ରାଜ୍ୟ | ବ୍ରହ୍ମପୁର

ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟ, ଏମ୍‌ଆର୍‌ ଟିକାକୁ କର୍ତ୍ତୃପକ୍ଷଙ୍କ ନା’

ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟ, ଏମ୍‌ଆର୍‌ ଟିକାକୁ କର୍ତ୍ତୃପକ୍ଷଙ୍କ ନା’
ବ୍ରହ୍ମପୁର ଅଫିସ୍‌,୧୩।୩- ଶିଶୁଙ୍କୁ ମିଳିମିଳା ଏବଂ ରୁବେଲା ରୋଗରୁ ରକ୍ଷାକରିବା ପାଇଁ ସରକାରଙ୍କ ତରଫରୁ ଏମ୍‌ଆର୍‌ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଜାନୁୟାରୀ ୨୯ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ସୋମବାର ସୁଦ୍ଧା ଜିଲାରେ ଟିକାକରଣ ସଫଳତା ୯୨.୭ ପ୍ରତିଶତରେ ପହଞ୍ଚତ୍ଛି। ରାଜ୍ୟ ସରକାର ୯୦ପ୍ରତିଶତ ସଫଳତା ପାଇଁ ଟାର୍ଗେଟ୍‌ ଦେଇଥିବା ବେଳେ ଗଞ୍ଜାମ ଜିଲା ଏହି ଟାର୍ଗେଟ୍‌କୁ ହାସଲ କରିଦେଇଛି। ତଥାପି ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସଫଳତା ହାର ଶତ ପ୍ରତିଶତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଦ୍ୟାଳୟ ସ୍ତରରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବେସରକାରୀ ବିଦ୍ୟାଳୟଗୁଡ଼ିକ ସହଯୋଗ କରୁଥିବା ବେଳେ ସରକାରଙ୍କ ଯୋଜନାକୁ ସରକାରୀ ବିଦ୍ୟାଳୟରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଘଟଣା ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏମ୍‌ଆର୍‌ ଟିକାକରଣକୁ ଖୋଦ୍‌ ବିଦ୍ୟାଳୟ କର୍ତ୍ତୃପକ୍ଷ ବିରୋଧ କରୁଛନ୍ତି। ବିଭାଗ ତରଫରୁ ବାରମ୍ବାର ଉଦ୍ୟମ ବିଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଶହରୁ ଊର୍ଦ୍ଧ୍ୱ ଛାତ୍ରୀ ପାଠ ପଢ଼ୁଛନ୍ତି। ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ସପ୍ତାହରେ ସରକାରୀ ବିଦ୍ୟାଳୟଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମେ ବିଦ୍ୟାଳୟଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ବିଦ୍ୟାଳୟର କର୍ତ୍ତୃପକ୍ଷ ଏହାକୁ ବିରୋଧ କରିଥିଲେ। ଏଣୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଫେରିଆସିଥିଲା। ପୁଣି ସ୍ବାସ୍ଥ୍ୟ କର୍ମୀମାନେ ଟିକା ଦେବାକୁ ଯାଇଥିଲେ। ଏଥର ମଧ୍ୟ ଅସହଯୋଗ ଯୋଗୁ କର୍ମୀମାନେ ଫେରିଲେ। ଏପରିକି ବ୍ଲକ ଶିକ୍ଷା ଅଧିକାରୀ ନିଜେ ବିଦ୍ୟାଳୟକୁ ଯାଇ ବୁଝାସୁଝା କରିଥିଲେ। ତଥାପି କର୍ତ୍ତୃପକ୍ଷ ରାଜି ହେଲେନି। ଗତ ୯ତାରିଖରେ ଜିଲା ସ୍ବାସ୍ଥ୍ୟ ସମିତିର ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା ସହ ତୁରନ୍ତ ଟିକା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲା ଶିକ୍ଷା ଅଧିକାରୀ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଥିଲେ। ତଥାପି କୌଣସି ଫରକ ପଡ଼ିଲାନି। ସୋମବାର ସ୍ବାସ୍ଥ୍ୟ କର୍ମୀମାନେ ଟିକା ଦେବାକୁ ଯାଇଥିବା ବେଳେ ନିରାଶ ହୋଇ ଫେରିଥିଲେ। ଏ ନେଇ ସୋମବାର ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅସହଯୋଗ କରୁଥିବା ଯୋଗୁ ଟିକା କରଣ ହୋଇପାରୁନି। ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ନିବେଦନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ଏ ସମ୍ବନ୍ଧରେ ପ୍ରଧାନ ଶିକ୍ଷକ ଅରକ୍ଷିତ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି। କିନ୍ତୁ ଯେତିକି ପରିମାଣରେ ପିଲାଙ୍କୁ ଟିକା ଦିଆଯିବା କଥା, ସେତିକି ଦିଆଯାଇ ପାରିନି। ପିଲାମାନେ ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ସହଯୋଗ କରୁନାହାନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ଯେଉଁ ଅଭିଯୋଗ ହେଉଛି, ତାହା ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି। ତେବେ ବିଦ୍ୟାଳୟରେ କେତେ ପିଲାଙ୍କୁ ଟିକା ଦିଆଯାଇଛି ବୋଲି ପ୍ରଶ୍ନ କରିବାରୁ ତାଙ୍କ ପାଖରେ ତଥ୍ୟ ନାହିଁ ବୋଲି ପ୍ରଧାନ ଶିକ୍ଷକ ପଣ୍ଡା କହିଛନ୍ତି।
All Right Reserved By

ରାଜ୍ୟ | ବ୍ରହ୍ମପୁର

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ  ଘଟଣା:  ଲୋ ଭୋଲ୍‌ଟେଜ ପ୍ରତିବାଦରେ  କଂଗ୍ରେସର ଧାରଣା

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ ଘଟଣା: ଲୋ ଭୋଲ୍‌ଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋପାଳପୁରଠାରେ ଶକ୍ତିବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନକୁ ଉଦ୍‌ଘାଟନ କରିବାର ୧ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ମାତ୍ର ଏହା ଲୋକଙ୍କ ସେବାରେ ଲାଗିପାରି ନାହିଁ। 

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି।