ଅନଗୁଳ-ଢେଙ୍କାନାଳ

ସାମାଜିକ ଦାୟିତ୍ୱବୋଧ ଯୋଜନା ସମୀକ୍ଷା ; ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାର

ସାମାଜିକ ଦାୟିତ୍ୱବୋଧ ଯୋଜନା ସମୀକ୍ଷା ; ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାର

ଅନୁଗୋଳ ଅଫିସ,୮।୩ - ସାମାଜିକ ଦାୟିତ୍ୱବୋଧ ଯୋଜନା (ସିଏସ୍‌ଆର୍‌)ରେ ମହାନଦୀ କୋଇଲା କ୍ଷେତ୍ରରେ ବ୍ୟୟ କରାଯାଇଥିବା ଅର୍ଥରାଶି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁମୋଦନ ପାଇଥିବା ବହୁ ପ୍ରକଳ୍ପ କାର୍ଯ୍ୟ ମଧ୍ୟରୁ ଅଳ୍ପ ସଂଖ୍ୟକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ପ୍ରକଳ୍ପର ଅଗ୍ରଗତି ହେଉ ନ ଥିବାରୁ ଜିଲାପାଳ କ୍ଷୋଭ ପ୍ରକାଶ ସହ ତୁରନ୍ତ ତାହା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷାରୁ ଜଣାପଡ଼ିଛି ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ୍‌ ୫୬ଟି ପ୍ରକଳ୍ପ ନିମନ୍ତେ ୧୧ କୋଟି ୨୨ ଲକ୍ଷ ୯୬ ହଜାର ଟଙ୍କା ମହାନଦୀ କୋଇଲା କ୍ଷେତ୍ର ଦ୍ୱାରା ଅନୁମୋଦନ କରାଯାଇ ୬ଜଣ ମହାପ୍ରବନ୍ଧକଙ୍କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେଥିମଧ୍ୟରୁ ମାତ୍ର ୮ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ୨୦୧୬-୧୭ ବର୍ଷ ପାଇଁ ଅନୁମୋଦିତ ୧୦୧ଟି ପ୍ରକଳ୍ପରୁ ୧୮ଟିର କାର୍ଯ୍ୟ ଶେଷ ହୋଇଛି। ୨୦୧୭-୧୮ରେ ୧୩୭ଟି ପ୍ରକଳ୍ପରୁ ମାତ୍ର ୨ଟିର କାର୍ଯ୍ୟ ସମ୍ପନ୍ନ କରାଯାଇଛି। ବକେୟା ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ପ୍ରତିମାସରେ ସମୀକ୍ଷା ସହ ତ୍ୱରାନ୍ବିତ କରିବାକୁ ଉପଜିଲାପାଳ ତାଳଚେର ଓ ଅନୁଗୋଳଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲା ପ୍ରଶାସନ ତରଫରୁ ୨୦୧୬-୧୭ରେ ୪୨ଟି ପ୍ରକଳ୍ପ ପାଇଁ ୩୨୫ କୋଟି ୧୮ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଁ ଏମ୍‌ସିଏଲ ମୁଖ୍ୟାଳୟକୁ ପ୍ରେରଣ କରାଯାଇଥିଲା। ସେଥିରୁ ୨୩ଟି ପ୍ରକଳ୍ପ ବାବଦକୁ ୭୫ କୋଟି ୪୩ ଲକ୍ଷ ଅନୁମୋଦନ କରାଯାଇ ୧୮କୋଟି ୬୧ ଲକ୍ଷ ଟଙ୍କା ଦିଆଯାଇଥିଲା। ଉପରୋକ୍ତ ୨୩ଟି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷାରୁ ଜଣାଗଲା ଯେ ଅଗ୍ରଗତି ସନ୍ତୋଷଜନକ ନୁହେଁ। ଅନୁମୋଦନ କରାଯାଇଥିବା ସମ୍ପୂର୍ଣ୍ଣ ଅର୍ଥରାଶି ଅଦ୍ୟାବଧି ମହାନଦୀ କୋଇଲା କ୍ଷେତ୍ର ପ୍ରଦାନ କରି ନ ଥିବାରୁ ପ୍ରକଳ୍ପ ଶେଷ କରିବା ସମ୍ଭବ ହୋଇପାରି ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଥିଲେ। ସେହିପରି ୬ ଅକ୍ଟୋବର ୨୦୧୭ ସମୀକ୍ଷା ବୈଠକରେ ଛୋଟଛୋଟ ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ ମଞ୍ଜୁରୀପ୍ରାପ୍ତ ଅର୍ଥରାଶି ଏକକାଳୀନ ଜିଲା ପ୍ରଶାସନକୁ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏମ୍‌ସିଏଲ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିବା ଜଣାପଡ଼ିଲା। ଏଣୁ ଭବିଷ୍ୟତରେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ନିର୍ଦ୍ଦେଶକ, କର୍ମୀଙ୍କୁ ପରାମର୍ଶ ଦିଆଯାଇଥିଲା। ପୁନଶ୍ଚ ଅବଶିଷ୍ଟ ୧୯ଟି ପ୍ରକଳ୍ପ ଅନୁମୋଦନ କରାଯାଇ ଅର୍ଥରାଶି ଯଥାଶୀଘ୍ର ଜିଲା ପ୍ରଶାସନକୁ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହାଛଡ଼ା ରେଙ୍ଗାଳି ଦକ୍ଷିଣପାର୍ଶ୍ୱ କେନାଲର ଉଭୟ ପାର୍ଶ୍ୱ ସମ୍ପ୍ରସାରଣ ପାଇଁ ଜଳସମ୍ପଦ ବିଭାଗ ଅନୁମତି ପ୍ରଦାନ କରିଥିବାରୁ ଅର୍ଥରାଶିର ବ୍ୟବସ୍ଥା କରିବା ପାଇଁ ମହାନଦୀ କୋଇଲା କ୍ଷେତ୍ରକୁ ପରାମର୍ଶ ଦିଆଯାଇଥିଲା। ଜାତୀୟ ରାଜପଥର ବାଙ୍କଧରା ଛକରୁ ବହ୍ଲର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ଦେଢ଼ମିଟର ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥରାଶି ବ୍ୟବସ୍ଥା ପାଇଁ ଏମ୍‌ସିଏଲକୁ ପରାମର୍ଶ ଦିଆଯାଇଥିଲା। ତାଳଚେର ସ୍ବୟଂଶାସିତ କଲେଜ ଠାରୁ ଘରୋଇ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ବାଇପାସ୍‌ ନିର୍ମାଣ ନିମନ୍ତେ ପୂର୍ବ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଥିଲେ ହେଁ ଉକ୍ତ କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ। ଏଣୁ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ତାହାକୁ ଯଥାଶୀଘ୍ର ସାରିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ନିଜିଗଡ଼ ଟାଉନ ଚିହ୍ନଟ ସରକାରୀ ଜାଗାରେ ଟ୍ରକ୍‌ ଟର୍ମିନସ୍‌ ନିର୍ମାଣ ପାଇଁ ଏମ୍‌ସିଏଲ୍‌କୁ ଦାୟିତ୍ୱ ଦିଆଯାଇଥିଲେ ବି କାର୍ଯ୍ୟ ଅଗ୍ରଗତି ସନ୍ତୋଷଜନକ ହୋଇ ନ ଥିବାରୁ ତାହାକୁ ତ୍ୱରାନ୍ବିତ କରିବା ନିମନ୍ତେ ତାଳଚେର ଉପଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଖର୍ଚ୍ଚ ଅର୍ଥରାଶିର ବିନିଯୋଗ ପ୍ରମାଣପତ୍ର ଆସନ୍ତା ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପର୍ସନାଲ ଡାଇରେକ୍ଟର, ଡାଇରେକ୍ଟର, ଟେକ୍ନିକାଲ (ଓପି), ଜିଏମ୍‌, ସିଏସ୍‌ଆର, ଏମ୍‌ସିଏଲର ସମସ୍ତ ଜିଏମ୍‌, ଅନୁଗୋଳ-ତାଳଚେର ଉପଜିଲାପାଳ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ବଅଁରପାଳ,୧୯।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ଯୁବକ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ନାଲ୍‌କୋ ପ୍ଲାଣ୍ଟରୁ କଲୋନୀ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

ତାଳଚେର,୧୯।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଡଅଁର ଏବଂ ବନବାସୀପୁର ଗ୍ରାମବାସୀଙ୍କ ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଗତ ୨ ଦିନ ହେଲା ଏମ୍‌ସିଏଲ୍‌ର ବଳରାମ ଓ ହିଙ୍ଗୁଳା ଖଣିକାର୍ଯ୍ୟ ବନ୍ଦ ରହିଛି। ଏଥିସହ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଅବକାରୀ କାର୍ଯ୍ୟାଳୟ ଘେରାଉ

ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଅଫିସ,୧୯।୬ ଢେଙ୍କାନାଳ ଜିଲା ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର ୪ଟି ଗ୍ରାମରେ ନିଶା କାରବାର ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

କଣିହାଁ,୧୯।୬(ଡି.ଏନ.ଏ.) କଣିହାଁ ବ୍ଲକ କମରେଇ ପଞ୍ଚାୟତ ତେଲିସିଂହା ଗ୍ରାମରେ ୧୧ ତାରିଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବବଧୂ ସ୍ବାଗତିକା ସାହୁ(ପିଙ୍କି)ଙ୍କ ସୋମବାର ମୃତ୍ୟୁ ଘଟିଛି।

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ ଅଫିସ୍‌,୧୯।୬ ଅନୁଗୋଳ ବ୍ଲକ ବେଣାଗାଡ଼ିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ବେଳେ ଲୋ ଭୋଲଟେଜ୍‌ ସମସ୍ୟା ରହିଛି। ଏହାର ପ୍ରତିବାଦରେ ଗ୍ରାମର ମହିଳା ଓ ପୁରୁଷମାନେ ସୋମବାର ଅନୁଗୋଳ ସେସୁ ଅଫିସ୍‌ ଘେରାଉ କରିଥିଲେ।

ଅଟକିଛି ଧାନବୁଣା, ତଳିପକା

ଅଟକିଛି ଧାନବୁଣା, ତଳିପକା

ଢେଙ୍କାନାଳ ଅଫିସ,୧୯।୬ରାଜ୍ୟରେ ମୌସୁମୀ ଆଗମନ ସତ୍ତ୍ୱେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରାୟ ସବୁ ସ୍ଥାନରେ ଅଗ୍ନିବର୍ଷା ଯୋଗୁ ଜନଜୀବନ ହନ୍ତସନ୍ତ ହେଉଛି।

ସମବାୟ ସମିତିରେ ଉତ୍ତେଜନା

ସମବାୟ ସମିତିରେ ଉତ୍ତେଜନା

ଛେଣ୍ଡିପଦା,୧୯ା୬, (ଡି.ଏନ.ଏ.)/(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତରେ ଚିନାବଦାମ ମଣ୍ଡି ଖୋଲାଯିବାରେ ବିଳମ୍ବକୁ ନେଇ ସୋମବାର ସମବାୟ ସମିତିରେ ଉତ୍ତେଜନା ଦେଖାଦେଇଛି।

ଅଣନିଃଶ୍ୱାସୀ କରୁଛି ପାଉଁଶ

ଅଣନିଃଶ୍ୱାସୀ କରୁଛି ପାଉଁଶ

କଣିହାଁ,୧୯।୬(ଡି.ଏନ.ଏ.)ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଥିବାବେଳେ ଅନୁଗୋଳ ଜିଲା କଣିହାଁ ବ୍ଲକବାସୀ ପାଉଁଶରେ ଅଣନିଃଶ୍ୱାସୀ ହେଉଛନ୍ତି। ଗତ ୨ ଦିନ ହେଲା ଏନ୍‌ଟିପିସି ପ୍ରକଳ୍ପର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ଉଡ଼ୁଛି।

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ହାଇସ୍କୁଲ ଶିକ୍ଷକ ତଥା ଶିଶୁ ସାହିତ୍ୟକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ରବିବାର ଇସ୍ପାତ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ରାଉରକେଲା ସ୍ଥିତ ଇସ୍ପାତ ସାହିତ୍ୟ ସଂସଦର ୪୭ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ ଅବସରରେ ମୁଖ୍ୟଅତିଥି ସୁନ୍ଦରଗଡ଼ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ସୁବ୍ରତ ତରାଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ବଇଣ୍ଡା/ଆଠମଲ୍ଲିକ,୧୭।୬(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅନେକ ସମସ୍ୟା ରହିଛି। ହେଲେ ଏହା ଲୋକଲୋଚନକୁ ଆସିପାରୁ ନ ଥିବାରୁ ବହୁ ସମସ୍ୟା ପ୍ରଶାସନ ଆଢୁଆଳରେ ରହିଯାଉଛି।

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ପଞ୍ଚାୟତସ୍ତରୀୟ ଗ୍ରାମ ଯୋଗାଯୋଗ ଓ ସହଭାଗିତା କାର୍ଯ୍ୟକ୍ରମ ସୋମବାର ବାଲିବୋ ଗ୍ରାମରେ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୭ରୁ ସୁରପ୍ରତାପପୁର ଗ୍ରାମରେ ଆରମ୍ଭ ହୋଇଥିଲା। ପରେ ମାର୍ଥାପୁର, ଦିଘି, ଯମୁନାକୋଟ, ଚଣ୍ଡିପାଳ ଓ ବାଲିବୋ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ମକ୍‌ଡ୍ରିଲ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡିଓ ବସନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ତହସିଲଦାର ଶକ୍ତିକାନ୍ତ ରାୟ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ବେହେରା, ସିଡିପିଓ ପ୍ରମୋଦିନୀ ତ୍ରିପାଠୀ, ଭୁବନ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟକ୍ଷ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Model This Week

ପ୍ରଭାତ