ଉପକୂଳ ଓଡିଶା

କ୍ଷତିପୂରଣ ମିଳିବାରେ ଅଡ଼ୁଆ

କ୍ଷତିପୂରଣ ମିଳିବାରେ ଅଡ଼ୁଆ
ପାରାଦୀପ,୧୨।୩(ସ୍ବ.ପ୍ର.) ‘ଅପରାଧ ପାଇଁ ଗୋଟିଏ ବାଟ, ସେଥିରୁ ମୁକୁଳିବା ପାଇଁ ଶହେ ବାଟ’ ବୋଲି କଥିତ ଅଛି। ସେହି ନ୍ୟାୟରେ ଏବେ ବ୍ୟବସାୟୀକ ଭାରିଯାନ ବୀମାକ୍ଷେତ୍ରରେ ଥିବା ବର୍ଗୀକରଣ ବ୍ୟବସ୍ଥା ଚାଲିଛି, ଯାହାର ଫାଇଦା ନେଉଛନ୍ତି ଅସାଧୁ ଲୋକମାନେ। ଏହାଦ୍ୱାରା ଗାଡ଼ିମାଲିକମାନେ ବୀମାରାଶି କ୍ଷେତ୍ରରେ ଯଦିଓ କିଛିଟା ଲାଭ ପାଉଛନ୍ତି, କିନ୍ତୁ ସେହି ଗାଡି ଦୁର୍ଘଟଣାରେ ମୃତାହତ ଲୋକ କ୍ଷତିପୂରଣ ଅର୍ଥ ପାଇବାରେ ବଳି ପଡୁଛନ୍ତି। କୋର୍ଟର ବିଚାର ବ୍ୟବସ୍ଥାରେ ବୀମା କମ୍ପାନୀ ଓକିଲମାନେ ଛୋଟମୋଟ କାରଣ ଦର୍ଶାଇ ବୀମା ଅର୍ଥକୁ ସଙ୍କୁଚିତ କରିଦେଉଛନ୍ତି। ଏମିତି ଏକାଧିକ ଘଟଣା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଗତ ସପ୍ତାହରେ ଏଭଳି ଥାର୍ଡ ପାର୍ଟି ବୀମା ଓ ମୃତ୍ୟୁକାଳୀନ କ୍ଷତିପୂରଣକୁ ନେଇ ଜଗତ୍‌ସିଂହପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ଓ ବିଚାର ହୋଇଥିଲା। ସେହି ଘଟଣାରେ ଅଭିଯୋଗକାରୀଙ୍କୁ ଗାଡିମାଲିକ ୨୫ଲକ୍ଷ ଦେବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସେହିପରି ଭୂତମୁଣ୍ଡାଇଠାରେ ମହାନଦୀ ପୋଲ ଉପରେ ଏକ ଟ୍ରକ ନଦୀକୁ ଖସିପଡିଥିଲା। ସେଥିରେ ଥିବା ଚାଳକଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାକୁ ନେଇ ଏବେ ଥାର୍ଡ ପାର୍ଟି ବୀମା ପ୍ରସଙ୍ଗ ଉଠିଛି। ଅର୍ଥାତ ଥାର୍ଡ ପାର୍ଟି ବୀମାରେ କ୍ଷତିପୂରଣ ବାବଦ ଅର୍ଥ ନ ଦେବା ପାଇଁ ବିଭିନ୍ନ ଗଳିବାଟ ରହିଛି। ଏହାବାଦ୍‌ ଏବେବି ଅଧିକାଂଶ ବ୍ୟବସାୟରେ ଥିବା ଭାରିଯାନଗୁଡିକର ବୀମା ନ ଥିବା ଜଣାଯାଇଛି। ଜଣେ ମାଲିକଙ୍କ ଯଦି ଏକାଧିକ ଗାଡି ଅଛି, ସେଥିରେ ଅଧା ଗାଡିର ବୀମା କରୁନାହାନ୍ତି। ଯଦି କେବେ ଦୁର୍ଘଟଣାରେ ଏମିତି ବୀମା ଆବଶ୍ୟକତା ପଡୁଛି, ସେଠାରେ ଦୁର୍ଘଟଣାଗ୍ରସ୍ତ ଗାଡିର ନମ୍ବର ବଦଳାଇ ବୀମା ଥିବା ଗାଡି ନମ୍ବରକୁ ସମ୍ପୃକ୍ତ ଥାନାରେ ବଦଳି କରିଦିଆଯାଉଛି। ଅନ୍ୟ ଏକ ପ୍ରସଙ୍ଗ ହେଲା ବୀମାରେ ମଧ୍ୟ ବର୍ଗୀକରଣ ରହିଛି ଫାଷ୍ଟ ପାର୍ଟି, ସେକେଣ୍ଡ ପାର୍ଟି ଓ ଥାର୍ଡ ପାର୍ଟି। ଗାଡିର ସମୟ ଅନୁସାରେ ଥାର୍ଡ ପାର୍ଟି ବୀମା କଲେ ଗାଡି ମାଲିକଙ୍କୁ ପ୍ରିମିୟମ ବାବଦ ଅର୍ଥ କମ୍‌ ଦେବାକୁ ପଡିଥାଏ। ଏଥିରେ କେବଳ ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ମିଳିବ, କିନ୍ତୁ ଗାଡି ପାଇଁ ନୁହେଁ। ସେଥିରେ ମଧ୍ୟ ଦୁଇ ପ୍ରକାର ବ୍ୟବସ୍ଥା ରହୁଛି। ଉଦାହରଣତଃ ଥାର୍ଡ ପାର୍ଟି ବୀମା ପାଇଁ ଗୋଟିଏ ୫ ବର୍ଷର ୧୦ ଚକିଆ ଟ୍ରକ୍‌ ପାଇଁ ବାର୍ଷିକ ୫୦ ହଜାର ଟଙ୍କା ଧାର୍ଯ୍ୟ ଅଛି। ଏଥିରେ ଦୁର୍ଘଟଣାରେ ମୃତାହତଙ୍କୁ ୩ ଲକ୍ଷ ଟଙ୍କା ମିଳିବ। ଦ୍ୱିତୀୟ ବ୍ୟବସ୍ଥା ହେଲା ସେହି ଥାର୍ଡ ପାର୍ଟି ବୀମା ପାଇଁ ୩୨ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ। ସେଠୀ ମୃତାହତଙ୍କୁ ୩ ଲକ୍ଷ ବଦଳରେ ୬ ହଜାର ଟଙ୍କା ମିଳିବ। ବୀମା କମ୍ପାନୀଗୁଡିକର ଭିନ୍ନ ଭିନ୍ନ ନିୟମ, ବ୍ୟବସ୍ଥା ଓ ବର୍ଗୀକରଣରେ ବିବିଧତା ରହୁଥିବାରୁ ଓକିଲ ଓ ମଧ୍ୟସ୍ଥିମାନେ ଫାଇଦା ଉଠାଉଛନ୍ତି। ଏହାଦ୍ୱାରା ଉପଭୋକ୍ତା ଶୋଷଣର ଶୀକାର ପାଲଟିଛି। ୨୦୧୩ ଶିବରାତ୍ରି ଦିନ ପାରାଦୀପର ନୂଆବଜାର ଠାରେ ଖବରକାଗଜ ବିତରକ ନିମାଇଁ ମହାପାତ୍ରଙ୍କ ଏକମାତ୍ର ୧୩ ବର୍ଷୀୟ ପୁତ୍ରକୁ ଏକ ଟ୍ରକ୍‌ ଚାପିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ମା-ବାପା ପ୍ରକୃତିସ୍ଥ ହେବାବେଳକୁ ମାସାଧିକ ସମୟ ଲାଗିଗଲା। ପରେ ଯେତେବେଳେ ବୀମା ପ୍ରସଙ୍ଗ ଆସିଲା ସେତେବେଳେ ଜଣେ ଓକିଲଙ୍କ ମାଧ୍ୟମରେ ଅପିଲ କଲେ। ଏହି ବର୍ଗୀକରଣ ବୀମାବ୍ୟବସ୍ଥା ଯୋଗୁ ଏ ପର୍ଯ୍ୟନ୍ତ ତାଙ୍କୁ କ୍ଷତିପୂରଣ ରାଶି ମିଳିନାହିଁ। ଏମିତି ଶହ ଶହ ଘଟଣା ରହିଛି। ବୀମାକୁ ଯାଞ୍ଚ କରୁଥିବା ଜଗତ୍‌ସିଂହପୁର ଆରଟିଓ(ପରିବହନ ଅଧିକାରୀ) ବିଜୟ ନାୟକ କୁହନ୍ତି ଆମର କାମ ହେଲା ଗାଡି ବୀମା କରିଛି କି ନାହିଁ ତାହା ଦେଖିବୁ। କିନ୍ତୁ ଗାଡି ମାଲିକ କେତେଟଙ୍କିଆ ବୀମା କରିଛନ୍ତି ତାହା ତାଙ୍କ ଉପରେ ନିର୍ଭର କରୁଛି। ବୀମା ବର୍ଗୀକରଣ ଯୋଗୁ ଦେଶରେ ଲକ୍ଷାଧିକ ମାମଲା ବିଭିନ୍ନ କୋର୍ଟରେ ଚାଲୁଥିବା ଜଣାଯାଏ।
All Right Reserved By

ଉପକୂଳ ଓଡିଶା

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଯାଜପୁର ଅଫିସ, ୧୯।୪: ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ୩ ନମ୍ବର ୱାର୍ଡରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପରିତୋଷ ମଣ୍ଡଳଙ୍କ ୨ ବଖରା ଭସ୍ମୀଭୂତ ହେଇଯାଇଛି।

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ଆଳି,୧୯।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ବଳିତରଘାଟ ନିକଟରୁ ଶୁକ୍ରବାର ଏକ ମୃତ ବଉଳାକୁମ୍ଭୀର ଉଦ୍ଧାର କରାଯାଇଛି।

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ନୟାଗଡ଼ ଅଫିସ,୧୯ା୪:ଜିଲାର ଦଶପଲ୍ଲା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଜିଲାର ଅବଶିଷ୍ଟ ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| 

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। 

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ):: କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। 

ଦଶପଲ୍ଲାରେ  ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲାରେ ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି।

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.)-ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । 

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ  ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଅଫିସ୍‌, ୧୭।୪: ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୬ ତାରିଖରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 


Model This Week

କ୍ରିଷ୍ଣା
Why Dharitri