ଜୀବନଚର୍ଯ୍ୟା |

କ୍ୟାନ୍‌ସରକୁ ଚିହ୍ନଟ କରିପାରୁଛି ନୂଆ ଡିଭାଇସ୍‌

କ୍ୟାନ୍‌ସରକୁ ଚିହ୍ନଟ କରିପାରୁଛି ନୂଆ ଡିଭାଇସ୍‌

ହ୍ୟୁଷ୍ଟନ୍‌:ବୈଜ୍ଞାନିକମାନେ ପେନ୍‌ ଭଳି ଏକ ଯନ୍ତ୍ର ବିକାଶ କରିଛନ୍ତି। ଏହା ଅସ୍ତ୍ରୋପଚାର ବେଳେ ୧୦ସେକେଣ୍ଡ ମଧ୍ୟରେ ଅବିକଳ କ୍ୟାନ୍‌ସର ତନ୍ତୁକୁ ଚିହ୍ନଟ କରିପାରୁଛି। ଏହାଦ୍ୱାରା କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଘଟିବା ସହିତ କର୍କଟ ବ୍ୟାପିବା ଆଶଙ୍କାକୁ ଦୂର କରାଯାଇପାରିବ। ଆମେରିକାର ଅଷ୍ଟିନ୍‌ସ୍ଥିତ ଟେକ୍ସାସ୍‌ ୟୁନିଭର୍ସିଟି ଗବେଷକଙ୍କ ଦ୍ୱାରା ବିକଶିତ ମାସସ୍ପେକ୍‌ ପେନ୍‌କୁ ହାତରେ ଧରି ବ୍ୟବହାର କରାଯିବ। ଅସ୍ତ୍ରୋପଚାର ବେଳେ କେଉଁ ଟିସୁକୁ କଟାଯିବ ଏବଂ କେଉଁ ଟିସୁକୁ ସେମିତି ଛାଡ଼ିଦିଆଯିବ ସେ ସମ୍ପର୍କରେ ଉକ୍ତ ପେନ୍‌ ସ୍ପଷ୍ଟ ସୂଚନା ଦେଇପାରିବ। ବର୍ତ୍ତମାନ କର୍କଟ ରୋଗର ଲକ୍ଷଣ ଏବଂ କର୍କଟ ରୋଗାକ୍ରାନ୍ତ ତନ୍ତୁ ଚିହ୍ନଟ ପାଇଁ ଯେଉଁ ପଦ୍ଧତି ବ୍ୟବହାର କରାଯାଉଛି ତାହା ଅଧିକ ସମୟ ନେଉଛି ଏବଂ ବେଳେବେଳେ ଭୁଲ୍‌ ବି ହୋଇଥାଏ। ବର୍ତ୍ତମାନର ମାସସ୍ପେକ୍‌ ପେନ୍‌ ଦ୍ୱାରା ୨୫୩ ଲୋକଙ୍କ କର୍କଟରୋଗର ତନ୍ତୁକୁ ନଷ୍ଟ କରାଯିବା ସହିତ ୧୦ସେକେଣ୍ଡ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ୯୬% ଠିକ୍‌ ଥିବା ଜାଣିବାକୁ ମିଳିଛି।
ଜୀବନ୍ତ କୋଷ, ତାହା ସୁସ୍ଥ ହୋଇଥାଉ କି କର୍କଟ ରୋଗାକ୍ରାନ୍ତ ଛୋଟ ଛୋଟ ମଲିକ୍ୟୁଲ୍‌ ସୃଷ୍ଟି କରନ୍ତି। ଏଗୁଡିକୁ ମେଟାବୋଲାଇଟ୍ସ କୁହାଯାଏ। ଏହି ମଲିକ୍ୟୁଲ୍‌ଗୁଡିକ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସହ ସମ୍ପୃକ୍ତ। ଏହିସବୁ ପ୍ରକ୍ରିୟା ହେଲା-ଶକ୍ତି ସୃଷ୍ଟି, ଶାରୀରିକ ଅଭିବୃଦ୍ଧି ଓ ପ୍ରଜନନ ଏବଂ ଶରୀରରୁ ବିଷାକ୍ତ ଦ୍ରବ୍ୟ ନିଷ୍କାସନ ଇତ୍ୟାଦି। ପ୍ରତ୍ୟେକ ପ୍ରକାର କର୍କଟ ଏକ ସ୍ବତନ୍ତ୍ର ପ୍ରକାର ମେଟାବୋଲାଇଟ୍ସ ଓ ଅନ୍ୟ ବାୟୋମାର୍କର ସୃଷ୍ଟି କରନ୍ତି ଯାହା ଫିଙ୍ଗରପ୍ରିଣ୍ଟ ଭଳି କାର୍ଯ୍ୟ କରେ। ଏ ସମ୍ପର୍କରେ ଟେକ୍ସାସ୍‌ ୟୁନିଭର୍ସିଟି ଆସିଷ୍ଟାଣ୍ଟ ପ୍ରଫେସର ଲିଭିଆ ସ୍କିଆଭିନାଟୋ ଏବରଲିନ୍‌ କହନ୍ତି, କର୍କଟ କୋଷିକା ଏବଂ ସ୍ବାଭାବିକ କୋଷିକାରେ ମେଟାବୋଲାଇଟ୍‌ସ ସମ୍ପୂର୍ଣ୍ଣ ପୃଥକ୍‌ ହୋଇଥିବାରୁ ଆମେ ସେହି କୋଷିକାରୁ ମଲିକ୍ୟୁଲାର ଫିଙ୍ଗରପ୍ରିଣ୍ଟ ପାଇବା ଲାଗି ତାହାକୁ ମାସସ୍ପେକ୍‌ ପେନ୍‌ ଦ୍ୱାରା ବିଶ୍ଳେଷଣ କଲୁ। ଏହି ସରଳ, ରାସାୟନିକ ପ୍ରକ୍ରିୟା ଦ୍ୱାରା ମାସ୍‌ସ୍ପେକ୍‌ ପେନ୍‌ କୋଷିକାର କୌଣସି କ୍ଷତି ନ ଘଟାଇ ତୁରନ୍ତ କର୍କଟ ଆକ୍ରାନ୍ତ କୋଷିକା ସମ୍ପର୍କରେ ସୂଚନା ଦେଇପାରିଲା ବୋଲି ଏବରଲିନ୍‌ ପ୍ରକାଶ କରିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସାଧାରଣତଃ ବିବାହର ୪ ଦିନ ପରେ ଚତୁର୍ଥୀ ରାତିରେ ବରକନ୍ୟାଙ୍କ ହୋଇଥାଏ ମିଳନ। ତେବେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଚତୁର୍ଥୀ ରାତିରେ ବରକନ୍ୟା ଅଲଗା ଅଲଗା ଘରେ ଶୋଇଥାନ୍ତି ।

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି।

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗ ବିଭିନ୍ନ ବାହକ ଦ୍ୱାରା ସଂକ୍ରମିତ ହୋଇାଥାଏ। ସାଧାରଣତଃ ଜଳ, ବାୟୁ, ଖାଦ୍ୟ, ସ୍ପର୍ଶ ଦ୍ୱାରା ରୋଗ ସଂକ୍ରମିତ ହୋଇଥାଏ । ତେବେ ଜଣେ ରୋଗୀର ସଂସ୍ପର୍ଶରେ ଏହିସବୁ ଉପାଦାନଗୁଡ଼ିକ ଆସିଲେ ବ୍ୟକ୍ତି ଦେହରୁ ଜୀବାଣୁଗୁଡ଼ିକ ବାହକର ଦେହକୁ ସ୍ଥାନାନ୍ତରିତ ହୁଏ ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

Model This Week

ରୂପେଶ