ରାଜ୍ୟ |

ଗୁଣିଗାରେଡ଼ି ଏକ ଘରୋଇ ହିଂସା

ଗୁଣିଗାରେଡ଼ି ଏକ ଘରୋଇ ହିଂସା
ଭୁବନେଶ୍ୱର,୧୩।୩(ବ୍ୟୁରୋ)- ଓଡ଼ିଶାରେ କେବଳ ମହିଳାମାନେ ଗୁଣିଗାରେଡ଼ିର ଶିକାର ହେଉନାହାନ୍ତି ବରଂ ପୁରୁଷମାନେ ମଧ୍ୟ ହେଉଛନ୍ତି, ଯାହାକି ଅଧିକାଂଶ ସମୟରେ ଲୋକଲୋଚନ ଆଢ଼ୁଆଳରେ ରହିଯାଉଛି। ବେଳେବେଳେ ଘଟଣା ଘଟିସାରିବା ପରେ ତାହା ଲୋକଲୋଚନକୁ ଆସୁଛି। ସମସ୍ତଙ୍କ ସମ୍ମୁଖରେ ଏଭଳି ହିଂସା ଘଟୁଥିଲେ ମଧ୍ୟ କେହି ଏହାର ବିରୋଧ କରୁନାହାନ୍ତି। ଜବରଦସ୍ତ କାହାକୁ ଡାହାଣୀ କହିବା ଏକ ବଡ଼ ଅପରାଧ। ଏଭଳିସ୍ଥଳେ ଆଇନର ସ୍ତର କିପରି ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଲୋକେ ଏହାର ସୁଫଳ ପାଇପାରିବେ, ସେଥିଲାଗି ବିଶ୍ଳେଷଣର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ କହିଛନ୍ତି। ଜାତୀୟ ମହିଳା କମିଶନ, ଆକ୍ସନଏଡ୍‌ ଓ ବେଟି ଜିନ୍ଦାବାଦ୍‌ ଅଭିଯାନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ‘ଗୁଣିଗାରେଡ଼ି ଓ ମହିଳାମାନଙ୍କ ଅଧିକାର ଉଲ୍ଲଂଘନ’ ଶୀର୍ଷକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ସେ କହିଥିଲେ, ଡାହାଣୀ ଓ ଗୁଣିଆ ଶବ୍ଦର କୌଣସି ସତ୍ୟତା ନାହିଁ। କିନ୍ତୁ କେତେଜଣ ଅସାମାଜିକ ବ୍ୟକ୍ତି ଅଦୃଶ୍ୟରେ ରହି ଏଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ଓ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ପ୍ରଥମେ ସେମାନଙ୍କ ମାନସିକତାର ପରିବର୍ତ୍ତନ କରିପାରିଲେ ହିଁ ମହିଳାଙ୍କ ଉପରେ ହେଉଥିବା ହିଂସାର ବିଲୋପ ହୋଇପାରିବ। ଅନ୍ୟତମ ବକ୍ତା ଭାବେ ଆକ୍ସନଏଡ୍‌ର ନିର୍ଦ୍ଦେଶିକା ସେହଜୋ ସିଂ ଯୋଗଦେଇ କହିଥିଲେ, ଗୁଣିଗାରେଡ଼ିକୁ ହଟାଇବା ପାଇଁ ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏ ଦିଗରେ ତୃଣମୂଳ ସ୍ତରରେ ଜନସଚେତନତା ସହ ଆଇନକୁ କଡ଼ାକଡ଼ି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆକ୍ସନଏଡ୍‌ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର କହିଲେ, ଗୁଣିଗାରେଡ଼ି ଦୂରୀକରଣ ପାଇଁ ପ୍ରଥମେ ଆଦିବାସୀ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଏ ଦିଗରେ ଜନଜାଗରଣର ଆବଶ୍ୟକତା ରହିଥିବା ସେ କହିଥିଲେ। ଅସମାନତା, ଅସ୍ପୃଶ୍ୟତା ଓ ବିଚାରଧାରାର ଭାବକୁ ପ୍ରଥମେ ବଦଳାଇବାକୁ ପଡ଼ିବ, ଯାହାଫଳରେ ମାନବିକ ଅଧିକାର ସୁରକ୍ଷିତ ହୋଇପାରିବ। ଆଶା, ଅଙ୍ଗନଓ୍ବାଡ଼ି, ପୋଲିସ ଓ ସରକାରୀ କଳର ମଧ୍ୟ ଏଥିରେ ଗୁରୁଦାୟିତ୍ୱ ରହିଛି। ସେହିଭଳି ଗୁଣିଗାରେଡ଼ି ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବା ଆବଶ୍ୟକ। ଏ ଦିଗରେ ଗଣମାଧ୍ୟମର ମଧ୍ୟ ବଳିଷ୍ଠ ଭୂମିକା ରହିଛି ବୋଲି ଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଫର୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟର ପ୍ରଫେସର ଦେବନାଥନ, ସାମ୍ବାଦିକ ପ୍ରିୟରଞ୍ଜନ, ବିଘ୍ନେଶ୍ୱର ସାହୁ, ରାକ୍ଷୀ ଘୋଷ, ଆଡ୍‌ଭୋକେଟ ସୁଜାତା ଜେନା ପ୍ରମୁଖ କହିଥିଲେ। ଓଡ଼ିଶାରେ ଗୁଣିଗାରେଡ଼ିର ସ୍ଥିତି ସମ୍ପର୍କରେ ସୂଚନା ଦେଇ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୂତାର କହିଥିଲେ, ଓଡ଼ିଶାରେ ଡାହାଣୀ, ଗୁଣିଆ ସନ୍ଦେହରେ ହତ୍ୟା ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ଏହା ଏକପ୍ରକାର ଘରୋଇ ହିଂସା। ଲୋକଙ୍କ ମାନସିକତାର ପରିବର୍ତ୍ତନ ନ ହେବା ଯାଏ ଏହା କମିବନି ବୋଲି ସେ ମତ ରଖିଥିଲେ। ଆକ୍ସନଏଡ୍‌ ଗୁଜରାଟର ପ୍ରୋଗ୍ରାମ ଅଫିସର ସୁଶୀଳା ପ୍ରଜାପତି ଏହି ଅବସରରେ ଗୁଜରାଟ ଓ ରାଜସ୍ଥାନର ଗୁଣିଗାରେଡ଼ି ସ୍ଥିତି ସମ୍ପର୍କରେ କହିଥିଲେ। ପିପୁଲ୍ସ ଏଣ୍ଡ୍‌ ଡେଭେଲପ୍‌ମେଣ୍ଟର ରଚନା ଶର୍ମା ଗୁଣିଗାରେଡ଼ିର ପ୍ରଭାବରେ କିଭଳି ସାମାଜିକ ଓ ଅର୍ଥନୈତିକ ଦିଗ ବିପନ୍ନ ହେଉଛି, ତା’ ଉପରେ ମତ ରଖିଥିଲେ। ପ୍ରାରମ୍ଭିକ ସଭା ପରେ ଗୁଣିଗାରେଡ଼ିକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡ଼ିଥିବା ପରିବର୍ତ୍ତନକାରୀମାନଙ୍କୁ ଏସ୍‌ବିଆଇ ଲେଡିଜ୍‌ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆକ୍ସନଏଡ୍‌ର ବି.ଏନ୍‌. ଦୁର୍ଗା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ଓ ପୁଷ୍ପଶ୍ରୀ ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
All Right Reserved By

ରାଜ୍ୟ |

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। 

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ନିରାଶ କଲା  ନିଯୁକ୍ତି ମେଳା

ନିରାଶ କଲା ନିଯୁକ୍ତି ମେଳା

ବାରିପଦା ଅଫିସ,୧୫।୧୨- ଶିଳ୍ପଶୂନ୍ୟ ମୟୂରଭଞ୍ଜ ଜିଲାରେ ଶୁକ୍ରବାର  ଆୟୋଜିତ ନିଯୁକ୍ତି ମେଳା ଆଶାନୁରୂପ ସଫଳତା ପାଇ ନ ଥିବା ଅଭିଯୋଗ ହୋଇଛି। କେବଳ ବାରିପଦା ଓ କପ୍ତିପଦା ଉପଖଣ୍ଡର ମୋଟ ୨୭୪୭ ଜଣ ଏଥିରେ ରେଜିଷ୍ଟ୍ରେଶନ କରିଥିଲେ। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ।