ଖେଳ |

ଭେନସଙ୍କଠାରୁ ହାରିଲେ ସେରେନା

ଭେନସଙ୍କଠାରୁ ହାରିଲେ ସେରେନା
ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୩।୩(ଏଏଫ୍‌ପି)- ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟରେ କିମ୍ବଦନ୍ତୀ ମହିଳା ସିଙ୍ଗଲ୍ସ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କ ଅଭିଯାନ ପରାଜୟ ସହ ଶେଷ ହୋଇଛି। ବଡ଼ ଭଉଣୀ ଭେନସ ଓ୍ବିଲିୟମ୍ସ ୩ୟ ରାଉଣ୍ଡ ମୁକାବିଲାରେ ତାଙ୍କୁ ପରାଜିତ କରିଛନ୍ତି। ସୋମବାର ଖେଳାଯାଇଥିବା ମ୍ୟାଚ୍‌କୁ ଭେନସ ୬-୩, ୬-୪ ସେଟ୍‌ରେ ଜିତି ନେଇଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ଭେନସଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଲଢ଼େଇ କରିବାକୁ ପଡ଼ିଛି। ସେ ଆଗାମୀ ରାଉଣ୍ଡରେ ଆନାସ୍ତାସିଜା ସେଭାଷ୍ଟୋଭାଙ୍କୁ ଭେଟିବେ। ଏହି ବିଜୟ ସହ ସେରେନାଙ୍କ ବିପକ୍ଷରେ ଚାଲିଥିବା କ୍ରମାଗତ ପରାଜୟର ଧାରାକୁ ଭଙ୍ଗ କରିବାକୁ ସଫଳ ହୋଇଛନ୍ତ ଭେନସ। ଏ ଯାବତ ଉଭୟଙ୍କ ମଧ୍ୟରେ ୨୯ ଥର ମୁକାବିଲା ହୋଇଥିବାବେଳେ ସେରେନା ସର୍ବାଧିକ ୧୭ ଥର ବିଜୟୀ ହୋଇଛନ୍ତି। ଅନ୍ତିମ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲରେ ଭେନସଙ୍କୁ ପରାସ୍ତ କରି ସେରେନା ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅର୍ଜନ କରିଥିଲେ। ପରାଜୟ ପରେ ସେରେନା ନିଜ ଫିଟ୍‌ନେସ୍‌କୁ ନେଇ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ମୁଁ ଏବେବି ସମ୍ପୂର୍ଣ୍ଣ ଫିଟ୍‌ନେସ୍‌ ପାଇବା ପାଇଁ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଭେନସଙ୍କୁ ସାମ୍ନା କରିବା ସହଜ ନ ଥିଲା। ମ୍ୟାଚ୍‌ ପାଇଁ ମୁଁ କେତେକ ନିର୍ଦ୍ଦିଷ୍ଟ ଶଟ୍‌ ଅଭ୍ୟାସ କରିଥିଲି, ମାତ୍ର ଆବଶ୍ୟକ ସମୟରେ ବ୍ୟବହାର କରିପାରି ନ ଥିବାରୁ ପରାଜିତ ହୋଇଛି।
All Right Reserved By

ଖେଳ |

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଚାଲିଥିବା ଚୟନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ, ଭେଙ୍କଟେଶ ପ୍ରସାଦ ଓ ଟମ୍‌ ମୁଡିଙ୍କ ଭଳି ପୂର୍ବତନ ଖେଳାଳି ସାମିଲ ହୋଇଛନ୍ତି। 

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌,୧୦।୧୨- କ୍ରିକେଟରେ ଏବେ ଅମ୍ପାୟରଙ୍କ ତ୍ରୁଟି ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। 

କୋହଲିଙ୍କ ବିରଳ କୃତିତ୍ୱ

କୋହଲିଙ୍କ ବିରଳ କୃତିତ୍ୱ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ଦଳ ସୋମବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ହରାଇ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। 

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ।

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। 

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। 

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାନାଡ଼ା ଖେଳାଳି ଜେମ୍ସ କିର୍କପାଟ୍ରିକ୍‌ ତାଗିଦ୍‌ର ସମ୍ମୁଖୀନ ହୋଇଛନ୍ତି। 

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳକ ଫୁଟବଲ ପ୍ରତିଯୋଗିତା ତଥା ଡ. ବି.ସି. ରାୟ (ଟାଇର-୧) ଟ୍ରଫି ଟୁର୍ନାମେଣ୍ଟରେ ମିଜୋରାମ ଟାଇଟଲ ହାସଲ କରିଛି।