ଅନଗୁଳ-ଢେଙ୍କାନାଳ

ଗୁହାଳ ଘରେ ଚାଲିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର

    ଗୁହାଳ ଘରେ ଚାଲିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର

ବନ୍ତଳା,୮।୩(ଡି.ଏନ.ଏ.)- କୁନି କୁନି ପିଲାଙ୍କ ଜୀବନ ଗଢ଼ା ହେବ। ସେମାନଙ୍କ ଶାରୀରିକ, ମାନସିକ ଓ ସ୍ବାସ୍ଥ୍ୟର ବିକାଶକୁ ସୁରକ୍ଷିତ କରାଯିବ। ପ୍ରାଥମିକ ଶିକ୍ଷା ପ୍ରଦାନ ପୂର୍ବରୁ ଶିକ୍ଷାର ପରିବେଶ ସହ ପିଲାମାନଙ୍କୁ ପରିଚିତ କରାଯିବ। ଏଥିପାଇଁ ପ୍ରତି ଗଁା, ପଡ଼ା ଓ ସାହିରେ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ହେଲେ ସରକାରଙ୍କ ଏହି ମହତ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ ନାହାନ୍ତି ଅନୁଗୋଳ ବ୍ଲକ ଛେଳିଆପଡ଼ା ଗ୍ରାମ ବୁଢ଼ାପଦା ସାହିବାସିନ୍ଦା ଓ ଦାୟିତ୍ୱରେ ଥିବା ଅଧିକାରୀମାନେ। କାରଣ ଦୀର୍ଘ ୧୧ ବର୍ଷ ଧରି ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟକ୍ଷମ ଥିଲେ ବି ସାହି ବିବାଦ ଯୋଗୁ ନିଜସ୍ବ ଗୃହଟିଏ ନିର୍ମାଣ ହୋଇପାରୁ ନାହିଁ। ଜଣେ ବ୍ୟକ୍ତିଙ୍କ ଗୁହାଳ ଘରେ ଏହା ଚାଲୁଥିବା ବେଳେ କୁନି ବୟସରେ କଷ୍ଟ ସହୁଛନ୍ତି ପିଲା।
ସାହିର ଅନେକ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବୁଢ଼ାପଦା ସାହିରେ ରହିଛି ଛେଳିଆପଡ଼ା ‘ଗ’ ଅଙ୍ଗନଓ୍ବାଡ଼ି କେନ୍ଦ୍ର। ତଳସାହି ଓ ଉପରସାହିର ପିଲାମାନଙ୍କ ପାଇଁ ୨୦୦୬ରେ ଏହା ସ୍ଥାପନ କରାଯାଇଥିଲା। ବର୍ତ୍ତମାନ କେନ୍ଦ୍ରର ପିଲା ସଂଖ୍ୟା ୨୩। କିନ୍ତୁ ନିଜସ୍ବ ସ୍ଥାୟୀ ଗୃହଟିଏ ଏଯାଏ ନିର୍ମାଣ ହୋଇପାରି ନାହିଁ। ଦୀର୍ଘ ବର୍ଷର ଦାବି ପରେ ୨୦୧୬ରେ ଘର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। କିନ୍ତୁ ସରକାରୀ ଜାଗା ନ ଥିବାରୁ ଘର ନିର୍ମାଣ ହୋଇପାରିଲା ନାହିଁ। ଫଳରେ ଟଙ୍କା ଫେରିଗଲା। ଯେଉଁ ସ୍ଥାନରେ ଜାଗା ମିଳିଥିଲା ସେଠାରେ ଗୃହ ନିର୍ମାଣ ପାଇଁ ଲୋକଙ୍କ ମଧ୍ୟରେ ସହମତି ହେଲା ନାହିଁ। ୨ସାହି ମଧ୍ୟରେ ଟଣାଓଟରା ଅନ୍ତରାୟ ସାଜିଲା। ଉକ୍ତ ସାହି ମଝି ଛକରେ କିଛି ସରକାରୀ ଜାଗା ଥିଲେ ବି ତାହାକୁ ଜବରଦଖଲ କରାଯାଇଛି। ଏ ଦିଗ ପ୍ରତି ବିଭାଗୀୟ ଅଧିକାରୀ ଉପଯୁକ୍ତ ଦୃଷ୍ଟି ଦେବା ବଦଳରେ ଜାଗା ଅଭାବକୁ ଆଳ କରି ସମୟ ଗଡ଼ାଇ ଚାଲିଛନ୍ତି। ଏପରି ପରିସ୍ଥିତିରେ ଗ୍ରାମର ଅଶୋକ ସାହୁଙ୍କ ଗୁହାଳ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ପୂର୍ବରୁ ଚାଳ ଛପର ଥିବାବେଳେ ଏବେ ଆଜବେଷ୍ଟସ୍‌ ପକାଯାଇଛି। କିନ୍ତୁ ଅଧା ଥିବା ଇଟା କାନ୍ଥ ମଧ୍ୟରେ ପିଲାମାନେ ବର୍ଷସାରା ବହୁ କଷ୍ଟ ସ୍ବୀକାର କରୁଛନ୍ତି। ସେହିପରି ରୋଷେଇ ଘର ନ ଥିବାରୁ ବାହାରେ ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏ ସମ୍ପର୍କରେ ସାହିର ଯମୁନା ସାହୁ(୮୫) କୁହନ୍ତି, ଲୋକଙ୍କ ମଧ୍ୟରେ ବିବାଦ ଓ ରାଜନୀତି ଯୋଗୁ ଅଙ୍ଗନଓ୍ବାଡି କେନ୍ଦ୍ରର ଘର ନିର୍ମାଣ ହେଇପାରୁ ନାହିଁ। ନିରଞ୍ଜନ ସାହୁ(୫୧) କୁହନ୍ତି, ଯେଉଁଠି ସରକାରୀ ଜାଗା ଅଛି ସେଠାରେ ଘର ନିର୍ମାଣ ହୋଇପାରୁ ନାହିଁ। ଯଦି କେହି ଏଥିପାଇଁ ୧ ଗୁଣ୍ଠ ବେସରକାରୀ ଜାଗା ଦିଅନ୍ତି ବଦଳରେ ୫ ଗୁଣ୍ଠ ସରକାରୀ ଜାଗା ପାଇପାରନ୍ତେ। ଅଭିଭାବକ ମଞ୍ଜୁଲତା ପ୍ରଧାନ, ସୁଭଦ୍ରା ପ୍ରଧାନ, ପୁଷ୍ପଲତା ପ୍ରଧାନ, କାଞ୍ଚନ ପ୍ରଧାନ, ସୁବାସିନୀ ପ୍ରଧାନ, ପୁଷ୍ପଲତା ସାହୁ, କସ୍ତୁରୀ ପ୍ରଧାନ, ପୁନି ପ୍ରଧାନ, ଚତୁରି ପ୍ରଧାନ ପ୍ରମୁଖ କୁହନ୍ତି, ସରକାର ଚାହିଁଲେ ଆମ ପିଲାମାନେ ସୁରକ୍ଷିତ ଭାବେ ପଢ଼ି ପାରନ୍ତେ। ଦାୟିତ୍ୱରେ ଥିବା ଏଠାକାର ଅଧିକାରୀମାନେ ସେତକ କରିପାରୁ ନାହାନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ କବିତା ସାହୁ କୁହନ୍ତି, ଘର ନ ଥିବାରୁ ବହୁ ସମସ୍ୟା ଦେଇ ଗତି କରୁଛୁ। ପ୍ରତିଷେଧକ ଟିକାଦାନ ବ୍ୟବସ୍ଥା ଆଶାକର୍ମୀ ଟୁନି ମହାଳିକ ତାଙ୍କ ଘରେ କରୁଛନ୍ତି। ସମନ୍ବିତ ଶିଶୁ ବିଭାଗ ଅଧିକାରୀ ରେଣୁବାଳା ପତି କହିଛନ୍ତି, ୨ଥର ଉକ୍ତ ସାହିକୁ ବିଡିଓ, ଆର୍‌ଆଇ ଯାଇ ବୈଠକ କରିବା ସହ ଗଁା ଲୋକଙ୍କୁ ଜାଗା ଦେବା ପାଇଁ କହିଥିଲେ। କିନ୍ତୁ ସାହି-ସାହି ମଧ୍ୟରେ ଟଣାଓଟରା ଯୋଗୁ ଘର ନିର୍ମାଣ ହୋଇପାରୁ ନାହିଁ। ଆସିଥିବା ଅନୁଦାନକୁ ସେହି ଗଁାର ‘ଏ’ କେନ୍ଦ୍ରକୁ ଦିଆଗଲା। ଏପରି କି ଗଁା ଲୋକ ସରକାରୀ ଜାଗାକୁ ମଧ୍ୟ ଛାଡ଼ୁନାହାନ୍ତି। ଜାଗା ଦେଲେ ତୁରନ୍ତ ଘର ନିର୍ମାଣ କରାଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଢେଙ୍କାନାଳ ଖଣ୍ଡିୟ ପରିଚାଳନା ଏକକ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ରୁ ୨୫ଟି ବନ ସୁରକ୍ଷା ସମିତିର ୫୦ଜଣ ଗ୍ରାମ୍ୟ ବନ ସହାୟକ ଓ ସହାୟିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ସଂସ୍କୃତି କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ

ସଂସ୍କୃତି କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ

ଛେଣ୍ଡିପଦା,୨୨।୬(ସ୍ବପ୍ର)- ଛେଣ୍ଡିପଦା ବ୍ଲକ ବାଗଡିଆ ନୂଆହାଟପଦା ଠାରେ ଶୁକ୍ରବାର ବ୍ଲକ ସଂସ୍କୃତି ଓ କଳା ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଆବାହକ କମଳ ଲୋଚନ ଦାସଙ୍କ ଆବାହତ୍ୱରେ ଆୟୋଜିତ ଉତ୍ସବରେ ସିନେ କଳାକାର ମିଟୁ ମିଥୁନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

 ୫୪୪ ଜଣ ଛାତ୍ରୀଛାତ୍ର ଦେଲେ  ସପ୍ଲିମେଣ୍ଟାରୀ ପରୀକ୍ଷା

୫୪୪ ଜଣ ଛାତ୍ରୀଛାତ୍ର ଦେଲେ ସପ୍ଲିମେଣ୍ଟାରୀ ପରୀକ୍ଷା

ଅନୁଗୋଳ ଅଫିସ,୨୨।୬- ଅନୁଗୋଳ ଜିଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।୨ଟି ପରୀକ୍ଷା କେନ୍ଦ୍ରରେ ୫୪୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି।

ପୂର୍ତ୍ତ ବିଭାଗ ରାସ୍ତାରେ ପାଉଁଶ ପାଣି

କଣିହାଁ, ୨୨ା୬(ଡି.ଏନ.ଏ.)- ଏନ୍‌ଟିପିସି ଆଶ୍‌ପଣ୍ଡ ପାର୍ଶ୍ୱ ଦେଇ ଯାଇଥିବା କଣିହାଁ-କାକୁଡିଆ ପୂର୍ତ୍ତ ରାସ୍ତାରେ ପାଉଁଶ ପାଣି ବୋହୁଛି। ଫଳରେ ଯାତାୟାତ ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରକଳ୍ପ ପକ୍ଷରୁ ଧ୍ୟାନ ଦିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।

ଶିବିରରେ ୧୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ଶିବିରରେ ୧୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ଓଡ଼ାପଡ଼ା, ୨୨।୬(ଡି.ଏନ.ଏ.)- ଢେଙ୍କାନାଳ କମଳାଙ୍ଗସ୍ଥିତ ଜିଏମ୍‌ଆର ଏନର୍ଜି ଲିମିଟେଡ୍‌ କମ୍ପାନୀରେ ବୁଧବାର ଜିଏମ୍‌ଆର ଭରଲକ୍ଷ୍ମୀ ଫାଉଣ୍ଡେଶନ, ଜିକେଇଏଲ୍‌ ମାନବ ସମ୍ବଳ ବିଭାଗ ଏବଂ ଜିଲା ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ଶାଖାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଯୋଜନାର ଲାଭ ଉଠାନ୍ତୁ ଶିଳ୍ପୋଦ୍ୟୋଗୀ

ଯୋଜନାର ଲାଭ ଉଠାନ୍ତୁ ଶିଳ୍ପୋଦ୍ୟୋଗୀ

ଭୁବନ, ୨୨ା୬(ଡି.ଏନ୍‌.ଏ.)- ଗ୍ରାମାଞ୍ଚଳର କ୍ଷୁଦ୍ର ଶିଳ୍ପ ଉପରେ ଦେଶର ଆର୍ଥିକ ବ୍ୟବସ୍ଥା ନିର୍ଭରଶୀଳ। ଶିଳ୍ପୋଦ୍ୟୋଗୀମାନେ ସମୟୋପଯୋଗୀ ବ୍ୟବସ୍ଥାର ଲାଭ ଉଠାଇବା ଆବଶ୍ୟକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ବ୍ୟବସ୍ଥାର ଉପଯୋଗ କରିପାରିଲେ ଏହାଦ୍ୱାରା ସେମାନେ ଆର୍ଥିକସ୍ତରରେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଦେବବ୍ରତ ଜେନା।

ବଳାତ୍କାର ପୀଡ଼ିତାଙ୍କୁ ମିଳୁନି ନ୍ୟାୟ

ବଳାତ୍କାର ପୀଡ଼ିତାଙ୍କୁ ମିଳୁନି ନ୍ୟାୟ

ଓଡ଼ାପଡ଼ା, ୨୨।୬(ଡି.ଏନ.ଏ.)- ବଳାତ୍କାରର ଶିକାର ହେଲେ। ଅଭିଯୁକ୍ତଙ୍କ ସହ ଜୋରଜବରଦସ୍ତ ବିବାହ କରାଇ ଦିଆଗଲା। ୨ମାସ ଧରି ନଜରବନ୍ଦୀ କରି ରଖାଗଲା। ଏହାପରେ ଆରମ୍ଭ ହେଲା ନିର୍ଯାତନା। ଶେଷରେ ଘରୁ ତଡ଼ିଦେଲେ। ନ୍ୟାୟ ଦାବିରେ ଫାଣ୍ଡି, ଥାନାଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟିଲେ ପୀଡ଼ିତା। ହେଲେ ନ୍ୟାୟ ବଦଳରେ ପୋଲିସ ଦେଖାଇଲା ନାଲିଆଖି। ଏପରି କି ମାମଲା ରୁଜୁ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କ ସହ ଆପୋସ ବୁଝାମଣା କରି ଘଟଣାକୁ ରଫାଦଫା କରିଦେବାକୁ ପଡ଼ିଲା ଚାପ। ଘଟଣାର ୫ ମାସ ପରେ ବି ଥାନାରେ ମାମଲା ରୁଜୁ ହୋଇପାରୁ ନ ଥିବାବେଳେ ନ୍ୟାୟ ଦାବିରେ ବାରଦୁଆର ହେଉଛନ୍ତି ବଳାତ୍କାର ପୀଡ଼ିତା। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ପୋଲିସ ଉପରେ। ଏହାପରେ ଖାକି କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ଉଠାଇଛନ୍ତି ସଚେତନ ନାଗରିକ।

ଗ୍ୟାରେଜ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହାଁ, ୨୨ା୬(ଡି.ଏନ.ଏ.)- କଣିହାଁ ବ୍ଳକ ମସୁଣିହତା ଗ୍ରାମର ପ୍ରସାଦି ନାଏକଙ୍କ ଭୂଇଁପୁର ଗ୍ରାମରାସ୍ତା ବସ୍‌ଷ୍ଟାଣ୍ଡଠାରେ ଥିବା ବାଇକ୍‌ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି।

ବଢ଼ୁଛି ବେଆଇନ ମୋରମ ଚାଲାଣ

ବଢ଼ୁଛି ବେଆଇନ ମୋରମ ଚାଲାଣ

ବଇଣ୍ଡା, ୨୨ା୬(ଡି.ଏନ.ଏ.)- ଶିଳ୍ପ ସମୃଦ୍ଧ ଅନୁଗୋଳରେ ଏବେ ଜଙ୍ଗଲ ପାହାଡ ଅସୁରକ୍ଷିତ ହୋଇପଡିଛି। ଶିଳ୍ପ, କଳକାରଖାନା ପାଇଁ ବହୁ ଜଙ୍ଗଲ ବଳି ପଡିଥିବାବେଳେ ବଳକା ପାହାଡ଼, ଜଙ୍ଗଲ ଉପରେ ଏବେ ଠିକାଦାର ଓ କାଠ ମାଫିଆଙ୍କ ନଜର। ଯାହା କିଶୋରନଗର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ଲକରେ ଥିବା ପାହାଡ଼ଗୁଡିକୁ ପ୍ରତ୍ୟେକ ଦିନ ମେଶିନ ସାହାଯ୍ୟରେ କଟାଯାଇ ସେଥିରୁ ମୋରମ ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ଜିଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି।

 ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ

ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ

ରାସୋଳ, ୨୨ା୬(ଡି.ଏନ୍‌.ଏ.)- ହିନ୍ଦୋଳ ବ୍ଲକ କୁଟୁଣିଆ ଗ୍ରାମର ରଶ୍ମିତା ନାୟକ ହତ୍ୟାକାଣ୍ଡ ମାମଲାରେ ରାସୋଳ ପୋଲିସ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ନାୟକଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଗ୍ରାମ ନିକଟ ଜଙ୍ଗଲରେ ଲୁଚି ରହିଥିବା ସୂଚନା ପାଇ ଥାନାଧିକାରୀ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସ୍‌ଆଇ ବୈକୁଣ୍ଠନାଥ ଘଡ଼େଇ, ଏଏସ୍‌ଆଇ ପ୍ରଦୀପ କୁମାର ଶତପଥୀ, ଦିବାକର ବେହେରା ପ୍ରମୁଖ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି

ନାଲ୍‌କୋ ବହୁମୁଖୀ ସମବାୟ  ସମିତି ପକ୍ଷରୁ ଉପହାର ବଣ୍ଟନ

ନାଲ୍‌କୋ ବହୁମୁଖୀ ସମବାୟ ସମିତି ପକ୍ଷରୁ ଉପହାର ବଣ୍ଟନ

ବଅଁରପାଳ, ୨୧ା୬(ଡି.ଏନ.ଏ.)- ନାଲ୍‌କୋ ବହୁମୁଖୀ ସମବାୟ ସମିତି ତରଫରୁ ଏହାର ଗ୍ରାହକମାନଙ୍କୁ ବୁଧବାର ବିଭିନ୍ନ ଉପହାର ପ୍ରଦାନ କରାଯାଇଛି। ସମିତିର ୨ ବର୍ଷର ଲାଭାଂଶରୁ ଏହି ଉପହାର ଦିଆଯାଇଛି।

Model This Week

ପ୍ରଭାତ