ଉପକୂଳ ଓଡିଶା

ଅବହେଳିତ ବୈତରଣୀ ରୋଡ ରେଳଷ୍ଟେଶନ

ଅବହେଳିତ ବୈତରଣୀ ରୋଡ ରେଳଷ୍ଟେଶନ
କୋରେଇ,୧୧।୩(ସ୍ବ.ପ୍ର) କୋରେଇ ବ୍ଲକ ଅନ୍ତର୍ଗତ ବୈତରଣୀ ରୋଡ ରେଳଷ୍ଟେଶନ ଜିଲାର ସର୍ବ ପୁରାତନ ରେଳଷ୍ଟେଶନ। ଏହି ପୁରାତନ ଷ୍ଟେଶନଟି ଏ ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବିଭିନ୍ନ ସମୟରେ ରେଳ ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି କରି ଆସିଛନ୍ତି ଓ ବିଭିନ୍ନ ସମୟରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିଛନ୍ତି। ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇ ଏପର୍ଯ୍ୟନ୍ତ କୌଣସି ସମାଧାନ କରି ନ ଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ତଳେ ଜିଏମ୍‌ ଷ୍ଟେଶନ ପରିଦର୍ଶନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ୮ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ୮ ଦଫା ଦାବି ମଧ୍ୟରେ ପ୍ଲାଟଫର୍ମର ଉଚ୍ଚତା ବଢାଇବା, ଦ୍ରୁତଗ୍ରାମୀ ଟ୍ରେନ୍‌ ଧଉଳୀ ଓ ନିଳାଚଳ ଏକ୍ସପ୍ରେସର ରହଣୀ, ପ୍ଲାଟଫର୍ମ ଓ ଷ୍ଟେଶନ ବାହାରେ ଆଲୋକ ବ୍ୟବସ୍ଥା, ଫୁଟ୍‌ ଓଭରବ୍ରିଜ୍‌କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବା, ଟିକଟ ସଂରକ୍ଷଣ ବ୍ୟବସ୍ଥା, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ଆଦି ସମସ୍ୟାକୁ ନେଇ ଦାବିପତ୍ର ଦିଆଯାଇଥିଲା। ଜିଏମ୍‌ ଉକ୍ତ ଦାବିପତ୍ରକୁ ଗ୍ରହଣ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ଓ ଯଥାଶୀଘ୍ର ଏହିସବୁ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ଘଟଣାକୁ ୩ମାସ ବିତିଯାଇଥିଲେ ହେଁ ବୈତରଣୀ ରେଳଷ୍ଟେଶନ ଅବସ୍ଥା ପୂର୍ବପରି ଅବହେଳିତ ରହିଛି। ଏହି ଷ୍ଟେଶନ ଉପରେ ୧୦ଟି ପଞ୍ଚାୟତର ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ରେଳ ବିଭାଗର ବୈମାତୃକ ମନୋଭାବ ଯୋଗୁ ଏହି ସବୁ ଦାବିକୁ ଅଣଦେଖା କରାଯାଉଥିବା କୁହାଯାଉଛି। ଯଥାଶୀଘ୍ର ୮ ଦଫା ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆମରଣ ଅନଶନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ ଓ ସ୍ଥାନୀୟ ସରପଞ୍ଚ ସୌଭାଗ୍ୟ ମହାନ୍ତି, ଜୟନ୍ତୀ ସାହୁ, ଉଦୟ ପରିଡା, ଆଶୁତୋଷ ମହାନ୍ତି, ବଳରାମ ମହାନ୍ତି, ପ୍ରକାଶ କୁମାର ଧଳ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏଥିପ୍ରତି ରେଳ ବିଭାଗର ଉଚ୍ଚ ପଦାଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
All Right Reserved By

ଉପକୂଳ ଓଡିଶା

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ:କାମ ନ ସରୁଣୁ ଓଭରବ୍ରିଜରେ ଫାଟ

ନୂଆଗାଁ (ଡି.ଏନ.ଏ.)/ନୟାଗଡ଼ ଅଫିସ,୧୮ା୨- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଚାଲିଥିବାବେଳେ ଏହାର ଏକ ଓଭରବ୍ରିଜରେ ଫାଟ ସୃଷ୍ଟି ହେଲାଣି।

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ଅବ୍ୟବସ୍ଥାରେ ନୂଆଗାଁ ବ୍ଲକ ଶିକ୍ଷା ବିଭାଗ:ଖାଲିପଡିଛି ଅଧିକାରୀ, କର୍ମଚାରୀ ପଦବୀ

ନୂଆଗାଁ,୧୮ା୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଛି। ସେହିପରି ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଆଉ ମାତ୍ର କିଛିଦିନ ପରେ ପିଲାମାନେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏପରି ସମସ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। 

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ତାରେଶ୍ୱରଦେବଙ୍କ ପୀଠରେ ଶିବତତ୍ତ୍ୱ ଆଲୋଚନା

ବୋଲଗଡ଼,୧୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ତାରେଶ୍ୱରଦେବଙ୍କ ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ରବିବାର ବିଂଶତମ ନୀଳାଚଳ ଭକ୍ତ ସମ୍ମିଳନୀ ଓ ଶିବତତ୍ତ୍ୱ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

କଣ୍ଟିଲୋରେ  ମାଘମେଳା ଆରମ୍ଭ

କଣ୍ଟିଲୋରେ ମାଘମେଳା ଆରମ୍ଭ

ଖଣ୍ଡପଡ଼ା,୧୮ା୨(ଅଜୟ କୁମାର ମହାରଣା)-ଚିତ୍ତବୋଧ ବା ଚିତ୍ତ ବିନୋଦ ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ଜରା ଶବର ତୀରରେ ନିହତ ହୁଅନ୍ତି  ଶ୍ରୀକୃଷ୍ଣ ା କିନ୍ତୁ ତାଙ୍କର ମର ଶରୀରକୁ ଅଗ୍ନି ଗ୍ରାସ କରିପାରେ ନାହିଁ। 

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

ଭିତରକନିକା ଜାତୀୟଉଦ୍ୟାନରେ ଡଲ୍‌ଫିନ ସଂଖ୍ୟା ୧୨୬

କେନ୍ଦ୍ରାପଡା ଅଫିସ, ୧୭।  ୨-  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଡଲ୍‌ଫିନ ସଂଖ୍ୟା ହ୍ରାସ ପାଇଛି। ପୂର୍ବବର୍ଷ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୋଟ ୩୦୭ଟି ଡଲ୍‌ଫିନ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୨୬କୁ ଖସିଆସିଛି। ଗତ ଜାନୁୟାରୀ ୧୯ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଡଲ୍‌ଫିନ ଗଣନା ହୋଇଥିଲା। ଏହି ସମୟରେ ସାମୁଦ୍ରିକ ଅଞ୍ଚଳରେ ୧୪ଟି ଇରାୱାଡି, ୧୪ଟି ବଟଲନୋଜ ଓ ୯୮ଟି ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିଲା। 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ତିନିମୁହାଣୀ ବଜାର ବନ୍ଦ

କେନ୍ଦ୍ରାପଡା ଅଫିସ, ୧୭।୨- ଗତ ୧୪ ଅପରାହ୍ନ ସମୟରେ କାଶ୍ମୀରର ପୁଲ୍‌ୱାମାଠାରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କ ଗାଡିକୁ ଆତଙ୍କି ହମଲା ହୋଇଥିଲା । ଏଥିରେ ୪୦ଜଣ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦୀପଦାନ, ମହମବତୀ ଶୋଭାଯାତ୍ରା ଓ ଶହୀଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେମାନଙ୍କ ଉଦ୍ଦେଶ୍ୟରେ ରବିବାର କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥିତ ବଜାର ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ  ରହିଛି। ଶହୀଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି । ତିନିମୁହାଣୀ ବଜାର ସଂଘ ଓ ଧର୍ମରକ୍ଷା ସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ  କରାଯାଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡା,୧୭।୨(ସ୍ବ.ପ୍ର.)- ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୟାଗଡ ଜିଲା ଖଣ୍ଡପଡାଠାରେ ଶୁକ୍ରବାର କାଠ ଅନୁକୂଳ ହୋଇଛି। ରୁକୁଣା ରଥ  ନିମନ୍ତେ କାଠ ପାଇଁ ଖଣ୍ଡପଡା ଏନ୍‌ଏସି ଅନ୍ତର୍ଗତ ୧୨ ନଂ ୱାର୍ଡ ବାଇପାସ ରାସ୍ତା ପାର୍ଶ୍ୱ ଆଞ୍ଚଳିକ ସାମ୍ବାଦିକ ଭବନ ପରିସରରେ ଥିବା ଆମ୍ବଗଛ ନିକଟରେ ପୂଜାର୍ଚ୍ଚନା କରାଯାଇଛି । 

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା: ଶ୍ରମିକଙ୍କ ନାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆଗାଁ,୧୭।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କାର୍ଯ୍ୟରେ ଅନିୟମିତତା ହୋଇଛି। ଶ୍ରମିକ ବଦଳରେ ମେଶିନ୍‌ରେ କାର୍ଯ୍ୟ କରାଇ ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଉଛି । 

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି।