ରାଜ୍ୟ |

ଅନିୟମିତତା ପାଇଁ ବାଟ ପ୍ରସ୍ତୁତି

ଅନିୟମିତତା ପାଇଁ ବାଟ ପ୍ରସ୍ତୁତି
ଭୁବନେଶ୍ୱର, ୧୩।୩(ବ୍ୟୁରୋ)- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ନିଯୁକ୍ତ ଘରୋଇ ଡିଲରମାନଙ୍କୁ ହଟାଯିବା ନେଇ ରାଜ୍ୟ ଖାଦ୍ୟ କମିଶନର ରଙ୍ଗଲାଲ୍‌ ଜାମୁଡା ସବୁ ଜିଲାପାଳଙ୍କୁ ଚିଠି ଲେଖିଥିଲେ। ମାତ୍ର ଏହାକୁ କାର୍ଯ୍ୟକାରୀ କରିବାରେ ଖୋଦ ସରକାର ନାରାଜ। ବରଂ ସେମାନଙ୍କ କାର୍ଯ୍ୟ ଅବଧି ବଢାଇବାକୁ ଚାହୁଁଛନ୍ତି। ଏନେଇ ଖାଦ୍ୟ ନିରାପତ୍ତା ଆଇନରେ ପରିବର୍ତ୍ତନ ଜରୁରୀ ଥିବାରୁ ବୁଧବାର ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ଦେବାକୁ ମସୁଧା ଚାଲିଛି। ଏପରିକି ବୈଠକରେ ୮ଟି ଏଜେଣ୍ଡା ମଧ୍ୟରୁ ଏହାକୁ ସର୍ବାଗ୍ରେ ରଖାଯାଇଛି। ନିକଟରେ ଯାଜପୁର ଜିଲାର ଏକ ଅଞ୍ଚଳରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ନିମ୍ନମାନର ଚାଉଳ ବଣ୍ଟାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିଭାଗୀୟ ସଚିବ ସ୍ବୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ରାଜ୍ୟ ଖାଦ୍ୟ କମିଶନରଙ୍କ ଅଭିଯୋଗ ମଧ୍ୟ ସମାନ ଥିଲା। ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ନିମ୍ନମାନର ଚାଉଳ ପ୍ରଦାନ କରାଯାଉଛି। ଏଣୁ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ସେ ଦୁଇ ବର୍ଷ ତଳୁ ଜିଲାପାଳମାନଙ୍କୁ ଚିଠି ଦେଇଥିଲେ। ତଦନୁଯାୟୀ ଘରୋଇ ଡିଲରଙ୍କୁ ହଟାଇବାର ଶେଷ ତାରିଖ ହେଉଛି ୨୦୧୮ ମାର୍ଚ୍ଚ ୧୫। ଖାଦ୍ୟ କମିଶନର ଦେଇଥିବା ସମୟ ଅବଧିକୁ ଆଉ ବର୍ଷେ ବୃଦ୍ଧିକରିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି, ଯାହାକି ଅନିୟମିତତା ପାଇଁ ବାଟ ପ୍ରସ୍ତୁତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସମାଲୋଚନା କରି କହିଛନ୍ତି। ଲୋକ ପ୍ରତିନିଧିମାନଙ୍କ ପାଖଲୋକ ଏହି ସୁବିଧା ହାତେଇଛନ୍ତି। ନିକଟ ଭବିଷ୍ୟତରେ ପୌର ନିର୍ବାଚନ ଓ ୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ସରକାର ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ବୋଲି ବାହିନୀପତି ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରାୟ ୭ ହଜାର ପିଡିଏସ୍‌ ଘରୋଇ ଡିଲର ରହିଛନ୍ତି। ଏମାନେ ସରକାରୀ ଯୋଜନାରେ ମିଳୁଥିବା ଚାଉଳ, କିରୋସିନ ଆଦି ସାମଗ୍ରୀ ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ଯଦିଓ ସରକାରୀ ସ୍ତରରେ ଘରୋଇ ଡିଲରଙ୍କ ସଂଖ୍ୟା ୭ହଜାର କୁହାଯାଉଛି ବାସ୍ତବରେ କିନ୍ତୁ ତାହା ବହୁ ଅଧିକ ରହିଛି। ବିଧାୟକମାନେ ସେମାନଙ୍କ କର୍ମୀଙ୍କୁ ଏହି ସରକାରୀ କାର୍ଯ୍ୟରେ ନିୟୋଜିତ କରିଥିବା କୁହାଯାଉଛି। ମାତ୍ର ଏହି ଘରୋଇ ଡିଲରମାନଙ୍କ ସାମଗ୍ରୀ ଯୋଗାଣରେ ଅନିୟମିତତାରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟ ଖାଦ୍ୟ କମିଶନ। ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଉକ୍ତ ଘରୋଇ ଡିଲରଙ୍କୁ ୨ବର୍ଷ ମଧ୍ୟରେ ହଟାଇବା ପାଇଁ ୧୬ମାର୍ଚ୍ଚ ୨୦୧୬ରେ ସବୁ ଜିଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଖାଦ୍ୟ କମିଶନରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ସରକାରୀ ବାବୁମାନେ ତତ୍ପରତା ପ୍ରକାଶ କରି ନ ଥିଲେ। ଫଳରେ ୨୭ ଜାନୁୟାରୀ ୨୦୧୮ରେ ଖାଦ୍ୟ କମିଶନର ପୁନର୍ବାର ଚିଠି ଲେଖି ଏ କଥାକୁ ମନେପକାଇ ଦେଇଥିଲେ। ମାର୍ଚ୍ଚ ୧୫ ସୁଦ୍ଧା ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। ହେଲେ ଖାଦ୍ୟ କମିଶନରଙ୍କ ଚିଠି ଆସିବାର ଦିନ କେଇଟା ମଧ୍ୟରେ ସମୟସୀମା ୨୦୧୯ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢ଼ାଇବାକୁ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇ ଅନୁମତି ମାଗାଯାଇଥିଲା, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଖାଦ୍ୟ ନିରାପତ୍ତା ଆଇନରେ ପରିବର୍ତ୍ତନକୁ ବୁଧବାର କ୍ୟାବିନେଟ୍‌ରେ ମଞ୍ଜୁରୀ ଦେବା ଲାଗି ଆପାତତଃ ସ୍ଥିର ହୋଇଛିି। ମଞ୍ଜୁରୀ ମିଳିବା ପରେ ବଜେଟ୍‌ ଅଧିବେଶନ ସମୟରେ ଏ ସମ୍ବନ୍ଧୀୟ ବିଲ୍‌କୁ ପାରିତ କରାଯିବ। ହେଲେ ସରକାରଙ୍କ ନିଜସ୍ବ ଅଫିସର ଯେଉଁଠି ଦୁର୍ନୀତି ହେଉଥିବା ଅଭିଯୋଗ କରୁଛନ୍ତି, ସେଠାରେ ସରକାର କାହିଁକି ରୋକିବାକୁ ଉଦ୍ୟମ କରୁନାହାନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ବାହିନୀପତି କହିଛନ୍ତି ଯେ, ରାଜ୍ୟରେ ଯେତେଜଣ ଘରୋଇ ଡିଲର ରହିଛନ୍ତି ସବୁ ବିଜେଡି କର୍ମୀ। ସେହି ଡିଲରମାନେ ୨୦ବର୍ଷ ଧରି ଦାୟିତ୍ୱରେ ରହି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି। ନିର୍ବାଚନ ସମୟରେ ତାହା ବିଜେଡି ନେତାମାନଙ୍କୁ ମିଳୁଛି। ତେଣୁ ଏବେ ସେମାନଙ୍କୁ ହଟାଯିବା କଥାକୁ ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତୁରନ୍ତ ଏହି ଘରୋଇ ଡିଲରଙ୍କୁ ହଟାଯାଉ ବୋଲି ତାରା କହିଛନ୍ତି। ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଆଗାମୀ ନିର୍ବାଚନରେ ଫାଇଦା ନେବାକୁ ବିଜେଡି ଏହି ସମୟ ଅବଧି ବୃଦ୍ଧି ପାଇଁ ଉଦ୍ୟମ କରୁଛିି। ଦଳୀୟ କର୍ମୀମାନେ ଏହି ସୁବିଧାରୁ ବଞ୍ଚିତ ହେଲେ ପୌର ଏବଂ ସାଧାରଣ ନିର୍ବାଚନରେ ଅସୁବିଧା ସୃଷ୍ଟି କରିବା ଆଶଙ୍କାରେ ସରକାର ଅନିୟମିତତାକୁ ପ୍ରଶ୍ରୟ ଦେଉଛନ୍ତି ା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବା କଥା, ଗାଇଡ୍‌ଲାଇନ୍‌ ଅନୁଯାୟୀ ୭ହଜାର ଘରୋଇ ଡିଲର ଓ ୫ହଜାର ସରକାରୀ ପିଡିଏସ୍‌ ଡିଲର୍‌ ରହିଛନ୍ତି। ଏବେ ହଠାତ୍‌ ଘରୋଇ ଡିଲରମାନଙ୍କୁ ହଟାଇ ଦିଆଗଲେ ବଣ୍ଟନ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟିହେବ। ସେଥିପାଇଁ ଏହାକୁ ଅଧିକ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ବାତ୍ୟା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡିକାଲ ରିିଲିଫ ସେଣ୍ଟର ଖୋଲିବ। ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ  ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଡିଜିଟାଲ ଜେଣ୍ଡର୍‌ ଆଟ୍‌ଲାସ୍‌’ ଓ୍ବେବସାଇଟ୍‌ ଗୁରୁବାର ଅପରାହ୍ନରେ ଲୋକାର୍ପିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ ସଚିବାଳୟସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି।

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

ଖୋର୍ଦ୍ଧା ଅଫିସ,୨୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ, ବୋଲଗଡ ଓ ଜଙ୍କିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଖୋର୍ଦ୍ଧାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ ବିରୋଧରେ ନେତାମାନେ ବର୍ଷିଛନ୍ତି । 

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗୁରୁବାର ମଧ୍ୟରାତ୍ରରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।