ଉପକୂଳ ଓଡିଶା

ପ୍ରକାଶ ପାଇଲା ପ୍ରୋଭିଜନାଲ ଓ୍ବାର୍ଡ ସଂରକ୍ଷଣ ତାଲିକା

ଜଗତ୍‌ସିଂହପୁର ଅଫିସ,୮।୩- ଆସନ୍ତା ପୌର ନିର୍ବାଚନ ନିମନ୍ତେ ଜଗତ୍‌ସିଂହପୁର ପୌର ପରିଷଦର ଓ୍ବାର୍ଡ ସଂରକ୍ଷଣ ପ୍ରକ୍ରିୟା ଚାଲିଛି। ଏଥିନିମନ୍ତେ ଫେବୃୟାରୀ ୧୫ରେ ପ୍ରସ୍ତାବିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଫେବୃୟାରୀ ୨୪ ତାରିଖ ମଧ୍ୟରେ ଜଣାଇବାକୁ ଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ୩ଟି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଉପରେ ଅନୁଧ୍ୟାନ କରି ଜିଲାପାଳ ଯାମିନୀ ଷଡ଼ଙ୍ଗୀ ପ୍ରସ୍ତାବିତ ତାଲିକାରେ ସଂଶୋଧନ କରିଛନ୍ତି। ୨୦୦୩ ପୌର ନିର୍ବାଚନ ସଂରକ୍ଷଣ ତାଲିକାକୁ ଭିତ୍ତିକରି ପ୍ରସ୍ତାବିତ ତାଲିକା ପ୍ରକାଶ ପାଇଥିବାବେଳେ ଏବେ ଅଭିଯୋଗ ଅନୁଯାୟୀ ୧୯୯୭କୁ ମାପକାଠି କରାଯାଇଛି। ତେଣୁ ପୌର ପରିଷଦର ସମସ୍ତ ୨୧ ଆଶନରେ ପ୍ରସ୍ତାବିତ ତାଲିକାର ସଂଶୋଧନ ହୋଇଛି। ଏହି ପ୍ରୋଭିଜିନାଲ ତାଲିକା ମଧ୍ୟ ଚୂଡାନ୍ତ ନୁହେଁ। ଏବେ କୌଣସି ଆପତ୍ତି, ଅଭିଯୋଗ ଥିଲେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗରେ ଅଭିଯୋଗ କରିହେବ। ଶୁକ୍ରବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏହାପରେ ଏପ୍ରିଲ ୨୩ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ଚୂଡାନ୍ତ ତାଲିକା ପ୍ରକାଶ ନିମନ୍ତେ ପ୍ରେରଣ କରାଯିବ। ପରେ କିଛି ଅଭିଯୋଗ ରହିଲେ ନ୍ୟାୟାଳୟର ଆଶ୍ରୟ ନେବାକୁ ପଡିବ। ଗୁରୁବାର ପ୍ରକାଶିତ ପ୍ରୋଭିଜିନାଲ ସଂରକ୍ଷଣ ତାଲିକା ଅନୁଯାୟୀ, ୱାର୍ଡ ୧ ଅନୁସୂଚିତ ଜାତି, ୨ ବିସିସି ମହିଳା, ୩ ଅନୁସୂଚିତ ଜାତି ମହିଳା, ୪ ଅସଂରକ୍ଷିତ, ୫ ମହିଳା, ୬ ମହିଳା, ୭ ଅସଂରକ୍ଷିତ, ୮ ଅସଂରକ୍ଷିତ, ୯ ମହିଳା, ୧୦, ଅନୁସୂଚିତ ଜାତି, ୧୧ ମହିଳା, ୧୨ ବିସିସି ମହିଳା, ୧୩ ଅନୁସୂଚିତ ଜନଜାତି ମହିଳା, ୧୪ ବିସିସି, ମହିଳା, ୧୬ ଅନୁସୂଚିତ ଜାତି ମହିଳା, ୧୭ ବିସିସି, ୧୮ ଅସଂରକ୍ଷିତ, ୧୯ ବିସିସି, ୨୦ ବିସିସି (ମହିଳା) ଓ ୨୧ ଅସଂରକ୍ଷିତଙ୍କ ପାଇଁ ସଂରକ୍ଷଣ କରାଯାଇଛି। ପୂର୍ବରୁ ପ୍ରକାଶିତ ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ଦେଖିଲେ ସମସ୍ତ ୱାର୍ଡରେ ପରିବର୍ତ୍ତନ ହୋଇଥିବା ଜଣାଯାଏ। ଏଥିରେ ୱାର୍ଡ ୧ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିଲା। ସେହିପରି ୱାର୍ଡ ୨ ଅନୁସୂଚିତ ଜାତି, ୩ ଅସଂରକ୍ଷିତ, ୪ ଓବିସି, ୫ ଅସଂରକ୍ଷିତ, ୬ ଅସଂରକ୍ଷିତ, ୭ ଅନୁସୂଚିତ ଜାତି ମହିଳା, ୮ ବିସିସି ମହିଳା, ୯ ବିସିସି, ୧୦ ଅନ୍ୟ ମହିଳା, ୧୧ ବିସିସି, ୧୨ ଅନୁସୂଚିତ ଜାତି, ୧୩ ବିସିସି ମହିଳା, ୧୪ ଅନ୍ୟ ମହିଳା, ୧୫ ଅସଂରକ୍ଷିତ, ୧୬ ଅନ୍ୟ ମହିଳା, ୧୭ ଅନ୍ୟ ମହିଳା, ୧୮ ଅନ୍ୟ ମହିଳା, ୧୯ ଅନୁସୂଚିତ ଜାତି ମହିଳା, ୨୦ ଅସଂରକ୍ଷିତ ଓ ୨୧ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା।
All Right Reserved By

ଉପକୂଳ ଓଡିଶା

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୯ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ କାଳୁପଡ଼ାଘାଟ ଜେଟି ନିକଟ ବରୁଣପଡ଼ାର ଗୁନିବସା ନାଳରେ ୭ ମୃତ ବିଦେଶୀ ପକ୍ଷୀ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ପୂର୍ବାହ୍ନ ୧୧.୩୦ରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅଚାନକ ଚଢ଼ାଉ କରି ମୃତ ପକ୍ଷୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। 

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

କେନ୍ଦ୍ରାପଡ଼ା ଅଫିସ, ୯।୧୨- କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ସ୍ବୟଂଶାସିତ ସଂସ୍ଥା ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ରରେ ଅଣତାଲିମ୍‌ପ୍ରାପ୍ତ କାର୍ଯ୍ୟରତ ଶିକ୍ଷକ କର୍ମଶାଳା ରବିବାରଠାରୁ ଆରମ୍ଭ ହୋଇଛି। 

ନୀଳମାଧବ ମବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଅନିୟମିତତା ଅଭିଯୋଗର ସମୀକ୍ଷା କମିଟି ଗଠିତ

ଖଣ୍ଡପଡା,୯ା୧୨(ସ୍ବ.ପ୍ର.)-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିଚାଳନା କମିଟିର ଏକ ଜରୁରୀ ବୈଠକ ଶନିବାର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ା 

ସ୍କୁଲ ଆସିଲେନି  ଶିକ୍ଷକ,ପିଲାଙ୍କ ଦାୟିତ୍ୱ ନେଲେ ରୋଷେୟା

ସ୍କୁଲ ଆସିଲେନି ଶିକ୍ଷକ,ପିଲାଙ୍କ ଦାୟିତ୍ୱ ନେଲେ ରୋଷେୟା

ନୂଆଗଁା,୯।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗଁା ବ୍ଳକ୍‌ ଜାକେଡା ପଞ୍ଚାୟତସ୍ଥିତ ବାଡିବାରି ସେବାଶ୍ରମକୁ ଶନିବାର କୌଣସି ଶିକ୍ଷକ ଆସି ନ ଥିବାବେଳେ ରୋଷେୟା ପିଲାଙ୍କ ଦାୟିତ୍ୱ ନେଇଥିବା ଦେଖିବାକୁ ମିଳିଥିଲା ା ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  

କେରଳରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ

କେରଳରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ

ବୋଲଗଡ,୯ା୧୨(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ବାଙ୍କୋଇ ପଞ୍ଚାୟତ କନ୍ତାଇଲୋ ଗ୍ରାମର ପଦ୍ମନାଭ ପାଲଟାସିଂହଙ୍କ ମୃତଦେହ ଶନିବାର କେରଳରୁ ଆମ୍ବୁଲାନ୍ସରେ ଆସି ଗ୍ରାମରେ ପହଞ୍ଚତ୍ଛି। ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। 

କୃଷ୍ଣପ୍ରସାଦରେ କାଉ ମଡକ : ବାର୍ଡଫ୍ଲୁ ଆଶଙ୍କା କରି ଲୋକେ ଭୟଭୀତ

କୃଷ୍ଣପ୍ରସାଦରେ କାଉ ମଡକ : ବାର୍ଡଫ୍ଲୁ ଆଶଙ୍କା କରି ଲୋକେ ଭୟଭୀତ

କୃଷ୍ଣପ୍ରସାଦ,୯ା୧୨ (ଡି.ଏନ.ଏ.)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ଧରି କାଉ ମୃତ୍ୟୁ ହେଉଥିବା ଦେଖାଯାଉଛି। ଏହାକୁ ନେଇ ଲୋକେ ବାର୍ଡଫ୍ଲୁ ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି। ବ୍ଲକ ସଦର ସମେତ ମାଲୁଦ, ବୁଦ୍ଧିବର, ଡିଆକୁଦା, ମଲେଶ୍ୱରୀ, ସିଆଳ, ପଥରଗଞ୍ଜ, ଚାରିଛକ, ଚିଲିକା ନୂଆପଡା ଆଦି ଅଞ୍ଚଳରେ କାଉ ମୃତ୍ୟୁ ଘଟୁଛି। କେତେକ କୁକୁଡା ଫାର୍ମରେ ମଧ୍ୟ କୁକୁଡାଙ୍କ ମୃତ୍ୟୁ ଘଟୁଥିବା ଜଣାଯାଇଛି।

ଜିଲାରେ ଏକମାତ୍ର ଶିଳ୍ପ କାରଖାନାରେ ତାଲା : ୪ବର୍ଷ ହେଲା ବନ୍ଦ ପଡ଼ିଛି

ଜିଲାରେ ଏକମାତ୍ର ଶିଳ୍ପ କାରଖାନାରେ ତାଲା : ୪ବର୍ଷ ହେଲା ବନ୍ଦ ପଡ଼ିଛି

ନୟାଗଡ଼ ଅଫିସ,୯ା୧୨- ନୟାଗଡ଼ ଜିଲାରେ ଏକମାତ୍ର ଶିଳ୍ପ ଭାବେ ପରିଗଣିତ ହେଉଥିବା ଚିନିକଳରେ ୨୦୧୪ ମସିହାରୁ ତାଲା ପଡ଼ିଛି। ଏହାକୁ ଖୋଲିବା ନେଇ ନା ଅଛି ରାଜନୈତିକ ଇଚ୍ଛାଶକ୍ତି ନା ପ୍ରଶାସନିକ ଆନ୍ତରିକତା। ଫଳରେ ଲୋକମାନେ ପୂର୍ବଭଳି ରାଜ୍ୟ ବାହାରକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ କାରଖାନା ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ପଡ଼ି ନଷ୍ଟ ହେଉଛି।

ନୟାଗଡ଼ରେ  କଙ୍ଗାରୁ କୋର୍ଟ: ଜରିମାନା ନ ଦେବାରୁ ପରିବାର ବାସନ୍ଦ

ନୟାଗଡ଼ରେ କଙ୍ଗାରୁ କୋର୍ଟ: ଜରିମାନା ନ ଦେବାରୁ ପରିବାର ବାସନ୍ଦ

ରଣପୁର,୯।୧୨(ସ୍ବ.ପ୍ର.)-ନୟାଗଡ଼ ଜିଲାରେ କଙ୍ଗାରୁ କୋର୍ଟ କରାଯାଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ଜରିମାନା ଟଙ୍କା ନ ଦେବାରୁ ଉକ୍ତ ପରିବାରକୁ ଏକଘରକିଆ କରାଯାଇ ଘର ଆଗରେ କଣ୍ଟାବାଡ଼ ପକାଯିବାକୁ ଧମକ ଦିଆଯାଉଥିବା ଥାନାରେ ଅଭିଯୋଗ ହୋଇଛି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ଘଟଣା ଘଟିଛି ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ପଞ୍ଚାୟତର ଖତିଆ ଗ୍ରାମ ମଠସାହିରେ।  

କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଆରୁହା ବିଜୟୀ

କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଆରୁହା ବିଜୟୀ

ଧର୍ମଶାଳା, ୮।୧୨(ଡି.ଏନ୍‌.ଏ.)- ଧର୍ମଶାଳା ନିର୍ବାଚନମଣ୍ଡଳୀର ତରଞ୍ଜିଆସ୍ଥିତ ଖେଳ ପଡ଼ିଆରେ ଆୟୋଜିତ ଚତୁର୍ଥ କଳ୍ପତରୁ ଦାସ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ଶନିବାର ୧୩ନଂ ଜୋନ୍‌ର ପ୍ରଥମ ପ୍ରି-କ୍ୱାର୍ଟର ମ୍ୟାଚ ଉଦ୍‌ଘାଟିତ ହୋଇଯାଇଛି। ଯାଜପୁର ଏମ୍‌ପି ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଜିଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଉଦ୍‌ଘାଟନ କରିଥିଲେ।  

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ଲକ ସମ୍ମୁଖରେ ଅନଶନ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ଲକ ସମ୍ମୁଖରେ ଅନଶନ

ଧର୍ମଶାଳା, ୮।୧୨(ଡି.ଏନ୍‌.ଏ.)- ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ଆହ୍ବାନକ୍ରମେ ପ୍ରାଇସ୍‌ ପ୍ରେଷ୍ଟିଜ ପେନସନ ଦାବିରେ ଶନିବାର ଧର୍ମଶାଳା ବ୍ଲ୍ଳକ କାର୍ଯ୍ୟାଳୟ ସମ୍ମୁଖରେ  ଅନଶନ କରାଯାଇଛି। 

ବେଆଇନ ମୋରମ ଖନନ, ବନବିଭାଗ ପକ୍ଷରୁ ଚଢ଼ାଉ

ବେଆଇନ ମୋରମ ଖନନ, ବନବିଭାଗ ପକ୍ଷରୁ ଚଢ଼ାଉ

ଚଣ୍ଡିଖୋଲ, ୮।୧୨: (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ଅଚ୍ୟୁତ ବସନ୍ତ ପାହାଡ଼ରୁ ବେଆଇନ ମୋରମ ଖନନ ଚାଲିଥିଲା। କୌଶସି ସୂତ୍ରରୁ ଖବର ପାଇ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଜେସିବି ମେଶିନ ଜବତ କରାଯାଇଛି। 

 ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଅଫିସ/ମହାକାଳପଡ଼ା,୮।୧୨(ଡି.ଏନ୍‌.ଏ.):  କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ସରୁମୁହିଁଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଶନିବାର ଶିଳାନ୍ୟାସ ହୋଇଯାଇଛି।