ବାଣିଜ୍ୟ |

ସର୍ବନିମ୍ନ ବାଲାନ୍ସ ଜରିମାନା କମାଇଲା ଏସ୍‌ବିଆଇ, ପାଖାପାଖି ୭୫% ହ୍ରାସ

ସର୍ବନିମ୍ନ ବାଲାନ୍ସ ଜରିମାନା କମାଇଲା ଏସ୍‌ବିଆଇ, ପାଖାପାଖି ୭୫% ହ୍ରାସ



ବମ୍ବେ,୧୩-୩
ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଗତବର୍ଷ ଏପ୍ରିଲ ୧ରୁ ସର୍ବନିମ୍ନ ବାଲାନ୍ସ କ୍ଷେତ୍ରରେ ଜରିମାନା ବ୍ୟବସ୍ଥା ଲାଗୁ କରିଛି। ନିୟମ ମୁତାବକ ଯେଉଁ ସଞ୍ଚୟ ଖାତାଧାରୀମାନେ ନିଜ ଆକାଉଣ୍ଟରେ ନିର୍ଦ୍ଧାରିତ ପରିମାଣର ହାରାହାରି ମାସିକ ବାଲାନ୍ସ(ଏଏମ୍‌ବି)ରଖିବାରେ ବିଫଳ ହେଉଛନ୍ତି ସେମାନଙ୍କ ଉପରେ ବ୍ୟାଙ୍କ ଜରିମାନା ଲାଗୁ କରିଆସୁଛି। ନିୟମ ଲାଗୁ ହେବାର ମାତ୍ର ୮ ମାସ ଅର୍ଥାତ୍‌ ଏପ୍ରିଲରୁ ନଭେମ୍ବର ମଧ୍ୟରେ ବ୍ୟାଙ୍କ ଏଥିରୁ ୧,୭୭୧ କୋଟି ଟଙ୍କା ଆୟ କରିଛି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଉଛି। ଏହି ଜରିମାନା ରାଶି ବ୍ୟାଙ୍କର ଜୁଲାଇ-ସେପ୍ଟେମ୍ବର ନେଟ୍‌ ଲାଭଠାରୁ ଅଧିକ। ଉକ୍ତ ତ୍ରୈମାସରେ ବ୍ୟାଙ୍କର ନେଟ୍‌ ଲାଭ ୧,୫୮୧.୫୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ପ୍ରଥମ ୮ ମାସରେ ଜରିମାନା ବାବଦ ଆୟ ବ୍ୟାଙ୍କର ଏପ୍ରିଲ-ସେପ୍ଟେମ୍ବର ନେଟ୍‌ ଲାଭ(୩,୫୮୬ କୋଟି ଟଙ୍କାର)ର ଅଧା। ନୀରବ ମୋଦି ଏବଂ ବିଜୟ ମାଲ୍ୟାଙ୍କ ଭଳି ବଡ ବଡ ଋଣ ଖିଲାପକାରୀଙ୍କୁ ଛାଡି ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଉପରେ ଜରିମାନା ଲଗାଇବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଏସବୁ ମଧ୍ୟରେ ଅଂଶୀଦାରମାନଙ୍କ ଫିଡ୍‌ବ୍ୟାକ୍‌କୁ ଦୃଷ୍ଟିରେ ରଖି ମଙ୍ଗଳବାର ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ଜରିମାନାରେ ପାଖାପାଖି ୭୫% ହ୍ରାସ ଘୋଷଣା କରିଛି, ଯାହାକି ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ। ଫଳରେ ବ୍ୟାଙ୍କର ୨୫ କୋଟି ଗ୍ରାହକ ଉପକୃତ ହେବେ।
ମେଟ୍ରୋ ତଥା ସହରାଞ୍ଚଳ ଗ୍ରାହକଙ୍କ ପାଇଁ ହାରାହାରି ମାସିକ ବାଲାନ୍ସ ୩,୦୦୦ ଟଙ୍କା, ଅର୍ଦ୍ଧ ସହରାଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କା ରହିଛି। ଏହି ବାଲାନ୍ସ ରଖିବାରେ ବିଫଳ ହେଲେ ବର୍ତ୍ତମାନ ଗ୍ରାହକଙ୍କୁ ଯଥାକ୍ରମେ ୩୦ରୁ ୫୦ ଟଙ୍କା, ୨୦ରୁ ୪୦ ଟଙ୍କା ଏବଂ ୨୦ରୁ ୪୦ ଟଙ୍କା ଜରିମାନା ଦେବାକୁ ପଡୁଛି। ନୂଆ ନିୟମ ଅନୁସାରେ ସହରାଞ୍ଚଳ ଶାଖା ପାଇଁ ସର୍ବାଧିକ ଜରିମାନା ୫୦ ଟଙ୍କାରୁ ୧୫ ଟଙ୍କାକୁ ହ୍ରାସ କରାଯାଇଛି। ଏହା ବାଦ ଜିଏସ୍‌ଟି ଲାଗୁ ହେବ। ସେହିଭଳି ଅର୍ଦ୍ଧ ସହରାଞ୍ଚଳରେ ଥିବା ଶାଖାଗୁଡିକ ପାଇଁ ସର୍ବାଧିକ ଜରିମାନା ରାଶି ୪୦ ଟଙ୍କାରୁ ୧୨ ଟଙ୍କାକୁ ଏବଂ ଗ୍ରାମାଞ୍ଚଳ ପାଇଁ ଏହା ୪୦ ଟଙ୍କାରୁ ୧୦ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରଥମ ଥର ପାଇଁ ବ୍ୟାଙ୍କ ଏଥିରେ ହ୍ରାସ ଘଟାଇନାହିଁ। ଗତବର୍ଷ ଅକ୍ଟୋବରରେ ଏହା ସର୍ବନିମ୍ନ ବାଲାନ୍ସ ଜରିମାନାରେ ୨୦ରୁ ୫୦% ହ୍ରାସ କରିଥିଲା। ପ୍ରାରମ୍ଭରେ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ଜରିମାନା ରାଶି ୪୦ରୁ ୧୦୦ ଟଙ୍କା ଥିବାବେଳେ ଅକ୍ଟୋବରରେ ଏହାକୁ ୩୦ରୁ ୫୦ ଟଙ୍କାକୁ ହ୍ରାସ କରାଯାଇଥିଲା। ଉକ୍ତ ସମୟରେ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ଜରିମାନା ୨୫ରୁ ୭୫ ଟଙ୍କାରୁ ୨୦ରୁ ୪୦ ଟଙ୍କାକୁ ହ୍ରାସ କରାଯାଇଥିଲା।
ସମ୍ପ୍ରତି ଏସ୍‌ବିଆଇର ସଞ୍ଚୟ ଖାତାଧାରୀଙ୍କ ସଂଖ୍ୟା ୪୧ କୋଟି ରହିଛି। ଏଥିମଧ୍ୟରୁ ୧୬ କୋଟି ଖାତାକୁ ଉପରୋକ୍ତ ନିୟମରୁ ବାଦ ଦିଆଯାଇଛି। ଏହି ଖାତାଗୁଡିକ ମଧ୍ୟରୁ କେତେକ ଜନଧନ ଖାତା ହୋଇଥିବାବେଳେ, କେତେକ ପେନ୍‌ସନଭୋଗୀ ତଥା ନାବାଳକଙ୍କ ଆକାଉଣ୍ଟ ରହିଛି। ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ କେତେକ ଖାତା ଏଥିରେ ରହିଛି। ୨୧ ବର୍ଷରୁ କମ୍‌ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟ ଉପରେ ଜରିମାନା ଲାଗୁ ନ ଥିବା ଏସ୍‌ବିଆଇର ଏମ୍‌ଡି ପି. କେ. ଗୁପ୍ତା କହିଛନ୍ତି।

All Right Reserved By

ବାଣିଜ୍ୟ |

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ବିଶ୍ୱର ୩ ପ୍ରମୁଖ କମ୍ପାନୀ ହେଉଛନ୍ତି ଆମାଜନ୍‌, ଓ୍ବର୍କଶାୟାର୍‌ ହାଥାଓ୍ବେ ଏବଂ ଜେପି ମୋର୍ଗାନ୍‌ ଚେଜ୍‌। ଏମାନେ ମିଳିତ ହୋଇ ଏକ ନୂଆ କମ୍ପାନୀ ଗଢ଼ିବେ, ଯାହାକି ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବ। ଏହି ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟାଳୟ ବୋଷ୍ଟନ୍‌ରେ ରହିବ।

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ମ୍ୟାଟ୍ରେସ୍‌ ବ୍ୟବହାରକୁ ନେଇ ରାଜ୍ୟରେ ସଚେତନତାର ଅଭାବ ରହିଛି। ଏହା ହେଉଛି ଏକ କାରଣ ଯାହାଦ୍ୱାରା ଏଠାରେ ମ୍ୟାଟ୍ରେସ୍‌ ବିକ୍ରି ଆଶାନୁରୂପକ ନାହିଁ। ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ। ଏଠାରେ ଲୋକମାନଙ୍କ ମଧ୍ୟରେ ମ୍ୟାଟ୍ରେସ୍‌ ବ୍ୟବହାର ଅତ୍ୟନ୍ତ କମ୍‌ ବୋଲି କୁହନ୍ତି ସୌକୀନ ଇଣ୍ଡଷ୍ଟ୍ରିଜ୍‌ର ସ୍ବତ୍ୱାଧିକାରୀ ସରୋଜ କୁମାର ପାତ୍ର। ରାଜ୍ୟର ମ୍ୟାଟ୍ରେସ୍‌ ବଜାରର ସ୍ଥିତି ଏବଂ କମ୍ପାନୀର ବିଭିନ୍ନ ଯୋଜନା ସମ୍ପର୍କରେ ସେ ଦେଇଥିବା ବିବରଣୀର ଏହା ଅଂଶବିଶେଷ।

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ନୂଆଦିଲ୍ଲୀ, ୨୪-୬: ପ୍ରମୁଖ ମେସେଜିଂ ସେବା ପ୍ରଦାନକାରୀ ହ୍ବାଟସ୍‌ ଆପ୍‌ ଘରୋଇ ବଜାର ଲାଗି ଏହା ପ୍ରଭେସି (ଗୋପନୀୟତା) ନୀତିରେ ଶନିବାର ସଂଶୋଧନ ଆଣିଛି।

ସର୍ଭରରେ ତ୍ରୁଟି ଯୋଗୁ ୨୫  ଏୟାର ଇଣ୍ଡିଆ ବିମାନ ବିଳମ୍ବ

ସର୍ଭରରେ ତ୍ରୁଟି ଯୋଗୁ ୨୫ ଏୟାର ଇଣ୍ଡିଆ ବିମାନ ବିଳମ୍ବ

ନୂଆଦିଲ୍ଲୀ, ୨୪-୬: ସର୍ଭରରେ ତ୍ରୁଟି ଯୋଗୁ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୨୫ଟି ବିମାନର ବିଳମ୍ବ ଘଟିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକୁ ୩ ଘଣ୍ଟା ବିଳମ୍ବ ହୋଇଛି। ଆମେରିକାର ଆଣ୍ଟଲାଣ୍ଟାଠାରେ ଥିବା ଡାଟା ସେଣ୍ଟରରେ ସର୍ଭରରେ ତ୍ରୁଟି ହେବା ଯୋଗୁ ଏହି ଭଳି ଅସୁବିଧା ଉପୁଜିଛି।

ଆହୁରି କମିବ ପେଟ୍ରୋଲ, ଡିଜେଲ

ଆହୁରି କମିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ, ୨୪-୬: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ଆହୁରି ହ୍ରାସ ଘଟିପାରେ। ଅଷ୍ଟ୍ରିଆର ଭିଏନା ଠାରେ ଚାଲିଥିବା ଓପେକ୍‌ ତଥା ଅଣ ଓପେକ ଦେଶ ସମୂହଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ତେଲ ଦର ହ୍ରାସ ସମ୍ଭାବନା ଦେଖା ଯାଇଛି।

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ, ୨୪-୬: ରେଲଓ୍ବେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବାକୁ ଆଗାମୀ ଦିନରେ ଡ୍ରୋନ ବ୍ୟବହାରକୁ ପ୍ରାଥମିକତା ଦେଉଛି। ରେଳ ଟ୍ରାକଗୁଡିକ ଉପରେ ନଜର ରଖିବାକୁ ଡ୍ରୋନ ବ୍ୟବହାର ନେଇ ରେଲଓ୍ବେ ବିଚାର କରୁଛି।

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ନୂଆଦିଲ୍ଲୀ, ୨୪-୬: ଖାଦ୍ୟ ସୁରକ୍ଷା ଆଇନରେ ସଂଶୋଧନ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥି ସଂକ୍ରାନ୍ତ ନୂଆ ଆଇନ କାର୍ଯ୍ୟକାରୀ ହେଲେ ଖାଦ୍ୟ ତଥା ପାନୀୟରେ ଅପମିଶ୍ରଣକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ କଡାକଡି କରିବେ।

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ନୂଆଦିଲ୍ଲୀ, ୨୪-୬: ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନର ସମ୍ପୂର୍ଣ୍ଣ ଓହରିଯିବା ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥା ଲାଗି କିଭଳି ଭାବେ ଲାଭକାରୀ ହେବ ତାହା ବର୍ତ୍ତମାନ ଠାରୁ ଆକଳନ କରିବା କଷ୍ଟକର। ମାତ୍ର ବ୍ରିଟେନର ଏହି ଭଳି ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଜଣାପଡିଛି।

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ବାଙ୍ଗାଲୋର,୨୪-୬(ପି.ଟି.) କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣମୂର୍ତ୍ତି କମ୍ପାନୀର ୩୭ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଯୋଗ ଦେଇନାହାନ୍ତି। ତେବେ ସେ ଦେଶ ବାହାରେ ଥିବା ତାଙ୍କର ଜଣେ ନିକଟ ସହଯୋଗୀ ପ୍ରକାଶ କରିଛନ୍ତି।

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ନୂଆଦିଲ୍ଲୀ, ୨୪-୬: ସୁନ୍ଦର ପିଚାଇଙ୍କ ନେତୃତ୍ୱାଧୀନ ସର୍ଚ୍ଚ ଇଞ୍ଜିନ ଗୁଗଲ ବିଶ୍ୱ ଇ-କମର୍ସ ବଜାରରେ ପ୍ରବେଶ ଲାଗି ଯୋଜନା ରଖିଛି। କମ୍ପାନୀ ଏହାର ସେବା ଘରୋଇ ବଜାରରୁ ଆରମ୍ଭ କରିବ। ଦୀପାବଳି ସମୟରେ କମ୍ପାନୀ ସେବାର ଶୁଭାରମ୍ଭ ଲାଗି ଯୋଜନା ରଖିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ କମ୍ପାନୀ ଫ୍ଲିପକାର୍ଟରେ ନିବେଶ ନେଇ ସୁଯୋଗ ଅପେକ୍ଷାରେ ରହିଥିଲା। ମାତ୍ର ବର୍ତ୍ତମାନ ପ୍ଲିପକାର୍ଟର ୭୭% ଅଂଶଧନକୁ ଓ୍ବାଲମାର୍ଟ ଅଧିଗ୍ରହଣ କରିନେବାରୁ ଗୁଗୁଲ ଉକ୍ତ କ୍ଷେତ୍ରରେ ଏକକୀ ପ୍ରବେଶ ନେଇ ଯୋଜନା ଧାର୍ଯ୍ୟ କରିଛି।

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ବମ୍ବେ,୨୪-୬(ପି.ଟି.) କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ପୂର୍ବ ସପ୍ତାହ ତୁଳନାରେ ଏଇ ସପ୍ତାହରେ ସେନ୍‌ସେକ୍ସରେ ୬୭.୪୬ ପଏଣ୍ଟ ବୃଦ୍ଧି ଘଟିଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟିରେ ୪.୧୫ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସପ୍ତାହର ଅନ୍ତିମ କାରବାର ଦିବସରେ ଉଭୟ ଯଥାକ୍ରମେ ୩୫,୬୮୯.୬୦ ପଏଣ୍ଟ ଏବଂ ୧୦,୮୨୧.୮୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ବାଙ୍ଗାଲୋର,୨୪-୬: ଭିଡିଓକନ୍‌ ଋଣ ମାମଲାର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଛୁଟିରେ ରହିବେ। ତାଙ୍କ ଦାୟିତ୍ୱ ସମ୍ଭାଳିବେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ସନ୍ଦୀପ ବକ୍ସି।

Model This Week

ଆହାନା