Dharitri News
ବାଣିଜ୍ୟ |

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ହସ୍ପିଟାଲ

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ହସ୍ପିଟାଲ ସ୍ବାସ୍ଥ୍ୟ ସଚେତନତା ଅଭାବ, ଖାଦ୍ୟପେୟରେ ଅନିୟମିତତା ତଥା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା କିଡ୍‌ନୀ, ମସ୍ତିଷ୍କ, ପାକସ୍ତଳୀ ଭଳି ସ୍ପର୍ଶକାତର ଅଙ୍ଗ ଅକାମୀ ହେଉଛି। ଏଭଳି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୩ ଦଶନ୍ଧି ଧରି କା୍ଯଯ୍ୟକରି ଆସୁଥିବା ଦେଶର ପ୍ରମୁଖ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଗ୍ଲୋବାଲ ହସ୍ପିଟାଲ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହାର ସେବା କେନ୍ଦ୍ର ଖୋଲିବ। ରବିବାର ଏହାର  ଅଧ୍ୟକ୍ଷ ଡା. କେ. ରବୀନ୍ଦ୍ରନାଥ ‘ଧରିତ୍ରୀ’କୁ  ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। ହସ୍ପିଟାଲ କେଉଁ କେଉଁ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି? ହସ୍ପିଟାଲ ମୁଖ୍ୟତଃ ଲାପ୍ରୋସ୍କୋପି, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ୍‌ ଏବଂ ବେରିଏଟିକ୍‌ ସର୍ଜରି(ଅସ୍ତ୍ରୋପଚାର ସାହାଯ୍ୟରେ ଶରୀରରୁ ମେଦ ହ୍ରାସ କରିବା) ଉପରେ ପ୍ରାଧାନ୍ୟ ଦେଉଛି। ଦେଶରେ ଗ୍ଲୋବାଲ ହସ୍ପିଟାଲକୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ କରିବାରେ ଆମେ ଅଗ୍ରସର ହେଉଛୁ।  ଅର୍ଗାନ୍‌ ଫେଲ୍ୟୁୟର ସମସ୍ୟା ପାଇଁ ଗ୍ଲୋବାଲ ହସ୍ପିଟାଲର କ’ଣ ଭୂମିକା ରହିଛି? ଅଙ୍ଗ ପ୍ରତ୍ୟାରୋପଣ କରିବା ଏକ ବଡ ଆହ୍ବାନ୍‌ ସାଜି ଥିଲା ବେଳେ ୨୦୦୧ ମସିହାରେ ଆମର ପ୍ରଥମ ମଲ୍ଟି ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ହାଇଦ୍ରାବାଦରେ ଖୋଲିଥିଲୁ। ବର୍ତ୍ତମାନ ଦେଶରେ ଆମର ୪ଟି ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର ରହିଛି। ହୃତ୍‌ପିଣ୍ଡ, ପାକସ୍ଥଳୀ, ଚର୍ମ, ମସ୍ତିଷ୍କ, ଅସ୍ତିମଜ୍ଜା କ୍ଷେତ୍ରରେ ଆମେ ସଫଳତା ଅର୍ଜନ କରିଛୁ। ଆଗକୁ କ’ଣ ଯୋଜନା ରହିଛି?  ଦେଶରେ ବର୍ତ୍ତମାନ ଆମର ୯ଟି ହସ୍ପିଟାଲ ରହିଛି। କିନ୍ତୁ ପୂର୍ବଭାରତରେ ଏ ପ୍ଯଯ୍ୟନ୍ତ ଆରମ୍ଭ ହୋଇନାହିଁ। ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗରେ ଏକ ସୁପରସ୍ପେସାଲ୍‌ ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହସ୍ପିଟାଲ୍‌ ପ୍ରତିଷ୍ଠା କରିବୁ। ପରେ ଆଉ ୨ରୁ ୩ ବର୍ଷ ମଧ୍ୟରେ ଓଡିଶାରେ ମଧ୍ୟ ଏକ ସମାନଧରଣର ହସ୍ପିଟାଲ ଖୋଲିବା ଯୋଜନା ରହିଛି। ଖୁବ୍‌ ଶୀଘ୍ର ଓଡିଶାରେ ଆମେ ଏହି ସେବା ପ୍ରଦାନ କରିବୁ। ଲୋକମାନଙ୍କ ସାଧାରଣ ସ୍ବାସ୍ଥ୍ୟସେବା ସମ୍ପର୍କରେ କ’ଣ ପରାମର୍ଶ ଦେବାକୁ ଚାହିଁବେ?  ଗାଡି, ଘର, ଜୀବନ ବୀମା ଯେପରି କରୁଛନ୍ତି ଠିକ୍‌ ସେମିତି ସ୍ବାସ୍ଥ୍ୟ ବୀମା ମଧ୍ୟ କରନ୍ତୁ। ସ୍ବାସ୍ଥ୍ୟ ସଚେତନତା ଅଭାବ, ଖାଦ୍ୟପେୟରେ ଅନିୟମିତତା ତଥା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା କିଡ୍‌ନୀ, ମସ୍ତିଷ୍କ, ପାକସ୍ତଳୀ ଭଳି ସ୍ପର୍ଶକାତର ଅଙ୍ଗ ଅକାମୀ ହେଉଛି। ଏଭଳି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୩ ଦଶନ୍ଧି ଧରି କା୍ଯଯ୍ୟକରି ଆସୁଥିବା ଦେଶର ପ୍ରମୁଖ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଗ୍ଲୋବାଲ ହସ୍ପିଟାଲ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହାର ସେବା କେନ୍ଦ୍ର ଖୋଲିବ। ରବିବାର ଏହାର  ଅଧ୍ୟକ୍ଷ ଡା. କେ. ରବୀନ୍ଦ୍ରନାଥ ‘ଧରିତ୍ରୀ’କୁ  ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି।  ହସ୍ପିଟାଲ କେଉଁ କେଉଁ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି?  ହସ୍ପିଟାଲ ମୁଖ୍ୟତଃ ଲାପ୍ରୋସ୍କୋପି, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ୍‌ ଏବଂ ବେରିଏଟିକ୍‌ ସର୍ଜରି(ଅସ୍ତ୍ରୋପଚାର ସାହାଯ୍ୟରେ ଶରୀରରୁ ମେଦ ହ୍ରାସ କରିବା) ଉପରେ ପ୍ରାଧାନ୍ୟ ଦେଉଛି। ଦେଶରେ ଗ୍ଲୋବାଲ ହସ୍ପିଟାଲକୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ କରିବାରେ ଆମେ ଅଗ୍ରସର ହେଉଛୁ।   ଅର୍ଗାନ୍‌ ଫେଲ୍ୟୁୟର ସମସ୍ୟା ପାଇଁ ଗ୍ଲୋବାଲ ହସ୍ପିଟାଲର କ’ଣ ଭୂମିକା ରହିଛି?  ଅଙ୍ଗ ପ୍ରତ୍ୟାରୋପଣ କରିବା ଏକ ବଡ ଆହ୍ବାନ୍‌ ସାଜି ଥିଲା ବେଳେ ୨୦୦୧ ମସିହାରେ ଆମର ପ୍ରଥମ ମଲ୍ଟି ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ହାଇଦ୍ରାବାଦରେ ଖୋଲିଥିଲୁ। ବର୍ତ୍ତମାନ ଦେଶରେ ଆମର ୪ଟି ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର ରହିଛି। ହୃତ୍‌ପିଣ୍ଡ, ପାକସ୍ଥଳୀ, ଚର୍ମ, ମସ୍ତିଷ୍କ, ଅସ୍ତିମଜ୍ଜା କ୍ଷେତ୍ରରେ ଆମେ ସଫଳତା ଅର୍ଜନ କରିଛୁ।  ଆଗକୁ କ’ଣ ଯୋଜନା ରହିଛି?   ଦେଶରେ ବର୍ତ୍ତମାନ ଆମର ୯ଟି ହସ୍ପିଟାଲ ରହିଛି। କିନ୍ତୁ ପୂର୍ବଭାରତରେ ଏ ପ୍ଯଯ୍ୟନ୍ତ ଆରମ୍ଭ ହୋଇନାହିଁ। ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗରେ ଏକ ସୁପରସ୍ପେସାଲ୍‌ ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହସ୍ପିଟାଲ୍‌ ପ୍ରତିଷ୍ଠା କରିବୁ। ପରେ ଆଉ ୨ରୁ ୩ ବର୍ଷ ମଧ୍ୟରେ ଓଡିଶାରେ ମଧ୍ୟ ଏକ ସମାନଧରଣର ହସ୍ପିଟାଲ ଖୋଲିବା ଯୋଜନା ରହିଛି। ଖୁବ୍‌ ଶୀଘ୍ର ଓଡିଶାରେ ଆମେ ଏହି ସେବା ପ୍ରଦାନ କରିବୁ।   ଲୋକମାନଙ୍କ ସାଧାରଣ ସ୍ବାସ୍ଥ୍ୟସେବା ସମ୍ପର୍କରେ କ’ଣ ପରାମର୍ଶ ଦେବାକୁ ଚାହିଁବେ?   ଗାଡି, ଘର, ଜୀବନ ବୀମା ଯେପରି କରୁଛନ୍ତି ଠିକ୍‌ ସେମିତି ସ୍ବାସ୍ଥ୍ୟ ବୀମା ମଧ୍ୟ କରନ୍ତୁ।

ବାଣିଜ୍ୟ |

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ନୂଆଦିଲ୍ଲୀ,୧୬-୧(ପି.ଟି.) ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍‌ଏମ୍‌ସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍‌ ଶପିଂ ପୋର୍ଟାଲ୍‌ଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନୀ ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ଲକ୍ଷ୍ୟ ରଖିଛି।

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଭୁବନେଶ୍ୱର, ୧୬-୧ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ମାଡ୍ରାସ ବିମାନ ସେବା ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ୧୭ ତମ ଗନ୍ତବ୍ୟସ୍ଥଳ ହୋଇଥିବା ବେଳେ କମ୍ପାନୀ ୧୫ ତମ ବିମାନକୁ ଏଥିରେ ଯୋଡିଛି। ଦକ୍ଷିଣ ଭାରତରେ ସ୍ଥିତିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସାମଗ୍ରୀ ଓ ସେବା ଟିକସ ଯୋଗୁ ୨୦୧୮-୧୯ର ବଜେଟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟରେ ପରୋକ୍ଷ ଟିକସ ସମ୍ପର୍କରେ କୌଣସି ଘୋଷଣା ହେବ ନାହିଁ। ଏହା ଜିଏସଟି ପରବର୍ତ୍ତୀ ବଜେଟ ହୋଇଥିବା ଯୋଗୁ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୬-୧- ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଟେଲିକମ ଭିତ୍ତିଭୂମି ଦୃଢୀକରଣ ଲାଗି ସରକାର ୧୦,୭୦୦ କୋଟି ଟଙ୍କାର ଟେଲିକମ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ରାଜ୍ୟଗୁଡିକର ଟେଲି ସଂଯୋଗ ଉନ୍ନତ ହୋଇ ପାରିବ ବୋଲି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୧୬-୧- ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ କ୍ୟାଶ ବ୍ୟାକ୍‌ ଅଫର ଘୋଷଣା କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ୧୦୦% କ୍ୟାଶବ୍ୟାକ୍‌ ପ୍ରଦାନ କରିବ ବୋଲି ସୂଚନା ଦେଇଛି। ୩୯୮ କିମ୍ବା ଏହା ଠାରୁ ଅଧିକ ଦାମର ରିଚାର୍ଜ ଉପରେ ଗ୍ରାହକ ମାନେ ଏହି ଅଫର ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬-୧- ସରକାର ବିଦ୍ୟୁତ ଆଇନରେ ଆଗାମୀ ଦିନରେ ଶଂସୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହା ସହ ଇଯାନକୁ ପ୍ରୋତ୍ସାହିତ କରିବାକୁ ଚାର୍ଜିଂ ଷ୍ଟେଶନ ସ୍ଥାପନାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ନୂଆଦିଲ୍ଲୀ,୧୬-୧- ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତ ୨୭ ବିଲିୟନ ଡଲାର(୧.୭୫ ଲକ୍ଷ କୋଟି) ପୁଞ୍ଜି ଲାଭ କରିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଘରୋଇ ବଜାର ୨୦୧୭ରେ ୧୫.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲଫନ୍ସ କାନନ ଥାନନ ସୂଚନା ଦେଇଛନ୍ତି।

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।