ରାଜ୍ୟ |

ରାଜଧାନୀରେ ଆଇପିଏସ୍‌ ସମ୍ମିଳନୀ

ରାଜଧାନୀରେ ଆଇପିଏସ୍‌ ସମ୍ମିଳନୀ
ଭୁବନେଶ୍ୱର, ୧୩।୩(ବ୍ୟୁରୋ)- ସାଧାରଣ ଲୋକଙ୍କୁ ନୈତିକ ବ୍ୟବହାର ପ୍ରଦର୍ଶନ କର। କମ୍ୟୁନିଟି ପୋଲିସ ବ୍ୟବସ୍ଥାକୁ ସୂଚାରରୁପେ ତୁଲାଅ। ସୋସିଆଲ ମିଡିଆକୁ ଠିକ ଭାବେ ବିନିଯୋଗ କର। ନିଜକୁ ଆଧୁନିକ ଏବଂ ବୈଷୟିକ ଜ୍ଞାନକୌଶଳ ସହ ସାମିଲ କରାଅ। ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ସଂଖ୍ୟାକୁ ବୃଦ୍ଧି କର। ସର୍ବୋପରି ଲୋକମାନଙ୍କ ବିଶ୍ୱାସ ଭାଜନ ହୁଅ। ଭୁବନେଶ୍ୱରସ୍ଥିତ ପୋଲିସ ଭବନ ସମ୍ମିଳନୀ କକ୍ଷରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୬୦ତମ ଆଇପିଏସ୍‌ ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ବିଭାଗର ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ୩ ଦିନିଆ ଏହି ସମ୍ମିଳନୀକୁ ଶର୍ମା ଉଦ୍‌ଘାଟନ କରି କହିଲେ, ବିଭିନ୍ନ ଅପରାଧର ଶିକାର ପୀଡ଼ିତାମାନେ ଆଇନ ଅନୁଯାୟୀ କିପରି କ୍ଷତିପୂରଣ ପାଇବେ ସେନେଇ ପୋଲିସ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ। ମାମଲାର ଚାର୍ଜଶିଟ୍‌ ଦାଖଲ ବେଳେ ଯେପରି କୌଣସି ଗୋଟିଏ ହେଲେ ପ୍ରମାଣ ଛାଡିଦିଆ ନ ଯାଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଲାଗି ପ୍ରତି ଜିଲାରେ ମଡେଲ ଥାନା ପ୍ରତିଷ୍ଠା କରାଯିବ। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମହିଳା ଓ ଶିଶୁମାନଙ୍କୁ କାଉନ୍‌ସେଲିଂ କରିବା ପାଇଁ ପ୍ରତି ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ କାଉନ୍‌ସେଲିଂ ସେଣ୍ଟର ଖୋଲିବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କୁ ଏପରି ସେବା ଯୋଗାଅ, ଯାହାଦ୍ୱାରା ପୋଲିସ ବ୍ୟବସ୍ଥାରେ ନୂଆ ବେଞ୍ଚମାର୍କ ସୃଷ୍ଟି ହୋଇପାରିବ। ଯଥାସମ୍ଭବ ନିଜକୁ ଡିଜିଟାଲ କର। ପେପରଲେସ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କର। ଏଥିପାଇଁ ଯେଉଁସବୁ ନୂତନ ଟେକ୍ନୋଲୋଜି ରହିଛି ତାହାକୁ ଶିଖିବା ପାଇଁ ଉଦ୍ୟମ କର। ବର୍ତ୍ତମାନ ସାଇବର କ୍ରାଇମ ବଢି ଚାଲିଛି। ତେଣୁ ଏହାକୁ ଲଗାମ ଦିଅ। ଏ ନେଇ ରହିଥିବା ସମସ୍ତ ବୈଷୟିକ ଜ୍ଞାନକୌଶଳକୁ ତୁରନ୍ତ ଶିଖିବା ପାଇଁ ଚେଷ୍ଟା କର। କାରଣ ବିଶ୍ୱ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଏହି ପରିବର୍ତ୍ତନ ସହ ଆମକୁ ତାଳ ଦେଇ କାର୍ଯ୍ୟ କରିବାକୁ ପଡିବ। ନଚେତ୍‌ ଆମେ ପଛରେ ପଡିଯିବା ବୋଲି ଡିଜିପି ଶର୍ମା କହିଥିଲେ। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ଭାବେ ନିୟନ୍ତ୍ରଣ କରିଥିବା ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ଭୁବନେଶ୍ୱରରେ ହୋଇଥିବା ଖେଳ ମହାକୁମ୍ଭରେ ନିଜ ଦକ୍ଷତା ଦେଖାଇଥିବା ଅଧିକାରୀମାନଙ୍କୁ ଶର୍ମା ଅଭିନନ୍ଦନ ଜଣାଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯୁବ ଆଇପିଏସ୍‌ ଅଫିସରମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ଲାଗି ଉତ୍ସାହିତ କରିଥିଲେ। ସମ୍ମିଳନୀ ଆରମ୍ଭରେ ଶହୀଦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ୩ଦିନ ହେବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୩୮ ଆଇପିଏସ ଅଧିକାରୀ ସାମିଲ ହୋଇଛନ୍ତି। କ୍ରାଇମ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ପୋଲିସ କମିଶନର ଓ୍ବାଇ.ବି. ଖୁରାନିଆ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ପ୍ରତି ଜିଲାର ଏସ୍‌ପି, ରେଞ୍ଜ ଆଇଜି, ଡିଆଇଜି, ଜେଲ ବିଭାଗ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଏଡିଜି ସତ୍ୟଜିତ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଆଇଜି ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।
All Right Reserved By

ରାଜ୍ୟ |

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ଦିଗପହଣ୍ଡି,୧୫।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରିରେ ଶନିବାର ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଆୟୋଜିତ ଜନପରାମର୍ଶ ପଦଯାତ୍ରା ଓ ଜନସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଚିଟ୍‌ଫଣ୍ଡ ଓ ଖଣି ଭଳି ବିଭିନ୍ନ ଦୁର୍ନୀତିରେ ରାଜ୍ୟ ସରକାର ଜଡିତ ଅଛନ୍ତି। ନବୀନ ସରକାରଙ୍କ ନୂତନ ଯୋଜନା ପିଠାରେ ପିସିର ପୁର ଦିଆଯାଇଛି। ଗଞ୍ଜାମ ଜିଲାର ଜନସାଧାରଣ ବାସି ପିଠାର ପୁରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଢେଙ୍କାନାଳ ଜିଲା ବେଲଟିକିର ସେଲ୍‌ଟର ହୋମ୍‌ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ମହିଳା ଜନତା ଦଳ ଓ ଭାଜପା ମହିଳା ମୋର୍ଚ୍ଚା ଏନେଇ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ନେଇ ଆବଶ୍ୟକ ପଦକ୍ଷେପ ନେଉଥିବା କହିଛି ବିଜେଡି। ସେହିପରି ନିଜର ଦୋଷ ଲୁଚାଇବା ସହ ବିଜେଡି ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ  ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ଭାଜପା।

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସଂପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପର ଷଷ୍ଠ ପର୍ଯ୍ୟାୟରେ ୧୩ ଟି ଜିଲାର ୧୯୧୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି।

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବାତ୍ୟା ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଶାକୁ ଖବ୍‌ ଶୀଘ୍ର ତିତଲି ସହାୟତା ଯୋଗାଇ ଦିଆଯିବ ବୋଲି ରାଜନାଥ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ଦାରିଙ୍ଗବାଡ଼ିର  ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ିର ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତ କାର୍ଯ୍ୟାଳୟରେ ‘ପିଠା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବାସି ମାଂସ ଖାଇ ୯ ଅସୁସ୍ଥ, ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି

ବାସି ମାଂସ ଖାଇ ୯ ଅସୁସ୍ଥ, ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି

ପାପଡ଼ାହାଣ୍ଡି,୧୫।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡଙ୍ଗରିଗୁଡ଼ା ଗ୍ରାମରେ ବାସି ମାଂସ ଖାଇ ୯ ଜଣ ଝାଡ଼ାବାନ୍ତିର ଶିକାର ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଛୁଆ, ଜଣେ ମହିଳା ଓ ୩ଜଣ ଲୋକ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ପାପଡ଼ାହାଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଜାରି ରହିଛି।  

ଛୁଆ ଭାଲୁର ମୃତଦେହ ଉଦ୍ଧାର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ନବରଙ୍ଗପୁର,୧୫।୧୨(ବି.ପ୍ର.): ନବରଙ୍ଗପୁର ବ୍ଲକ ଭତରା ସିଉନୀ ପଞ୍ଚାୟତ ଉତରା ଗାଁର ନଦୀ ପଠାରେ ଶନିବାର ଏକ ଛୁଆ ଭାଲୁର ମୃତଦେହ ପଡ଼ି ରହିଥିବା ଜଣାପଡ଼ିଛି।

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ପରଜଙ୍ଗ, ୧୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ହାତୀଲୁଚାଣି ଠାରୁ କୁଆଳୋ ଯାଇଥିବା ରାସ୍ତାର ଗୁଡିବନ୍ଧ ପୋଖରୀ ନିକଟରେ ବାଇକ ଦୃର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ କଲଦା ପଞ୍ଚାୟତ ସିଂହଡା ଗ୍ରାମର ପାଣ୍ଡବ ସାହୁ ।

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।