ଅପରାଧ | ଉପକୂଳ ଓଡିଶା

ତେଜରାତି ଦୋକାନରୁ ଚୋରି

ତେଜରାତି ଦୋକାନରୁ ଚୋରି
ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନଗସପୁର ବଜାରରେ ଥିବା ଏକ ତେଜରାତି ଦୋକାନରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ଆଜବେଷ୍ଟସ୍‌ ଭାଙ୍ଗି ଦୋକାନରେ ଥିବା ଟିଭି, ନଗଦ ୮୦ ହଜାର ଟଙ୍କା ଏବଂ ବହୁ ସାମଗ୍ରୀ ଚୋରେଇ ନେଇଛନ୍ତି। ଏ ନେଇ ଦୋକାନ ମାଲିକ ରଜନୀକାନ୍ତ ଷଢ଼ଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଯୁଗଳ ଦାସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
All Right Reserved By

ଅପରାଧ | ଉପକୂଳ ଓଡିଶା

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଦଳୀଝୋଳା ଗଁାର କୁମର ନାଇକ।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l

୨୧୬ ଲିଟର ମଦ ଜବତ : ୩ ଗିରଫ

୨୧୬ ଲିଟର ମଦ ଜବତ : ୩ ଗିରଫ

ବ୍ରହ୍ମପୁର ଅଫିସ,୧୮ା୪: ବୈଦ୍ୟନାଥପୁର ଥାନା ପୋଲିସ  ବୁଧବାର ରାତିରେ ଖୋଦାସିଙ୍ଗି ହଂସିକା  ମଦ ଦୋକାନ ନିକଟରେ ଥିବା ଏକ ରୁମ ଭିତରୁ ୨୧୬ ଲିଟର ବିଦେଶୀ ମଦ ଜବତ କରିବା ସହ  ଉକ୍ତ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିତିଆ ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି l ନାବାଳିକାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲେ ଅଭିଯୁକ୍ତ।

ଭାଜପା ସମର୍ଥକଙ୍କୁ ହତ୍ୟା

ଭାଜପା ସମର୍ଥକଙ୍କୁ ହତ୍ୟା

ଭଞ୍ଜନଗର,୧୭।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନ ହେବ। ଏହାପୂର୍ବରୁ ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳୀଝଡା ଗ୍ରାମରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଭାଜପା ସମର୍ଥକ ସନ୍ତୋଷ ପତି (୩୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଲାଠିପଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଲାଠିପଡାଠାରେ ରାସ୍ତାରୋକୋ କରିଛନ୍ତି। ଫଳରେ ଭଞ୍ଜନଗର-ସୋରଡା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି।

ପୃଥକ୍‌ ଦୁର୍ଘଟଣା: ୨ ମୃତ, ୮ ଆହତ

ପୃଥକ୍‌ ଦୁର୍ଘଟଣା: ୨ ମୃତ, ୮ ଆହତ

ସୋରଡା,୧୭।୪(ଡି.ଏନ.ଏ.)- ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଦୁର୍ଘଟଣା ଘଟି ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ  ଆହତ  ହୋଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସକାଳ ୧୦ଟାରେ ସନ୍ଧିକେନ୍ଦୁ ଗ୍ରାମର ସାଗର ନାୟକ ୩୫ ଏବଂ ସ୍ତ୍ରୀ ରଶ୍ମିତା ନାୟକ, ଝିଅ ପୂର୍ଣ୍ଣିମା ନାୟକ ବାଇକ ଯୋଗେ ଆସିକାରୁ ସୋରଡା ଅଭିମୁଖେ ଆସୁଥିଲେ। କରଡାବାଡି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବାଇକ ଛିଟିକି ପଡିଥିଲା।

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ,୧୭ା୪ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଙ୍ଗୁନିପଦର ବୁଥ୍‌କୁ ପୋଲିଂ କର୍ମଚାରୀମାନେ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ବାହାରକୁ ଡାକି ଗାଡ଼ି ଜାଳି ଦେଇଛନ୍ତି।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକରୋଡ଼,୧୭।୪(ଡି.ଏନ୍‌.ଏ): ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ବୁଧବାର ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ଚଢ଼ାଉ କରି ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। 

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ମାମଲା: ପୂର୍ବତନ ଆସିଷ୍ଟାଣ୍ଡ ପୋଷ୍ଟ ମାଷ୍ଟରଙ୍କୁ ୩ ବର୍ଷ ଜେଲ

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ମାମଲା: ପୂର୍ବତନ ଆସିଷ୍ଟାଣ୍ଡ ପୋଷ୍ଟ ମାଷ୍ଟରଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ପୋଷ୍ଟାଲ ଜମାକାରୀଙ୍କ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ମାମଲାରେ କେନ୍ଦ୍ରାପଡ଼ା କରିଲୋପାଟଣା ପୂର୍ବତନ ଆସିଷ୍ଟାଣ୍ଡ ପୋଷ୍ଟ ମାଷ୍ଟର ଅରୁଣ କୁମାର ମହାନ୍ତିଙ୍କୁ କୋର୍ଟ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ଜବତ ହେଲା ୨୭୧ କେଜି ଗଞ୍ଜେଇ: ୫ ଅଭିଯୁକ୍ତ ଗିରଫ

ଜବତ ହେଲା ୨୭୧ କେଜି ଗଞ୍ଜେଇ: ୫ ଅଭିଯୁକ୍ତ ଗିରଫ

 ଜୟପୁର,୧୬ା୪(ଡି.ଏନ୍‌.ଏ.): ଜୟପୁର ସଦରଥାନା ପୋଲିସ ଗତ ସୋମବାର ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଟ୍ରକ୍‌ ଓ ଇନୋଭା ଜବତ କରିଛି। ଏଥିରେ ସଂପୃକ୍ତ ଥିବା ୩ ଆନ୍ତଃରାଜ୍ୟ ଚାଲାଣକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଛି।


Model This Week

କ୍ରିଷ୍ଣା
Why Dharitri