ଉପକୂଳ ଓଡିଶା

ଜିଲା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଜିଲା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ଯାଜପୁର ଅଫିସ,୧୩। ୩ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ବିପର୍ଯ୍ୟୟ ପରିଚାଳନା କମିଟି କର୍ତ୍ତୃପକ୍ଷଙ୍କ ରୌଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଜନଗହଳି ସ୍ଥାନଗୁଡ଼ିକରେ ବିଗତ ବର୍ଷଭଳି ଜଳଛତ୍ର ଖୋଲିବା, ଚଳିତ ବର୍ଷ ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ଏହି ଜଳଛତ୍ରଗୁଡିକୁ ପରିଚାଳନା ହେବାକୁ ଥିବାରୁ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା, ଜିଲା ଜରୁରୀ ବିଭାଗ ତରଫରୁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା, ବ୍ଲକ, ତହସିଲ ଓ ଅନ୍ୟାନ୍ୟ ଲାଇନ୍‌ ଡିପାର୍ଟମେଣ୍ଟଗୁଡ଼ିକ ଅନୁରୂପ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକରେ ଅଂଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା, ଲୋକମାନେ ଟାଣ ଖରାରେ ଅତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଛତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବାକୁ ନିଷ୍ପତ୍ତି ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଲକ ପ୍ରଶାସନ, ଜନସ୍ବାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତପତ୍ର ହେବା ସହ ଅଚଳ ନଳକୂପ ଓ ପାଇପଲାଇନଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ କରି ରଖିବା ସହ ଜଳ ସମସ୍ୟା ସମ୍ପର୍କିତ ଅଭିଯୋଗ ପୁସ୍ତିକାକୁ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳ ଭୋଳ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ୍‌ ସହ ଅଂଶୁଘାତ ଚିକିସତ୍ା କକ୍ଷ ବ୍ୟବସ୍ଥା, ବରଫ, ଏସି ରୁମ୍‌, କୁଲର ବ୍ୟବସ୍ଥା ଇତ୍ୟାଦି କରିବା, ପ୍ରାଣୀ ଚିକିସତ୍। ବିଭାଗ ପକ୍ଷରୁ ପଶୁଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକମାନେ ପୂର୍ବାହ୍ନ ୧୧ ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ ନ କରିବା, କାର୍ଯ୍ୟ କରୁଥିବାସ୍ଥାନରେ ପାନୀୟ ଜଳ, ଛାଇ ଇତ୍ୟାଦିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ସମୟରେ ବସ ଚଳାଚଳ ବନ୍ଦ ରଖିବା, ବସ୍‌ରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ବରଫ ଇତ୍ୟାଦି ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ଗୁଡିକ ସକାଳୁଆ କ୍ଲାସ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲାରେ ୧୬,୮୪୮ ନଳକୂପ ଓ ୨୯୮ ଟି ପାଇପ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ । ଶିଳ୍ପ ସଂସ୍ଥାଗୁଡ଼ିକ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ଜଳଛତ୍ର କେନ୍ଦ୍ର ଖୋଲିବା ପାଇଁ ପରାମର୍ଶ ଦିଆଯାଇଥିଲା। କୌଣସିଠାରେ ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆସିଲେ ତହସିଲଦାର ଓ ସ୍ବାସ୍ଥ୍ୟ ଅଧିକାରୀ ୩ ଦିନ ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ଊପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିର୍ଦ୍ଦେଶ ଦେବାସହ ମୃତକଙ୍କ ଶବକୁ ତୁରନ୍ତ ସଂସ୍କାର ନ କରି ଆଇନ ଅନୁସାରେ ପୋଷ୍ଟମର୍ଟମ, ତଦନ୍ତରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ସରକାରୀ ସହାୟତା ମିଳିବା ସହଜ ହେବ ବୋଲି ସେ କହିଥିଲେ ଏପ୍ରିଲ ୨ ତାରିଖ ଠାରୁ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ସକାଳୁଆ ହେବ ବୋଲି ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସୂଚନା ଦେଇଥିଲେ ା ବୈଠକରେ ବିିଡିଓ, ତହସିଲଦାର, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
All Right Reserved By

ଉପକୂଳ ଓଡିଶା

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ନୂଆଗାଁ (ଡି.ଏନ.ଏ.)/ନୟାଗଡ଼ ଅଫିସ,୧୮ା୨- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଚାଲିଥିବାବେଳେ ଏହାର ଏକ ଓଭରବ୍ରିଜରେ ଫାଟ ସୃଷ୍ଟି ହେଲାଣି।

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ନୂଆଗାଁ,୧୮ା୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଛି। ସେହିପରି ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଆଉ ମାତ୍ର କିଛିଦିନ ପରେ ପିଲାମାନେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏପରି ସମସ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। 

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ବୋଲଗଡ଼,୧୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ତାରେଶ୍ୱରଦେବଙ୍କ ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ରବିବାର ବିଂଶତମ ନୀଳାଚଳ ଭକ୍ତ ସମ୍ମିଳନୀ ଓ ଶିବତତ୍ତ୍ୱ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

କଣ୍ଟିଲୋରେ  ମାଘମେଳା ଆରମ୍ଭ

କଣ୍ଟିଲୋରେ ମାଘମେଳା ଆରମ୍ଭ

ଖଣ୍ଡପଡ଼ା,୧୮ା୨(ଅଜୟ କୁମାର ମହାରଣା)-ଚିତ୍ତବୋଧ ବା ଚିତ୍ତ ବିନୋଦ ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ଜରା ଶବର ତୀରରେ ନିହତ ହୁଅନ୍ତି  ଶ୍ରୀକୃଷ୍ଣ ା କିନ୍ତୁ ତାଙ୍କର ମର ଶରୀରକୁ ଅଗ୍ନି ଗ୍ରାସ କରିପାରେ ନାହିଁ। 

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

କେନ୍ଦ୍ରାପଡା ଅଫିସ, ୧୭।  ୨-  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଡଲ୍‌ଫିନ ସଂଖ୍ୟା ହ୍ରାସ ପାଇଛି। ପୂର୍ବବର୍ଷ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୋଟ ୩୦୭ଟି ଡଲ୍‌ଫିନ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୨୬କୁ ଖସିଆସିଛି। ଗତ ଜାନୁୟାରୀ ୧୯ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଡଲ୍‌ଫିନ ଗଣନା ହୋଇଥିଲା। ଏହି ସମୟରେ ସାମୁଦ୍ରିକ ଅଞ୍ଚଳରେ ୧୪ଟି ଇରାୱାଡି, ୧୪ଟି ବଟଲନୋଜ ଓ ୯୮ଟି ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିଲା। 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

କେନ୍ଦ୍ରାପଡା ଅଫିସ, ୧୭।୨- ଗତ ୧୪ ଅପରାହ୍ନ ସମୟରେ କାଶ୍ମୀରର ପୁଲ୍‌ୱାମାଠାରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କ ଗାଡିକୁ ଆତଙ୍କି ହମଲା ହୋଇଥିଲା । ଏଥିରେ ୪୦ଜଣ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦୀପଦାନ, ମହମବତୀ ଶୋଭାଯାତ୍ରା ଓ ଶହୀଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେମାନଙ୍କ ଉଦ୍ଦେଶ୍ୟରେ ରବିବାର କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥିତ ବଜାର ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ  ରହିଛି। ଶହୀଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି । ତିନିମୁହାଣୀ ବଜାର ସଂଘ ଓ ଧର୍ମରକ୍ଷା ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ  କରାଯାଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡା,୧୭।୨(ସ୍ବ.ପ୍ର.)- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୟାଗଡ ଜିଲା ଖଣ୍ଡପଡାଠାରେ ଶୁକ୍ରବାର କାଠ ଅନୁକୂଳ ହୋଇଛି। ରୁକୁଣା ରଥ  ନିମନ୍ତେ କାଠ ପାଇଁ ଖଣ୍ଡପଡା ଏନ୍‌ଏସି ଅନ୍ତର୍ଗତ ୧୨ ନଂ ୱାର୍ଡ ବାଇପାସ ରାସ୍ତା ପାର୍ଶ୍ୱ ଆଞ୍ଚଳିକ ସାମ୍ବାଦିକ ଭବନ ପରିସରରେ ଥିବା ଆମ୍ବଗଛ ନିକଟରେ ପୂଜାର୍ଚ୍ଚନା କରାଯାଇଛି । 

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆଗାଁ,୧୭।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କାର୍ଯ୍ୟରେ ଅନିୟମିତତା ହୋଇଛି। ଶ୍ରମିକ ବଦଳରେ ମେଶିନ୍‌ରେ କାର୍ଯ୍ୟ କରାଇ ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଉଛି । 

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି।