Dharitri News
ଫୁରସତ |

ସମ୍ମାନ ପାଇଁ ଚରମ ପଦକ୍ଷେପ ନିଏ ମଣିଷ

ସମ୍ମାନ ପାଇଁ ଚରମ ପଦକ୍ଷେପ ନିଏ ମଣିଷ ନ୍ୟୁୟର୍କ: ଲୋକେ ନିଜର ଆମତ୍ସମ୍ମାନକୁ  ବହୁତ ଗୁରୁତ୍ୱ ଦିଅନ୍ତି। ଏପରି କି ନିଜ ସମ୍ମାନରକ୍ଷା ପାଇଁ ଲୋକେ କୌଣସି ସ୍ତରକୁ ବି ଯାଇପାରନ୍ତି। ଜଣେ ବ୍ୟକ୍ତି ଭାବମୂର୍ତ୍ତି ରକ୍ଷାଲାଗି ଅନ୍ୟକୁ ହତ୍ୟା କରିପାରେ କିମ୍ବା ନିଜ ସମ୍ମାନ ରକ୍ଷା ପାଇଁ ଲୋକେ କିପରି ଚରମ ପଦକ୍ଷେପ ନେଇପାରନ୍ତି ତାକୁ ନେଇ ଇତିହାସରେ ଆନେକ ଦୃଷ୍ଟାନ୍ତ ରହିଛି। ଆମତ୍ମ୍ଯଯ୍ୟାଦା ସମ୍ପର୍କିତ ପୂର୍ବ ଅଧ୍ୟୟନଗୁଡ଼ିକରେ ମିଳିଥିବା ତଥ୍ୟ ଆଧାରରେ ଆମେରିକାର ଫ୍ଲୋରିଡା ୟୁନିଭର୍ସିଟି ଗବେଷକମାନେ କେତେକ ଜାଲ୍‌ ପରୀକ୍ଷା କରି ସେସବୁକୁ ଅନୁଶୀଳନ କରିଥିଲେ। ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଲୋକେ ନିଜ ଗର୍ବ, ସମ୍ମାନ ଓ ଭାବମୂର୍ତ୍ତିକୁ ସବୁଠୁ ବେଶି ଗୁରୁତ୍ୱ ଦିଅନ୍ତି। ନିଜ ମୁଣ୍ଡରେ ସ୍ବସ୍ତିକ ଚିହ୍ନଯୁକ୍ତ ଟାଟୁ ଲଗାଇବା ଓ ହାତ କାଟିବା ମଧ୍ୟରୁ କେଉଁଟାକୁ ସେମାନେ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଅଧିକାଂଶ ଲୋକ ହାତ କାଟିବାକୁ ଚାହିଁବେ ବୋଲି ଉତ୍ତର ଦେଇଥିଲେ। ସୋସିଆଲ ଫିଜିକାଲ ଆଣ୍ଡ ପର୍ସନାଲିଟି ସାଇନ୍ସ ଜର୍ନାଲରେ ଏହି ଅଧ୍ୟୟନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି।

ଫୁରସତ |

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଓ୍ବାଶିଂଟନ: ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଏକ ନୂତନ ତଥ୍ୟ ହାସଲ କରିଛନ୍ତି। ପୃଥିବୀରେ ବାର୍ଷିକ ୨୦୦ ନିୟୁତ ଲୋକ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଓ୍ବାଶିଂଟନ: ବିଶ୍ୱ ତାପମାନ ବଢ଼ିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀରେ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭୌଗୋଳିକ ମତ ପ୍ରକାଶ କରିଛନ୍ତି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।