ଜାତୀୟ |

ଆଧାର ସଂଯୋଗ ସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି

ଆଧାର ସଂଯୋଗ ସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୧୩।୩(ପି.ଟି.)- ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଲାଭ ନେବା ଲାଗି ବାଧ୍ୟତାମୂଳକ ଆଧାର ସଂଯୋଗ ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଏଥିପାଇଁ ସମୟ ସୀମା ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବାବେଳେ ମଙ୍ଗଳବାର ସୁପ୍ରିମ କୋର୍ଟ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଆଧାର ଆଇନର ବୈଧତା ଉପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ କୌଣସି ଚୂଡାନ୍ତ ନିଷ୍ପତ୍ତି ନ ଆଣିଲା ପର୍ଯ୍ୟନ୍ତ ଲିଙ୍କିଙ୍ଗ ବା ସଂଯୋଗ ପ୍ରକ୍ରିୟା ଜାରି ରହିବ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଖଣ୍ଡପୀଠରେ ଜଷ୍ଟିସ୍‌ ଏ.କେ ସିକ୍ରି, ଏ.ଏମ୍‌. ଖାନଓ୍ବାଲକର, ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ଅଶୋକ ଭୂଷଣ ଆଦି ରହିଛନ୍ତି। ତେବେ ଖାଲି ଜନ କଲ୍ୟାଣମୂଳକ ଯୋଜନା ନୁହେଁ ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର ସହ ଆଧାର ସଂଯୋଗ ସୀମା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି ହୋଇଛି। ଆଧାର ଏବଂ ଏଥି ସଂକ୍ରାନ୍ତ ଆଇନ୍‌ର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିଶନ ଉପରେ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଆଧାର ମାମଲା ଉପରେ ଶୁଣାଣି ଜାରି ରହିଥିବାରୁ ଲିଙ୍କିଙ୍ଗ୍‌ ଲାଗି ଥିବା ଅନ୍ତିମ ସମୟ ସୀମାକୁ ବଢାଇବା ଲାଗି ସରକାର ଇଚ୍ଛୁକ ବୋଲି ଆଟର୍ନି ଜେନେରାଲ୍‌ କେ.କେ. ଭେନୁଗୋପାଳ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ। ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୫ରେ ସର୍ବୋଚ୍ଚ ନ୍ୟାୟାଳୟ ବାଧ୍ୟତାମୂଳକ ଆଧାର ସଂଯୋଗ ସୀମାକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଥିଲେ।

All Right Reserved By

ଜାତୀୟ |

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା,୧୯।୬: ଗତ କିଛି ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ହିମାଚଳ ପ୍ରଦେଶ ପର୍ଯ୍ୟଟନ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଥିଲା। କାରଣ ଏଠାରେ ଘୋର ଜଳ ସଙ୍କଟ ଦେଖାଦେଇଥିଲା।

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀଗନର,୧୯।୬: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ପୁନେ ଓ ଜମ୍ମୁ-କଶ୍ମୀର ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଫରମେଶନ୍‌ ଆଣ୍ଡ ପବ୍ଲିକ୍‌ ରିଲେଶନ୍ସ (ଡିଆଇପିଆର୍‌)ର ମିଳିତ ସହଯୋଗରେ ଶ୍ରୀନଗରେ ପ୍ରଥମ ଥର ଲାଗି ଏକ ଫଟୋଗ୍ରାଫି କର୍ମଶାଳା ଆୟୋଜିତ ହୋଇଛି।

ଫିଫା ପ୍ରଶଂସକ ଚକ୍‌ରେ ତିଆରି କଲେ ଟ୍ରଫି

ଫିଫା ପ୍ରଶଂସକ ଚକ୍‌ରେ ତିଆରି କଲେ ଟ୍ରଫି

ଚଣ୍ଡିଗଡ଼,୧୯।୬: ସାରା ବିଶ୍ୱରେ ଏବେ ଫୁଟବଲ ଫିବର୍‌। ଆରମ୍ଭ ହୋଇଯାଇଛି ଫିଫା ଓ୍ବାର୍ଲଡ କପ୍‌। ଏହାର ଜଣେ ପ୍ରଶଂସକ ଚକ୍‌ରେ ଫିଫା ଟ୍ରଫି ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଭାଜପାକୁ ଇଶାରା ଦେଲେ ନୀତୀଶ

ଭାଜପାକୁ ଇଶାରା ଦେଲେ ନୀତୀଶ

ପାଟନା,୧୯।୬: ଆଗକୁ ୨୦୧୯ ଲୋକସଭା ନିର୍ବାଚନ। ସମ୍ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାର ହାତ ଛାଡ଼ିବାର ଇଶାରା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ଆଳରେ ଅପରାଧ, ଦୁର୍ନୀତି, ଜାତିବାଦକୁ ସହ୍ୟ କରାଯିବ ନାହିଁ।

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଦ ନିଶାରେ ୨ ସନ୍ତାନଙ୍କୁ ଜୀବନ୍ତ ପୋତୁଥିଲେ ପିତା

ମଦ ନିଶାରେ ୨ ସନ୍ତାନଙ୍କୁ ଜୀବନ୍ତ ପୋତୁଥିଲେ ପିତା

ପାଟନା,୧୯।୬: ବିହାର ଫୁଲବାରିୟା ଥାନା ଅନ୍ତର୍ଗତ ଭାଗବତ ପରସା ଗାଁରେ ଘଟିଛି ଏକ ଅଘଟଣ। ଏଠାରେ ଭୃଗତ ମହତୋ ନାମକ ଜଣେ ପିତା ମଦ ନିଶାରେ ନିଜର ଦୁଇ ସନ୍ତାନଙ୍କୁ ଜୀବନ୍ତ ମାଟିରେ ପୋତୁଥିବା ଅଭିଯୋଗ ହୋଇଛି।

ହୋଟେଲରେ ଅଗ୍ନିକାଣ୍ଡ: ୫ ମୃତ

ହୋଟେଲରେ ଅଗ୍ନିକାଣ୍ଡ: ୫ ମୃତ

ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରବାଗ ଅଞ୍ଚଳରେ ଥିବା ହୋଟେଲ ବିରାଟରେ ମଙ୍ଗଳବାର ଭୋର୍‌ ସମୟରେ ଘଟିଛି ଅଗ୍ନିକାଣ୍ଡ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ପୋଲିସ ସୂଚିତ କରିଛି।

ଖାଲରେ ପଡ଼ିଲା ସ୍କର୍ପିଓ: ୬ ପିଲାଙ୍କ ମୃତ୍ୟୁ

ଖାଲରେ ପଡ଼ିଲା ସ୍କର୍ପିଓ: ୬ ପିଲାଙ୍କ ମୃତ୍ୟୁ

ପାଟନା,୧୯।୬: ବିହାର ଅରରିଆରେ ମଙ୍ଗଳବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବରଯାତ୍ରୀ ସ୍କର୍ପିଓ ଗାଡି ନିୟନ୍ତ୍ରଣ ହରାଇ ପାଣି ଜମି ରହିଥିବା ଖାଲରେ ପଡ଼ିଛି।

ଡ୍ରଗ୍ସ୍‌ ମାଫିଆ ଟାର୍ଗେଟରେ ସ୍କୁଲ: ସାଣ୍ଡଲ୍‌  ହିଲ୍‌ରେ ଚୋରା କାରବାର

ଡ୍ରଗ୍ସ୍‌ ମାଫିଆ ଟାର୍ଗେଟରେ ସ୍କୁଲ: ସାଣ୍ଡଲ୍‌ ହିଲ୍‌ରେ ଚୋରା କାରବାର

ଇନ୍ଦୋର,୧୯।୬: ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟରେ ଡ୍ରଗ୍ସ୍‌ ମାଫିଆ ଏବେ ବେପାର ବଢ଼ାଇବା ପାଇଁ ସ୍କୁଲଗୁଡ଼ିକୁ ଟାର୍ଗେଟ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି। ସ୍କୁଲ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଫୁସୁଲାଇ କିମ୍ବା ବନ୍ଧୁତା କରି ମାଗଣାରେ ବିଭିନ୍ନ ଖାଦ୍ୟପଦାର୍ଥ ମାଧ୍ୟମରେ ଡ୍ରଗ୍ସ୍‌ ଦେଉଛନ୍ତି ମାଫିଆ।

୧୪୪୬୦ ବଙ୍କର ନିର୍ମାଣ ଲାଗି ଟେଣ୍ଡର ଜାରି: ଖର୍ଚ୍ଚ ହେବ ୪୧୬ କୋଟି

୧୪୪୬୦ ବଙ୍କର ନିର୍ମାଣ ଲାଗି ଟେଣ୍ଡର ଜାରି: ଖର୍ଚ୍ଚ ହେବ ୪୧୬ କୋଟି

ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ହୋଇପଡ଼ିଛି ଅସୁରକ୍ଷିତ। ଲୋକଙ୍କ ସୁରକ୍ଷା ଲାଗି ଏଠାରେ ୧୪୪୬୦ ବଙ୍କର ନିର୍ମାଣ ନିମନ୍ତେ ଜାରି ହୋଇଛି ଟେଣ୍ଡର। ଏଥିରେ ୪୧୬ କୋଟି ଟଙ୍କା ଖର୍ଚ୍ଚ ହେବ।

ଖୋଲା ପଡ଼ିଆରେ ଶୋଇଥିବା ଶ୍ରମିକଙ୍କୁ ଜୀବନ୍ତ ପୋତିଲା ଡମ୍ପର

ଖୋଲା ପଡ଼ିଆରେ ଶୋଇଥିବା ଶ୍ରମିକଙ୍କୁ ଜୀବନ୍ତ ପୋତିଲା ଡମ୍ପର

ଜବଲପୁର, ୧୯।୬: ମଧ୍ୟପ୍ରଦେଶ ଜବଲପୁର ନୌଦରା ବ୍ରିଜ୍‌ ଅଞ୍ଚଳରେ ଘଟିଛି ଏକ ଅଘଟଣ। ଏଠାରେ ଖୋଲା ପଡ଼ିଆରେ ରାତିରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଡମ୍ପର ମାଟି ପକାଇ ଦେବାରୁ ସେ ଦୀର୍ଘ ୮ ଘଣ୍ଟା ଧରି ଜୀବନ୍ତ ମାଟିରେ ପୋତି ହୋଇ ରହିଥିଲେ।

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮।୬: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ଏମ୍‌ବିବିଏସ୍‌-୨୦୧୮ରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି।

Model This Week

ପ୍ରଭାତ