ଜାତୀୟ |

୩ ବର୍ଷରେ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣିଛି ଭାରତ

 ୩ ବର୍ଷରେ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣିଛି ଭାରତ
ନୂଆଦିଲ୍ଲୀ, ୧୩।୩ : ଗତ ୩ ବର୍ଷ ମଧ୍ୟରେ ଭାରତ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣିଛି। ଗତ ୨୦୧୩ଠାରୁ ୨୦୧୭ ମଧ୍ୟରେ ବିଶ୍ୱସ୍ତରରେ ଭାରତ ୧୨ ପ୍ରତିଶତରୁ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର କିଣିଥିବା ଏକ ଅନ୍ତର୍ଜାତୀୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ୨୦୦୮-୨୦୧୨ ତୁଳନାରେ ୨୦୧୩-୨୦୧୭ରେ ଭାରତ ୨୪ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର କିଣିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତକୁ ରୁଷିଆ, ଆମେରିକା ଓ ଇସ୍ରାଏଲ୍‌ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ସମୟ ମଧ୍ୟରେ ରୁଷିଆ ସର୍ବାଧିକ ୬୨ ପ୍ରତିଶତ, ଆମେରିକା ୧୫ ପ୍ରତିଶତ ଓ ଇସ୍ରାଏଲ୍‌ ୧୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଭାରତକୁ ବିକ୍ରି କରିଛନ୍ତି। ଭାରତ ଏହି ତାଲିକାର ଶୀର୍ଷରେ ରହିଛି। ଭାରତ ପରେ ତାଲିକାରେ ସୌଦି, ଇଜିପ୍ଟ୍‌, ୟୁଏଇ, ଚାଇନା, ଅଷ୍ଟ୍ରେଲିଆ, ଆଲଜେରିଆ, ଇରାକ,ପାକିସ୍ତାନ ଓ ଇଣ୍ଡୋନେସିଆ ଆଦି ରାଷ୍ଟ୍ର ରହିଛନ୍ତି। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ଏପରି କରିଥିବା ରିପୋର୍ଟରେ କୁହାଯାଇଛି।
All Right Reserved By

ଜାତୀୟ |

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦଶ ଓ ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଏବେ ସମସ୍ତଙ୍କ ନଜର ଛତିଶଗଡ଼ ଉପରେ।  ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ କାହାର ନାଁ ଚୁଡାନ୍ତ କରାଯାଇ ନାହିଁ।

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। 

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

କାଠମାଣ୍ଡୁ,୧୫।୧୨:  ପଡ଼ୋଶୀ ଦେଶ ନେପାଳରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ତତ୍କାଳ ନିଷିଦ୍ଧ କରାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଜୟପୁର,୧୪।୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହେଲଟଙ୍କ ନାମ ଘୋଷଣା କରିବା ପରେ ରାଜ୍ୟରେ ଦେଖାଦେଇଛି ଉତ୍ସବର ମାହୋଲ।

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ। ଏହି ଦୌଡରେ ଥିବା ସଚିନ ପାଇଲଟଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। 

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

ହାଇଦ୍ରାବାଦ,୧୪।୧୨: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ କେ ଚନ୍ଦ୍ରଶେଖର ରାଓ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସେ ତାଙ୍କ ପୁଅ କେଟି ରାମା ରାଓଙ୍କୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଭିଶାଖାପାଟନମ୍‌,୧୪।୧୨: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନିଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ଆସନ୍ତା ୧୫ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ ବୋଲି କହିଛି ଭିଶାଖାପାଟନମ୍‌ର ସାଇକ୍ଲୋନ୍‌ ଓ୍ବାର୍ଣ୍ଣିଂ ସେଣ୍ଟର। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ନଏଡା,୧୪।୧୨: ଉତ୍ତର ପ୍ରଦେଶ ନଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ରାଧିକା କୌଶିକ ନାମକ ଜଣେ ମହିଳା ସାମ୍ବାଦପାଠିକା ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ଆପାର୍ଟମେଣ୍ଟର ୪ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୋମବାର କମଳ ନାଥ ସ୍ଥାନୀୟ ଲାଲ ପରେଡ଼ ପଡ଼ିଆରେ ଅପରାହ୍ନ ୧ଟା ୩୦ରେ ଶପଥ ନେବେ। 

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ ଡିଲ୍‌କୁ ନେଇ କୌଣସି ଅନିୟମିତତା କରାଯାଇ ନ ଥିବା ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏ ସମ୍ପର୍କିତ ପିଟିସନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଛି। 

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ୍‌ ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ ଦେବା ସହିତ ଏସମ୍ପକିତ ପିଟିସନ୍‌କୁ ଖାରଜ କରିଛନ୍ତି।