ମେଟ୍ରୋ |

ଗୋପୀନାଥ ଦେବଙ୍କ ଜମି ହଡ଼ପ ଘଟଣା: ପୁନରୁଦ୍ଧାର ପାଇଁ ରୁଜୁ ହେଲା ମାମଲା

ଗୋପୀନାଥ ଦେବଙ୍କ ଜମି ହଡ଼ପ ଘଟଣା:  ପୁନରୁଦ୍ଧାର ପାଇଁ ରୁଜୁ ହେଲା ମାମଲା
ପୁରୀ ଅଫିସ, ୮।୩: ସାକ୍ଷୀଗୋପାଳ ଗୋପୀନାଥ ଦେବଙ୍କର ପିପିଲି ତହସିଲର ପୂବାଶାସନ ମୌଜାରେ ଥିବା ୭.୫୬ ଏକର ଜମି ହଡପ ହୋଇଛି। କ୍ଷମତାର ଦୁରୁପଯୋଗ କରାଯାଇ ତତ୍କାଳୀନ ତହସିଲଦାର ବେନିୟମ ଭାବେ ଦେବୋତ୍ତର ଜମିକୁ କେତେଜଣ ଲୋକଙ୍କ ନାମରେ ରେକର୍ଡ କରିଛନ୍ତି। ଆରଡିସିଙ୍କ ନିର୍ଦ୍ଦେଶ ମୁତାବକ ଏହି ଜମି ପୁନରୁଦ୍ଧାର ଲାଗି ଆରମ୍ଭ ହୋଇଛି ପଦକ୍ଷେପ। ଗୋପୀନାଥ ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଗୁରୁବାର ଉକ୍ତ ଜମିକୁ ଠାକୁରଙ୍କ ନାମରେ ରେକର୍ଡ କରିବା ଲାଗି ପୁରୀ ଉପଜିଲାପାଳଙ୍କ କୋର୍ଟରେ ଅପିଲ କେସ ପାଇଁ ଆବେଦନ କରିଛନ୍ତି। ୧୯ଜଣଙ୍କ ନାମରେ ଅପିଲ କେସ ପାଇଁ ଆବେଦନ ହୋଇଛି। ଏନେଇ ୧୯ଟି କେସ ରୁଜୁ ହୋଇଛି। ଖୁବ୍‌ଶୀଘ୍ର ନୋଟିସ ଜାରି ହେବ ବୋଲି ଉପଜିଲାପାଳ ମଧୁସୂଦନ ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଠାକୁରଙ୍କ ଉକ୍ତ ଜମି ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିବା ବେଳେ ବାକି କେସ ରେକର୍ଡ ପିପିଲି ତହସିଲରେ ମିଳୁନାହିଁ। ରାଜସ୍ବ ପର୍ଷଦ ସଦସ୍ୟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଗୋପୀନାଥ ଦେବଙ୍କ ଉକ୍ତ ୭.୫୬ ଏକର ଜମିଟି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥଠାରୁ ଅନତି ଦୂରରେ ରହିଛି। ଏହି ଜମିରେ ବଡ ବଡ ଅଟ୍ଟାଳିକା ଗଢି ଉଠିଛି। ୧୯୯୭ ମସିହାରେ ପିପିଲି ତହସିଲଦାର ୩୦ରୁ ଊର୍ଦ୍ଧ୍ୱ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ତାହାକୁ ରେକର୍ଡ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସରକାରୀ ଅଧିକାରୀ ରହିଛନ୍ତି। ୧୯୨୭, ୧୯୬୬ ଏବଂ ୧୯୮୪ ମସିହାରେ ତାହା ବେବନ୍ଦୋବସ୍ତ ଥିଲା। କିସମ ପରିବର୍ତ୍ତନ ନ କରି, ଗୋପୀନାଥ ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଅବଗତ ନ କରି ତତ୍କାଳୀନ ତହସିଲଦାର ଏହି ଜମି ଦାଖଲ ଖାରଜ (ମ୍ୟୁଟେଶନ) କରିଥିଲେ। ଏ ସଂକ୍ରାନ୍ତରେ ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ରାଜସ୍ବ ପର୍ଷଦ ସଭ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ। ଚିଠି ସଂଖ୍ୟା ୧୫୭, ତା୨୯ା୩ା୨୦୧୭ରେ ରାଜସ୍ବ ପର୍ଷଦ ସଦସ୍ୟ ଏହି ଘଟଣାର ତଦନ୍ତ ପାଇଁ ଆର୍‌ଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ପାଇଁ ଉପଜିଲାପାଳ ଏବଂ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଉପଶାସନ ସଚିବଙ୍କୁ ନେଇ ଆର୍‌ଡିସି ଏକ କମିଟି ଗଠନ କରିଥିଲେ। ଏହି ୨ ଅଧିକାରୀ ପିପିଲି କାର୍ଯ୍ୟାଳୟକୁ ଯାଇ ଜମି ଦୁର୍ନୀତିର ତଦନ୍ତ କରି ଜୁଲାଇ ୭ରେ ଆର୍‌ଡିସି ରାଜସ୍ବ ପର୍ଷଦ ସଦସ୍ୟଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଆଇନଗତ ବ୍ୟବସ୍ଥାକୁ ଉଲ୍ଲଂଘନ କରି ଗୋପୀନାଥ ଦେବଙ୍କ ଭୂସମ୍ପତ୍ତିକୁ ରେକର୍ଡ କରାଯାଇଛି। ଓଡ଼ିଶା ସର୍ଭେ ସେଟେଲମେଣ୍ଟ ଆକ୍ଟ ୧୯୫୮ ଧାରା ୩୨ ଅନୁଯାୟୀ, ସ୍ବତଃପ୍ରବୃତ୍ତ ଭାବେ ନିଜଆଡୁ ମାମଲା ରୁଜୁ କରି ଗୋପୀନାଥ ଦେବଙ୍କ ଜମିର ପୁନରୁଦ୍ଧାର କରିବାକୁ ଆର୍‌ଡିସି ସୁପାରିସ କରିଥିଲେ। ଏହାପରେ ରାଜସ୍ବ ପର୍ଷଦ ସଦସ୍ୟ ଜିଲାପାଳ ଓ ଉପଜିଲାପାଳଙ୍କୁ ଚିଠି ଲେଖି ଜମି ପୁନରୁଦ୍ଧାର କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡିଲେ ଭିଜିଲାନ୍ସ ତଦନ୍ତ କରାଇବାକୁ ମଧ୍ୟରେ ପରାମର୍ଶ ଦେଇଥିଲେ। ଏହାସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ରାଜସ୍ବ ପର୍ଷଦ ସଦସ୍ୟଙ୍କ ନିର୍ଦ୍ଦେଶର ଦୀର୍ଘ ଦିନ ପରେ ଜମି ପୁନରୁଦ୍ଧାର ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଭୂସମ୍ପତ୍ତି ସୁରକ୍ଷା ପରିଷଦର ଆଇନ ପରାମର୍ଶଦାତା ବିନାୟକ ମହାନ୍ତି କହିଛନ୍ତି, ଉକ୍ତ ଜମି ପ୍ରାୟ ୩୦ଜଣଙ୍କ ନାମରେ ରେକର୍ଡ ହୋଇଛି। କିନ୍ତୁ ୧୯ଜଣଙ୍କ କେସ ରେକର୍ଡ ପିପିଲି ତହସିଲରୁ ମିଳିଲା। ଏହାକୁ ନେଇ ଆବେଦନ କରାଯାଇଛି। ବାକି କେସ ରେକର୍ଡ ତହସିଲରୁ ମିଳୁନାହିଁ। କିନ୍ତୁ ଏ ପର୍ଯ୍ୟନ୍ତ ତତ୍କାଳୀନ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଦୁଃଖଦାୟକ।
All Right Reserved By

ମେଟ୍ରୋ |

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ୧୯ରୁ ୨୬ ପ୍ରାର୍ଥତ୍ପତ୍ର ଦାଖଲ; ୨୭ରେ ଯାଞ୍ଚ, ୨୯ରେ ଚୂଡ଼ାନ୍ତ ତାଲିକା

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ୧୯ରୁ ୨୬ ପ୍ରାର୍ଥତ୍ପତ୍ର ଦାଖଲ; ୨୭ରେ ଯାଞ୍ଚ, ୨୯ରେ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ଏପ୍ରିଲ ୧୮ ରେ ୫ଟି ଲୋକ ସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର, ୨୦ା୩(ଡି.ଏନ.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳି ଏବଂ ବରଗଡ଼ ଜିଲାର ବିଜେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। 

ଦୁଇଟି ଆସନର ରହସ୍ୟ

ଦୁଇଟି ଆସନର ରହସ୍ୟ

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ରାଜ୍ୟରେ ଦୀର୍ଘ ୧୯ବର୍ଷ ଶାସନ କ୍ଷମତାରେ ରହିବା ପରେ ବିଜେଡି ଏବେ କିଛି ମାତ୍ରାରେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଚିନ୍ତିତ ଥିବାଭଳି ମନେ ହେଉଛି। ଏକାଧିକ ଟିକେଟ ଆଶାୟୀ ଏବଂ କେତେଜଣ ବରିଷ୍ଠ ନେତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିରୋଧରେ ବାହାରେ ଖୋଲାଖୋଲି ମୁହଁ ଖୋଲିବା ସହ ଅନ୍ୟ ଦଳରେ ସାମିଲ ହେଉଛନ୍ତି। 

ଇନ୍ଦ୍ରଧନୁ ମାର୍କେଟରୁ ବିପୁଳ ନକଲି ଜର୍ଦ୍ଦା ଜବତ: ଜଣେ ଗିରଫ

ଭୁବନେଶ୍ୱର,୨୦|୩ (ବ୍ୟୁରୋ)- ରାଜଧାନୀରେ ବିକ୍ରି ହେଉଛି ନକଲି ପାନ ମସଲା। ବ୍ରାଣ୍ଡେଡ୍‌ କମ୍ପାନୀର ଲୋଗୋ ଓ ଜରି ବ୍ୟବହାର କରାଯାଉଥିବାରୁ ସହଜରେ ଜଣାପଡୁନି।

ଓସ୍କାର ଚିଟ୍‌ଫଣ୍ଡ ଠକେଇ ମାମଲା:  ଗିରଫ ହେଲେ ନିର୍ଦ୍ଦେଶକ ରବୀନ୍ଦ୍ର ସ୍ବାଇଁ

ଓସ୍କାର ଚିଟ୍‌ଫଣ୍ଡ ଠକେଇ ମାମଲା: ଗିରଫ ହେଲେ ନିର୍ଦ୍ଦେଶକ ରବୀନ୍ଦ୍ର ସ୍ବାଇଁ

ଭୁବନେଶ୍ୱର,୨୦|୩ (ବ୍ୟୁରୋ)- ଦୀର୍ଘଦିନ ଧରି ଫେରାର ଥିବା ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ବାଇଁ(୪୫)ଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ମଙ୍ଗଳବାର ଗିରଫ କରିଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ଜଣାପଡିଛି। 

ମନୁଆଙ୍କୁ ଏନ୍‌କାଉଣ୍ଟର, ମିଳିଲା ୩ ବୋମା

କଟକ ଅଫିସ, ୨୦|୩ - ଚିନି ବ୍ୟବସାୟୀ ଦାମୋଦର ଭଇଁଶଙ୍କାଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ସ୍ବାଇଁ ଓରଫ ମନୁଆ(୨୮)ଙ୍କୁ ସୋମବାର ବିଳମ୍ବିତ ରାତିରେ ମାଲଗୋଦାନ ପୋଲିସ ଏନ୍‌କାଉଣ୍ଟର କରିଛି। 

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୨୦|୩ (ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 

ବିଜେଡି କାଉନ୍‌ସିଲର୍‌ ହତ୍ୟା ମାମଲା: ଗୋଲକ, ଭୃଗୁଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି

ବିଜେଡି କାଉନ୍‌ସିଲର୍‌ ହତ୍ୟା ମାମଲା: ଗୋଲକ, ଭୃଗୁଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି

କଟକ ଅଫିସ,୨୦|୩- ଗଞ୍ଜାମ ଜିଲା ଛତ୍ରପୁରର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ କେସ୍‌ ଡାଏରୀ (ସିଡ଼ି) ହାଇକୋର୍ଟରେ ଦାଖଲ କରିବାରେ ବିଫଳ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା