ଖେଳ |

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର
ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୩।୩(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୬ ବର୍ଷୀୟ ସୁଇସ୍‌ ଖେଳାଳି ୬-୨, ୬-୧ ସେଟ୍‌ରେ ଫିଲିପ କ୍ରାଜିନୋଭିକ୍‌ଙ୍କୁ ହରାଇଛନ୍ତି। ଏହି ବିଜୟ ପାଇଁ ତାଙ୍କୁ ମାତ୍ର ୫୮ ମିନିଟ୍‌ ଲଢ଼େଇ କରିବାକୁ ପଡ଼ିଛି। ଚଳିତ ସିଜନରେ ଏହା ତାଙ୍କର କ୍ରମାଗତ ୧୪ତମ ବିଜୟ। ସେହିଭଳି ଗତ ୩ ଦିନ ମଧ୍ୟରେ ସେ ୩ୟ ବିଜୟ ହାସଲ କରିଛନ୍ତି। ଲଗାତର ଖେଳିବା ସତ୍ତ୍ୱେ ତାଙ୍କ ପ୍ରଦର୍ଶନରେ କୌଣସି ଅବନତି ଘଟିନାହିଁ। ସେ ପ୍ରିକ୍ୱାର୍ଟର ପର୍ଯ୍ୟାୟରେ ଜେରେମୀ ଚାର୍ଡିଙ୍କୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍‌ରେ ଚାର୍ଡି ୭-୫, ୬-୪, ୬-୧ ସେଟ୍‌ରେ ଆଡ୍ରିଆନ ମାନ୍ନାରିନୋଙ୍କୁ ପରାଜିତ କରିଛନ୍ତି। ସେହିଭଳି ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ଆର୍ଜେଣ୍ଟିନାର ନିକୋଲାସ କିକରଙ୍କୁ ୭-୬ (୭/୧), ୭-୬ (୭/୩) ସେଟ୍‌ରେ ପରାଜିତ କରି ପ୍ରି-କ୍ୱାର୍ଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ବ୍ୟତୀତ ୫ମ ସିଡ୍‌ ଡୋମିନିକା ଥିଏମ ମଧ୍ୟ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କାରିଛନ୍ତି।
All Right Reserved By

ଖେଳ |

 ଉଦ୍‌ଯାପନୀରେ ସଚିନ ତେନ୍ଦୁଲକର ଅତିଥି

ଉଦ୍‌ଯାପନୀରେ ସଚିନ ତେନ୍ଦୁଲକର ଅତିଥି

ଭୁୁବନେଶ୍ୱର,୧୫।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦେବେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ସମଗ୍ର ଦେଶ ହକିକୁ ସମର୍ଥନ ଜଣାଉଥିବାରୁ ମୁଁ ବହୁତ ଖୁସି। ଏପରି ଏକ ବିଶ୍ୱସ୍ତରୀୟ ଆୟୋଜନ ହୋଇଥିବାରୁ ମୁଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଉଛି।

ହକିି ବିଶ୍ୱକପ: ଅଟକିଲା ଅଷ୍ଟ୍ରେଲିଆ,  ସଡନ୍‌ ଡେଥ୍‌ରେ ଜିତିଲା ନେଦରଲାଣ୍ଡ୍ସ

ହକିି ବିଶ୍ୱକପ: ଅଟକିଲା ଅଷ୍ଟ୍ରେଲିଆ, ସଡନ୍‌ ଡେଥ୍‌ରେ ଜିତିଲା ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-
ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ଆଶା ଅଧୁରା ରହିଛି। ସେମିଫାଇନାଲରୁ ଶେଷ ହୋଇଛି ଏହି ନମ୍ବରୱାନ ଦଳର ଟାଇଟଲ ଅଭିଯାନ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ନେଦରଲାଣ୍ଡ୍ସ ଶୁଟ୍‌ଆଉଟ/ସଡନ୍‌ ଡେଥ୍‌ ୪-୩ ଗୋଲରେ  ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଓ ଶୁଟ୍‌ ଆଉଟ ପର୍ଯ୍ୟାୟରେ ୩-୩ ସ୍ଥିତିରେ ରହିଥିଲା। ସଡ୍‌ନ ଡେଥ୍‌ରେ ଜେରନ ହର୍ଜବର୍ଗରଙ୍କ ଗୋଲ ନେଦରଲାଣ୍ଡ୍ସକୁ ଫାଇନାଲକୁ ନେଇ ଯାଇଥିଲା। ଏଠାରେ ବିଜୟ ସହ ଅଷ୍ଟ୍ରେଲିଆଠାରୁ ଗତ ବିଶ୍ୱକପ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ନେଦରଲାଣ୍ଡ୍ସ। ରବିବାର ଫାଇନାଲରେ ନେଦରଲାଣ୍ଡ୍ସ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ବ୍ରୋଞ୍ଜ ପଦକ ପାଇଁ ଇଂଲଣ୍ଡର ମୁକାବିଲା କରିବ ଅଷ୍ଟ୍ରେଲିଆ।

ହକିି ବିଶ୍ୱକପ: ପ୍ରଥମଥର ଫାଇନାଲରେ ବେଲଜିୟମ

ହକିି ବିଶ୍ୱକପ: ପ୍ରଥମଥର ଫାଇନାଲରେ ବେଲଜିୟମ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ବେଲଜିୟମ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଏଠାରେ ଚମତ୍କାର ପ୍ରଦର୍ଶନ କରି ବେଲଜିୟମ ଏହାର ହକି ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବେଲଜିୟମ ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ବେଲଜିୟମ ସ୍ପିଡ୍‌ ଏବଂ ଶକ୍ତି ଆଗରେ ହାର ମାନିଥିଲା ଇଂଲଣ୍ଡ, ଫଳରେ ମ୍ୟାଚଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇ ଯାଇଥିଲା। ପ୍ରତି କ୍ବାର୍ଟରରେ ପ୍ରଭାବୀ ପ୍ରଦର୍ଶନ କରି ବାଜି ମାରିଥିଲା ବେଲଜିୟମ। ପରାଜିତ ଇଂଲଣ୍ଡ ରବିବାର ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ। ମ୍ୟାଚ ଆରମ୍ଭରେ ଭାରତର ତାରକା ରେସଲର ସୁଶୀଲ କୁମାର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଅତିଥିଭାବେ ଯୋଗଦେଇ ବେଲଜିୟମର ଟମ୍‌ ବୁନ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

ଦ୍ୱିତୀୟ ଟେଷ୍ଟ: କୋହଲି, ରାହାନେ ସ୍ଥିତି ସମ୍ଭାଳିଲେ

ଦ୍ୱିତୀୟ ଟେଷ୍ଟ: କୋହଲି, ରାହାନେ ସ୍ଥିତି ସମ୍ଭାଳିଲେ

ପର୍ଥ, ୧୫।୧୨(ପି.ଟି.)- ଅଧିନାୟକ ବିରାଟ କୋହଲି ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ସ୍ଥିତି ସମ୍ଭାଳିବାକୁ ସକ୍ଷମ ହୋଇଛି। ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମ ଇନିଂସରେ ୧୦୮.୩ ଓଭରରେ ୩୨୬ ରନରେ ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଭାରତ ଆରମ୍ଭରୁ ଦୁଇଟି ଉଇକେଟ ହରାଇଥିଲେ ମଧ୍ୟ କୋହଲି ଓ ରାହାନେଙ୍କ ଦୃଢ ବ୍ୟାଟିଂ ବଳରେ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬୯ ଓଭରରେ ୩ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ବାକିଥାଇ ଭାରତ ଏବେ ୧୫୪ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୧୮୧ଟି ବଲ ଖେଳି ୯ ଚୌକା ସହ ୮୨ ଓ ରାହାନେ ୧୦୩ଟି ବଲ ଖେଳି ୬ ଚୌକା ଓ ୧ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି।

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ସିଲହେଟ (ବାଂଲାଦେଶ),୧୫।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହଠାରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଇଣ୍ଡିଜ୍‌ ଦଳରେ ବ୍ୟାଟ୍ସମ୍ୟାନ ଇଭିନ ଲୁଇସ ସ୍ଥାନ ପାଇଛନ୍ତି।

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୧୫।୧୨(ପି.ଟି.)- ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଜୁନିୟର ହକି ବିଶ୍ୱକପ୍‌ ଖେଳାଯିବ। ଏ ନେଇ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଘୋଷଣା କରିଛି। 

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ,୧୫।୧୨- ସିଡ୍‌ନୀ ଟେଷ୍ଟ ଜିତି ଅଭିଯାନ ଆରମ୍ଭ କରିିଥିବା ଭାରତୀୟ ଦଳ ପର୍ଥ ଟେଷ୍ଟରେ ମଧ୍ୟ ଦୃଢ଼ ସ୍ଥିତିରେ ରିହିଛି। 

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ଲଣ୍ଡନ,୧୫।୧୨- ଇଂଲିଶ ପ୍ରିମିୟର କ୍ଲବ ଲିଭରପୁଲ ଓ ଇଜିପ୍ଟ ଷ୍ଟ୍ରାଇକର ମହମ୍ମଦ ସଲାହଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବିବିସି ଆଫ୍ରିକାନ ଫୁଟ୍‌ବଲର ସମ୍ମାନ ମିଳିଛି। ସେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ପୁରସ୍କାର ହାତେଇଛନ୍ତି।

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଲଣ୍ଡନ,୧୫।୧୨- ପୂର୍ବତନ ସ୍ପିନର ଆଶଲେ ଜାଇଲ୍ସଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ନୂଆଦିଲ୍ଲୀ,୧୫।୧୨- ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ମହିଳା ଯୋଦ୍ଧା ଭିନେଶ ଫୋଗତ, ସୋମବୀର ରାଠେଙ୍କ ସହ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଭିନେଶଙ୍କ ଗ୍ରାମ ଚାରଖି ଦାଦରିଠାରେ ଅନୁଷ୍ଠିତ ହୋଇଛି। 

ଫାଇନାଲରେ ସିନ୍ଧୁ

ଫାଇନାଲରେ ସିନ୍ଧୁ

ଗୌଆଙ୍ଗଝୋ,୧୫।୧୨- ଭାରତୀୟ ମହିଳା ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ପ୍ରବେଶ କରିଛନ୍ତି।