ଆମ ଆଗରେ ଅଛି। ଆଲେକ୍‌ଜାଣ୍ଡରଙ୍କ ସ୍ତ୍ରୀ ରୋକ୍ସାନା, ନିଜ ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ରାଜା ପୁରୁଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ରାଜା ପୁରୁ କ୍ଷତ୍ରିୟ ଧର୍ମ ପାଳନ କରି ନିଜେ ପରାଜୟ ସ୍ବୀକାର କଲେ ମଧ୍ୟ ଆଲେକ୍‌ଜାଣ୍ଡରଙ୍କୁ ଜୀବନରେ ମାରି ନ ଥିଲେ। ଆଉ ଏକ ବିବାଦୀୟ ଐତିହାସିକ କାହାଣୀ ଅନୁସାରେ, ଚିତୋରର ରାଣୀ କର୍ଣ୍ଣାବତୀ ବାହାଦୁର ଶାହ କବଳରୁ ରାଜ୍ୟ ତଥା ନିଜ ସମ୍ମାନ ରକ୍ଷା କରିବା ପାଇଁ ମୋଗଲ ବାଦଶାହ ହୁମାୟୁନଙ୍କ ପାଖକୁ ରାଖୀ ପଠାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ହୁମାୟୁନ ବିଳମ୍ବରେ ପହଞ୍ଚତ୍ଲେ ଏବଂ ସେତେବେଳକୁ ରାଜପୁତ ନାରୀମାନେ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ଦେହତ୍ୟାଗ କରି ସାରିଥିଲେ। ତେବେ ଏ କଥା ଏଠାରେ ଉଦ୍ଧାର କରିବାର କାରଣ ହେଲା, ରାଖୀ ପରମ୍ପରାର ମନସ୍ତତ୍ୱ ଏତେ ବଳିଷ୍ଠ ଯେ ଜଣେ ଅପରିଚିତ ବ୍ୟକ୍ତି ଅନ୍ୟଜଣକୁ ସାହାଯ୍ୟ କରିବା ପାଇଁ ଅବିଳମ୍ବେ ପ୍ରସ୍ତୁତ ହୋଇଯାଏ। ସେହି ବଳିଷ୍ଠ ମନସ୍ତତ୍ତ୍ୱକୁ ସମାଜର ତଥା ବିଶ୍ୱର ମଙ୍ଗଳ କାମନାରେ ବ୍ୟବହାର କରିପାରିଲେ କେତେ ସୁନ୍ଦର  ହୁଅନ୍ତା ସତେ!        ଡ. ପଦାରବିନ୍ଦ ରଥ ମୋ- ୮୮୦୦୬୩୬୫୭୬, rath2005@gmail.com
All Right Reserved By

ସମ୍ପାଦକୀୟ |

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି...

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖି...

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? ...

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଲୋକେ ମାନି ଚଳିଥାଆନ୍ତି। ପରମ୍ପରାକୁ ଅମାନ୍ୟ କଲେ ଅମଙ୍ଗଳ ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ସେଠାରେ ପ୍ରଥା-ପରମ୍ପରାକୁ ମାନି ଲୋକେ ଜୀବନଯାପନ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ଏପରି ଏକ ନିଆରା ପରମ୍ପରା ରହିଛି ଯାହା ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଏହି ଦୁଇ ରାଜ୍ୟରେ ବାସ କରୁଥିବା ଗୋଣ୍ଡ ଜନଜାତିର ଲୋକମାନେ ଏହି ଅଜବ ପରମ୍ପରାକୁ ମାନିଥାଆନ୍ତି। ଉକ୍ତ ଜନଜାତିରେ ବିବାହ ପୂର୍ବରୁ ବରକୁ ରକ୍ତପାନ କରିବାକୁ ପଡିଥାଏ। ଏଥିପାଇଁ ବରକୁ ଘୁଷୁରି ମାରିବାକୁ ଦିଆଯାଏ। ପରେ ବ...

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...