ଜାତୀୟ |

ବିଦେଶୀ ଆଇନଜୀବୀଙ୍କୁ ଭାରତରେ ଓକିଲାତି ମନା

ବିଦେଶୀ ଆଇନଜୀବୀଙ୍କୁ ଭାରତରେ ଓକିଲାତି ମନା

ନୂଆଦିଲ୍ଲୀ,୧୩।୩ - ଭାରତରେ ବିଦେଶୀ ଆଇନଜୀବୀ ବା ଆଇନ ପରାମର୍ଶଦାତା ସଂସ୍ଥା ଓକିଲାତି କରିପାରିବେ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ତେବେ ବିଦେଶୀ ଓକିଲମାନେ ସାମୟିକ ଭାବେ ଭାରତକୁ ଆସି ସେମାନଙ୍କ ମହକିଲଙ୍କୁ ବିଦେଶୀ ଆଇନ ଉପରେ ଆଇନଗତ ପରାମର୍ଶ ଦେଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି।
‘ଫ୍ଲାଏ ଇନ୍‌ ଆଣ୍ଡ ଫ୍ଲାଏ ଆଉଟ୍‌’ ଧାରଣା ୨୦୧୨ରେ ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଅନୁସାରେ ବିଦେଶର ଜଣେ ଓକିଲ ଭାରତ ଆସି ତାଙ୍କ ମହକିଲଙ୍କୁ ଆଇନଗତ ପରାମର୍ଶ ଦେଇ ପୁଣି ଫେରିଯିବେ। କିନ୍ତୁ ଏଠାରେ ତାଙ୍କର ଫାର୍ମ ଖୋଲି ପାରିବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏହି ବ୍ୟବସ୍ଥାକୁ ଅନୁମତି ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ଏ.କେ. ଗୋଏଲ ଏବଂ ୟୁ.ୟୁ. ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିଦେଶୀ ଆଇନଜୀବୀ ଭାରତ ଆସି ଅନ୍ତର୍ଜାତୀୟ ବ୍ୟବସାୟିକ ବିବାଦ ସମ୍ପର୍କରେ ନିଜ ମହକିଲଙ୍କୁ ପରାମର୍ଶ ଦେଇପାରିବେ। ସେହିପରି ବିପିଓ କମ୍ପାନୀଗୁଡ଼ିକ ଆଡ୍‌ଭୋକେଟ୍‌ ଆଇନର ପରିସରଭୁକ୍ତ ହୋଇ ନ ଥିବାରୁ ସେମାନେ ଭାରତରେ ଆଇନଗତ ପରାମର୍ଶ ଦେଇପାରିବେ। କେନ୍ଦ୍ର ସରକାର ଏନେଇ ଆଇନ ପ୍ରଣୟନ ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ) ସହ ଆଲୋଚନା କରନ୍ତୁ। ଭାରତରେ ଆଇନ ପେସାକୁ ନିୟନ୍ତ୍ରଣ କରୁଥିବା ବିସିଆଇ ଗତ ଜାନୁୟାରୀ ୧୦ରେ ସୁପ୍ରିମକୋର୍ଟରେ ଦର୍ଶାଇଥିଲା ଯେ, ବିଦେଶୀ ଆଇନଜୀବୀ ଓ ଆଇନ ଫାର୍ମଗୁଡ଼ିକ ଭାରତୀୟ ଆଇନର ନିୟନ୍ତ୍ରଣାଧୀନ ନ ହେବା ଯାଏ ସେମାନଙ୍କୁ ଏଠାରେ ଓକିଲାତି କରିବା ପାଇଁ ସୁଯୋଗ ଦିଆ ନ ଯାଉ। ବିସିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସି.ୟୁ. ସିଂ ସର୍ବୋଚ୍ଚ ଅଦାଲତରେ ଆଡ୍‌ଭୋକେଟ୍ସ ଆକ୍ଟ, ୧୯୬୧ର ଅବତାରଣା କରି ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ। କେନ୍ଦ୍ରର ଯୁକ୍ତି ହେଉଛି ବିସିଆଇ ନିଜେ ଆଇନ ପ୍ରଣୟନ କରୁ, ନଚେତ୍‌ ସରକାର ଏହି ଆଇନ ବଳରେ ନିଜ କ୍ଷମତାର ବ୍ୟବହାର କରିବେ। ବ୍ରିଟେନର କେତେକ ନିର୍ଦ୍ଦିଷ୍ଟ ଲ’ ଫାର୍ମ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତାର କହିଥିଲେ, ବିଦେଶୀ ଓକିଲଙ୍କ ‘ଫ୍ଲାଏ ଇନ୍‌ ଆଣ୍ଡ ଫ୍ଲାଏ ଆଉଟ୍‌’ ‘ପ୍ରାକ୍ଟିସ୍‌’ର ପର୍ଯ୍ୟାୟଭୁକ୍ତ ନୁହେଁ। ତେଣୁ ସେମାନଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଜଣେ ବ୍ୟକ୍ତି ଭାରତରେ ଓକିଲାତି ପେସାରେ ସମ୍ପୃକ୍ତ ରହିଲେ ମଧ୍ୟ ଆଡ୍‌ଭୋକେଟ୍ସ ଆକ୍ଟ, ୧୯୬୧ର ଧାରା ୩୩ ଅନୁସାରେ ତାଙ୍କୁ ଅନୁମତି ମିଳିବ। ବମ୍ବେ ହାଇକୋର୍ଟ ମଧ୍ୟ ପୂର୍ବରୁ ଏହା ସପକ୍ଷରେ ରାୟ ଦେଇସାରିଛନ୍ତି। ଲ’ କମିଶନ୍‌ ନିଜ ୨୬୬ତମ ରିପୋର୍ଟରେ ବିଦେଶୀ ଓକିଲ ଓ ଆଇନ ପରାମର୍ଶଦାତା ସଂସ୍ଥାଗୁଡ଼ିକର ଭାରତରେ ପ୍ରବେଶକୁ ସମର୍ଥନ କରିଛନ୍ତି।

All Right Reserved By

ଜାତୀୟ |

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

ବାରାଣସୀ,୨୪।୬: ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ନିଜ ଘର ସାମ୍ନାରେ କୋଦାଳ ଧରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ସହ କେତେଜଣ ପରିବାର ସଦସ୍ୟ ଓ ଗାଁ ଲୋକେ ମିଶି ରାସ୍ତା ନିର୍ମାଣରେ ସହଯୋଗ କରିଛନ୍ତି।

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଷ୍ଟେଶନ ନିକଟରେ ଶନିବାର ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇଛି।

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ବମ୍ବେ,୨୪।୬: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଉଗ୍ରରୂପ ନେଇଛି। ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଚାଷୀ ବ୍ୟାଙ୍କରୁ ଲୋନ୍‌ ନେବାକୁ ଚାହୁଁଛନ୍ତି। ତେବେ ଲୋନ୍‌ ନେବାକୁ ଆସିଥିବା ଜଣେ ଚାଷୀଙ୍କ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ଲାଗି ପ୍ରସ୍ତାବ ଦେଇଛନ୍ତି ଜନୈକ ବ୍ୟାଙ୍କ ମ୍ୟାନେଜର।

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ପାଟନା,୨୪।୬: ବିହାର ଆରା ଅର୍ନ୍ତଗତ ନବାଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦ୍ୱିତୀୟ ବିବାହ କରୁଥିବା ସମୟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଚନ୍ଦନ କୁମାର ପାଶଓ୍ବାନ ନାମକ ଜନୈକ ବ୍ୟକ୍ତିଙ୍କର ପୂର୍ବରୁ ୨୦୧୫ ମେ ୩ରେ ବିବାହ ହୋଇଥିଲା।

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ନଏଡା,୨୪।୬: ସୋସିଆଲ ମିଡିଆ ହ୍ବାଟସ୍‌ ଆପ୍‌ରେ ବାବା ରାମଦେବଙ୍କର ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ନଏଡା ପୋଲିସ ଗିରଫ କରିଛି।

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ନେପାନଗର,୨୪।୬: ମଧ୍ୟପ୍ରଦେଶ ନେପାନଗର ରେଲଓ୍ବେ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ମହିଳା ସୁପରଫାଷ୍ଟ ପୁଷ୍ପକ ଏକ୍ସପ୍ରେସ୍‌ ଆସୁଥିବା ଲାଇନ୍‌ନ୍ନେିଜର ଏକମାସ ପୁଅ ସହିତ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

କଲିକତା,୨୪।୬: ଫିଲ୍ମରେ ଅଭିନୟ କରିବା ଲାଗି ଜଣେ ମହିଳାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେବା ଅଭିଯୋଗରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଗିରଫ କରାଯାଇଛି।

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ପାଟନା,୨୪।୬: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳ ବର୍ଷାହେବାର ସମ୍ଭାବନା ଥିବା ପ୍ରକାଶ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି।

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଇଦ୍‌ ପରେ ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଏଥିରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ କେତେକ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୨୪।୬: ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ହୋଇଥିବା ଏହି ହତ୍ୟାକାଣ୍ଡ ଏକ ପ୍ରକାର ପୋଲିସର ମୁଣ୍ଡ ବିଗାଡି ଦେଇଛି।

ବର୍ଷା ଲାଗି ବେଙ୍ଗ-ବେଙ୍ଗୁଲୀ ବାହାଘର

ବର୍ଷା ଲାଗି ବେଙ୍ଗ-ବେଙ୍ଗୁଲୀ ବାହାଘର

ବାରାଣସୀ,୨୪।୬: ଅସହ୍ୟ ଗରମ। ବର୍ଷା ହେବାର ନାଁ ଧୁରୁନି। ପାଣି ପାଇଁ ଲୋକେ ହେଉଛନ୍ତି ଡ଼ହଳ ବିକଳ। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ବେଙ୍ଗ-ବେଙ୍ଗୁଲୀ ବାହାଘର।

ଚା’ରେ ନିଶା ଔଷଧ ମିଶାଇ ନାବାଳିକାଙ୍କୁ ବଳାତ୍କାର: ଭିଡ଼ିଓ ଭାଇରାଲ କରିବାକୁ ଧମକ

ଚା’ରେ ନିଶା ଔଷଧ ମିଶାଇ ନାବାଳିକାଙ୍କୁ ବଳାତ୍କାର: ଭିଡ଼ିଓ ଭାଇରାଲ କରିବାକୁ ଧମକ

ଚଣ୍ଡିଗଡ଼,୨୪।୬: ହରିୟାଣା ଯମୁନାନଗର ଜଗାଧାରୀଠାରେ ଜଣେ ନାବାଳିକାଙ୍କୁ ଚା’ରେ ନିଶା ଔଷଧ ମିଶାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ରାହୁଲଙ୍କ ସମେତ ୩ ମହିଳା ଏବଂ ୨ ଯୁବତୀଙ୍କୁ ଗିରଫ କରିଛି।

Model This Week

ଆହାନା