ଉପକୂଳ ଓଡିଶା

ଖଣି ଅଞ୍ଚଳରେ ହେବ ପାନୀୟ ଜଳ ମେଗା ପ୍ରକଳ୍ପ

ଖଣି ଅଞ୍ଚଳରେ ହେବ ପାନୀୟ ଜଳ ମେଗା ପ୍ରକଳ୍ପ
କାଳିଆପଣି ୧୩।୩(ଡିଏନ୍‌ଏ)- ଖଣି ଅଞ୍ଚଳରେ ଜଳ ସଙ୍କଟ ଦୂର ହେବ । ଏଥିପାଇଁ ଖୁବ୍‌ଶୀଘ୍ର ୧୨୫କୋଟି ଟଙ୍କା ବ୍ୟୟ ବରାଦରେ ଏକ ମେଗାଜଳ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଖଣି ସଂଲଗ୍ନ ଗ୍ରାମ ଗୁଡ଼ିକରେ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଫଳରେ ଜଳ ସଙ୍କଟ ଦେଖାଯିବାର ବହୁ ସମ୍ଭାବନା ସୃଷ୍ଟି କରିଛି। ଆଉ ଏହାକୁ ମୁକାବିଲା କରିବାକୁ ସୁକିନ୍ଦା ବିଧାୟକ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଖଣି ନିଗମ ଅତିଥିଶାଳାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଖଣିଜ ଓ କାରଖାନା ରହିଥିବା ଅଞ୍ଚଳରେ ଡିଏମ୍‌ଏଫ୍‌ ଫଣ୍ଡ ଗଠନ କରିଛନ୍ତି। ଯେଉଁଥିରେ ଖଣିଜ ପାଣ୍ଠି ଖର୍ଚ୍ଚ କରି ଖଣିପ୍ରଭାବିତ ଗ୍ରାମ ଗୁଡ଼ିକରେ ସାମଗ୍ରୀକ ବିକାଶ କରାଯାଇପାରିବ। ଏନେଇ ୨୦୧୫ରେ ପ୍ରଥମ ଖଣିଜ ପାଣ୍ଠି ବୈଠକରେ ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ଜଳପ୍ରକଳ୍ପ ନିର୍ମାଣ କରାଯିବାକୁ ସର୍ବସମ୍ମତି ପ୍ରକାଶ ପାଇ ବ୍ୟୟ ବରାଦ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ୩୩ କୋଟି ଟଙ୍କାର କାର୍ଯ୍ୟାଦେଶ ଡକାଯାଇଥିବା ବେଳେ କୌଣସି ଠିକାଦାର ଭାଗ ନେଇ ନ ଥିଲେ ା ଗତ ବର୍ଷ ଗ୍ରୀଷ୍ମପ୍ରବାହ ପ୍ରଚଣ୍ଡ ସମୟରେ ପାନୀୟଜଳ ସଙ୍କଟ ଦେଖାଯାଇଥିଲା ଫଳରେ କାଯର୍‌ୟରତ ଖଣି କମ୍ପାନୀଗୁଡ଼ିକ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଥିଲେ। ଚଳିତ ବର୍ଷ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଦେଖାଯାଇଥିବା ବେଳେ ଆସନ୍ନ ସମସ୍ୟାର ମୁକାବିଲା କରିବାକୁ ସୁକିନ୍ଦା ବିଧାୟକ ଘଡ଼ାଇ ଖଣି କର୍ତ୍ତୃପକ୍ଷଙ୍କୁ ନେଇ ମଙ୍ଗଳବାର ଖଣି ନିଗମ ଅତିଥିଶାଳାରେ ବୈଠକ କରିଛନ୍ତି। ବୈଠକରେ ସୁକିନ୍ଦା ବ୍ଲକ ପୁର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ପୂର୍ବତନ ଉପାଧ୍ୟକ୍ଷ ବିବେକା ବୋଷ, ୯ପଞ୍ଚୟତର ସରପଞ୍ଚ ସମିତିସଭ୍ୟାସଭ୍ୟ, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର ଓ ଓଡ଼ିଶା ଖଣି ନିଗମ ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରା, ନିର୍ମାଣ ବିଭାଗ ବରିଷ୍ଠ ପରିଚାଳକ ଭାଗିରଥି ମାଝି, ବିଦ୍ୟୁତ ପରିଚାଳକ ପ୍ରତାପ କିଶୋର ନାୟକ, ଟାଟା କମ୍ପାନୀ ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତ୍ତୀ, ବାଲେଶ୍ୱର ଆଲଏଜ କମ୍ପାନୀ ଆଡଭାଇଜର ରଞ୍ଜନ କୁମାର ପଟ୍ଟନାୟକ, ଇମ୍ଫା କମ୍ପାନୀ ମାନବସମ୍ବଳ ପରିଚାଳକ ଜଗମମୋହନ ମଲ୍ଲିକ, ଫାକର କମ୍ପାନୀ ପ୍ରଶାସନିକ ଅଧିକାରୀ ଆର.କେ.ସାହୁ , ବିସି ମହାନ୍ତି ଖଣି ଅଧିକାରୀ ଉପସ୍ଥିତିରେ ଆଗାମୀଦିନର ଜଳସମସ୍ୟା ସମାଧାନ କରିବାକୁ ପ୍ରତ୍ୟେକ କମ୍ପାନୀ ଗତ ବର୍ଷ ପରି ଜଳ ଯୋଗାଣ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। କଂସ ପଞ୍ଚାୟତକୁ ମିଶ୍ରୀଲାଲ, କାଳିଆପାଣି ପଞ୍ଚାୟତକୁ ଓଡ଼ିଶା ଖଣି ନିଗମ, ଚିଙ୍ଗୁଡ଼ିପାଳ ପଞ୍ଚାୟତକୁ ଓଡ଼ିଶା ଖଣି ନିଗମ, ରାଁସୋଳ ଓ କାଙ୍କଡ଼ପାଳ ପଞ୍ଚାୟତକୁ ଟାଟା କମ୍ପାନୀ, ପିମ୍ପୁଡ଼ିଆ ପଞ୍ଚାୟତକୁ ବିସି ମହାନ୍ତି, କୁହିକା ପଞ୍ଚାୟତକୁ ବାଲେଶ୍ୱର ଆଲଏଜ କମ୍ପାନୀ, ବନ୍ଧଗାଁ ପଞ୍ଚାୟତକୁ ଫାକର କମ୍ପାନୀ, ଦୁଧଯୁରୀ ପଞ୍ଚାୟତକୁ ଇମ୍ଫା କମ୍ପାନୀ, ଲେମ୍ବୋ ପଞ୍ଚାୟତକୁ ଜିନ୍ଦଲ କମ୍ପାନୀ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବେ ବୋଲି ବିଧାୟକ ଅନୁରୋଧ କରିଥିଲେ। ଆସନ୍ତା ବର୍ଷ ଟ୍ୟାଙ୍କର ଜଳ ଯୋଗାଣ ହୋଇ ନ ପାରେ ବୋଲି ବିଧାୟକ କହିବା ସହ ୧୨୫ କୋଟି ଟଙ୍କା ବ୍ୟୟରେ ମେଗାଜଳ ପ୍ରକଳ୍ପ କାଙ୍କଡ଼ପାଳ ନିକଟରେ ହେବ ବୋଲି ଟେଣ୍ଡର ହେବା ସହ ଏଲଆଣ୍ଡଟି କମ୍ପାନୀ କାର୍ଯ୍ୟାଦେଶ ପାଇଥିବା ଘୋଷଣା କରିଥିଲେ।
All Right Reserved By

ଉପକୂଳ ଓଡିଶା

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

ଓଡଗାଁ, ୧୯।୨(ସ୍ବ.ପ୍ର.)-ନୟାଗଡ଼ ଜିଲା କୁରାଳ ସମବାୟ ମିନି ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀ ଜମାକାରୀଙ୍କ ୬କୋଟି ଟଙ୍କା ଠକେଇ ଅଭିଯୋଗରେ ଜମାକାରୀ ଧାରଣା ଦେଇଛନ୍ତି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଖଣ୍ଡପଡ଼ା, ୧୯।୨(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ-ବାଣପୁର ୪୮ ନଂ. ରାଜ୍ୟ ରାଜପଥର ନୀଳମାଧବ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ନଦୀବନ୍ଧ ତଳକୁ ଓଲଟି ପଡ଼ିଛି। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ନୟାଗଡ଼ ଅଫିସ,୧୯ା୨- ଲାଞ୍ଚ ନେଇ ବି କାମ କରୁନାହାନ୍ତି କିରାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌)ଙ୍କଠାରୁ ଜଣେ କିରାଣି ଲାଞ୍ଚ ନେଇ ବି ସେମାନଙ୍କ ବର୍ଦ୍ଧିତ ବକେୟା ପ୍ରାପ୍ୟ (ଇନ୍‌କ୍ରିମେଣ୍ଟ ଏରିଅର) କାମ କରୁନାହାନ୍ତି। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କଠାରୁ କିରାଣି ଜଣକ ଲାଞ୍ଚ ନେଇଛନ୍ତି।

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

ଓଡ଼ଗାଁ,୧୯ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସମବାୟ ମିନିବ୍ୟାଙ୍କରେ ୭୦୦ ଚାଷୀଙ୍କ ପ୍ରାୟ ୬ କୋଟି ଜମାଟଙ୍କା ହେରଫେର ହୋଇଥିବା ଅଭିଯୋଗ ବହୁଦିନ ପୁରୁଣା। ଚାଷୀମାନେ ସେମାନଙ୍କ କଷ୍ଟ ଅର୍ଜିତ ଧନ ସେବା ସମବାୟ ସମିତି ଅଧୀନରେ ଥିବା ମିନିବ୍ୟାଙ୍କରେ ଜମା ରଖିଥିଲେ ା 

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯ା୨- ନୟାଗଡ଼ ଜିଲାର ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ରହିବା ୧୮ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏମାନଙ୍କୁ ନିଲମ୍ବିତ କରିବା ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପାରାଦୀପ,୧୯ା୨(ସ୍ବ.ପ୍ର.): କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୧୬ରେ ଦେଶର ୮୮ଶହରକୁ ସର୍ବାଧିକ ପ୍ରଦୂଷିତ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ସହର ମଧ୍ୟରୁ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପ ଅନ୍ୟତମ। 

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।