ଖେଳ |

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅମିତ୍‌ ଏକମାତ୍ର ଓଡ଼ିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅମିତ୍‌ ଏକମାତ୍ର ଓଡ଼ିଆ

ନୂଆଦିଲ୍ଲୀ, ୧୩ା୩ (ପି.ଟି.)-ଗୋଲ୍ଡ କୋଷ୍ଟରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ମଙ୍ଗଳବାର ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ମନୋନୀତ ଏହି ଦଳରୁ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ବାଦ୍‌ ପଡ଼ିଥିବାବେଳେ ପୁରୁଖା ଗୋଲକିପର ପି.ଆର. ଶ୍ରୀଜେସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିରେ ଓଡ଼ିଶାର ଏକମାତ୍ର ଖେଳାଳି ଅମିତ୍‌ ରୋହି ଦାସ ସ୍ଥାନ ପାଇଛନ୍ତି। ଟୁର୍ନାମେଣ୍ଟରେ ଭାରତ ପୁଲ୍‌ ବି’ରେ ସ୍ଥାନ ପାଇଛି। ଏଥିରେ ପାକିସ୍ତାନ, ମାଲେସିଆ, ଓ୍ବେଲ୍ସ ଓ ଇଂଲଣ୍ଡ ମଧ୍ୟ ରହିଛନ୍ତି। ଭାରତ ଏପ୍ରିଲ ୭ରେ ପାକିସ୍ତାନ ସହ ମୁକାବିଲା କରି ପ୍ରତିଯୋଗିତାରେ ଏହାର ଅଭିଯାନ ଆରମ୍ଭ କରିବ। ଚିଙ୍ଗଲେନସାନା ସିଂ କାଙ୍ଗୁଜାମ୍‌ଙ୍କୁ ଦଳର ଉପଅଧିନାୟକ କରାଯାଇଛି। ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍‌ ଟାଇଟଲ ଜିତିବା ସହ ଗତବର୍ଷ ଭୂବନେଶ୍ୱରରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲା। ଭେଟେରାନ ଗୋଲକିପର ଶ୍ରୀଜେସ୍‌ ୨୦୧୭ ଆଜଲାନ ଶାହ ଟୁର୍ନାମେଣ୍ଟରେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କର ମେଡିଆଲ କୋଲାଟେରାଲ ଲିଗାମେଣ୍ଟ (ଏମସିଏଲ) ସମସ୍ୟା ଦେଖା ଦେଇଥିଲା। ନ୍ୟୁଜିଲାଣ୍ଡ ଟୁର୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିଛନ୍ତି। ଦଳରେ ଦ୍ୱିତୀୟ ଗୋଲକିପର ଭାବେ ୨୨ ବର୍ଷୀୟ ସୁରଜ କେରକେରା ସ୍ଥାନ ପାଇଛନ୍ତି। ଶ୍ରୀଜେସଙ୍କ ଅନୁପସ୍ଥିତିରେ ଭୁବନେଶ୍ୱରରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସର୍ଦ୍ଦାର ଦଳରୁ ବାଦ୍‌ ପଡ଼ିବେ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଚଳିତ ବର୍ଷ ଆଜଲାନ ଶାହ ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନ ଥିଲା। କିନ୍ତୁ ଏହି ଟୁର୍ନାମେଣ୍ଟରେ ଭଲ ଖେଳି ମଧ୍ୟ ରମଣଦୀପ ସିଂ ବାଦ୍‌ ପଡ଼ିବା ଅନେକଙ୍କୁ ବିସ୍ମିତ କରିଛି। ନ୍ୟୁଜିଲାଣ୍ଡରେ ଆନ୍ତର୍ଜାତୀୟ ପଦାର୍ପଣରେ ଉଚ୍ଚ କୋଟୀର ପ୍ରଦର୍ଶନ ପାଇଁ ଦିଲପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦଙ୍କୁ ଦଳରେ ସୁଯୋଗ ମିଳିଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଏହି ଦୁଇଜଣ ଗୋଲ ସ୍କୋର କରିଛନ୍ତି। ଫ୍ରିମ୍ୟାନ ଓ ଡ୍ରାଗ୍‌-ଫ୍ଲିକ୍‌ ବିଶାରଦ ରୂପିନ୍ଦର ପାଲ୍‌ ସିଂ ଭାରତୀୟ ଡିଫେନ୍ସର ନେତୃତ୍ୱ ନେବେ। ହରମନପ୍ରୀତ ସିଂ, ବରୁଣ କୁମାର, କୋଠାଜିତ୍‌ ସିଂ, ଗୁରିନ୍ଦର ସିଂ ଓ ଅମିତ ରୋହିଦାସ ମଧ୍ୟ ରକ୍ଷଣଭାଗରେ ଖେଳିବେ। ମିଡ୍‌ ଫିଲ୍ଡରେ ଅଧିନାୟକ ମନପ୍ରୀତ ସିଂ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଯୁବ ଖେଳାଳି ସୁମିତ ଓ ବିବେକଙ୍କ ସମେତ ଅଭିଜ୍ଞ ଚିଙ୍ଗଲେନସାନା ତାଙ୍କୁ ସହାୟତା କରିବେ। ଭାରତୀୟ ଆକ୍ରମଣ ସମ୍ଭଳିବା ଲାଗି ମନୋନୀତ ହୋଇଥିବା ଖେଳାଳିମାନେ ହେଲେ ଏସଭି ସୁନୀଲ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଗୁରଜାଣ୍ଟ ସିଂ ଓ ଦିଲପ୍ରୀତ ସିଂ। ଏସିଆ କପ୍‌ ୨୦୧୭ଠାରୁ ପରବର୍ତ୍ତୀ ଟୁର୍ନାମେଣ୍ଟଗୁଡ଼ିକରେ ପ୍ରଦର୍ଶନକୁ ଭିତ୍ତି କରି ଦଳ ମନୋନୟନ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏହା ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି କୋଚ୍‌ ଜେରୋଡ ମାରିଜନେ।
ଭାରତୀୟ ହକି ଦଳ: ଗୋଲକିପର-ପି.ଆର ଶ୍ରୀଜେସ, ସୂରଜ କେରକେରା; ଡିଫେଣ୍ଡର-ରୂପିନ୍ଦର ପାଲ୍‌ ସିଂ,ହରମନପ୍ରୀତ ସିଂ, ବରୁଣ କୁମାର, କୋଠାଜିତ୍‌ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ; ମିଡଫିଲ୍ଡର- ମାନପ୍ରୀତ ସିଂ (ଅଧିନାୟକ), ଚିଙ୍ଗଲେନସାନା ସିଂ(ଉପଅଧିନାୟକ), ସୁମିତ୍‌, ବିବେକ ସାଗର ପ୍ରସାଦ; ଫରଓ୍ବାର୍ଡ-ଆକାଶଦୀପ ସିଂ, ଏସଭି ସୁନୀଲ, ଗୁରଜାଣ୍ଟ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଦିଲପ୍ରୀତ ସିଂ। କୋଚ୍‌- ଜୋର୍ଡ ମାରିଜନେ।

