ସମ୍ପାଦକୀୟ |

ଯୁଦ୍ଧ ବନାମ ଭାବମୂର୍ତ୍ତି

ଯୁଦ୍ଧ ବନାମ ଭାବମୂର୍ତ୍ତି
ଡୋକ୍‌ଲାମକୁ ନେଇ ସିକିମ୍‌ ସୀମାରେ ଭାରତ ଓ ଚାଇନା ସେନା ମୁହଁାମୁହିଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ନିକଟରେ କହିଛନ୍ତି ଯେ ବିବାଦର ସମାଧାନ ଆଲୋଚନା ଓ ବିତର୍କ ମାଧ୍ୟମରେ ହୋଇପାରିବ। ଭାରତର ପ୍ରାଚୀନ ଚିନ୍ତାଧାରା ‘ତର୍କ ଶାସ୍ତ୍ର’ ପରସ୍ପର ମଧ୍ୟରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ମୋଦିଙ୍କର ବକ୍ତବ୍ୟକୁ ଗ୍ରହଣ କରିବାକୁ ହେବ, କାରଣ ଭାରତର ପରିସ୍ଥିତି ଅତ୍ୟନ୍ତ ଜଟିଳ। ଗତ ୩୦ ବର୍ଷ ଅର୍ଥାତ୍‌ ୮୦ ଦଶନ୍ଧିରୁ ଚାଇନାର ଅର୍ଥନୈତିକ ଅଗ୍ରଗତି ସହିତ ତୁଳନା କଲେ ଭାରତ ଅନେକ ପଛରେ ପଡ଼ିଯାଇଛି। ଯୁକ୍ତି କରିବାକୁ ଇଚ୍ଛା କଲେ ତାହା ଅସରନ୍ତି। କିନ୍ତୁ ସତ୍ୟକୁ ସମ୍ମୁଖୀନ ହେବା ସବୁ ଭାରତୀୟଙ୍କ ପାଇଁ ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ବିଂଶ ଶତାବ୍ଦୀର ଶେଷ ଦଶନ୍ଧିକୁ ନେଇ ଏକବିଂଶ ଶତାବ୍ଦୀରେ ନିଜକୁ ପୃଥିବୀର ସର୍ବବୃହତ୍‌ ଶକ୍ତି ଭାବେ ଚାଇନା ଗଢ଼ିଉଠୁଛି। ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ବା ଓବର ନାମରେ ଚାଇନା ନିଜର ପ୍ରଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସହିତ ହାତ ମିଳାଇବାକୁ ଆଗେଇ ଆସିଛି। ଭାଜପା ସମର୍ଥକମାନେ କହିପାରନ୍ତି ଯେ, ଜବାହରଲାଲ ନେହେରୁଙ୍କ ନିରାପତ୍ତା ନୀତିରେ ତ୍ର୍‌ୁଟି ଥିବା ହେତୁ ଆଜିର ଭାରତ ଦୁର୍ବଳ ହୋଇପଡ଼ିଛି। ଏହାକୁ ସତ୍ୟ ବୋଲି ସ୍ବୀକାର କଲେ ମଧ୍ୟ ଗତ ୩ ବର୍ଷରେ ସେହି ଆଭିମୁଖ୍ୟର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଆଜି ଡୋକ୍‌ଲାମରେ ଚାଇନା ସହିତ ଭାରତର ମୁହାଁମୁହିଁ ହେବାର କାରଣ ବୁଝିବା ବିଶେଷ କଷ୍ଟକର ନୁହେଁ। ପ୍ରଥମେ ମନେରଖିବାକୁ ହେବ ଯେ, ଡୋକ୍‌ଲାମ ଭାରତରେ ନୁହେଁ, ତାହା ଭୁଟାନର ଅଂଶବିଶେଷ। ଏବେ ପ୍ଯଯ୍ୟନ୍ତ ଭୁଟାନରେ ରାଜ ପରିବାର ଚାଇନା ସହିତ କୂଟନୈତିକ ସମ୍ପର୍କ ଗଢ଼ିବାକୁ ଇଚ୍ଛାପ୍ରକାଶ କରୁ ନ ଥିଲେ। ସେହି ଆଭିମୁଖ୍ୟ ବଜାୟ ରଖିବା ପଛରେ ଇନ୍ଦିରା ଗାନ୍ଧୀଙ୍କର ଶକ୍ତି ପ୍ରଦର୍ଶନ ମୁଖ୍ୟତଃ ଦାୟୀ ଥିଲା। ଭାରତକୁ ବଡ଼ ଭାଇ ଭାବେ ଦେଖିଆସୁଥିବା ଭୁଟାନ ନିଜର ସୁରକ୍ଷା ପାଇଁ ଭାରତୀୟ ସେନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିଜ ଦାୟିତ୍ୱରେ ବିଫଳ ହେବାର ଲକ୍ଷଣ ଭାରତୀୟ ସେନାଠାରୁ ମିଳିବା ପରେ ଶାସନ କରୁଥିବା ଭୁଟାନ ରାଜ ପରିବାର ଦିଲ୍ଲୀରେ ଥିବା ଚାଇନା ଦୂତାବାସ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଭୁଟାନ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଇସାରିଲାଣି। ଏହାର ମୁଖ୍ୟ କାରଣ ବୁଝିବା ସହଜ। ଗୋଟିଏ ପଟେ ଚାଇନା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାପ ପକାଉଛି। ଅନ୍ୟପଟେ ଦୀର୍ଘଦିନ ଧରି ନେପାଳ ଏବଂ ଭୁଟାନ ଭଳି ଦେଶ ସହିତ ରହିଆସିଥିବା ସୁସମ୍ପର୍କକୁ ମୋଦି ସରକାର ବେଖାତିର ସହିତ ବିରୋଧ ଯୋଗୁ ତିକ୍ତତା ପ୍ରକାଶ ପାଇଛି।