ଫୁରସତ |

ରକ୍ତ ବିକୃତିରୁ ଭାମ୍ପାୟାର୍‌ ସୃଷ୍ଟି

ରକ୍ତ ବିକୃତିରୁ ଭାମ୍ପାୟାର୍‌ ସୃଷ୍ଟି
ବୋଷ୍ଟନ୍‌: ରକ୍ତ ପିଉଥିବା ଭାମ୍ପାୟାର୍‌ ବିଷୟରେ ପରୀ ରାଇଜ କାହାଣୀ କିମ୍ବା ଫିଲ୍ମ ପରଦାରେ ଦେଖିବାକୁ ମିଳିଥାଏ। ଏହା ଏକ କାଳ୍ପନିକ କାହାଣୀ ବୋଲି ସାଧାରଣତଃ ଧରାଯାଇଥାଏ। ଅର୍ଥାତ୍‌ ଭାମ୍ପାୟାର୍‌ ବୋଲି କିଛି ନ ଥାଏ। କିନ୍ତୁ ପ୍ରକୃତ ମଣିଷ ଏଭଳି କିଛି ସ୍ବଭାବ ପ୍ରକଟ କରିଥାନ୍ତି, ଯାହାକୁ ଭାମ୍ପାୟାର୍‌ ବୋଲି କୁହାଯାଇଥାଏ ବୋଲି ସଦ୍ୟ ଏକ ଗବେଷଣା ପରେ ଜଣାପଡ଼ିଛି। ବୋଷ୍ଟନ୍‌ ଚିଲ୍‌ଡ୍ରେନ୍‌ କ୍ୟାନ୍‌ସର ଆଣ୍ଡ ବ୍ଲଡ୍‌ ଡିଜ୍‌ଅର୍ଡର ସେଣ୍ଟରର ବିଶେଷଜ୍ଞ କେରୀ ପାଓ କହିଛନ୍ତି ଯେ, ପ୍ରକୃତରେ ଭାମ୍ପାୟାର ବୋଲି କିଛି ନ ଥାଏ। ମଣିଷର ଏଭଳି ସ୍ବଭାବ ଲାଗି ଏକ ଦୁର୍ଲଭ ଜେନେଟିକ୍‌ ବ୍ଲଡ୍‌ ଡିଜ୍‌ଅର୍ଡର ଦାୟୀ। ଅର୍ଥାତ୍‌ ରକ୍ତରେ ଏକ ବିରଳ ବିକୃତି ଯୋଗୁ ମଣିଷ ଏଭଳି ବ୍ୟବହାର ପ୍ରଦର୍ଶନ କରିଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ସୂର୍ଯ୍ୟକରିଣ ପଡ଼ିଲେ ଚର୍ମ ଛିଣ୍ଡି ଯାଇଥାଏ। ଏହାକୁ ପୋର୍ଫିରିଆସ୍‌ ରୋଗ ବୋଲି କୁହାଯାଏ। ୮ଟି ରକ୍ତଜନିତ ବିକୃତି ମଧ୍ୟରୁ ଏହା ହେଉଛି ଗୋଟିଏ। ଶରୀରରେ ହେମ୍‌ ତିଆରି କରିବା ଲାଗି ପୋର୍ଫିରିଆସ ରୋଗ ମଣିଷ ଶରୀରରେ ଅଣୁ ବ୍ୟବସ୍ଥା ବା ମଲିକ୍ୟୁଲାର ମେଶିନାରୀକୁ ପ୍ରଭାବିତ କରିଥାଏ। ହେମ୍‌ ହେଉଛି ହିମୋଗ୍ଲୋବିନ୍‌ର ଏକ ତତ୍ତ୍ୱ। ଭିନ୍ନ ଭିନ୍ନ ଜେନେଟିକ୍‌ ଭେରିଏଶନ୍‌ ହେମ୍‌ ସୃଷ୍ଟିହେବାରେ ପ୍ରଭାବିତ କରିଥାଏ। ଏହାର ଏକ ପ୍ରକାରକୁ ଆମେ ଭାମ୍ପୟାର୍‌ ବୋଲି କହିଥାଉ। ସବୁଠାରୁ ସାଧାରଣ ପୋର୍ଫିରିଆସ୍‌ ହେଉଛି ଇରିଥୋପଏଟିକ୍‌ ପ୍ରୋଟୋପୋର୍ଫେରିଆ (ଇପିପି)। ଏହା ବିଶେଷକରି ବାଲ୍ୟାବସ୍ଥାରେ ଦେଖିବାକୁ ମିଳିଥାଏ। ଆଲୋକ ସଂସ୍ପର୍ଶରେ ଆସିବା ପରେ ଆକ୍ରାନ୍ତଙ୍କ ଚର୍ମ ସମ୍ବେଦନଶୀଳ ହୋଇଥାଏ। ସେମାନଙ୍କ ପାଇଁ ଏହା ଯନ୍ତ୍ରଣାଦାୟକ ହୋଇଥାଏ। ଫଳରେ ସେମାନେ ଦିନରେ ବାହାରକୁ ବାହାରି ନ ଥାନ୍ତି। ସେମାନେ ଅତି ଯନ୍ତ୍ରଣା ଦେଇ ଗତି କରିଥାନ୍ତି। ଏପରି କି ବାଦଲ ପାଗ ଥିଲେ ମଧ୍ୟ ଅଲ୍‌ଟ୍ରାଭାଓଲେଟ୍‌ ଲାଇଟ୍‌ ଯୋଗୁ କାନ, ନାକ ସମେତ ଶରୀରର ଅଂଶ ଛିଣ୍ଡି ଯାଇଥାଏ। ଚର୍ମ ଛିଣ୍ଡି ଯାଇଥାଏ। ସେମାନେ ଭାମ୍ପାୟାର୍‌ ଭଳି ଦେଖାଯାଇଥାନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ଶହ ଶହ ବର୍ଷ ପୂର୍ବେ ଆକ୍ରାନ୍ତମାନେ ଦିନବେଳା ଘର ଭିତରେ ଲୁଚି ରହୁଥିଲେ ଏବଂ ରାତିରେ ବାହାରୁଥିଲେ। ହେମ୍‌ ଅଂଶ ପ୍ରଚୁର ଥିବା ପ୍ରାଣୀଙ୍କ ରକ୍ତପାନ କରୁଥିଲେ। ଫଳରେ ସେମାନେ ରୋଗରୁ ସାମାନ୍ୟ ଆଶ୍ୱସ୍ତି ପାଉଥିଲେ। ଏହି ଅଭ୍ୟାସକୁ ଲୋକେ ଭାମ୍ପାୟାର୍‌ ବୋଲି ଧରିନେଉଥିଲେ। ଏହାକୁ ନେଇ ଅନେକ କାହାଣୀ ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ପ୍ରକୃତରେ ସେମାନେ ରକ୍ତ ପିପାସୁ ଭାମ୍ପାୟାର୍‌ ନୁହନ୍ତି। ସେମାନେ ମଧ୍ୟ ସାଧାରଣ ମଣିଷ ବୋଲି ବିଶେଷଜ୍ଞ କେରୀ କହିଛନ୍ତି।
All Right Reserved By

ଫୁରସତ |

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି।