ଫୁରସତ |

ବିଫଳତାକୁ କ୍ରିତିଙ୍କ ଭୟ ନାହିଁ

ବିଫଳତାକୁ କ୍ରିତିଙ୍କ ଭୟ ନାହିଁ
ବମ୍ବେ: ଅଭିନେତ୍ରୀ କ୍ରିତି ସାନନ୍‌ ଚଳିତବର୍ଷ ନିଜ କ୍ୟାରିୟର୍‌ରେ ଉଭୟ ସଫଳତା ଏବଂ ବିଫଳତାର ସ୍ବାଦ ଚାଖିଛନ୍ତି। ସୁଶାନ୍ତ ସିଂ ରାଜ୍‌ପୁତ୍‌ଙ୍କ ସହ ‘ରାବ୍‌ତା’ ଫିଲ୍ମ ବିଫଳ ରହିଥିବାବେଳେ ‘ବରେଲୀ କୀ ବର୍‌ଫି’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ତେବେ ବକ୍ସ ଅଫିସ୍‌ ବିଫଳତାକୁ ନେଇ ତାଙ୍କୁ କୌଣସି ସମସ୍ୟା ନାହିଁ ବୋଲି ପ୍ରକାଶ କରିଛନ୍ତି କ୍ରିତି। ଏଭଳି ପରିଣାମକୁ ନେଇ ସେ କେବେ ମାନସିକ ଚାପଗ୍ରସ୍ତ ହୋଇ ନ ଥାନ୍ତି ବୋଲି କହିଛନ୍ତି କ୍ରିତି। ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ କହିଛନ୍ତି ଯେ, ବିଫଳତା ଏବଂ ସଫଳତା ଫିଲ୍ମ ଦୁନିଆର ଏକ ଅଂଶବିଶେଷ। ଏହା ଅତି ସହଜରେ ଆସେ ଏବଂ ସହଜରେ ଅତିକ୍ରମ ମଧ୍ୟ କରିଥାଏ। ଏଠାରେ କେହି ଦୃଢ଼ତାର ସହ କହିପାରିବ ନାହିଁ ଯେ ସେ ସଫଳତାର ଶୀର୍ଷରେ ପହଞ୍ଚି ସାରିଛି ଏବଂ କେବେ ବିଫଳତାର ସ୍ବାଦ ଚାଖିବ ନାହିଁ। କେବଳ ନିଜକୁ ନିଜ କାମ ଉତ୍ତମତାର ସହ କରିବାକୁ ପଡ଼ିଥାଏ। କୌଣସି ଫିଲ୍ମ ଭଲ ବ୍ୟବସାୟ କରିବ କି ନ କରିବ ତାହା ଆମ ହାତରେ ନ ଥାଏ ବୋଲି କ୍ରିତି କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୪ରେ ‘ହିରୋପନ୍ତୀ’ ଫିଲ୍ମ ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ପାଦ ଥାପିଥିଲେ କ୍ରିତି। ଏହାପରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାରେ ଲାଗିଛନ୍ତି। ବି-ଟେକ୍‌ ଡିଗ୍ରୀ ହାସଲ କରିଥିବା କ୍ରିତି ଫିଲ୍ମ ଦୁନିଆରେ ସୁଯୋଗ ପାଇ ନ ଥିଲେ ଅନ୍ୟ କ୍ଷେତ୍ରରେ ନିଶ୍ଚିତ ସଫଳ କ୍ୟାରିୟର୍‌ କରିଥାନ୍ତେ ବୋଲି କହିଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କୁ ସେ ସାହସ ଦେଇଥିଲା ବୋଲି କ୍ରିତି କହିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଥମେ ଯେତେବେଳେ ବମ୍ବେ ଆସିଥିଲି କ୍ୟାରିୟର୍‌କୁ ନେଇ ନିଶ୍ଚିତ ଥିଲି। କାରଣ ଅଭିନୟ କଳାକୁ ନେଇ ବେଶ୍‌ ଉତ୍ସାହ ରହିଥିଲା। ଫିଲ୍ମ ଦୁନିଆରେ କାମ କରିବା ମୋର ପ୍ଲାନ୍‌ ଥିବାବେଳେ ଶିକ୍ଷାଗତ ଯୋଗ୍ୟତା ପ୍ଲାନ୍‌ ବି ନିଶ୍ଚିତ କରିଥିଲା। ଏଣୁ ମୁଁ ସଫଳତା କିମ୍ବା ବିଫଳତାକୁ ନେଇ କେବେ ଭୟ କରୁ ନ ଥିଲି। ଯଦି ଜଣେ ବ୍ୟକ୍ତି କୌଣସି ବିଷୟକୁ ନେଇ ଉତ୍ସାହିତ ଥାଆନ୍ତି, ତା’ହେଲେ ପ୍ଲାନ୍‌ ବି’ର ଆବଶ୍ୟକତା କେବେ ପଡ଼ି ନ ଥାଏ ବୋଲି କ୍ରିତି କହିଛନ୍ତି।
All Right Reserved By

ଫୁରସତ |

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି। 

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

 ଲଣ୍ଡନ: ଭାରତରେ (ସିଜେରିଆନ୍‌ ସେକ୍ସନ୍‌) ପ୍ରସୂତିକାଳୀନ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ୨୦୦୫-୦୬ରେ ଏହି ପଦ୍ଧତିରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ୯% ଥିବାବେଳେ ୨୦୧୫-୧୬ରେ ଏହା ୧୮.୫%କୁ ବୃଦ୍ଧି ପାଇଛି। ଲାନ୍‌ସେଟ୍‌ ଜର୍ନାଲ୍‌ରେ ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ବିଶ୍ୱରେ ୨୦୦୦ରୁ ୨୦୧୫ ମଧ୍ୟରେ ସି-ସେକ୍ସନ୍‌ ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ହୋଇଥିବା ଏଥିରେ କୁହାଯାଇଛି।

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ଭଦୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ଏହାଦ୍ୱାରା କୁକୁର ପାଳକ ତଥା ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇପାରିଛି।

ଏମିତି ରେଷ୍ଟୁରାଣ୍ଟ ଯେଉଁଠି ମିଳେ ଚିକିତ୍ସାଳୟର  ଅନୁଭୁତି

ଏମିତି ରେଷ୍ଟୁରାଣ୍ଟ ଯେଉଁଠି ମିଳେ ଚିକିତ୍ସାଳୟର ଅନୁଭୁତି

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନା ହାର୍ଟଆଟାକ।

ଦାମ୍ପତ୍ୟ ଜୀବନରେ ବୟସ ତାରତମ୍ୟ  ଆଣେ ବିଚ୍ଛେଦ

ଦାମ୍ପତ୍ୟ ଜୀବନରେ ବୟସ ତାରତମ୍ୟ ଆଣେ ବିଚ୍ଛେଦ

ଏଜ୍‌ଗ୍ୟାପ୍‌ ବା ବୟସ ତାରତମ୍ୟ ଦାମ୍ପତ୍ୟ ଜୀବନରେ ବିଚ୍ଛେଦ ଆଣିଥାଏ। ଏହା ଅଧିକ ରହିଲେ ବିଚ୍ଛେଦ ଆଶଙ୍କା ବଢ଼ିଥାଏ। ନିକଟରେ ଆଟଲାଣ୍ଟିକ୍‌  ଇମୋରୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲେଖ କରାଯାଇଛି।

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଇଂଲଣ୍ଡର ନଟିଙ୍ଗହାମରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ କାହାଣୀ ଶୁଣିଲେ ଯେ କେହି ଚକିତ ହୋଇଯିବେ। କାରଣ ଏମେଷ୍ଟି ରେଲମ ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି।

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା।