ଫୁରସତ |

ବନ୍ୟାରୁ ଘରକୁ ସୁରକ୍ଷିତ କରିବ ଆକ୍ୱାଡ୍ୟାମ୍‌

ବନ୍ୟାରୁ ଘରକୁ ସୁରକ୍ଷିତ କରିବ ଆକ୍ୱାଡ୍ୟାମ୍‌
ରୋଜେନ୍‌ବର୍ଗ (ଟେକ୍ସାସ୍‌): ଆମେରିକାର ଟେକ୍ସାସ୍‌ ସମେତ ବିଭିନ୍ନ ଷ୍ଟେଟ୍‌ରେ ବନ୍ୟା ପରିସ୍ଥିତି ଜଟିଳ ରୂପ ଧାରଣ କରିଛି। ପ୍ରଶାସନ ସାଙ୍ଗକୁ ବିଭିନ୍ନ ଚ୍ୟାରିଟି ସଙ୍ଗଠନ ମାଧ୍ୟମରେ ବି ଲୋକଙ୍କ ରିଲିଫ୍‌ ଏବଂ ଉଦ୍ଧାରକାର୍ଯ୍ୟ ପହଞ୍ଚାଯାଉଛି। ଜନସାଧାରଣ ମଧ୍ୟ ନିଜ ଉଦ୍ୟମ ବଳରେ ଏହାର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ଟେକ୍ସାସ୍‌ର ଏକ ପରିବାର ନିଜ ଘରକୁ ବନ୍ୟାଦାଉରୁ ସୁରକ୍ଷିତ ରଖିବା ଲାଗି ଏକ କୃତ୍ରିମ ଡ୍ୟାମ୍‌ ନିର୍ମାର କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଟେକ୍ସାସ୍‌ର ରୋଜେନ୍‌ବର୍ଗ ଅଞ୍ଚଳର ର଼୍ୟାଣ୍ଡି ଏବଂ ଜେନିଫର ସୋଚାଙ୍କୁ ଗତବର୍ଷ ବନ୍ୟା ଯୋଗୁ ଅନେକ କ୍ଷତିସହିବାକୁ ପଡ଼ିଥିଲା। ତେବେ ହାର୍ଭେ ହରିକେନ୍‌ ମାଡ଼ି ଆସୁଥିବା ଜାଣିବାକୁ ପାଇବା ପରେ ନିଜ ଘରକୁ ସୁରକ୍ଷା କରାଯାଇ ପାରିବ, ସେ ନେଇ ର଼୍ୟାଣ୍ଡି ତୁରନ୍ତ ଅନ୍‌ଲାଇନ୍‌ରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଲୁଇଜିଆନାର ଏକ କମ୍ପାନୀ ଜଳପୂର୍ଣ୍ଣ ଏକ ଡ୍ୟାମ୍‌ ଜରିଆରେ ବନ୍ୟା ସମୟରେ ଘରକୁ ସୁରକ୍ଷା ପ୍ରଦାନ କରିପାରିବ ବୋଲି ରାଣ୍ଡି ଜାଣିବାକୁ ପାଇଥିଲେ। ଏହି ଡ୍ୟାମ୍‌ର ନାମ ହେଉଛି ଆକ୍ୱା ଡ୍ୟାମ୍‌। ଏହା ହେଉଛି ଏକ ଓ୍ବାଟର୍‌ ପ୍ରୁଫ୍‌ ଫେବ୍ରିକ୍‌ ଟ୍ୟୁବ୍‌, ଯାହା ପାଣିରେ ଭର୍ତ୍ତି ହୋଇଥାଏ ଏବଂ ବାଲିବସ୍ତା ଭଳି ବ୍ୟବହାର କରାଯାଇଥାଏ। ଏଭଳି ସ୍ଥଳେ ଘରକୁ ପାଣି ଆସିଲେ ଟ୍ୟୁବ୍‌ଟି ପାଣିକୁ ବାହାର କରି ଦେଇଥାଏ। ଏଭଳି ଯୋଗୁ ବନ୍ୟା ସମୟରେ ଜଳ ଶୁଷ୍କ ରହିଥାଏ। ଓ୍ବାଟର୍‌ପ୍ରୁଫ୍‌ ଫେବ୍ରିକ୍‌ରେ ତିଆରି ଏହି ଆକ୍ୱା ଡ୍ୟାମ୍‌ରେ ଏକ ବିଶାଳକାୟ ଟ୍ୟୁବ୍‌ ମଧ୍ୟରେ ଦୁଇଟି ଛୋଟ ଟ୍ୟୁବ୍‌ ବ୍ୟବସ୍ଥିତ ହୋଇ ରହିଥାଏ। ଘର ପରିସରକୁ ପାଣି ପ୍ରବେଶ କରିବା କ୍ଷଣି ଟ୍ୟୁବ୍‌ଗୁଡ଼ିକ ତାହାକୁ ବାହାରକୁ ପମ୍ପ ଜରିଆରେ ବାହାର କରି ଦେଇଥାଏ। ତେବେ ର଼୍ୟାଣ୍ଡି ୭୫୦ ଫୁଟ୍‌ ବିସ୍ତୀର୍ଣ୍ଣ ଡ୍ୟାମ୍‌ ଜରିଆରେ ନିଜ ଘରକୁ ଘୋଡ଼େଇ ରଖିଥିଲେ। ଏଥିଲାଗି ସେମାନଙ୍କୁ ୧୮,୦୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥିଲା। କିନ୍ତୁ ପ୍ରତିବର୍ଷ ଏହାଠାରୁ ବହୁ ଟଙ୍କାର ସମ୍ପତ୍ତି ବନ୍ୟାରେ ନଷ୍ଟ ହୋଇଯାଇଥାଏ। ଗତବର୍ଷ ଏହି ଦମ୍ପତିଙ୍କ ୧୫,୦୦୦ ଡଲାର ମୂଲ୍ୟ ସମ୍ପତ୍ତି ବନ୍ୟାରେ ନଷ୍ଟ ହୋଇଯାଇଥିଲା। ତାହା ତୁଳନାରେ ଏହି ଖର୍ଚ୍ଚ କିଛି ନୁହେଁ ବୋଲି ର଼୍ୟାଣ୍ଡି କହିଛନ୍ତି।
All Right Reserved By

ଫୁରସତ |

କାହିଁକି କରାଯାଏ ଆକାଶ ଦୀପ ଦାନ..

କାହିଁକି କରାଯାଏ ଆକାଶ ଦୀପ ଦାନ..

କାର୍ତ୍ତିକ ମାସରେ ଆକାଶ ଦୀପ ଦାନ କରାଯାଇଥାଏ। ଏକ ବାଉଁଶ ଖମ୍ବରେ ଦଉଡି  ଲଗାଇ ଏକ ମାଟି ପାତ୍ରରେ ପ୍ରତିଦିନ ସଂନ୍ଧ୍ୟାରେ ୮ଟି ଦୀପ ଜଳାଇ ଶ୍ରଦ୍ଧାଳୁ ଏହାକୁ ଛୋଟ ଛୋଟ କଣା ଥିବା ହାଣ୍ଡିରେ ରଖି ପଲମରେ ଢ଼ାଙ୍କି ଦଉଡ଼ିରେ ବାଉଁଶ ଦ୍ୱାରା ଉପରକୁ ପଠାଇଥାନ୍ତି।

ତ୍ୱଚା ବି ବାରିପାରେ ଗନ୍ଧ...

ତ୍ୱଚା ବି ବାରିପାରେ ଗନ୍ଧ...

ଗନ୍ଧ ବାରିବାର କ୍ଷମତା ତ୍ୱଚାର ରହିଛି। ତ୍ୱଚା କୋଷିକାରେ ବିଭିନ୍ନ ଗନ୍ଧ ବାରିବାର ତ୍ବଚା ରହିଥିବା  ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

୨୦୨୦ ମଙ୍ଗଳ ଅଭିଯାନ ପାଇଁ ଅବତରଣ ସ୍ଥଳ ଚିହ୍ନଟ

୨୦୨୦ ମଙ୍ଗଳ ଅଭିଯାନ ପାଇଁ ଅବତରଣ ସ୍ଥଳ ଚିହ୍ନଟ

ଓ୍ବାଶିଂଟନ୍‌: ନାସା ୨୦୨୦ ମଙ୍ଗଳ ମିଶନ୍‌ ପାଇଁ ଏକ ଅବତରଣ ସ୍ଥଳ ଚିହ୍ନଟ କରିଛି। ଏହାକୁ ଜେଜେରୋ କ୍ରେଟର ଡେଲ୍‌ଟା କୁହାଯାଉଛି। ଏଠାକାର ମୃତ୍ତିକାରେ କାଦୁଅ ଓ କାର୍ବୋନେଟ୍‌ ରହିଛି। ଜେଜେରୋ କ୍ରେଟର୍‌ର ଦୀର୍ଘତା ପାଖାପାଖି ୪୫ କିଲୋମିଟର। ମଙ୍ଗଳର ବିଷୁବରେଖାର ଉତ୍ତର ଭାଗରେ ଏହା ଏକ ବୃହତ୍‌ ଅବବାହିକା।

ଗୁମ୍ଫାଘର ପସନ୍ଦ କରନ୍ତି ପାକିସ୍ତାନୀ

ଗୁମ୍ଫାଘର ପସନ୍ଦ କରନ୍ତି ପାକିସ୍ତାନୀ

ନିକ୍କୋ(ପାକିସ୍ତାନ): ଇସ୍‌ଲାମାବାଦ୍‌ର ଉତ୍ତର ପଶ୍ଚିମ ଭାଗରେ ଥିବା ପାର୍ବତ୍ୟାଞ୍ଚଳର ଗୁମ୍ଫାରେ ରହିବାକୁ ହଜାର ହଜାର ପାକିସ୍ତାନୀ ପସନ୍ଦ କରୁଛନ୍ତି। ସମଗ୍ର ପାକିସ୍ତାନରେ ବାସଗୃହର ଅଭାବ ଦେଖାଦେଇଥିବା ବେଳେ ପାହାଡ କଟାଯାଇ ନିର୍ମିତ ହେଉଥିବା ଘର ବୋମା-ନିରୋଧୀ, ଭୂମିକମ୍ପ-ପ୍ରତିରୋଧୀ ଏବଂ ଶସ୍ତା ସାବ୍ୟସ୍ତ ହୋଇଛି।  

୧୩୯୮ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

୧୩୯୮ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ୍‌ ବଚ୍ଚନ ଉତ୍ତରପ୍ରଦେଶର ୧୩୯୮ ଚାଷୀଙ୍କ ଋଣ ପରିଶୋଧ କରିବାରେ ସହାୟତା କରିଛନ୍ତି। ୭୦ଜଣ ଚାଷୀ ମୁମ୍ବାଇକୁ ଆସି ସେମାନଙ୍କ ବ୍ୟାଙ୍କ୍‌ ଚିଠି ନେବାରେ ସେ ସହାୟତା କରିଥିଲେ ବୋଲି ସୋମବାର ବିଳମ୍ବିତ ରାତିରେ ୭୬ବର୍ଷ ବୟସ୍କ ଅମିତାଭ୍‌ ବ୍ଲଗ୍‌ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ରାତିରେ ସ୍ତ୍ରୀ-ସ୍ବାମୀ ଦିନରେ ଅଲଗା...

ରାତିରେ ସ୍ତ୍ରୀ-ସ୍ବାମୀ ଦିନରେ ଅଲଗା...

 ଚାଇନାର ୟୁନାନ ପ୍ରଦେଶରେ ବାସ କରୁଥିବା ମୁସୋ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା ରହିଛି। ରାତିରେ ଏହି ଜନଜାତିର ମହିଳା ଓ ପୁରୁଷ ସ୍ତ୍ରୀ-ସ୍ବାମୀ ଭାବେ ଗୋଟିଏ ଘରେ  ଏକତ୍ର ବାସ କରୁଥିଲେ ମଧ୍ୟ ସକାଳ ହେଲେ ନିଜ ନିଜ ଘରକୁ ବାହୁଡ଼ି ଯାଇଥାନ୍ତି।

ଯେଉଁଠି ସମଲିଙ୍ଗୀ ମହିଳାଙ୍କ ଚିକିତ୍ସା ପାଇଁ କରାଯାଏ ବଳାତ୍କାର

ଯେଉଁଠି ସମଲିଙ୍ଗୀ ମହିଳାଙ୍କ ଚିକିତ୍ସା ପାଇଁ କରାଯାଏ ବଳାତ୍କାର

ପୋଲାଣ୍ଡରେ କେତେକ ଚିକିତ୍ସାଳୟ ରହିଛି। ଏଠାରେ ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହୀ ଥିବା ମହିଳାଙ୍କ ଚିକିତ୍ସା କରାଯାଇଥାଏ। ତେବେ ଏଠାକାର ଚିକିିତ୍ସା ପ୍ରଣାଳୀ ଭିନ୍ନ। 

ଏଠି ଲାଗେ ଭୂତମେଳା

ଏଠି ଲାଗେ ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି କୁହନ୍ତି।

ପଞ୍ଚୁକ ହେଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ...

ପଞ୍ଚୁକ ହେଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ...

କାର୍ତ୍ତିକ ମାସରେ ପଞ୍ଚୁକ  ୫ ଦିନ ପରିବର୍ତ୍ତେ ୬ ଦିନ ହେଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ।

ଭୀଷ୍ମ ପଞ୍ଚକ ବ୍ରତ କଲେ କି ପୁଣ୍ୟ ମିଳେ...

ଭୀଷ୍ମ ପଞ୍ଚକ ବ୍ରତ କଲେ କି ପୁଣ୍ୟ ମିଳେ...

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଇଥାଏ। ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ। 

ମଙ୍ଗଳରେ ଉଛୁଳା ହ୍ରଦ ସୃଷ୍ଟି କରିଥିଲା ଉପତ୍ୟକା

ମଙ୍ଗଳରେ ଉଛୁଳା ହ୍ରଦ ସୃଷ୍ଟି କରିଥିଲା ଉପତ୍ୟକା

ଓ୍ବାଶିଂଟନ୍‌:୩ଶହ କୋଟି ବର୍ଷ ତଳେ ଲୋହିତ ଗ୍ରହ ମଙ୍ଗଳର ହ୍ରଦଗୁଡିକରେ ଉଛୁଳା ଜଳ ପ୍ରବାହିତ ହେଉଥିଲା। ଏଥିଯୋଗୁ ପ୍ରବଳ ବନ୍ୟା ଓ ଉପତ୍ୟକା ସୃଷ୍ଟି ହୋଇଥିଲା ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। 

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ମହିଳାଙ୍କ ନାକରେ କଳାଜାଇ ଥିଲେ ଏହା ଆଣିଥାଏ ସୌଭାଗ୍ୟ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ନାକର ବାମ ପଟେ କଳାଜାଇ ଥିବା ମହିଳାଙ୍କର ସ୍ବାମୀଙ୍କ ପ୍ରତି ରହିଥାଏ ଅତ୍ୟଧିକ ସ୍ନେହ ଓ ପ୍ରେମ।