ମେଟ୍ରୋ |

ଜଗମୋହନ ହେବ ଶୀତତାପ ନିୟନ୍ତ୍ରିତ: ମୁଖ୍ୟ ପ୍ରଶାସକ

ଜଗମୋହନ ହେବ ଶୀତତାପ ନିୟନ୍ତ୍ରିତ: ମୁଖ୍ୟ ପ୍ରଶାସକ
ପୁରୀ ଅଫିସ, ୮।୩: ଜଗମୋହନ ପରିସର ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହେବ। ଭକ୍ତମାନେ ଏହା ଭିତରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ପ୍ରଶାସନର ଏହିଭଳି ଏକ ଇଚ୍ଛା ରହିଛି। ଏ ନେଇ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ଗୁରୁବାର ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରନଙ୍କ ଶ୍ରୀମନ୍ଦିର ଗସ୍ତ ଅବସରରେ ମୁଖ୍ୟପ୍ରଶାସକ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହା କହିଛନ୍ତି। ମୁଖ୍ୟ ପ୍ରଶାସକ ଏହା ମଧ୍ୟ କହିଛନ୍ତି, ଜଗମୋହନ ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୁଖ୍ୟ ବିଚାରପତି ଜଗମୋହନ କାମ, ପୋର୍ଟାଲ ଫ୍ରେମ୍‌ ଉପରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଛାଉଣୀ, ସିଲିଂ (କାଠରେ ଡିଜାଇନିଂ), ଚାଙ୍ଗଡା ଘର ଇତ୍ୟାଦି କାମ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ଜଗମୋହନର ମୁଖ୍ୟ କାମ ସରିଛି, ଯାହା କିଛି ଛୋଟମୋଟ କାମ ରହିଛି ତାହା ଖୁବଶୀଘ୍ର ଶେଷ ହୋଇଯିବ। ଏହାପରେ କୋର୍‌ କମିଟି ସୁପାରିସ କରିଥିବା ଜୟବିଜୟ ଦ୍ୱାରର ସାମାନ୍ୟ ମରାମତି ହେବ। ଏହି କାମ ପରେ ଜଗମୋହନ ଭିତରକୁ ଭକ୍ତଙ୍କୁ ଛଡା ଯାଇ ନାଟମଣ୍ଡପ କାମ ଆରମ୍ଭ କରାଯିବ। ବର୍ତ୍ତମାନ ନାଟମଣ୍ଡପର ଗୋଟିଏ ବିମ୍‌ରୁ ଚୂନ ଛଡାଯାଇ ସ୍ଥିତି ଯାଞ୍ଚ ହୋଇଛି। କିନ୍ତୁ ନାଟମଣ୍ଡପର ୪ଟି ଯାକ ବିମ୍‌ ଯାଞ୍ଚ କରିବା ଲାଗି ଏଏସ୍‌ଆଇ ପରାମର୍ଶ ଦେଇଛି। ତେଣୁ ଜଗମୋହନ ସମ୍ପୂର୍ଣ୍ଣ ହେବା ପରେ ନାଟମଣ୍ଡପ କାମ ଆରମ୍ଭ ହେବ। କେବେ ଭକ୍ତମାନେ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ପ୍ରଶ୍ନରେ ମୁଖ୍ୟପ୍ରଶାସକ କହିଥିଲେ ଯଦିଓ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ ତେବେ ଖୁବ୍‌ଶୀଘ୍ର ଭକ୍ତଙ୍କୁ ଏହି ସୁବିଧା ମିଳିବ। ପରିଚାଳନା କମିଟିର ଅନେକ ନିଷ୍ପତ୍ତି କାର୍ଯ୍ୟକାରୀ ହେଉନାହିଁ ବୋଲି ଗଜପତି ମହାରାଜାଙ୍କ ମନ୍ତବ୍ୟ ଉପରେ ସେ କୌଣସି ପ୍ରତି ମନ୍ତବ୍ୟ ଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ପରିଚାଳନା ପରିଷଦର କୌଣସି ନିଷ୍ପତ୍ତି ଅମାନ୍ୟ କରିବା ଶ୍ରୀମନ୍ଦିର ପ୍ରଶାସନର ଉଦ୍ଦେଶ୍ୟ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ନିକଟରେ କୋର୍‌ କମିଟି ଶ୍ରୀମନ୍ଦିର ନୀଳଚକ୍ର, ଆର୍ଥିିଂ ଇତ୍ୟାଦି ନେଇ ଅନେକ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆସନ୍ତା ୧୬ ତାରିଖରେ ଏଏସ୍‌ଆଇ ସହିତ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। କୋର୍‌ କମିଟି ସଦସ୍ୟ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ଗୁରୁତର ସହ ନିଆଯାଇ ସବିଶେଷ ଆଲୋଚନା କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯାହା କିଛି ଆବଶ୍ୟକ ତୁରନ୍ତ ସେ ଦିଗରେ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ବଜେଟ୍‌ କେବେ ହେବ ପ୍ରଶ୍ନରେ ଖୁବ୍‌ଶୀଘ୍ର ନୂଆ ପରିଚାଳନା କମିଟି ଚିତ୍ର ସ୍ପଷ୍ଟ ହୋଇଯିବ। ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶ୍ରୀମନ୍ଦିର ବଜେଟ୍‌ ଉପସ୍ଥାପିତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ସୂଚନାଯୋଗ୍ୟ, ଗର୍ଭଗୃହ ଓ ଜଗମୋହନରେ ଶୀତତାପ ନିୟନ୍ତ୍ରିତ (ଏସି) ଯନ୍ତ୍ର ଲଗାଇବାକୁ ସୁପାରିସ କରିଥିଲା ଧାନବାଦ ସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଆଇଏମ୍‌ଏଫ୍‌ଆର) ସଂସ୍ଥା। ଗର୍ଭଗୃହ ଓ ଜଗମୋହନ ବାୟୁ ନିଷ୍କାସନ ବ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ଏଏସ୍‌ଆଇକୁ ସଂସ୍ଥା ପ୍ରଦାନ କରିଥିଲା।
All Right Reserved By

ମେଟ୍ରୋ |

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ଅଫିସ,୨୩।୯: ଅଶାନ୍ତ ହୋଇପଡ଼ିଛି କଟକ। ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଗତପୁରର ଦିଲ୍ଲୀପ ସାହୁ।

ଜୟମଙ୍ଗଳରେ ଶିଳ୍ପ ବିରୋଧି ସମାବେଶ

ଜୟମଙ୍ଗଳରେ ଶିଳ୍ପ ବିରୋଧି ସମାବେଶ

ଖୋର୍ଦ୍ଧା ଅଫିସ,୨୩।୯: ସାରୁଅ ଶିଳ୍ପାଞ୍ଚଳରେ ଶିଳ୍ପ କାରଖାନା ବୃଦ୍ଧିପାଉଥିବାରୁ ଜୟମଙ୍ଗଳ ଗାଁ  ପ୍ରଦୂଷିତ ହେଉଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରବିବାର ଶିଳ୍ପ ବିରୋଧି ସମାବେଶ କରିଥିବା ଜଣାପଡିଛି। 

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ସାକ୍ଷୀଗୋପାଳ, ୨୩।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବ ବିଦ୍ୟାଳୟ। ଖୁବ୍‌ଶୀଘ୍ର ଏହି ଐତିହାସିକ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ମନ୍ତ୍ରୀ, ବିଧାୟକ ସହିତ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିବାପରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

କୋଣାର୍କ,୨୩।୯(ଡି.ଏନ୍‌.ଏ.): କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ପୀଠକୁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବିବାର ସ୍ବଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ କରାଯାଇଛିା 

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଭୁବନେଶ୍ୱର, ୨୩ା୯(ବ୍ୟୁରୋ)- ସିଏଜି(କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନମାନି ଯୋଗୁ ରାଜ୍ୟ ରାଜକୋଷରୁ ୨ କୋଟି ୬ ଲକ୍ଷ ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇଛି।

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

ପୁରୀ ଅଫିସ, ୨୩ା୯ - ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ବୈଜୟନ୍ତଙ୍କୁ ନୋଟିସ କରିଛି। ଆସନ୍ତା ୨୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ନୋଟିସରେ କୁହାଯାଇଛି। 

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ ଅଫିସ,୨୩ା୯: ଶ୍ରୀମନ୍ଦିର ଆନନ୍ଦବଜାର ସମେତ ଦୁଇଟି ସ୍ଥାନରେ ଶୁକ୍ରବାର ମହାପ୍ରସାଦ ଦର ତାଲିକା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ସ୍ବାକ୍ଷରରେ ଏହା ଲାଗିଥିଲେ ମଧ୍ୟ ଏହାକୁ ନେଇ ଖୋଦ୍‌ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ପୁରୀ ଅଫିସ,୨୩।୯:  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସି ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ବିଭିନ୍ନ  ପକ୍ଷଙ୍କଠାରୁ ମତ ସଂଗ୍ରହ କରିଛନ୍ତି। ତେବେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ ପରିଧାନ ଏବଂ ପାଣ୍ଡିତ୍ୟକୁ ନେଇ ପୁରୀ ସହରରେ ଚର୍ଚ୍ଚା ଲାଗି ରହିଛି। 

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ପୁରୀ ଅଫିସ,୨୩।୯ - ଆପଣମାନେ ହେଉଛନ୍ତି ମହାପ୍ରଭୁଙ୍କ ସେବକ। ହେଲେ ଆପଣମାନଙ୍କୁ କେନ୍ଦ୍ର କରି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିରକୁ ନେଇ ମାମଲା ରୁଜୁ ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ରହିଥିବା ସେବକଙ୍କ ବିରୋଧରେ ଅଭିଯୋଗ ଆସିବା ଦୁର୍ଭାଗ୍ୟର କଥା। 

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶନିବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ସେ ତାଙ୍କ ମତ ସଂଗ୍ରହ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.)- ନନ୍ଦନକାନନ ପାଇଁ ଖୁସିର ଖବର। ଧଳା ବାଘୁଣୀ ‘ବିଜୟା’ ପୁଣିଥରେ ମା’ ହୋଇଛି। ଏଥର ମଧ୍ୟ ବିଜୟା ଓ ରୋଶନର ମିଳନରୁ ନନ୍ଦନକାନନ ପାଇଛି ଦୁଇଟି ବାଘଛୁଆ। ନବଜନ୍ମିତ ୨ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ହୋଇଥିବା ବେଳେ ଅନ୍ୟଟି ସାଧାରଣ ରଙ୍ଗର ବୋଲି ଜଣାପଡ଼ିଛି।