ଏବେ ଚାଇନାର ବିଶେଷଜ୍ଞମାନେ ମତ ଦେଲେଣି ଯେ, ୨ ସପ୍ତାହ ମଧ୍ୟରେ ଭାରତ ଉପରେ ଆକ୍ରମଣ ହୋଇପାରେ। ନିକଟରେ ଭାରତର ଜାତୀୟ ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଅଜିତ୍‌ଙ୍କ ଭଳି ଜଣେ ସରକାରୀ କର୍ମଚାରୀଙ୍କୁ ବେଜିଂ ପଠାଇ ବିଶ୍ୱର ଅନ୍ୟତମ ନେତା ଜିଙ୍ଗ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରାଇବାର ଉଦ୍ୟମ ମୋଦିଙ୍କୁ ମହଙ୍ଗା ପଡ଼ିପାରେ। ଏପଟେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁରୁତ୍ୱ ଦିଆଯାଉନାହିଁ।  ସେପଟେ ବିତର୍କର ରାସ୍ତା ଦେଖାଉଥିବା ମୋଦି ବିଫଳତାକୁ ଭୟ କରି ଚାଇନା ଯିବାକୁ ଚାହୁଁ ନ ଥାଇପାରନ୍ତି। ଯଦି ଚାଇନା ଯାଇ ଆଲୋଚନା କଲା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହା ମୋଦିଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ମାଡ଼ କରିଦେବ। ଦେଶ ପଛେ କ୍ଷତିଗ୍ରସ୍ତ ହେଉ, ନିଜ ଭାବମୂର୍ତ୍ତି ବଞ୍ଚତ୍ରହୁ। ଡୋକ୍‌ଲାମକୁ ନେଇ ସିକିମ୍‌ ସୀମାରେ ଭାରତ ଓ ଚାଇନା ସେନା ମୁହଁାମୁହିଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ନିକଟରେ କହିଛନ୍ତି ଯେ ବିବାଦର ସମାଧାନ ଆଲୋଚନା ଓ ବିତର୍କ ମାଧ୍ୟମରେ ହୋଇପାରିବ। ଭାରତର ପ୍ରାଚୀନ ଚିନ୍ତାଧାରା ‘ତର୍କ ଶାସ୍ତ୍ର’ ପରସ୍ପର ମଧ୍ୟରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ମୋଦିଙ୍କର ବକ୍ତବ୍ୟକୁ ଗ୍ରହଣ କରିବାକୁ ହେବ, କାରଣ ଭାରତର ପରିସ୍ଥିତି ଅତ୍ୟନ୍ତ ଜଟିଳ। ଗତ ୩୦ ବର୍ଷ ଅର୍ଥାତ୍‌ ୮୦ ଦଶନ୍ଧିରୁ ଚାଇନାର ଅର୍ଥନୈତିକ ଅଗ୍ରଗତି ସହିତ ତୁଳନା କଲେ ଭାରତ ଅନେକ ପଛରେ ପଡ଼ିଯାଇଛି। ଯୁକ୍ତି କରିବାକୁ ଇଚ୍ଛା କଲେ ତାହା ଅସରନ୍ତି। କିନ୍ତୁ ସତ୍ୟକୁ ସମ୍ମୁଖୀନ ହେବା ସବୁ ଭାରତୀୟଙ୍କ ପାଇଁ ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ବିଂଶ ଶତାବ୍ଦୀର ଶେଷ ଦଶନ୍ଧିକୁ ନେଇ ଏକବିଂଶ ଶତାବ୍ଦୀରେ ନିଜକୁ ପୃଥିବୀର ସର୍ବବୃହତ୍‌ ଶକ୍ତି ଭାବେ ଚାଇନା ଗଢ଼ିଉଠୁଛି। ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ବା ଓବର ନାମରେ ଚାଇନା ନିଜର ପ୍ରଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସହିତ ହାତ ମିଳାଇବାକୁ ଆଗେଇ ଆସିଛି। ଭାଜପା ସମର୍ଥକମାନେ କହିପାରନ୍ତି ଯେ, ଜବାହରଲାଲ ନେହେରୁଙ୍କ ନିରାପତ୍ତା ନୀତିରେ ତ୍ର୍‌ୁଟି ଥିବା ହେତୁ ଆଜିର ଭାରତ ଦୁର୍ବଳ ହୋଇପଡ଼ିଛି। ଏହାକୁ ସତ୍ୟ ବୋଲି ସ୍ବୀକାର କଲେ ମଧ୍ୟ ଗତ ୩ ବର୍ଷରେ ସେହି ଆଭିମୁଖ୍ୟର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଆଜି ଡୋକ୍‌ଲାମରେ ଚାଇନା ସହିତ ଭାରତର ମୁହାଁମୁହିଁ ହେବାର କାରଣ ବୁଝିବା ବିଶେଷ କଷ୍ଟକର ନୁହେଁ। ପ୍ରଥମେ ମନେରଖିବାକୁ ହେବ ଯେ, ଡୋକ୍‌ଲାମ ଭାରତରେ ନୁହେଁ, ତାହା ଭୁଟାନର ଅଂଶବିଶେଷ। ଏବେ ପ୍ଯଯ୍ୟନ୍ତ ଭୁଟାନରେ ରାଜ ପରିବାର ଚାଇନା ସହିତ କୂଟନୈତିକ ସମ୍ପର୍କ ଗଢ଼ିବାକୁ ଇଚ୍ଛାପ୍ରକାଶ କରୁ ନ ଥିଲେ। ସେହି ଆଭିମୁଖ୍ୟ ବଜାୟ ରଖିବା ପଛରେ ଇନ୍ଦିରା ଗାନ୍ଧୀଙ୍କର ଶକ୍ତି ପ୍ରଦର୍ଶନ ମୁଖ୍ୟତଃ ଦାୟୀ ଥିଲା। ଭାରତକୁ ବଡ଼ ଭାଇ ଭାବେ ଦେଖିଆସୁଥିବା ଭୁଟାନ ନିଜର ସୁରକ୍ଷା ପାଇଁ ଭାରତୀୟ ସେନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିଜ ଦାୟିତ୍ୱରେ ବିଫଳ ହେବାର ଲକ୍ଷଣ ଭାରତୀୟ ସେନାଠାରୁ ମିଳିବା ପରେ ଶାସନ କରୁଥିବା ଭୁଟାନ ରାଜ ପରିବାର ଦିଲ୍ଲୀରେ ଥିବା ଚାଇନା ଦୂତାବାସ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଭୁଟାନ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଇସାରିଲାଣି। ଏହାର ମୁଖ୍ୟ କାରଣ ବୁଝିବା ସହଜ। ଗୋଟିଏ ପଟେ ଚାଇନା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାପ ପକାଉଛି। ଅନ୍ୟପଟେ ଦୀର୍ଘଦିନ ଧରି ନେପାଳ ଏବଂ ଭୁଟାନ ଭଳି ଦେଶ ସହିତ ରହିଆସିଥିବା ସୁସମ୍ପର୍କକୁ ମୋଦି ସରକାର ବେଖାତିର ସହିତ ବିରୋଧ ଯୋଗୁ ତିକ୍ତତା ପ୍ରକାଶ ପାଇଛି। ଏବେ ଚାଇନାର ବିଶେଷଜ୍ଞମାନେ ମତ ଦେଲେଣି ଯେ, ୨ ସପ୍ତାହ ମଧ୍ୟରେ ଭାରତ ଉପରେ ଆକ୍ରମଣ ହୋଇପାରେ। ନିକଟରେ ଭାରତର ଜାତୀୟ ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଅଜିତ୍‌ଙ୍କ ଭଳି ଜଣେ ସରକାରୀ କର୍ମଚାରୀଙ୍କୁ ବେଜିଂ ପଠାଇ ବିଶ୍ୱର ଅନ୍ୟତମ ନେତା ଜିଙ୍ଗ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରାଇବାର ଉଦ୍ୟମ ମୋଦିଙ୍କୁ ମହଙ୍ଗା ପଡ଼ିପାରେ। ଏପଟେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁରୁତ୍ୱ ଦିଆଯାଉନାହିଁ।  ସେପଟେ ବିତର୍କର ରାସ୍ତା ଦେଖାଉଥିବା ମୋଦି ବିଫଳତାକୁ ଭୟ କରି ଚାଇନା ଯିବାକୁ ଚାହୁଁ ନ ଥାଇପାରନ୍ତି। ଯଦି ଚାଇନା ଯାଇ ଆଲୋଚନା କଲା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହା ମୋଦିଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ମାଡ଼ କରିଦେବ। ଦେଶ ପଛେ କ୍ଷତିଗ୍ରସ୍ତ ହେଉ, ନିଜ ଭାବମୂର୍ତ୍ତି ବଞ୍ଚତ୍ରହୁ।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..