ମେଟ୍ରୋ |

ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ

ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ
କଟକ ଅଫିସ, ୧୧।୩- ସାରସ୍ବତ ସ୍ରଷ୍ଟା ମୂଲ୍ୟବୋଧ, ନୀତିନିୟମ ନ ମାନିଲେ ନିଜର ତଥା ସମାଜର କ୍ଷତି ସାଧନ ହେବ। ସାହା ଅର୍ଥ ସମନ୍ବୟ। ଅର୍ଥାତ୍‌ ସାହିତ୍ୟରେ ସମନ୍ବୟ ରହିଛି ଯାହା ମଣିଷ ଓ ସମାଜ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ। ଭାରତୀୟ ମୂଲ୍ୟବୋଧକୁ ଆଧାର କରି ବିଭିନ୍ନ ଶାସ୍ତ୍ର ରଚନା କରାଯାଇଛି। ସାହିତ୍ୟ ସ୍ରଷ୍ଟାମାନେ ସତ୍ୟ, ଧର୍ମ ପାଳନ କରିବା ଉଚିତ। ସମାଜରେ ବହୁ ଭାବରେ ଅନ୍ୟାୟ, ଅନୀତି ବୃଦ୍ଧି ପାଇଛି। ସାହିତ୍ୟ ସେଇ କଦାଚାର, ଅନାଚାରକୁ ଭେଟି ନ ପାରିଲେ, ସାଂସ୍କୃତିକ ମୂଲ୍ୟବୋଧକୁ ପାଳନ ନ କଲେ ତାହା ସାହିତ୍ୟ ନୁହେଁ। ସମାଜର ହିତ କଥା ହିଁ କହିଥାଏ ସାହିତ୍ୟ। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେଶନର ସାହିତ୍ୟ ଭାରତୀ ସମ୍ମାନ ଗ୍ରହଣ କରି ପ୍ରଖ୍ୟାତ ସାହିତି୍ୟକ ଡ. ସାତକଡ଼ି ହୋତା ଏହା କହିଥିଲେ। ଏହି ସମ୍ମାନସ୍ବରୂପ ଏକ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ଡ. ହୋତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ କଳାବିକାଶ କେନ୍ଦ୍ରଠାରେ ରବିବାର ସନ୍ଧ୍ୟାରେ ଆୟୋଜିତ ଫାଉଣ୍ଡେଶନର ତ୍ରୟୋବିଂଶତିତମ ବାର୍ଷିକ ସମ୍ମାନ ପ୍ରଦାନ ସମାବେଶକୁ ମୁଖ୍ୟ ଅତିଥି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନୀତ ସରନ ଉଦ୍‌ଘାଟନ କରିଥିଲେ। ଓଡ଼ିଶାର ଶ୍ରୀଜଗନ୍ନାଥ କଳା, ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର, ଯାହା ଦେଶବିଦେଶର ଲୋକଙ୍କୁ ଆକୃଷ୍ଟ କରିଆସିଛି। ଏହି ରାଜ୍ୟରେ ଜଣେ ପ୍ରବୀଣ ଆଇନଜ୍ଞ, ସାରସ୍ବତ ସାଧକ, ସାମାଜିକ କର୍ମୀ ଭାବେ ଗଙ୍ଗାଧର ରଥଙ୍କ ବହୁମୁଖୀ ପ୍ରତିଭା ଅନେକ ଗୁରୁତ୍ୱ ବହନ କରେ ବୋଲି ମୁଖ୍ୟ ଅତିଥି ଜଷ୍ଟିସ ସରନ କହିଥିଲେ। ମୁଖ୍ୟବକ୍ତା ଡ. ଅର୍ଚ୍ଚନା ନାୟକ ତାଙ୍କ ବକ୍ତବ୍ୟରେ ସାରସ୍ବତ ସାଧକ ଡ. ହୋତାଙ୍କୁ ଓଡ଼ିଆ ସାହିତ୍ୟ ଜଗତର ଜଣେ ବାଗ୍ମୀ, କର୍ମନିଷ୍ଠ ତଥା ପ୍ରବୀଣ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ। ଏଥିସହ ଫାଉଣ୍ଡେଶନର ପ୍ରତିଷ୍ଠାତାଙ୍କ ନାମରେ ପ୍ରଦତ୍ତ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ଶିକ୍ଷାବିତ୍‌ ଡ. ପ୍ରଭାତ କୁମାର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ ତାଙ୍କୁ ରୌପ୍ୟ ଫଳକ ଓ ମାନପତ୍ର ଦିଆଯାଇଥିଲା। କାବ୍ୟ ସାହିତ୍ୟରେ କବି ଡ. ହୃଷୀକେଶ ମଲ୍ଲିକଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଏବଂ କଥାକାର ଅଳକା ଚାନ୍ଦଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା ଏବଂ ରୌପ୍ୟ ଉପଢୌକନ ପ୍ରଦାନ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କଥାକାର ବୈଜୟନ୍ତୀ ମିଶ୍ର ଓ କବି ଅମୀୟ ରଞ୍ଜନ ମହାପାତ୍ରଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଏବଂ ରୌପ୍ୟ ଉପଢୌକନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡା. ଜୟନ୍ତ ରଥ ସ୍ବାଗତ ଭାଷଣ ଦେବା ସହ ଅଧ୍ୟକ୍ଷତା କରିଥିଲେ। ଡା. ଅଳକା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡ. ବିଜୟାନନ୍ଦ ସିଂହ ଅତିଥି ପରିଚୟ ଓ ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ। କମଳ ମାହୁନ୍ତ, ବନ୍ଦିତା ଦାଶ, ଶିଶିର କୁମାର ବେହେରା ମାନପତ୍ର ପାଠ କରିଥିଲେ।
All Right Reserved By

ମେଟ୍ରୋ |

ଆଜି ଆସୁଛନ୍ତି ମୋଦି, ୨୬ରେ ଆସିବେ ରାହୁଲ

ଭୁବନେଶ୍ୱର, ୨୩।।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଭାଜପା ଓ କଂଗ୍ରେସର କେନ୍ଦ୍ରୀୟ ନେତା ପ୍ରଚାର ପାଇଁ ଆସିବେ। ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଆସନ ପାଇଁ ଭୋଟ୍‌ ହେବ। ଭାଜପା ଏଥର ଓଡ଼ିଶାର ଲୋକ ସଭା ଆସନ ଉପରେ ବିଶେଷ ନଜର ରଖିଛି।

ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌କୁ ମାଡ଼ ଘଟଣା: ଜେଲରୁ ଡାକ୍ତରଖାନା ଗଲେ ମହାରଥୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ/ ପିପିଲି (ଡି.ଏନ.ଏ.),୨୩।୪: ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସୋମବାର ମହାରଥୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ କଳାହାଣ୍ଡି ଜିଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତ୍‌ଖନନ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଏଥିରୁ ଏଏସ୍‌ଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି।

ଆଜି ବିଶ୍ୱ ପୁସ୍ତକ ଦିବସ  ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଆଜି ବିଶ୍ୱ ପୁସ୍ତକ ଦିବସ ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଭୁବନେଶ୍ୱର,୨୩।୪(ସସ୍ମିତା ପାଇକରାୟ): ପୁସ୍ତକ, କାହା ପାଇଁ ମନୋରଞ୍ଜନର ମାଧ୍ୟମ ତ କାହା ପାଇଁ ଜ୍ଞାନର ପରିଭାଷା। ଭାଷା ଓ ବିଷୟ ଯାହା ହୋଇଥାଉ ନା କାହିଁକି, ମଣିଷ ପାଇଁ ଏହା ସୁଖଦୁଃଖର ସାଥୀ। ହେଲେ ସମୟ ସହ ତାଳଦେଇ ବଦଳିଛି ପୁସ୍ତକର ପରିଭାଷା। 

ଆଜି ୭ ଜିଲାକୁ ସତର୍କ ସୂଚନା

ଆଜି ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଦୁଇଦିନ ହେବ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରହୁଥିବା ବେଳେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି।

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି:  ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି: ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି। ରବିବାର ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ଼ ହୋଇଛି।

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ:  ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ: ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱରକୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱକପ୍‌ ଆୟୋଜନ ସହ ସହରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। 

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ପାଠ୍ୟକ୍ରମ ଶେଷ ହୋଇନି। କିନ୍ତୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡ଼ିକରେ ମେ’ ୪ରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।

୬ ଲୋକ ସଭା, ୪୨ ବିଧାନସଭାରେ  ମତଦାନ:  ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୨ଲକ୍ଷ ଭୋଟର

୬ ଲୋକ ସଭା, ୪୨ ବିଧାନସଭାରେ ମତଦାନ: ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୨ଲକ୍ଷ ଭୋଟର

ଭୁବନେଶ୍ୱର,୨୩। ୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ପାଇଁ ୯୨.୫ ଲକ୍ଷ ଭୋଟର ୪୧୭  ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। 

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ଭୁବନେଶ୍ୱର,୨୨-୪: ଗ୍ରୀଷ୍ମକାଳୀନ ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସିଆଲଦା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଏସି ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି।

ଆପୋଲୋରେ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନର ସଫଳ ଚିକିତ୍ସା

ଆପୋଲୋରେ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନର ସଫଳ ଚିକିତ୍ସା

ଭୁବନେଶ୍ୱର,୨୨-୪: ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଆକ୍‌ ସାଇନ୍ସ ବିଭାଗ  ପକ୍ଷରୁ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନ(ଏଏସ୍‌ଏ) ପଦ୍ଧତିରେ ସଫଳ ଚିକିତ୍ସା କରାଯାଇଛି।

ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍‌ ରହୁଛନ୍ତି: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍‌ ରହୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବିଷୟ ନ ରଖି  କେବଳ କେନ୍ଦ୍ର ଉପରେ ଅଭିଯୋଗ କରୁଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri