ଉପକୂଳ ଓଡିଶା

ଧରୁଛି ଉପର ମହଲା, ଖସାଉଛି ଯୋଗାଣ ବିଭାଗ

ଯାଜପୁର ଅଫିସ,୧୨।୩ ଚଳିତ ମାସ ପ୍ରଥମ ସପ୍ତାହରେ ଯାଜପୁର ଜିଲାର ଷଠିପୁର ଅଞ୍ଚଳରୁ କିରୋସିନ ଭର୍ତ୍ତି ଜାର ଜବତ ଘଟଣା ପରେ ଚୋରା କାରବାରରେ ଜିଲା ଯୋଗାଣ ବିଭାଗର ସିଧାସଳଖ ସମ୍ପର୍କର ପର୍ଦ୍ଦାଫାଶ ହୋଇଛି। ଏହାବାଦ ନିକଟ ଅତୀତରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଭୁଷଣ୍ଡପୁରର ଏକ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ନିମ୍ନମାନର ଚାଉଳ ବଣ୍ଟନ ଏବଂ ଭଦ୍ରକ ଜିଲାରୁ ପାଣିକୋଇଲି ଗୋଦାମକୁ ଆସିଥିବା ବ୍ୟବହାର ଅନୁପଯୋଗୀ ବିଆରଏଲ (ବିଲୋ ରିଜେକ୍ସନ ଲିମିଟେଡ) ଚାଉଳ ସଂକ୍ରାନ୍ତରେ ଉପର ମହଲାର ପର୍ଦ୍ଦାଫାସ ପରେ ଯୋଗାଣ ବିଭାଗର ସାଧୁତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ରିପୋର୍ଟ ଦେବାକୁ ଉପର ମହଲସ୍ତରରେ ନିର୍ଦ୍ଦେଶ ହେଉଥିଲେ ହେଁ ଜିଲା ଯୋଗାଣ ବିଭାଗ ଅତି ଚାଲାକି ଭାବେ ଖସାଇ ଚାଲିଛି। ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୨୭ତାରିଖ ରାତିରେ ଷଠିପୁରଠାରେ ଥିବା ସରକାରୀ ବିକ୍ରୟ କେନ୍ଦ୍ରରେ ଏକ ଟାଟାସୁମୋ ଗାଡିରେ କିଛି ଜିନିଷ ଲୋଡ ହେଉଥିବା ଅଞ୍ଚଳର କିଛି ଯୁବକ ଦେଖିବାକୁ ପାଇଥିଲେ। ସେମାନେ ସନ୍ଦେହ କରି ଯାଞ୍ଚ କରିବାରୁ ଗାଡି ପଛପଟେ ୨ଟି ୫୦ଲିଟର ଜାର ଭର୍ତ୍ତି କିରୋସିନ ଦେଖିଥିଲେ। ତାହା ଚୋରାରେ ଚାଲାଣ ହେଉଥିବା ସନ୍ଦେହ କରି କିରୋସିନ ଭର୍ତ୍ତି ଜାରକୁ ଗାଡିରୁ ବାହାର କରିଥିଲେ। କିନ୍ତୁ ରାତିର ସୁଯୋଗ ନେଇ ଚୋରା ବ୍ୟବସାୟୀମାନେ ଗାଡ଼ି ନେଇ ଖସି ପଳାଇଥିଲେ। ଏହି ଘଟଣା ସମ୍ପର୍କରେ ଜିଲା ପ୍ରଶାସନ ଅବଗତ ହେବା ପରେ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳଙ୍କ ନିର୍ଦ୍ଦେଶରେ ଯାଜପୁର ଓ କୋରେଇ ବ୍ଲକ ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚତ୍ କିରୋସିନ ଭର୍ତ୍ତି ଜାର ଦୁଇଟିକୁ ଜବତ କରିଥିଲେ। ଏହାସହ ଷଠିପୁର ବିକ୍ରୟ କେନ୍ଦ୍ରରେ ମହଜୁଦ ଅନ୍ୟ ଚାଉଳ ଜବତ କରିବା ସହ ସମ୍ପୃକ୍ତ ଡିଲର ହୃଷୀକେଶ ରାଉତଙ୍କ ଲାଇସେନ୍ସ ବାତିଲ କରିଥିଲେ। ତେବେ ଚୋରା କାରବାରରେ ସମ୍ପୃକ୍ତ ଗାଡ଼ି ଓ ଗାଡ଼ି ମାଲିକ ତଥା ବ୍ୟବସାୟୀଙ୍କ ପର୍ଦ୍ଦାଫାଶ ଏଯାଏ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମସଚିବ ଧୀରେନ୍ଦ୍ର କୁମାର ସାହୁ ତାଙ୍କ ପତ୍ରସଂଖ୍ୟା ୪୭୧୯/୭।୩।୨୦୧୮ରେ ଯାଜପୁର ଜିଲାପାଳଙ୍କୁ ଘଟଣାର ସବିଶେଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ବିଭାଗ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ଅକ୍ଟୋବର ୨୭ ତାରିଖରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମଡି) ନିରଞ୍ଜନ ନାୟକ ଯାଜପୁର ଗସ୍ତରେ ଆସି ପରିଦର୍ଶନବେଳେ ପାଣିକୋଇଲି ଗୋଦାମରେ ମହଜୁଦ ଚାଉଳରେ କୀଟପଟଙ୍ଗ ଲାଗିଥିବା ଏବଂ ମଲା ଚାଉଳ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ଏହିସବୁ ଚାଉଳ ଭଦ୍ରକ ଜିଲାର କଷ୍ଟମ ମିଲର୍ସଙ୍କ ସମେତ ବ୍ରାହ୍ମଣୀଗାଁ ଓ ବଲଜିତପଡା ଗୋଦାମରୁ ଆସିଥିଲା। ତେଣୁ ଏମ୍‌ଡି ନାୟକ ତାଙ୍କ ପତ୍ରସଂଖ୍ୟା ୧୮୦୮୫/୩୦।୧୦।୨୦୧୭ରେ ଯାଜପୁର ଯୋଗାଣ ଅଧିକାରୀଙ୍କୁ ଏହି ଅନିୟମିତତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତର ସବିଶେଷ ରିପୋର୍ଟ ୭ଦିନ ମଧ୍ୟରେ ଦାଖଲ କରିବାକୁ ପତ୍ରରେ ଉଲ୍ଲେଖ ରହିଥିଲା। ଏହାବାଦ ବିଆରଏଲ ଚାଉଳ ଉଠାଣ କରିଥିବା ଭଦ୍ରକ ଜିଲାର ଲିପ୍ଟିଂ ଅଫିସର, ବିଆରଏଲ ଚାଉଳ ଗ୍ରହଣ କରିଥିବା ପାଣିକୋଇଲି ଗୋଦାମର ଭାରପ୍ରାପ୍ତ ଅଧିକାରୀ ଓ ଲେଜର ଅଧିକାରୀଙ୍କ ନାମରେ ୭ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କଡ଼ା ନିର୍ଦ୍ଦେଶ ହୋଇଥିଲା। ଏହି ବ୍ୟବହାର ଅନୁପଯୋଗୀ ଚାଉଳକୁ ପିଡିଏସ ଭାବେ ବଣ୍ଟନ ନ କରିବାକୁ ଜିଏମ ନାୟକ ପରାମର୍ଶ ଦେଇଥିଲେ। ହେଲେ ଏହି ପତ୍ର ଜାରି କରିବାର ୫ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଭଦ୍ରକରୁ ଆସିଥିବା ବ୍ୟବହାର ଉପଯୋଗୀ ଚାଉଳକୁ ୨୦୧୬-୧୭ ବର୍ଷର ଖିଲାପକାରୀ ୨ମିଲର୍ସଙ୍କ ନିକଟରେ ବିକ୍ରି କରାଯାଇଥିବା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ଫଳରେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ତାଙ୍କ ପତ୍ରସଂଖ୍ୟା ୨୦୯୪୦/୮।୧୨।୨୦୧୭ରେ ଅସନ୍ତୋଷ ପ୍ରକାଶ କରି ପୁଣି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାପରେ ବି ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରିନାହିଁ। ସେହିପରି ଯାଜପୁର ଜିଲା ବଡଚଣା ବ୍ଲକର ଭୁଷଣ୍ଡପୁରର ଏକ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ନିମ୍ନମାନର ଚାଉଳ ବଣ୍ଟନ ହେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି. ଯାଦବ ଗତ ଜାନୁୟାରୀ ୫ ଓ ୬ତାରିଖରେ ତାଙ୍କ ପରିଦର୍ଶନ ବେଳେ ଜାଣି ପାରିଥିଲେ। ପଡୋଶୀ ଭଦ୍ରକ ଜିଲାରୁ ଅଣାଯାଇଥିବା ବିଭିନ୍ନ ଗୋଦାମରେ ମହଜୁଦ ଥିବା ଚାଉଳର ମାନ ପରୀକ୍ଷା ପାଇଁ ଗତ ଜାନୁୟାରୀ ୯ତାରିଖରେ ତାଙ୍କ ପତ୍ରସଂଖ୍ୟା ୭୪୩ରେ ନିର୍ଦ୍ଦେଶ ଦେଇଥିଲେ। ଗତ ଫେବୃୟାରୀ ୧୨ ଓ ୧୩ରେ ଭଦ୍ରକ ଓ ଯାଜପୁର ଜିଲା ଗସ୍ତ କରି ସମ୍ପୃକ୍ତ ଚାଉଳ ଡିପୋ ଉପରେ ତଦନ୍ତ କରିଥିଲେ। ହେଲେ ସେଠାରେ ଚାଉଳ ନ ଥିବା ଜାଣିବାକୁ ପାଇଥିଲେ। ଫଳରେ ପୁଣି ଏହାର ତଦନ୍ତ କରି ୭ଦିନ ମଧ୍ୟରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଗ୍ରହଣ କରିବାକୁ ବିଭାଗୀୟ ଯୁଗ୍ମସଚିବ ଶକୁନ୍ତଳା ବିନ୍ଧାଣୀ ତାଙ୍କ ପତ୍ରସଂଖ୍ୟା ୪୬୫୬/୬।୩।୨୦୧୮ରେ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାରେ କିରୋସିନ ଓ ପିଡିଏସ ସାମଗ୍ରୀ ଦୁର୍ନୀତିର ଏଭଳି ଅନେକ ଦୃଷ୍ଟାନ୍ତ ରହିଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରୁ, ନିର୍ଦ୍ଦେଶ ଅନୁସାରେ ତଦନ୍ତ ଚାଲିଛି। ଆବଶ୍ୟକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି। 

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବୋଲଗଡ଼,୧୬ା୨(ଡି.ଏନ.ଏ.):ଜମ୍ମୁ-କାଶ୍ମୀରସ୍ଥିତ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା  ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ବୋଲଗଡ଼ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

କୃଷ୍ଣପ୍ରସାଦ,୧୬ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ବଡଅଁଳ ପଞ୍ଚାୟତ ଅଧୀନ ବଡଖଟିଆକୁଦିଠାରେ ମହାଆଡ଼ମ୍ବରରେ ଶ୍ରୀଶ୍ରୀ ହନୁମାନ ପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍‌.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍‌, ମଲ୍‌ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।