ମେଟ୍ରୋ |

ଚିକିତ୍ସାରେ ଅବହେଳାରୁ ଛାତ୍ର ମୃତ୍ୟୁ ଅଭିଯୋଗ: ବିଚାର ବିଭାଗୀୟ ତଦନ୍ତ ଦାବି

ଚିକିତ୍ସାରେ ଅବହେଳାରୁ ଛାତ୍ର ମୃତ୍ୟୁ ଅଭିଯୋଗ: ବିଚାର ବିଭାଗୀୟ ତଦନ୍ତ ଦାବି
ପୁରୀ ଅଫିସ, ୧୩।୩: କଟକ ବଡ ମେଡିକାଲ ନେପ୍ରୋଲୋଜି ବିଭାଗରେ ଚିକିତ୍ସା ଅବହେଳାକୁ ନେଇ ପୁରୀର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର ଆଦିତ୍ୟ ପରିଜାଙ୍କ ମୃତ୍ୟୁ ଘଟିଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ପୁରୀର କେତେଜଣ ସ୍ବେଚ୍ଛାସେବୀ, ସାମାଜିକ ଅନୁଷ୍ଠାନ, ମହିଳା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଡାକ୍ତର, ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ଲାଗି ଦାବିପତ୍ରରେ ଦର୍ଶାଯାଇଛି। ଏଥିସହ ସେମାନେ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ୧୭ ବର୍ଷୀୟ ଆଦିତ୍ୟ ୨୦୧୭ ଜୁଲାଇରୁ କିଡ୍‌ନୀ ରୋଗରେ ପୀଡିତ ଥିଲେ। ସେବେଠାରୁ ସେ କଟକ ମେଡିକାଲର ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ୨୦୧୮ ଜାନୁୟାରୀରେ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯିବା ପାଇଁ ସେ ନେଫ୍ରୋଲୋଜି ବିଭାଗରେ ଆଡମିଶନ ହୋଇଥିଲେ। ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ମାର୍ଚ୍ଚ ୧୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଦାୟିତ୍ୱହୀନତା କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକାରୀମାନେ ଉଲ୍ଲେଖ କରିଛନ୍ତି।
All Right Reserved By

ମେଟ୍ରୋ |

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

୧୯୫୦ ସହକାରୀ ସର୍ଜନ ନିଯୁକ୍ତି ନିମନ୍ତେ ଓପିଏସ୍‌ସିକୁ ଚିଠି

୧୯୫୦ ସହକାରୀ ସର୍ଜନ ନିଯୁକ୍ତି ନିମନ୍ତେ ଓପିଏସ୍‌ସିକୁ ଚିଠି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ରାଜ୍ୟରେ ଖାଲିଥିବା ଗ୍ରୁପ୍‌-ଏ (ଜୁନିୟର ବ୍ରାଞ୍ଚ)ର ୧୯୫୦ଜଣ ମେଡିକାଲ ଅଫିସର (ସହକାରୀ ସର୍ଜନ) ନିଯୁକ୍ତି ପାଇଁ ନାମ ସୁପାରିଶ କରିବାକୁ ଓଡ଼ିଶା ଲୋକ ସେବା ଆୟୋଗକ (ଓପିଏସ୍‌ସି)ଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛି। 

ରାଜ୍ୟରେ ଆଉ ୭ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେବ

ରାଜ୍ୟରେ ଆଉ ୭ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ଼ରେ ଗୁରୁବାର ଏକ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ୧୯ଟି ନୂତନ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି।

୧୯ରୁ ଆର୍‌ପିଏଫ୍‌ ଅନଲାଇନ୍‌ ପରୀକ୍ଷା

୧୯ରୁ ଆର୍‌ପିଏଫ୍‌ ଅନଲାଇନ୍‌ ପରୀକ୍ଷା

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)ର କେନ୍ଦ୍ରୀୟ ନିଯୁକ୍ତି କମିଟି (ସିଆର୍‌ସି) ପକ୍ଷରୁ ଗ୍ରୁପ୍‌-ଏ ରୁ ଏଫ୍‌ ପର୍ଯ୍ୟନ୍ତ ଅନ୍‌ଲାଇନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। 

ଏବେବି କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇନି

ଏବେବି କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇନି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଦିଲ୍ଲୀ ଏମ୍ସରେ ଚିକତ୍ସିିତ ହେଉଥିବା ଦୁଇ ଭାଇ ଜଗା ଓ କାଳିଆର ସ୍ବାସ୍ଥ୍ୟବସ୍ଥା ଦେଖିବା ପାଇଁ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟିମ୍‌ ସେଠାକୁ ଯାଇଥିଲା। 

ପ୍ରଥମ ମାୟାଧର ଦାଶ ସ୍ମୃତି ସମ୍ମାନ

ପ୍ରଥମ ମାୟାଧର ଦାଶ ସ୍ମୃତି ସମ୍ମାନ

କାକଟପୁର, ୧୪।୧୮(ଡି.ଏନ୍‌.ଏ.)-ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମର ସ୍ବର୍ଗତ ଶିକ୍ଷକ ତଥା କବି ମାୟାଧର ଦାଶଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କନକଦୂର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।