All Right Reserved By

ଖେଳ |

ଉଲାବତାର କପ୍‌ ବକ୍ସିଂ: ପଦକ ନିଶ୍ଚିତ କଲେ ଭାନଲିମ୍‌ପୁଆ ଓ ଇତାଶ

ନୂଆଦିଲ୍ଲୀ,୨୨।୬(ପି.ଟି.)- ମଙ୍ଗୋଲିଆଠାରେ ଚାଲିଥିବା ଉଲାବତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସର ଭାନଲିମ୍‌ପୁଆ (୭୫ କିଗ୍ରା) ଓ ଇତାଶ ଖାଁ (୫୬ କିଗ୍ରା) ନିଜ ନିଜ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୁବାଇ,୨୨।୬(ପି.ଟି.)- ଶ୍ରୀଲଙ୍କା ଦଳର କୋଚ୍‌ ଚନ୍ଦିକା ହାଥୁରୁସିଂଘା, ମ୍ୟାନେଜର ଆଶାଙ୍କା ଗୁରୁସିଂଘା ଓ ଅଧିନାୟକ ଦୀନେଶ ଚାଣ୍ଡିମାଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ କ୍ରିକେଟ ଟେଷ୍ଟର ୩ୟ ଦିନରେ ଫିଲ୍ଡକୁ ନ ଓହ୍ଲାଇ ଭୁଲ କରିଛନ୍ତି। ଶ୍ରୀଲଙ୍କା ମ୍ୟାନେଜମେଣ୍ଟ ଏ ନେଇ ଦୋଷ ସ୍ବୀକାର କରିଛି।

ଫିଫା ବିଶ୍ୱକପ୍‌: କ୍ଷମା ପ୍ରାର୍ଥନା କଲେ ଅସଦାଚରଣକାରୀ

ଫିଫା ବିଶ୍ୱକପ୍‌: କ୍ଷମା ପ୍ରାର୍ଥନା କଲେ ଅସଦାଚରଣକାରୀ

ବର୍ଲିନ,୨୨।୬(ଏଏଫ୍‌ପି)- ଜର୍ମାନୀ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫିଫା ବିଶ୍ୱକପ୍‌ରେ ଅସଦାଚରଣ କରିଥିବା ରୁଷୀୟ ଫୁଟ୍‌ବଲ ପ୍ରଶଂସକ କ୍ଷମାପ୍ରାର୍ଥନା କରିଛନ୍ତି। ” ମୁଁ ମୋ କାର୍ଯ୍ୟ ପାଇଁ ଗଭୀର ଭାବେ ଦୁଃଖିତ ଏବଂ କ୍ଷମାପ୍ରାର୍ଥନା କରୁଛି। ମୋ ଦାୟିତ୍ୱହୀନ କାରଣରୁ ତୁମେ ବିଚଳିତ ଓ ଲଜ୍ଜିତ ହେଲ“ ବୋଲି ଉକ୍ତ ପ୍ରଶଂସକ ନିଜ ନାମକୁ ଉହ୍ୟ ରଖି କହିଛନ୍ତି।

ରାହୁଲଙ୍କ ସହ ଡିନର୍‌ରେ ଯାଇଥିଲେ ନିଧି

ରାହୁଲଙ୍କ ସହ ଡିନର୍‌ରେ ଯାଇଥିଲେ ନିଧି

ବମ୍ବେ,୨୨।୬- ବଲିଉଡ ଅଭିନେତ୍ରୀ ନିଧି ଅଗ୍ରଓ୍ବାଲଙ୍କୁ ନିକଟରେ ଭାରତୀୟ କ୍ରିକେଟର କେ. ଏଲ. ରାହୁଲଙ୍କ ସହ ବମ୍ବେର ଏକ ରେଷ୍ଟୁରାଣ୍ଟ ଦେଖିବାକୁ ମିଳିଥିଲା। ଏ ନେଇ ନିଧି ଶୁକ୍ରବାର ମୁହଁ ଖୋଲିଛନ୍ତି। ସେ ରାହୁଲଙ୍କ ସହ ରାତ୍ରି ଭୋଜନ କରିବା ପାଇଁ ଉକ୍ତ ରେଷ୍ଟୁରାଣ୍ଟକୁ ଯାଇଥିଲେ।

କେରଳର ଆର୍ଜେଣ୍ଟିନା ପ୍ରଶଂସକ ନିଖୋଜ

କେରଳର ଆର୍ଜେଣ୍ଟିନା ପ୍ରଶଂସକ ନିଖୋଜ

କୋଟ୍ଟାୟାମ,୨୨।୬- ଆର୍ଜେଣ୍ଟିନା ଦଳର ଜଣେ ପ୍ରଶଂସକ ଚଳିତ ଫିଫା ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଗୁରୁବାର ବୃହତ ପରାଜୟ ବରଣ କରିବା ପରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘରୁ ସୁଇସାଇଡ ନୋଟ୍‌ ମିଳିଛି।

‘ଓ୍ବାର୍ନର, ସ୍ମିଥ ସିଧାସଳଖ ବିଶ୍ୱକପ୍‌ ଖେଳିବେ’

‘ଓ୍ବାର୍ନର, ସ୍ମିଥ ସିଧାସଳଖ ବିଶ୍ୱକପ୍‌ ଖେଳିବେ’

ମେଲବର୍ନ,୨୨।୬- ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଡେଭିଡ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ ସିଧାସଳଖ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ୱ କରିପାରିବେ, ଯଦି ସେମାନଙ୍କ ବାସନ୍ଦାଦେଶ ସନ୍ତୋଷଜନକ ରହେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକେଲ ହସି।

ବିନୋଦ ରାୟ ସତ କହୁ ନାହାନ୍ତି- ଅମିତାଭ ଚୌଧାରୀ

ବମ୍ବେ,୨୨।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଅମିତାଭ ଚୌଧାରୀ ଓ ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଓଏ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଜାରି ରହିଛି। ଗୋଟିଏ ପକ୍ଷରେ ବିସିସିଆଇ ସମ୍ପାଦକ ଚୌଧାରୀ ଖେଳାଳିଙ୍କ ଦରମା, ଆଣ୍ଟି କରପଶନ ୟୁନିଟ (ଏସିୟୁ) ମୁଖ୍ୟଙ୍କ ନିଯୁକ୍ତି ଓ ଦିବାରାତ୍ର ଟେଷ୍ଟ ଆଦି ସମ୍ପର୍କରେ ଆଲୋଚନା ପାଇଁ ସହଯୋଗ କରୁ ନ ଥିବା ସିଓଏ ମୁଖ୍ୟ ବିନୋଦ ରାଇ ଅଭିଯୋଗ କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ବମ୍ବେ,୨୨।୬- ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ ଫୁଟ୍‌ବଲ ଖେଳାଳି। ପ୍ରାୟତଃ ସେ ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ମ୍ୟାଚ୍‌ ପୂର୍ବରୁ ଫୁଟ୍‌ବଲ ଖେଳନ୍ତି। ଫୁଟ୍‌ବଲ ପ୍ରତି ଥିବା ଭଲ ପାଇବ ପାଇଁ ତାଙ୍କୁ ସ୍ବତନ୍ତ୍ର ଉପହାର ମିଳିଛି। ତାଙ୍କ ଫେଭରାଇଟ ଫୁଟ୍‌ବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ହସ୍ତାକ୍ଷର ଥିବା ଜର୍ସି ଭେଟି ସ୍ବରୂପ ପ୍ରଦାନ କରାଯାଇଛି।

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

ଲଣ୍ଡନ, ୨୨।୬(ଏଏଫ୍‌ପି)- ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା କୁଇନ୍ସ କ୍ଲବ ଚାମ୍ପିୟନଶିପ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ୬-୪, ୬-୧ ସିଧାସଳଖ ସେଟ୍‌ରେ ଗ୍ରିଗୋର ଡିମିତ୍ରୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ଜୋକୋଭିଚ୍‌ଙ୍କୁ ୬୫ ମିନିଟ୍‌ ସମୟ ଲାଗିଥିଲା। ଏଥିସହ ବିଜୟ ସହ ୩୧ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୭୯୯ତମ ମ୍ୟାଚ୍‌ ଜିତିଛନ୍ତି। ଆଡ୍ରିଆନ ମାନାରିଓନ ଓ ଜୁଲିଏନ ବେନେଟ୍‌ଏୟୁଙ୍କ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲର ବିଜୋତ ଅନ୍ତିମ-୮ ମୁକାବିଲାରେ ଜୋକୋଭିଚ୍‌ଙ୍କୁ ଭେଟିବ। ଯଦି କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ବିଜୟ ହାସଲ କରନ୍ତି ତେବେ ଓପନ୍‌ ଏରା ଇତିହାସରେ ୧୦ମ ଖେଳାଳି ଭାବେ ୮୦୦ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ଲାଭ କରିବେ।

ପ୍ରି- କ୍ୱାର୍ଟରରେ ଫ୍ରାନ୍ସ, ପେରୁ ବିଦା

ପ୍ରି- କ୍ୱାର୍ଟରରେ ଫ୍ରାନ୍ସ, ପେରୁ ବିଦା

ଏକାଟେରିନବର୍ଗ, ୨୨।୬(ଏଏଫପି) - ୧୯୯୮ ଚାମ୍ପିୟନ ଫ୍ରାନ୍ସ ଏଥର ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ କ୍ରମାଗତ ଦୁଇଟି ବିଜୟ ହାସଲ କରି ବିଶ୍ୱକପର ଅନ୍ୟତମ ଫେଭରାଇଟ ଫ୍ରାନ୍ସ ଏହି ସଫଳତା ହାସଲ କରିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ଓ ଗୁରୁବାର ଦ୍ୱିତୀୟ ମ୍ୟାଚରେ ପେରୁକୁ ୧-୦ ଗୋଲରେ ପରାସ୍ତ କରି ଫ୍ରାନ୍ସ ନକ୍‌ ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ସ୍ଥାନୀୟ ଏକାଟେରିନବର୍ଗ ଏରିନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଗ୍ରୁପ୍‌ ସି’ ମୁକାବିଲାରେ ବିଜୟୀ ହେବା ପାଇଁ ଫ୍ରାନ୍ସକୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା।

ଅଷ୍ଟ୍ରେଲିଆ- ଡେନମାର୍କ ମ୍ୟାଚ୍‌ ଡ୍ର

ଅଷ୍ଟ୍ରେଲିଆ- ଡେନମାର୍କ ମ୍ୟାଚ୍‌ ଡ୍ର

ସମରା, ୨୨।୬(ଏଏଫ୍‌ପି)- ସ୍କାଣ୍ଡିନୋଭିଆନ ଦେଶ୍‌ ଡେନମାର୍କ ଗ୍ରୁପ୍‌ ସି’ରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆମେରିକାର ପେରୁକୁ ୧-୦ ଗୋଲରେ ହରାଇବା ପରେ ଡେନ୍‌ମାର୍କ ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ପର୍ଯ୍ୟାୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ତେବେ ଏହି ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ମୋଟ ୪ ପଏଣ୍ଟ ହାସଲ କରି ଡେନମାର୍କ ଫ୍ରାନ୍ସକୁ ହଟାଇ ଗ୍ରୁପ୍‌ ସି’ର ଶୀର୍ଷକୁ ଉଠିଛି। ମଙ୍ଗଳବାର ଖେଳାଯିବାକୁ ଥିବା ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଡେନ୍‌ମାର୍କ ଓ ପ୍ରାନ୍ସ ମୁହଁାମୁହିଁ ହେବେ।

ଆର୍ଜେଣ୍ଟିନାକୁ ଚକ୍‌ମା ଦେଖାଇଲା କ୍ରୋଏସିଆ

ଆର୍ଜେଣ୍ଟିନାକୁ ଚକ୍‌ମା ଦେଖାଇଲା କ୍ରୋଏସିଆ

ନିଝନି ନୋଭୋଗୋରୋଡ, ୨୨।୬(ଏଏଫପି)- ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ପୁଣି ଥରେ ସାଂଘାତିକ ବିଫଳତାର ସମ୍ମୁଖୀନ ହୋଇଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌-ଡି ମ୍ୟାଚରେ କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ହରାଇ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ରମାଗତ ଦୁଇଟି ବିଜୟ ହାସଲ କରି କ୍ରୋଏସିଆ ଏହି ସଫଳତା ଅର୍ଜନ କରିଛି। ଅନ୍ୟପଟେ ପ୍ରଥମ ମ୍ୟାଚ ଡ୍ର ରଖିଥିବା ଆର୍ଜେଣ୍ଟିନା ପାଇଁ ଏହି ପରାଜୟ ମହଙ୍ଗା ସାବ୍ୟସ୍ତ ହୋଇଛି। କ୍ରୋଏସିଆ ତରଫରୁ ୫୩ତମ ମିନିଟରେ ଆଣ୍ଟେ ରେବିକ୍‌, ୮୦ତମ ମିନିଟ ଲୁକା ମୋଡ୍ରିକ ଓ ଶେଷରେ ଇଞ୍ଜୁରୀ ଟାଇମ୍‌ରେ ଇଭାନ ରାକଟିକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ପରାଜୟ ସହ ଆର୍ଜେଣ୍ଟିନା ପାଇଁ ନକଆଉଟ୍‌କୁ ଉଠିବାର କ୍ଷୀଣ ଆଶା ରହିଛି।

Model This Week

ପ୍ରଭାତ