ଉପକୂଳ ଓଡିଶା

୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଜାରି

ରାଜନଗର,୧୨।୩(ଡି.ଏନ୍‌.ଏ.) ରାଜନଗର ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ବାବୁବାଲି ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ପକ୍ରିୟା ଜାରି ରହିଛି । ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ରବିବାର ରାତି ସୁଦ୍ଧା ୬ଲକ୍ଷ ୬୦ ହଜାର ୩୨୦ ମା’ କଇଁଛ ସାମିଲ ହୋଇଛନ୍ତି। ଫଳରେ ଏହା ୧୮ ବର୍ଷର ରେକର୍ଡ ସହ ସମକ୍ଷକ ହୋଇଛି। ଏହି ପ୍ରକ୍ରିୟା ଆଉ ୨ଦିନ ଚାଲିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ୧୯୯୯ ମସିହାରେ ମହାବାତ୍ୟା ପରେ ଏଠାରେ ଏକ ବିରଳ ରେକର୍ଡ ସୃଷ୍ଟି ହୋଇଥିଲା। ଉକ୍ତ ବର୍ଷ ଏଠାରେ ୭ଲକ୍ଷ ୧୧ ହଜାର ୫ଶହ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ପରବର୍ଷ ଅର୍ଥାତ୍‌ ୨୦୦୦ରୁ୨୦୦୧ରେ ୭ଲକ୍ଷ ୪୦ ହଜାର କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ଚଳିତବର୍ଷ ବିଳମ୍ବରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସମୁଦ୍ରକୂଳ ଠାରୁ ୫ ଫୁଟ୍‌ ଦୂରତାରେ ବେଳାଭୂମିର ନରମବାଲିରେ ଗାତଖୋଳି ୮୦ ରୁ ୧୦୦ ପର୍ଯ୍ୟନ୍ତ ଅଣ୍ଡାଦାନ କରୁଛନ୍ତି। ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡାଦାନ କରୁଛନ୍ତି। ପ୍ରକୃତିର ନିୟମ ଅନୁସାରେ ଅଣ୍ଡାଦାନ ପରେ କଇଁଛମାନେ ଅଣ୍ଡାଗୁଡିକୁ ବାଲିରେ ଘୋଡାଇ ପୁନର୍ବାର ଗଭୀର ସମୁଦ୍ରକୁ ଚାଲିଯାଉଛନ୍ତି । ୬୦ ଦିନ ପରେ ଏସବୁ ଅଣ୍ଡାରୁ ଛୁଆ ଫୁଟିଥାଏ। ଏହାପରେ କଇଁଛ ଛୁଆମାନେ ମା’ଙ୍କ ପଥ ଅନୁସରଣ କରି ଗଭୀର ସମୁଦ୍ରକୁ ଚାଲିଯାଇଥାନ୍ତି।ଏହି ସମୟରେ ବାହ୍ୟଶତ୍ରୁଙ୍କ ଆକ୍ରମଣକୁ ଲକ୍ଷ୍ୟରଖି ରାଜନଗର ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କଇଁଛମାନଙ୍କ ସୁରକ୍ଷା ପାଇଁ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି।
All Right Reserved By

ଉପକୂଳ ଓଡିଶା

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

ଓଡଗାଁ, ୧୯।୨(ସ୍ବ.ପ୍ର.)-ନୟାଗଡ଼ ଜିଲା କୁରାଳ ସମବାୟ ମିନି ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀ ଜମାକାରୀଙ୍କ ୬କୋଟି ଟଙ୍କା ଠକେଇ ଅଭିଯୋଗରେ ଜମାକାରୀ ଧାରଣା ଦେଇଛନ୍ତି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଖଣ୍ଡପଡ଼ା, ୧୯।୨(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ-ବାଣପୁର ୪୮ ନଂ. ରାଜ୍ୟ ରାଜପଥର ନୀଳମାଧବ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ନଦୀବନ୍ଧ ତଳକୁ ଓଲଟି ପଡ଼ିଛି। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ନୟାଗଡ଼ ଅଫିସ,୧୯ା୨- ଲାଞ୍ଚ ନେଇ ବି କାମ କରୁନାହାନ୍ତି କିରାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌)ଙ୍କଠାରୁ ଜଣେ କିରାଣି ଲାଞ୍ଚ ନେଇ ବି ସେମାନଙ୍କ ବର୍ଦ୍ଧିତ ବକେୟା ପ୍ରାପ୍ୟ (ଇନ୍‌କ୍ରିମେଣ୍ଟ ଏରିଅର) କାମ କରୁନାହାନ୍ତି। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କଠାରୁ କିରାଣି ଜଣକ ଲାଞ୍ଚ ନେଇଛନ୍ତି।

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

ଓଡ଼ଗାଁ,୧୯ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସମବାୟ ମିନିବ୍ୟାଙ୍କରେ ୭୦୦ ଚାଷୀଙ୍କ ପ୍ରାୟ ୬ କୋଟି ଜମାଟଙ୍କା ହେରଫେର ହୋଇଥିବା ଅଭିଯୋଗ ବହୁଦିନ ପୁରୁଣା। ଚାଷୀମାନେ ସେମାନଙ୍କ କଷ୍ଟ ଅର୍ଜିତ ଧନ ସେବା ସମବାୟ ସମିତି ଅଧୀନରେ ଥିବା ମିନିବ୍ୟାଙ୍କରେ ଜମା ରଖିଥିଲେ ା 

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯ା୨- ନୟାଗଡ଼ ଜିଲାର ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ରହିବା ୧୮ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏମାନଙ୍କୁ ନିଲମ୍ବିତ କରିବା ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପାରାଦୀପ,୧୯ା୨(ସ୍ବ.ପ୍ର.): କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୧୬ରେ ଦେଶର ୮୮ଶହରକୁ ସର୍ବାଧିକ ପ୍ରଦୂଷିତ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ସହର ମଧ୍ୟରୁ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପ ଅନ୍ୟତମ। 

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।