ଉପକୂଳ ଓଡିଶା

ବାଲି, ପଥରର ଅଭାବ ରିପୋର୍ଟ ହାସ୍ୟାସ୍ପଦ

ବାଲି, ପଥରର ଅଭାବ ରିପୋର୍ଟ ହାସ୍ୟାସ୍ପଦ
ଯାଜପୁର ଅଫିସ,୧୧।୩ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା (ପିଏମଜିଏସୱାଇ)ରେ ଯାଜପୁର ଜିଲାର ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ୨୦୧୭-୧୮ ଆର୍ଥିକ ବର୍ଷରେ ୪୪ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୯୩.୩୮୦ କି.ମି. ଲମ୍ବ ରାସ୍ତା ନିର୍ମାଣର ଲକ୍ଷ୍ୟ ରହିଛି। ହେଲେ ଚଳିତ ଆର୍ଥତ୍କ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨୦ ଦିନ ବାକି ରହିଥିବାବେଳେ ମାତ୍ର ୧୨ଟି ପ୍ରକଳ୍ପରେ ୬୩.୦୪୪ କି.ମି. ରାସ୍ତା ନିର୍ମାଣ ହୋଇଥିବା ରିପୋର୍ଟରେ ଜଣାପଡ଼ିଛି। ଲଘୁ ଖଣିଜ ଦ୍ରବ୍ୟ ଅଭାବରୁ ୧୭ଟି ପ୍ରକଳ୍ପ ନିର୍ମାଣରେ ସମସ୍ୟା ଦେଖା ଦେଇଥିବା ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ଯାଜପୁର ଜିଲାରେ ହଜାରରୁ ଊର୍ଦ୍ଧ୍ୱ ବେଆଇନ ବାଲି ଖାଦାନ ଚାଲିଛି। ୫୦୦ରୁ ଊର୍ଦ୍ଧ୍ୱ ବେଆଇନ କଳାପଥର ଖାଦାନରୁ ପଥର ଲୁଟ ହେଉଛି। ଖାଦାନ ମାଲିକ ଗୋଷ୍ଠୀ ଓ ମାଫିଆ ଗୋଷ୍ଠୀ ମଧ୍ୟରେ ରୟାଲଟି ଆଦାୟକୁ ନେଇ ସଂଘର୍ଷ ହେଉଛି। ଗତ ଦେଢ ବର୍ଷ ମଧ୍ୟରେ ବେଆଇନ ପଥର ଖାଦାନରେ ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି। ଅଥଚ ବାଲି, ମୋରମ, ପଥର ଅଭାବରୁ ପିଏମଜିଏସୱାଇ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଥିବା ରିପୋର୍ଟ ହାସ୍ୟାସ୍ପଦ ଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଉଛି। ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଏହା ପୂର୍ବ ପ୍ରସ୍ତୁତି ବୋଲି ମତ ପ୍ରକାଶ ପାଉଛି। ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାଘାଟ ଅବସ୍ଥା ଦେଖିଲେ ଏଠାରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ସ୍ପଷ୍ଟ ଅନୁମାନ କରିହେବ। କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାର ରାସ୍ତାଘାଟ ନିର୍ମାଣ, ପୁନଃ ନିର୍ମାଣ, ପ୍ରଶସ୍ତୀକରଣ ଓ ମରାମତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି କ୍ରମରେ କେବଳ ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ପ୍ରତ୍ୟେକ ୧ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ସୁଦୃଢ, ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ। ତେବେ ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଜାରକାର ନିର୍ବାହୀ ଯନ୍ତ୍ରୀଙ୍କ ସମେତ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଯୋଜନାର ସୁଫଳ ମାତ୍ର ବର୍ଷେ ଦୁଇ ବର୍ଷ ମଧ୍ୟରେ ମିଳାଇ ଯାଉଥିବା ଦେଖିବାକୁ ମିଳୁଛି। ରାସ୍ତାର ମାନ ବ୍ୟୟ ଅଟକଳ ଅନୁଯାୟୀ ନ ହୋଇ ଠିକାଦାରଙ୍କ ମର୍ଜିରେ ହେବା ଯୋଗୁ ରାସ୍ତା କାର୍ଯ୍ୟ ଶେଷ ହେବାର ଅଳ୍ପ ଦିନ ମଧ୍ୟରେ କେଉଁଠି ଫାଟି ଆଁ କଲାଣି ତ କେଉଁଠି ଦବି ବିରାଟ ଗର୍ତ୍ତ ସୃଷ୍ଟି ହେଲାଣି। ଏହି ଯୋଜନାରେ ୫ବର୍ଷ ପାଇଁ ରାସ୍ତାର ଖରାପ ସ୍ଥାନଗୁଡିକର ମରାମତି ଦାୟିତ୍ୱ ଠିକାଦାରଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ବିଭାଗୀୟ କର୍ମଚାରୀଙ୍କୁ ହାତବାରିସୀ କରି ଯେନତେନ ଉପାୟରେ ୫ବର୍ଷ ସମୟ ଗଡେଇ ନେଇ ମରାମତି ପାଇଁ ଥିବା ପାଣ୍ଠିକୁ ହଡ଼ପ କରିବାରେ ଲାଗିଛନ୍ତି। ତେବେ ରାସ୍ତା ଦବିବା ଏବଂ ଫାଟିବା ଘୋଡାଇବାକୁ ଯାଇ ସମ୍ପ୍ରତି ଠିକାଦାରମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ବର୍ତ୍ତି ଯାଉଛନ୍ତି। ଶିଳ୍ପାଞ୍ଚଳରେ ଭାରିଜାନ ଚଳାଚଳ ଯୋଗୁ ରାସ୍ତା ଦବି ଯାଉଛି ବୋଲି ସେମାନେ ଉତ୍ତର ଦେଉଛନ୍ତି। ଆରଡି ରାସ୍ତାଠାରୁ ମହିଶରା(ପ୍ୟାକେଜ ନମ୍ବର ଓଆର-୧୩-୧୬୭) ନିର୍ମାଣାଧୀନ ରାସ୍ତାର ଦୀର୍ଘସ୍ଥାୟୀ ନେଇ ଖୋଦ ବିଭାଗ ପକ୍ଷରୁ ସଂଶୟ ପ୍ରକାଶ ପାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଏକାଧିକ କ୍ରଶର ଓ ପଥର ଖାଦାନ ରହିଥିବାରୁ ପିଏମଜିଏସୱାଇ ଅନୁସାରେ ନିର୍ମାଣ ହେଲେ ରାସ୍ତା ଖୁବ କମ ସମୟ ମଧ୍ୟରେ ଭାଙ୍ଗି ଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ସର୍ଭେ କରିଥିବା ଅଧିକାରୀଙ୍କୁ ପୂର୍ବରୁ ଏହା କିପରି ଦେଖାଯାଇ ନ ଥିଲା ବୋଲି ଏବେ ପ୍ରଶ୍ନ ଉଠିଛି। ଏଥିରେ କୋଟି କୋଟି ଟଙ୍କା କାହିଁକି ଖର୍ଚ୍ଚ କରାଗଲା, ସେଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପରିସରଭୁକ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି। ଅନୁରୂପ ଭାବେ ଆର ଆଣ୍ଡ ବି ରାସ୍ତାରୁ କାନପୁର (ପ୍ୟାକେଜ ନମ୍ବର ଓଆର-୧୩-୨୩୦) ନିର୍ମାଣାଧୀନ ରାସ୍ତା ଉପରେ ମଧ୍ୟ ଉପରୋକ୍ତ ମନ୍ତବ୍ୟ ଦିଆଯାଇଛି। ବାଜବାଟିରୁ ଖୁଣ୍ଟା, ଏନଏଚ-୫ରୁ ଶକୁନ୍ତଳାପୁର, ଏନଏଚ-୫ରୁ ନୂଆଶାସନ, ଏନଏଚ-୫ରୁ କୁନ୍ଦଳା, ପ୍ରଥମଖଣ୍ଡିରୁ ବନ୍ଧଡିହ, ମାନପୁରରୁ ଭାଗିରଥପୁର, ଭାଗୀରଥପୁରରୁ କୁଜିବର, ବାଉଁଶଡୋଲା ଛକରୁ ଉପରଗଡ, ଏନଏଚ-୨୦୦ରୁ ସାରୋଇ, ଆର ଆଣ୍ଡ ବି ରାସ୍ତାରୁ ସୁଲିଆ, ବଡକାଇମାରୁ ସେରାପୁର, ପିଏମଜିଏସୱାଇ ରାସ୍ତାରୁ ଜାଲଶୁଖା, ଟିକରପଡାରୁ ପୋଡା ଜାଗୁଲାଇ, ବାରବାଟୀରୁ ଶବରସାହି, ଖରସୁଆଁ ନଦୀବନ୍ଧରୁ ଖଣବଦି, ଆର ଆଣ୍ଡ ବି ରାସ୍ତାରୁ ଗୌଡସାହି ଓ ପଟ୍ଟାମୁଣ୍ଡାଇ କେନାଲ ନଦୀବନ୍ଧରୁ ଦେକୁଡି ନିର୍ମାଣାଧୀନ ରାସ୍ତା ଲଘୁ ଖଣିଜ ଦ୍ରବ୍ୟ ଅଭାବରୁ ଅଟକି ରହିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ସୂଚନା ଦେଇଛନ୍ତି। ଯାଜପୁର ଜିଲାରେ ଲଘୁ ଖଣିଜ ସମ୍ପଦ ଭରପୂର ରହିଛି। ଏଥିପାଇଁ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମାଫିଆ ଗୋଷ୍ଠୀ ମାଲାମାଲ ହେଉଛନ୍ତି। ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏଥିରୁ ସିଧାସଳଖ ଅର୍ଥ ମାଫିଆ ଓ ସଂପୃକ୍ତ ଅଧିକାରୀଙ୍କ ପକେଟକୁ ଯାଉଛି। ଏହିକ୍ରମରେ ଲଘୁ ଖଣିଜ ଦ୍ରବ୍ୟର ଅଭାବ ରିପୋର୍ଟ ହାସ୍ୟାସ୍ପଦ ବୋଲି ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଲଘୁ ଖଣିଜ ଦ୍ରବ୍ୟ ଅଭାବରୁ ବିଭିନ୍ନ ପ୍ରକଳ୍ପ ବନ୍ଦ ରହିଥିଲା। ଏବେ ପୁଣି ତାହା ନିର୍ମାଣାଧୀନ ଅବସ୍ଥାରେ ରହିଛି। ୧୨ଟି ପ୍ରକଳ୍ପରେ ରାସ୍ତା ସମ୍ପୂର୍ଣ୍ଣ କରାଯାଇ ଲକ୍ଷ୍ୟଧାର୍ଯ୍ୟ ଜନବସତି ଉପକୃତ ହୋଇଛନ୍ତି।
All Right Reserved By

ଉପକୂଳ ଓଡିଶା

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

ଓଡଗାଁ, ୧୯।୨(ସ୍ବ.ପ୍ର.)-ନୟାଗଡ଼ ଜିଲା କୁରାଳ ସମବାୟ ମିନି ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀ ଜମାକାରୀଙ୍କ ୬କୋଟି ଟଙ୍କା ଠକେଇ ଅଭିଯୋଗରେ ଜମାକାରୀ ଧାରଣା ଦେଇଛନ୍ତି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଖଣ୍ଡପଡ଼ା, ୧୯।୨(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ-ବାଣପୁର ୪୮ ନଂ. ରାଜ୍ୟ ରାଜପଥର ନୀଳମାଧବ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ନଦୀବନ୍ଧ ତଳକୁ ଓଲଟି ପଡ଼ିଛି। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଲାଞ୍ଚ ନେଇ କାମ କରୁନାହାନ୍ତି କିରାଣି:ଜିଲାପାଳଙ୍କୁ ଅଭିଯୋଗ କଲେ ସ୍ବାସ୍ଥ୍ୟକର୍ମୀ

ନୟାଗଡ଼ ଅଫିସ,୧୯ା୨- ଲାଞ୍ଚ ନେଇ ବି କାମ କରୁନାହାନ୍ତି କିରାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌)ଙ୍କଠାରୁ ଜଣେ କିରାଣି ଲାଞ୍ଚ ନେଇ ବି ସେମାନଙ୍କ ବର୍ଦ୍ଧିତ ବକେୟା ପ୍ରାପ୍ୟ (ଇନ୍‌କ୍ରିମେଣ୍ଟ ଏରିଅର) କାମ କରୁନାହାନ୍ତି। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀଙ୍କଠାରୁ କିରାଣି ଜଣକ ଲାଞ୍ଚ ନେଇଛନ୍ତି।

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

କୁରାଳ ମିନିବ୍ୟାଙ୍କ: ୭୦୦ଚାଷୀଙ୍କ ୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ:ଜମାକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ନିଷ୍ପତ୍ତି

ଓଡ଼ଗାଁ,୧୯ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସମବାୟ ମିନିବ୍ୟାଙ୍କରେ ୭୦୦ ଚାଷୀଙ୍କ ପ୍ରାୟ ୬ କୋଟି ଜମାଟଙ୍କା ହେରଫେର ହୋଇଥିବା ଅଭିଯୋଗ ବହୁଦିନ ପୁରୁଣା। ଚାଷୀମାନେ ସେମାନଙ୍କ କଷ୍ଟ ଅର୍ଜିତ ଧନ ସେବା ସମବାୟ ସମିତି ଅଧୀନରେ ଥିବା ମିନିବ୍ୟାଙ୍କରେ ଜମା ରଖିଥିଲେ ା 

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ:୧୮ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯ା୨- ନୟାଗଡ଼ ଜିଲାର ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ରହିବା ୧୮ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏମାନଙ୍କୁ ନିଲମ୍ବିତ କରିବା ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପ୍ରଦୂଷଣରେ ରେଡ ତାଲିକାଭୁକ୍ତ ହେଲାଣି ପାରାଦୀପ, ତୁଟୁନି ଶିଳ୍ପ ମୋହ

ପାରାଦୀପ,୧୯ା୨(ସ୍ବ.ପ୍ର.): କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୧୬ରେ ଦେଶର ୮୮ଶହରକୁ ସର୍ବାଧିକ ପ୍ରଦୂଷିତ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ସହର ମଧ୍ୟରୁ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପ ଅନ୍ୟତମ। 

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।