ମେଟ୍ରୋ |

ଜଗମୋହନ କାମ ଦେଖିଲେ ମୁଖ୍ୟ ବିଚାରପତି

  ଜଗମୋହନ କାମ ଦେଖିଲେ  ମୁଖ୍ୟ ବିଚାରପତି
ପୁରୀ ଅଫିସ, ୮।୩: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଗୁରୁବାର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ଜଗମୋହନ ମରାମତି କାମ ମଧ୍ୟ ଦେଖିଛନ୍ତି। ରାତି ପ୍ରାୟ ୭ଟା ୫୦ରେ ମୁଖ୍ୟ ବିଚାରପତି ପତ୍ନୀ ଓ ସମ୍ପର୍କୀୟଙ୍କ ସହ ସିଂହଦ୍ୱାରରେ ପହଞ୍ଚତ୍ଥିଲେ। ସେମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସ୍ବାଗତ କରିଥିଲେ। ମୁଖ୍ୟ ବିଚାରପତି ଶ୍ରୀମନ୍ଦିରକୁ ଯାଇ ଜୟବିଜୟ ଦ୍ୱାର ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ଜଗମୋହନ ମରାମତି କାମ ବୁଲି ଦେଖିଥିଲେ। ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଏଏସ୍‌ଆଇ ଅଧିକାରୀ କାମ ବିଷୟରେ ବୁଝାଇଥିଲେ। ମୁଖ୍ୟ ବିଚାରପତି ବେହରଣ ଦ୍ୱାର ଦେଇ ବାହାରି ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିର ସମେତ ବେଢା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦର୍ଶନ କରିଥିଲେ। ପ୍ରାୟ ୪୦ ମିନିଟ୍‌ ପରେ ମନ୍ଦିରରୁ ବାହାରି ସିଂହଦ୍ୱାର ନିକଟରେ ଗଣମାଧ୍ୟମକୁ କହିଥିଲେ, ଏହା ମୋର କୌଣସି ସରକାରୀ ଗସ୍ତ ନ ଥିଲା। କେବଳ ମହାପ୍ରଭୁଙ୍କ ଦର୍ଶନ ଏବଂ ଆଶୀର୍ବାଦ ନେବାକୁ ଆସିଥିଲି। ଜଗମୋହନ ମରାମତି କାମ ଠିକ୍‌ ଅଛି। ଖୁବ୍‌ଶୀଘ୍ର ଭକ୍ତ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ସବୁ କାମ ଠିକ୍‌ ସମୟରେ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି ସେ କହିଥିଲେ।
All Right Reserved By

ମେଟ୍ରୋ |

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ବ୍ରହ୍ମଗିରି,୨୧।୯(ଡି.ଏନ୍‌.ଏ.): ଚିଲିକାରେ ହେଲିକପ୍ଟର ଉଡାଣ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ମେରାଇନ୍‌ ଥାନାରେ ପୂର୍ବାହ୍ନରେ ଏହି ଅଭିଯୋଗ କରାଯାଇଛି। 

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୨୧।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନ କରିଛନ୍ତି। ଭୋର ସାଢ଼େ ୫ଟାରେ ଆମିକ୍‌ କ୍ୟୁରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧ା୯(ବ୍ୟୁରୋ) :କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଉପକୂଳ ମୁହାଁ ‘ଡାଏ’

ଉପକୂଳ ମୁହାଁ ‘ଡାଏ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ପୁରୀ ଅଫିସ, ୨୧ା୯: ଅଭିଜିତ ଆୟର ମିତ୍ର ଦୀର୍ଘ ୧ବର୍ଷ ହେଲା ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ଆସୁଛନ୍ତି। ସେ କେବଳ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାଭିମାନକୁ କଠୋର ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ପୋଷ୍ଟ କରି ଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୧ା୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଗୁରୁବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି।

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ପୁରୀ ଅଫିସ, ୨୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଛି। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଦିନ ତମାମା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯାଇଛି। 

ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ବିରୋଧ

ବାରଙ୍ଗ,୨୧।୯(ଡି.ଏନ୍‌.ଏ.)-ବାରଙ୍ଗ ବ୍ଲକ ଫୁଲପୋଖରୀ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର କେତେଜଣ ସଦସ୍ୟ। 

ଦୁଇଦିନ ହେବ ଅନ୍ଧାରରେ ଏକାମ୍ର ହାଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-
ଦୁଇଦିନ ହେବ ଅନ୍ଧାରରେ ରାଜଧାନୀର ପ୍ରମୁଖ ବ୍ୟବସାୟିକସ୍ଥଳୀ ଏକାମ୍ର ହାଟ। ବୁଧବାର ରାତି ୧୦ଟାରୁ ଗୁରୁବାର ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ହାଟ ପରିସର ସମ୍ପୂର୍ଣ୍ଣ ଅନ୍ଧକାର ହୋଇରହିଛି।

୧୫ ହଜାର ମିଲିୟନ ଟନ୍‌ ପିଇଟି ବ୍ୟବହାର କରୁଛି ଓଡ଼ିଶା

ଭୁବନେଶ୍ୱର,୨୧।୯(ବ୍ୟୁରୋ)- ସାରା ବିଶ୍ୱରେ ମୁଣ୍ଡପିଛା ୨୮ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଥିବା ବେଳେ ଭାରତବର୍ଷରେ ମୁଣ୍ଡପିଛା ୧୧ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଉଛି। 

ହୃଦ୍‌ଘାତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ବଳରାମ

ହୃଦ୍‌ଘାତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ବଳରାମ

ଭୁବନେଶ୍ୱର, ୨୧।୯(ବ୍ୟୁରୋ)- ହୃଦ୍‌ଘାତର ଶିକାର ହୋଇଥିବା ଜଣେ ଟ୍ରେନ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜି ତାଙ୍କୁ ମରଣମୁହଁରୁ ବଞ୍ଚାଇଛନ୍ତି ରେଲଓ୍ବେ କନଷ୍ଟେବଳ ବଳରାମ ସିଂ। ହସ୍ପିଟାଲ ନିଆଯିବା ପୂର୍ବରୁ ବଳରାମଙ୍କ ଉପସ୍ଥିତ ବୁଦ୍ଧି ଏବଂ ପ୍ରାଥମିକ ଚିକିତ୍ସା ଯୋଗୁ ସମ୍ପୃକ୍ତ ରୋଗୀ ଏକ ନୂଆ ଜୀବନ ପାଇଛନ୍ତି।