ଜୀବନଚର୍ଯ୍ୟା |

ଫ୍ୟାଶନରେ ‘ରିଙ୍ଗ ପିଏର୍ସିିଂ’

ଫ୍ୟାଶନରେ ‘ରିଙ୍ଗ ପିଏର୍ସିିଂ’

ନାରୀମାନେ ଫ୍ୟାଶନପ୍ରିୟ। ସେଥିପାଇଁ ନିଜ ଲୁକ୍‌ରେ ସ୍ବତନ୍ତ୍ରତା ଆଣିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ସେଥିମଧ୍ୟରୁ ନାକଫୋଡିବା, କାନଫୋଡିବା, ଭ୍ରୂଲତାଫୋଡିବା, ନାହିଫୋଡିବା ଆଦି ଫ୍ୟାଶନରେ ରହିଆସୁଥିବା ବେଳେ ଏବେ ତର୍ଜନୀ ଅଙ୍ଗୁଳିରେ ହୀରା ଖଚିତ କରିବା ବା ‘ରିଙ୍ଗ ପିୟର୍ସିଂ’ ଫ୍ୟାଶନ ପାଲଟିଛି। ପ୍ରେମିକ-ପ୍ରେମିକା ଅଥବା ବିବାହ କରିବାକୁ ଯାଉଥିବା ଯୁବକ ଯୁବତୀ ନିଜ ଅଙ୍ଗୁଳିରେ ନିର୍ବନ୍ଧ ହୀରାମୁଦିକୁ ଖଚିତ କରୁଛନ୍ତି। ଏପରି କରିବା ସମୟରେ ବହୁତ କଷ୍ଟ ଲାଗିଥିଲେ ହେଁ ପ୍ରେମକୁ ନିଆରା ଢଙ୍ଗ ଦେବା ଏକ ମାଧ୍ୟମ ପାଲଟିଛି। ଫଳରେ ସେମାନଙ୍କ ମଧ୍ୟରେ ଆକର୍ଷଣ ମଜଭୁତ ମଧ୍ୟ ହେଉଛି। ଯେଉଁ ମହିଳାମାନେ ବଡ଼ ବଡ଼ ମୁଦି ପିନ୍ଧିବାକୁ ଭଲ ନ ପାଆନ୍ତି ସେମାନେ ମଧ୍ୟ ଏପରି ଉପାୟ ଆପଣାଉଛନ୍ତି। ଏହାଦ୍ୱାରା ମୂଲ୍ୟବାନ ମୁଦି ହଜିବାର ଭୟ ମଧ୍ୟ ରହୁନାହିଁ। ଅନ୍ୟପକ୍ଷେ ଏହା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ କ୍ଷତିକାରକ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ଓଜନ କମାଇବା ଲାଗି ୫ଟି ସୂତ୍ର

ଓଜନ କମାଇବା ଲାଗି ୫ଟି ସୂତ୍ର

ମେଦବହୁଳତା ଏବେ ମଣିଷ ସମାଜ ଲାଗି ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଟେନ୍‌ସନ୍‌, ନିଦ୍ରାହୀନତା, ଅନିୟମିତ ଖାଦ୍ୟଗ୍ରହଣ, ଅତ୍ୟାଧୁନିକ ଜୀବନଶୈଳୀ ଆଦି ବିଭିନ୍ନ କାରଣରୁ ମେଦ ବହୁଳତା ହୋଇଥାଏ। ଏହା ଯେ କେବଳ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ ବରଂ ସାମାଜିକ ଜୀବନ ଏବଂ କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଏଭଳି ସମସ୍ୟା ବିଭିନ୍ନ ବର୍ଗର ଲୋକଙ୍କୁ ଏବେ ଜିମ୍‌ମୁହାଁ କରାଇଛି।

ଦାନ୍ତପାଇଁ ହାନିକାରକ ହ୍ବାଇଟ୍‌ ବ୍ରେଡ୍‌

ଦାନ୍ତପାଇଁ ହାନିକାରକ ହ୍ବାଇଟ୍‌ ବ୍ରେଡ୍‌

ଦାନ୍ତ ସାଧାରଣତଃ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ତେଣୁ ଏହାର ଠିକ୍‌ ଭାବେ ଯତ୍ନ ନେବା ଆବଶ୍ୟକ। ବେଳେବେଳେ କିଛି ଖାଦ୍ୟ ଆମ ଦାନ୍ତକୁ ନଷ୍ଟ କରିଦେଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ହ୍ବାଇଟ୍‌ ବ୍ରେଡ୍‌।

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

କେବେକେବେ କେଉଁଠି ମାଡ ହୋଇ ହେଉ ଅବା ଦୁର୍ଘଟଣା ଘଟିଲେ ଶରୀରର ବିଭିନ୍ନ ଅଂଶରେ ଥିବା ହାଡ ଭାଙ୍ଗି ଯାଇଥାଏ। ଯାହାଦ୍ୱାରା ଅତ୍ୟଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଏହି ହାଡକୁ ଯୋଡିବା ସହଜ।

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିାହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ।

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ ବୋଲି ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଚକୋଲେଟ୍‌ରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ। ଏହା ଶରୀରରେ ଚର୍ବି ବୃଦ୍ଧି କରେ। ନିୟମିତ ଏହାକୁ ଖାଇଲେ ମେଦବହୁଳତା ହୋଇଥାଏ। ସେଥିପାଇଁ ଚକୋଲେଟ୍‌ ବେଶି ନ ଖାଇବା ଲାଗି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର।

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।

ଆଖି ରଙ୍ଗରୁ  ବାରିହେବ ଶରୀରର ସୁସ୍ଥତା

ଆଖି ରଙ୍ଗରୁ ବାରିହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲାଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକତ୍ସକ ମତ ଦେଇଛନ୍ତି।

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି ।

Model This Week

ପ୍ରଭାତ