ଖେଳ |

ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

 ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

କଲମ୍ବୋ, ୧୩ା୩ (ପି.ଟି.)-ଶାର୍ଦ୍ଦୁଳ ଠାକୁର ଭାରତୀୟ କ୍ରିକେଟ ଦଳର ତୃତୀୟ ସିମ୍‌ ବୋଲର ଭାବେ ଉଭା ହୋଇଛନ୍ତି। ସୋମବାର ଚଳିତ ନିଦାହାସ ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇ ପାରିଛନ୍ତି। ଭୁବନେଶ୍ୱର କୁମାର (ଭୁବି) ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିକୁ ସେ ଅନେକାଂଶରେ ଭରଣା କରିବାରେ ସମର୍ଥ ହୋଇଛନ୍ତି। ସେ ୪ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିବାରୁ ଶ୍ରୀଲଙ୍କା ସ୍କୋର ୧୫୨ ରନରେ ସୀମିତ ହୋଇଯାଇଥିଲା। ଭାରତ ଏକଦା ୮୫ ରନରେ ୪ ଉଇକେଟ ହରାଇ ସାରିଥିଲା। ପଞ୍ଚମ ଉଇକେଟ ଯୋଡିରେ ମନୀଷ ପାଣ୍ଡେ (୪୨*) ଓ ଦୀନେଶ କାର୍ତ୍ତିକ ( ୩୯*) ଅପରାଜିତ ୬୮ ରନ କରି ଦଳକୁ ୬ ଉଇକେଟରେ ସହଜ ବିଜୟ ପ୍ରଦାନ କରିଥିଲେ। ରଣଜୀ ଟ୍ରଫିରେ ବମ୍ବେ ତରଫରୁ ଖେଳୁଥିବା ବେଳେ ମୁଁ ଜାହିର ଖାଁ, ଧାଓ୍ବଲ କୁଲକର୍ନୀ ଓ ଅଜିତ୍‌ ଅଗରକରଙ୍କ ସ୍ଥାନରେ ମୁଁ ଖେଳି ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଛି। ବୋଲି ଶାଦ୍ଦୁଳ ଦୃଢତାର ସହିତ କହିଛନ୍ତି।

All Right Reserved By

ଖେଳ |

ପ୍ରି-କ୍ୱାର୍ଟରରେ ବେଲଜିୟମ

ପ୍ରି-କ୍ୱାର୍ଟରରେ ବେଲଜିୟମ

ମସ୍କୋ, ୨୩।୬- ରୋମେଲୁ ଲୁକାକା ଓ ଇଡେନ ହାଜାର୍ଡଙ୍କ ଡବଲ ଗୋଲ ବଳରେ ବେଲଜିୟମ ଚଳିତ ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ହାଜାର୍ଡଙ୍କ ନେତୃତ୍ୱାଧୀନ ଦଳ ୫-୨ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି।

ଆୟର୍ଲାଣ୍ଡ ଟି୨୦ ଦଳରେ ପଞ୍ଜାବ ଜନ୍ମିତ ସିମି ସିଂ

ଆୟର୍ଲାଣ୍ଡ ଟି୨୦ ଦଳରେ ପଞ୍ଜାବ ଜନ୍ମିତ ସିମି ସିଂ

ଡବଲିନ, ୨୩।୬(ପି.ଟି.)- ଭାରତ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ପାଇଁ ୧୪ ଜଣିଆ ଆୟର୍ଲାଣ୍ଡ ଦଳ ଘୋଷଣା କରାଯାଇଛି। ଗ୍ୟାରୀ ଓ୍ବିଲିସନ ଅଧିନାୟକ ମନୋନୀତ ହୋଇଥିବାବେଳେ ପଞ୍ଜାବ ଜନ୍ମିତ ୩୧ ବର୍ଷୀୟ ଅଫ୍‌ସ୍ପିନର ସିମରଞ୍ଜିତ (ସିମି) ସିଂ ଦଳରେ ସ୍ଥାନ ପାଇଛନ୍ତି। ସିମି ଆୟର୍ଲାଣ୍ଡ ପାଇଁ ୭ଟି ଦିନିକିଆ ଓ ୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି।

ମୌରେସ୍ମୋ ଫ୍ରାନ୍ସ ଡେଭିସ୍‌ କପ୍‌ କ୍ୟାପଟେନ୍‌

ମୌରେସ୍ମୋ ଫ୍ରାନ୍ସ ଡେଭିସ୍‌ କପ୍‌ କ୍ୟାପଟେନ୍‌

ପ୍ୟାରିସ୍‌, ୨୩।୬(ଏଏଫପି)- ପ୍ରଥମଥର ପାଇଁ ଜଣେ ମହିଳ ଗୋଟିଏ ଡେଭିସ୍‌ କପ୍‌ ଦଳର କ୍ୟାପ୍‌ଟେନ୍‌ ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ବିଶ୍ୱର ପୂର୍ବତନ ୧ ନମ୍ବର ମହିଳା ଖେଳାଳି ଆମେଲି ମୌରେସ୍ମୋ। ଶନିବାର ସେ ଫ୍ରାନ୍ସ ଡେଭିସ କପ୍‌ ଦଳର କ୍ୟାପ୍‌ଟେନ୍‌ ନିଯୁକ୍ତ ହାଇଛନ୍ତି। ୟାନ୍ନିକ ନୋହା ଉତ୍ତରାଧିକାରୀ ଭାବେ ଆସନ୍ତା ବର୍ଷ ଦଳର ନେତୃତ୍ୱ ନେବେ ବୋଲି ଫ୍ରେଞ୍ଚ୍‌ ଟେନିସ୍‌ ଫେଡେରେଶନ (ଏଫ୍‌ଏଫ୍‌ଟି) ସୂଚନା ଦେଇଛି। ସେହିପରି ଗତ ୟୁଏସ୍‌ ଓପନ୍‌ ପରେ ଅବସରରେ ନେଇଥିବା ଜୁଲିଏନ ବେନେଟେଉ ଫ୍ରାନ୍ସ ଫେଡ୍‌ କପ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ପୁରୁଷ ଖେଳାଳିଙ୍କୁ ନେଇ ଡେଭିସ୍‌ କପ ଓ ମହିଳା ଖେଳାଳିଙ୍କୁ ନେଇ ଫେଡ କପ୍‌ ଖେଳାଯାଇଥାଏ।

ରିୟଲ ମାଡ୍ରିଡ୍‌ ସହ ଲୁନିନଙ୍କ ଚୁକ୍ତି

ରିୟଲ ମାଡ୍ରିଡ୍‌ ସହ ଲୁନିନଙ୍କ ଚୁକ୍ତି

ମାଡ୍ରିଡ୍‌, ୨୩।୬- ୟୁକ୍ରେନର ୧୯ ବର୍ଷୀୟ ଗୋଲକିପର ଆନ୍ଦ୍ରିୟ ଲୁନିନ ସ୍ପେନର ଚର୍ଚ୍ଚିତ କ୍ଲବ ରିୟଲ ମାଡ୍ରିଡ୍‌ ସହ ଚୁକ୍ତି କରିଛନ୍ତି। ସାଣ୍ଟିଆଗୋ ବର୍ନାବେଉ ପକ୍ଷରୁ ଖେଳି ୟୁରୋପର ଅନ୍ୟତମ ଶ୍ରେଷ୍ଠ ଗୋଲକିପର ଆଖ୍ୟା ପାଇଥିବା ଲୁନିନ ଆଗାମୀ ୬ଟି ସିଜନ ପାଇଁ ୧୬.୩ ମିଲିୟନ ଆମେରିକୀୟ ଡଲାର ଅର୍ଥରାଶିରେ ଏହି ଚୁକ୍ତି କରିଥିବା ଜଣାପଡ଼ିଛି।

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ପଲ୍‌ ଇଂଲଣ୍ଡ କୋଚ୍‌

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ପଲ୍‌ ଇଂଲଣ୍ଡ କୋଚ୍‌

ଲଣ୍ଡନ, ୨୩।୬- ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ପାଇଁ ପଲ୍‌ ଫାବ୍ରେସଙ୍କୁ ସାମୟିକ ସମୟ ଲାଗି ଇଂଲଣ୍ଡ କ୍ରିକେଟ ଦଳର କୋଚ୍‌ ନିଯୁକ୍ତ କରାଯାଇଛି। ପଲ୍‌ ବର୍ତ୍ତମାନ ଇଂଲଣ୍ଡ ଜାତୀୟ ଦଳର ସହାୟକ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ଭେଟେରାନ ପର୍ବତାରୋହୀ ଗୌତମଙ୍କ ବିୟୋଗ

ଭେଟେରାନ ପର୍ବତାରୋହୀ ଗୌତମଙ୍କ ବିୟୋଗ

କଲିକତା, ୨୩।୬(ପି.ଟି.)- ଜଣାଶୁଣା ଭେଟେରାନ ପର୍ବତାରୋହୀ ଗୌତମ କାଞ୍ଜିଲାଲଙ୍କର ଶୁକ୍ରବାର ଅପରାହ୍ନରେ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା ଲାଗି ସେ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ପତ୍ନୀ ଓ ପୁଅଙ୍କ ସହ ସେ ଏକାଠି ରହୁଥିଲେ

ମଙ୍ଗୋଲିଆ ବକ୍ସିଂ: ସୋନିଆ, ମନ୍‌ଦୀପ୍‌ ଫାଇନାଲରେ

ମଙ୍ଗୋଲିଆ ବକ୍ସିଂ: ସୋନିଆ, ମନ୍‌ଦୀପ୍‌ ଫାଇନାଲରେ

ନୂଆଦିଲ୍ଲୀ, ୨୩।୬(ପି.ଟି.)- ବିଶ୍ୱ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥର (୫୭ କିଗ୍ରା) ଓ ମନଦୀପ୍‌ ଜାଙ୍ଗ୍ରା (୬୦ କିଗ୍ରା) ମଙ୍ଗୋଲିଆରେ ଚାଲିଥିବା ଉଲନବାତର କପ୍‌ ବକ୍ସିଂ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି।

ପାକିସ୍ତାନ ଦଳକୁ ହାଫିଜଙ୍କ ପ୍ରତ୍ୟାବର୍ତ୍ତନ

ପାକିସ୍ତାନ ଦଳକୁ ହାଫିଜଙ୍କ ପ୍ରତ୍ୟାବର୍ତ୍ତନ

କରାଚି, ୨୩।୬- ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ ପାକିସ୍ତାନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରୋଇ ଜିମ୍ବାଓ୍ବେ ବିପକ୍ଷରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ତ୍ରି-ରାଷ୍ଟ୍ରୀୟ ସିରିଜ ଲାଗି ଏହି ଭେଟେରାନ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ତୃତୀୟ ଟେଷ୍ଟ ଖେଳିବେନି ଚାଣ୍ଡିମଲ

ତୃତୀୟ ଟେଷ୍ଟ ଖେଳିବେନି ଚାଣ୍ଡିମଲ

ଦୁବାଇ, ୨୩।୬(ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟରେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାଣ୍ଡିମଲ ଖେଳିବେନି। ବଲ୍‌-ଟ୍ୟାମ୍ପରିଂ ଘଟଣାରେ ଆଇସିସି ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିଥିଲା। ଏହା ବିରୋଧରେ ଚାଣ୍ଡିମଲ କରିଥିବା ଅପିଲ୍‌ ଖାରଜ ହୋଇଯିବାରୁ ବାର୍ବାଡୋସରେ ହେବାକୁ ଥିବା ୩ୟ ଟେଷ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ।

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ-ଏ

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ-ଏ

ଡର୍ବି, ୨୩।୬(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତ୍ରି-ରାଷ୍ଟ୍ରୀୟ ‘ଏ’ ସିରିଜ କ୍ରିକେଟ ପ୍ରତିଯୋଗିତାରେ ଭାରତୀୟ ‘ଏ’ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଇଂଲଣ୍ଡ ଲାୟନ୍ସ ଦଳ ୭ ଉଇକେଟ୍‌ରେ ଭାରତୀୟ ‘ଏ’ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ‘ଏ’ ଦଳ ୪୬.୩ ଓଭରରେ ୨୩୨ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

ସୁଇଜରଲାଣ୍ଡ ବିଜୟୀ

ସୁଇଜରଲାଣ୍ଡ ବିଜୟୀ

କଲିନିନ୍‌ଗ୍ରାଡ୍‌, ୨୩।୬- ଫିଫା ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଗ୍ରୁପ‘ଇ’ ମ୍ୟାଚରେ ସୁଇଜରଲାଣ୍ଡ ୨-୧ ଗୋଲରେ ସର୍ବିଆକୁ ପରାସ୍ତ କରିଛି।

ମୁସାଙ୍କ ଡବଲ ଗୋଲରେ ନାଇଜେରିଆ ବିଜୟୀ

ମୁସାଙ୍କ ଡବଲ ଗୋଲରେ ନାଇଜେରିଆ ବିଜୟୀ

ଭୋଲଗୋଗ୍ରାଡ୍‌, ୨୨।୬- ଅହମଦ ମୁସାଙ୍କ ଡବଲ ଗୋଲ ବଳରେ ନାଇଜେରିଆ ଚଳିତ ଫିଫା ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ‘ଡି’ ମ୍ୟାଚରେ ନାଇଜେରିଆ ୨-୦ ଗୋଲରେ ଆଇସଲାଣ୍ଡକୁ ପରାସ୍ତ କରିଛି।

Model This Week

ପ୍ରଭାତ