ଖେଳ |

ସୁପର୍‌ କପ୍‌: ଯୋଗ୍ୟତା ପର୍ଯ୍ୟାୟ ପାଇଁ ୪ଟିମ୍‌ ପହଞ୍ଚିଲେ

ସୁପର୍‌ କପ୍‌: ଯୋଗ୍ୟତା ପର୍ଯ୍ୟାୟ ପାଇଁ ୪ଟିମ୍‌ ପହଞ୍ଚିଲେ

ଭୁବନେଶ୍ୱର, ୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ସୁପର୍‌ କପ୍‌ ପରି ଏକ ସମ୍ମାନଜନକ ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଆୟୋଜନ କରିବାର ସୌଭାଗ୍ୟ ଲାଭ କରିଛି କଳିଙ୍ଗ ଷ୍ଟାଡିୟମ। ଏହାର ମୁଖ୍ୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ ୩୧ରୁ କ୍ରୀଡ଼ାର ରାଜଧାନୀ ଭାବେ ପରିଚିତ ଭୁବନେଶ୍ୱରରେ ଆରମ୍ଭ ହେବ। ଏହି ୧୬ ଦଳୀୟ ପ୍ରତିଯୋଗିତା ଲାଗି ଆଇ-ଲିଗ୍‌ ଓ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଶ୍ରେଷ୍ଠ ୬ଟି ଲେଖାଏ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ବଳକା ୪ଟି ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିବେ। ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୧୬ରୁ ଆରମ୍ଭ ହେବ। ଏଥିଲାଗି ୪ଟି ଟିମ୍‌ ଚର୍ଚ୍ଚିଲ ବ୍ରଦର୍ସ, ଚେନ୍ନାଇ ସିଟି ଏଫ୍‌ସି, ଗୋକୁଳମ କେରଳ ଏଫ୍‌ସି, ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଚର୍ଚ୍ଚିଲ ବ୍ରଦର୍ସ, ଗୋକୁଳମ୍‌ ଓ ଚେନ୍ନାଇ ସିଟି ଏଫ୍‌ସି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ଥିବାବେଳେ ନର୍ଥଇଷ୍ଟ ଟିମ୍‌ ରାତିରେ ପହଞ୍ଚତ୍ଛନ୍ତି। ସେହିଭଳି ମୁମ୍ବାଇ ସିଟି, ଏଟିକେ, ଇଣ୍ଡିଆନ ଆରୋସ୍‌ ଓ ଦିଲ୍ଲୀ ଡାଇନୋମୋସ୍‌ ବୁଧବାର ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ ଡାଇନୋମୋସ ଓ ନର୍ଥଇଷ୍ଟ ଏବଂ ଚର୍ଚ୍ଚିଲ ବ୍ରଦର୍ସ ଓ ଗୋକୁଳମ କେରଳ ଏଫ୍‌ସି ମଧ୍ୟରେ ମ୍ୟାଚ୍‌ ଆସନ୍ତା ୧୫ରେ ଅନୁଷ୍ଠିତ ହେବ। ସେହିଭଳି ମୁମ୍ବାଇ ଓ ଆଟ୍‌ଲେଟିକେ ଡି କୋଲକାତା ଏବଂ ଇଣ୍ଡିଆନ ଆରୋସ୍‌ ଓ ଚେନ୍ନାଇ ସିଟି ଏଫ୍‌ସି ମଧ୍ୟରେ ୧୬ରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ।
ସିଧାସଳଖ ଯୋଗ୍ୟତା: ଆଇଜଲ ଏଫ୍‌ସି, ଇଷ୍ଟବେଙ୍ଗଲ, ମିନରେଭା ପଞ୍ଜାବ, ମୋହନ ବାଗାନ, ନେରୋକା, ସିଲଂ ଲାଜଙ୍ଗ୍‌, ପୁଣେ ସିଟି ଏଫ୍‌ସି, ଚେନ୍ନାଇନ, ଜାମସେଦପୁର, କେରଳା ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି।
ଯୋଗ୍ୟତା ପର୍ଯ୍ୟାୟ ଖେଳିବେ: ମୁମ୍ବାଇ ସିଟି ଏଫ୍‌ସି, ଆଟ୍‌ଲେଟିକୋ ଡି କୋଲକାତା, ଇଣ୍ଡିଆନ ଆରୋସ୍‌, ଚେନ୍ନାଇ ସିଟି ଏଫ୍‌ସି, ଦିଲ୍ଲୀ ଡାଇନୋମୋସ୍‌ ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ୍‌, ଚର୍ଚ୍ଚିଲ ବ୍ରଦର୍ସ ଓ ଗୋକୁଳମ କେରଳ ଏଫ୍‌ସି।

All Right Reserved By

ଖେଳ |

ପର୍ତ୍ତୁଗାଲ ନକ୍‌ଆଉଟର ନିକଟତର

ପର୍ତ୍ତୁଗାଲ ନକ୍‌ଆଉଟର ନିକଟତର

ମସ୍କୋ, ୨୦।୬(ଏଏଫପି)- କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ବଳରେ ପର୍ତ୍ତୁଗାଲ ବୁଧବାର ଅନୁଷ୍ଠିତ ଫିଫା ବିଶ୍ୱକପ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ନକ୍‌ଆଉଟର ନିକଟତର ହୋଇଛି।

ଷ୍ଟାଡିୟମ ସଫା କରି ପ୍ରେରଣା ସାଜିଲେ ଜାପାନ ପ୍ରଶଂସକ

ଷ୍ଟାଡିୟମ ସଫା କରି ପ୍ରେରଣା ସାଜିଲେ ଜାପାନ ପ୍ରଶଂସକ

ସାରାନସ୍କ, ୨୧।୬- ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ମଙ୍ଗଳବାର ଜାପାନ ୨-୧ ଗୋଲରେ ଶକ୍ତିଶାଳୀ ଜାପାନକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ପ୍ରଥମଥର ଲାଗି ଜାପାନ କୌଣସି ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ ବିଜୟ ସ୍ବାଦ ଚାଖି ଇତିହାସ ରଚିଛି। ଜାପାନ ଖେଳାଳି ଏହି ମ୍ୟାଚ୍‌ ଜିତି ଦେଶବାସୀଙ୍କ ମନ ଜିଣିଥିବାରେ ସଫଳ ହୋଇଥିବାବେଳେ ଏହାର ପ୍ରଶଂସକ ମଧ୍ୟ ପଛରେ ପଡ଼ିନାହାନ୍ତି।

ପପ୍‌ ସିଙ୍ଗର ମାଲୁମାଙ୍କ ୫.୫ କୋଟି ମୂଲ୍ୟର ବ୍ୟାଗ୍‌ ଚୋରି

ପପ୍‌ ସିଙ୍ଗର ମାଲୁମାଙ୍କ ୫.୫ କୋଟି ମୂଲ୍ୟର ବ୍ୟାଗ୍‌ ଚୋରି

ମସ୍କୋ, ୨୦।୬- ଫିଫା ବିଶ୍ୱକପ୍‌ ଦେଖିବା ଲାଗି ଜଣାଶୁଣା କଲମ୍ବିଆ ପପ୍‌ ଗାୟକ ମାଲୁମା ବର୍ତ୍ତମାନ ରୁଷିଆ ଗସ୍ତରେ ଥିବାବେଳେ ଦାମୀ ଲକ୍ସରି ସାମଗ୍ରୀରେ ଭରା ତାଙ୍କର ଏକ ବ୍ୟାଗ୍‌ ଚୋରି ହୋଇଯାଇଥିବା ଜଣାପଡ଼ିଛି। ଯେଉଁ ବ୍ୟାଗରେ ୭ ଲକ୍ଷ ୮୫ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୫.୫ କୋଟି) ମୂଲ୍ୟର ବିଭିନ୍ନ ସୌଖିନୀ ସାମଗ୍ରୀ ରହିଥିଲା।

ଇଂଲଣ୍ଡ ଦଳରେ କୁରାନ

ନଟିଙ୍ଗହାମ,୨୦।୬(ଏଏଫ୍‌ପି)- ପେସର ସାମ କୁରାନ ଓ କ୍ରେଗ ଓଭର୍ଟନଙ୍କୁ ଅଷ୍ଟ୍ର୍ରେଲିଆ ବିପକ୍ଷ ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ଏ ନେଇ ଇସିବି ପକ୍ଷୁର ବୁଧବାର ଘୋଷଣା କରାଯାଉଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌କୁ ରେକର୍ଡ ବ୍ୟବଧାନରେ ଜିତି ଘରୋଇ ଦଳ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୦ ବ୍ୟବଧାନରେ ଜିତିନେଇଛି।

‘ସର୍ଦ୍ଦାରଙ୍କ ଉପସ୍ଥିତି ଅନ୍ୟ ଖେଳାଳିଙ୍କୁ ପ୍ରେରଣା ଦେବ’

ବେଙ୍ଗାଲୁରୁ,୨୦।୬(ପି.ଟି.)- ଭାରତୀୟ ହକି ଦଳର ବରିଷ୍ଠ ଖେଳାଳି ସର୍ଦ୍ଦାର ସିଂଙ୍କ ଉପସ୍ଥିତ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରେରଣା ଦେବ ବୋଲି ଅଧିନାୟକ ପଦ ହରାଇଥିବା ମନପ୍ରୀତ ସିଂ କହିଛନ୍ତି।

ଏଏଫ୍‌ଆଇ ଟାର୍ଗେଟରେ ହଜାରେ ଯୋଗ୍ୟ କୋଚ୍‌

ନୂଆଦିଲ୍ଲୀ,୨୦।୬(ପି.ଟି.)- ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଆଗାମୀ ୫ ବର୍ଷ ମଧ୍ୟରେ ଏକ ହଜାର ଆଇଏଏଏଫ୍‌ ମାନ୍ୟତା ପ୍ରାପ୍ତ କୋଚ୍‌ ସୃଷ୍ଟି ପାଇଁ ଯୋଜନା କରୁଛି। ଏହାର ଲକ୍ଷ୍ୟ ହେଉଛି ଦେଶରେ ତୃଣମୂଳସ୍ତରରୁ କ୍ରୀଡ଼ାର ସ୍ତରରେ ଉନ୍ନତି ଆଣିବା।

ମଙ୍ଗୋଲିଆ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଶିବ, ସଲମାନ

ମଙ୍ଗୋଲିଆ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଶିବ, ସଲମାନ

ନୂଆଦିଲ୍ଲୀ,୨୦।୬(ପି.ଟି.)- ଭାରତୀୟ ବକ୍ସର ଶିବ ଥପ୍ପା (୬୦ କିଗ୍ରା) ଓ ସଲମାନ ଶେଖ (୫୨କିଗ୍ରା) ଚଳିତ ଉଲାନବାତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି କିକରଙ୍କୁ ବାସନ୍ଦାଦେଶ

ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି କିକରଙ୍କୁ ବାସନ୍ଦାଦେଶ

ଲଣ୍ଡନ,୨୦।୬- ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି ନିକୋଲାସ କିକରଙ୍କୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଏଥିସହ ତାଙ୍କୁ ଜରିମାନା ବାବଦକୁ ୨୫ ହଜାର ଆମେରିକୀୟ ଡଲାର ଜମା କରିବାକୁ ପଡ଼ିବ ବୋଲି ଟେନିସ୍‌ ଇଣ୍ଟରଗ୍ରିଟି ୟୁନିଟ୍‌ (ଟିଆଇୟୁ) ପକ୍ଷୁର ମଙ୍ଗଳବାର ଘୋଷଣା କରାଯାଇଛି। କିକର ଦ୍ୱିତୀୟ ସ୍ତରର ଚ୍ୟାଲେଞ୍ଜର ଟୁର୍ନାମେଣ୍ଟର ଦୁଇଟି ମ୍ୟାଚ୍‌ ଫିକ୍ସିଂ କରିିଥିଲେ।

ଫିଫା ବିଶ୍ୱକପ୍‌: ନେମାର ଆହତ

ଫିଫା ବିଶ୍ୱକପ୍‌: ନେମାର ଆହତ

ସୋଚି(ରୁଷିଆ),୨୦।୬- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ବ୍ରାଜିଲ ଦଳର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦଳର ପ୍ରଥମ ମ୍ୟାଚ୍‌ ନିମ୍ନମାନ୍ୟତା ଧାରୀ ଦଳ ସୁଇଜରଲାଣ୍ଡ ସହ ମ୍ୟାଚ୍‌ ଅମୀମାଂସିତ ରହିବା ପରେ ଷ୍ଟାର ଖେଳାଳି ତଥା ମୁଖ୍ୟ ଷ୍ଟ୍ରାଇକର ନେମାର ଆହତ ହୋଇଛନ୍ତି।

ଦ୍ୱନ୍ଦ୍ୱରେ ରୋହିତଙ୍କ ଇଂଲଣ୍ଡ ଗସ୍ତ

ଦ୍ୱନ୍ଦ୍ୱରେ ରୋହିତଙ୍କ ଇଂଲଣ୍ଡ ଗସ୍ତ

ବାଙ୍ଗାଲୁରୁ,୨୦।୬- ଇଂଲଣ୍ଡ ଗସ୍ତ କରିବାକୁ ଥିବା ଭାରତୀୟ ଦଳରେ ସୀମିତ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରଥମେ ସେ ୟୋ ୟୋ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ପୁଣି ଥରେ ଟେଷ୍ଟ ଦେବାକୁ ସୁଯୋଗ ପ୍ରଦାନ କରାଯାଇଛି। ସେ ବୁଧବାର ସ୍ଥାନୀୟ ଜାତୀୟ କ୍ରିକେଟ ଏକାମେଡୀ(ଏନ୍‌ସିଏ)ଠାରେ ୟୋ ୟୋ ଟେଷ୍ଟର ସମ୍ମୁଖୀନ ହେବେ।

ମୋର୍ଗାନ ଇଂଲଣ୍ଡର ସର୍ବାଧିକ ଦିନିକିଆ ରନ୍‌ ସ୍କୋରର

ମୋର୍ଗାନ ଇଂଲଣ୍ଡର ସର୍ବାଧିକ ଦିନିକିଆ ରନ୍‌ ସ୍କୋରର

ନାଟିଙ୍ଗହାମ,୨୦।୬- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏହି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦିନିକିଆ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇପାରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ନଟିଙ୍ଗହାମ, ୨୦।୬ (ଏଏଫ୍‌ପି)-ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛି। ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ବିନିମୟରେ ୪୮୧ରନ କରି ନିଜ ଦ୍ୱାରା ପ୍ରତିଷ୍ଠିତ ରେକର୍ଡକୁ ଭଙ୍ଗ କରିଛି। ଇଂଲଣ୍ଡ ପକ୍ଷରୁ ଆଲେକ୍ସ ହେଲ୍ସ ସର୍ବାଧିକ ୧୪୭ ରନ କରିଥିବା ବେଳେ ଜନ୍ନି ବେୟାରଷ୍ଟୋ ୧୩୯, ଜାସନ ରୟ ୮୨ ଏବଂ ଅଧିନାୟକ ଇଅନ ମୋର୍ଗାନ ୬୭ ରନ କରିଥିଲେ।

Model This Week

ପ୍ରଭାତ