ଜୀବନଚର୍ଯ୍ୟା |

ସୁମଧୁର ସଂଗୀତ ଶୁଣିଲେ ସୃଜନଶୀଳତା ବୃଦ୍ଧିପାଏ

ସୁମଧୁର ସଂଗୀତ ଶୁଣିଲେ ସୃଜନଶୀଳତା ବୃଦ୍ଧିପାଏ

ମେଲବୋର୍ନ:ସୁମଧୁର ସଂଗୀତ ଶୁଣିଲେ କୌଣସି ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇପାରେ। ନୀରବ ରହିବା ଅପେକ୍ଷା ସୁଗମ ସଂଗୀତ ଶୁଣିଲେ ଅଭିନବ ଧାରଣା ଓ ଭାବପ୍ରବଣତା ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକମାନେ ଏକ ଅଧ୍ୟୟନ କରି ଜାଣିପାରିଛନ୍ତି। ଅଷ୍ଟ୍ରେଲିଆର ଟେକ୍ନୋଲୋଜି ସିଡ୍‌ନୀ ୟୁନିଭର୍ସିଟିର ଗବେଷକମାନେ ୧୫୫ ଅଂଶଗ୍ରହଣକାରୀଙ୍କୁ କେତେକ ପ୍ରଶ୍ନର ଉତ୍ତର ଦେବାକୁ କହିବା ସହିତ ସେମାନଙ୍କୁ ୪ ଭାଗରେ ବିଭକ୍ତ କରିଥିଲେ। ପ୍ରତ୍ୟେକ ଗ୍ରୁପ୍‌କୁ ନୀରବ, ଦୁଃଖଦ, ସୁଖସମ୍ପନ୍ନ ଏବଂ ଉକତ୍ଣ୍ଠାପୂର୍ଣ୍ଣ ସଂଗୀତ ଶୁଣାଇ ଦିଆଯାଇଥିଲା। ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବାମାତ୍ରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ। ଗବେଷକମାନେ ଦେଖିବାକୁ ପାଇଲେ ଯେ, ମଧୁର ଶାସ୍ତ୍ରୀୟ କୁହାଯାଉଥିବା ସୁମଧୁର ସଂଗୀତ ଶୁଣିବା ଦ୍ୱାରା ଶ୍ରୋତାଙ୍କ ମନରେ ଏକ ସକାରାମତ୍କ ଭାବଧାରା ସୃଷ୍ଟିହେଉଛି। ନୀରବ ରହିବା ଅପେକ୍ଷା ଏହି ଗୀତ ଶୁଣିଲେ ଶ୍ରୋତାଙ୍କ ମନରେ ବିଭିନ୍ନ ସୃଜନାମତ୍କ ଭାବଧାରା ସୃଷ୍ଟିହୋଇଥାଏ। ଏଥିସହିତ ସୁଗମ ସଂଗୀତ ଶୁଣିବା ଦ୍ୱାରା ଚିନ୍ତାଧାରାରେ ନମନୀୟତା ବୃଦ୍ଧିପାଏ। ଏହାଦ୍ୱାରା ମନରେ ଭାବପ୍ରବଣତା ସୃଷ୍ଟିହୁଏ। କିନ୍ତୁ ଜଣେ ନୀରବରେ ଧୀରେ ଧୀରେ ସଂଗୀତ ଶୁଣିବା ଦ୍ୱାରା ଏପରି ହୋଇପାରି ନ ଥାଏ। ଏହି ଅଧ୍ୟୟନରୁ ସ୍ପଷ୍ଟ ବୁଝାପଡୁଛି ଯେ, ସୃଜନଶୀଳତାର ଲକ୍ଷଣ ସଂଗୀତ ମାଧ୍ୟମରେ ବୃଦ୍ଧି ପାଇଥାଏ। ସଂଗୀତ ଶୁଣିବା ଦ୍ୱାରା ମନରେ ସୃଜନାମତ୍କ ଚିନ୍ତାଧାରା ତ୍ୱରାନ୍ବିତ ହୁଏ ଏବଂ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡେନାହିଁ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଜଳବାୟୁ ପ୍ରଦୂଷଣ ଫଳରେ ଶରୀରରେ ନାନା ସମସ୍ୟା ଦେଖାଯାଉଛି। ଏମିତିକି ବୟସ ହେବା ପୂର୍ବରୁ ଅନେକ ଲୋକଙ୍କର କେଶ ମଧ୍ୟ ଧଳା ହୋଇ ଯାଉଛି। ତେବେ ଘରୋଇ ଉପଚାର ମାଧ୍ୟମରେ ଏହି ଧଳା କେଶକୁ କଳା କରିହେବ।

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ସନ୍ତାନ ଚାହୁଁଥିବା ମହିଳା ଆଇଭିଏଫ ଦ୍ୱାରା ସହଜରେ ଗର୍ଭବତୀ ହୋଇ ପାରନ୍ତି। ଏହା ‘ଟେଷ୍ଟଟ୍ୟୁବ୍‌’ ବେବି ପ୍ରଣାଳୀ ଭାବେ ବେଶ୍‌ ପରିଚିତ । ଏହି ପଦ୍ଧତିରେ ଡିମ୍ବାଣୁକୁ ଜରାୟୁ ବାହାରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍‌ କରାଯାଏ।

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ପୁରୁଷଙ୍କ ତୁଳନାରେ ମହିଳା ଅଧିକ ହୃଦ୍‌ଘାତର ଶିକାର ହୋଇଥାନ୍ତି। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ କ୍ଷରଣ ହେଉଥିବା ଇଷ୍ଟ୍ରୋଜେନ୍‌ ହରମୋନ ହୃତ୍‌ପିଣ୍ଡର ସୁରକ୍ଷା କରିଥାଏ।

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସାଧାରଣତଃ ବିବାହର ୪ ଦିନ ପରେ ଚତୁର୍ଥୀ ରାତିରେ ବରକନ୍ୟାଙ୍କ ହୋଇଥାଏ ମିଳନ। ତେବେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଚତୁର୍ଥୀ ରାତିରେ ବରକନ୍ୟା ଅଲଗା ଅଲଗା ଘରେ ଶୋଇଥାନ୍ତି ।

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି।

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗ ବିଭିନ୍ନ ବାହକ ଦ୍ୱାରା ସଂକ୍ରମିତ ହୋଇାଥାଏ। ସାଧାରଣତଃ ଜଳ, ବାୟୁ, ଖାଦ୍ୟ, ସ୍ପର୍ଶ ଦ୍ୱାରା ରୋଗ ସଂକ୍ରମିତ ହୋଇଥାଏ । ତେବେ ଜଣେ ରୋଗୀର ସଂସ୍ପର୍ଶରେ ଏହିସବୁ ଉପାଦାନଗୁଡ଼ିକ ଆସିଲେ ବ୍ୟକ୍ତି ଦେହରୁ ଜୀବାଣୁଗୁଡ଼ିକ ବାହକର ଦେହକୁ ସ୍ଥାନାନ୍ତରିତ ହୁଏ ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

Model This Week

ରୂପେଶ