ଖେଳ |

ବିସିସିଆଇ ଅଫିସିଆଲଙ୍କ ବହିଷ୍କାର ଚାହିଁଲା ସିଓଏ

ନୂଆଦିଲ୍ଲୀ, ୮ା୩(ପି.ଟି.)-ପ୍ରଶାସକ କମିଟି (ସିଓଏ) ଗୁରୁବାର ସୁପ୍ରିମକୋର୍ଟଙ୍କ ନିକଟରେ ସେମାନଙ୍କ ୮ମ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବର୍ତ୍ତମାନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସେମାନଙ୍କୁ ବହିଷ୍କାର କରିବା ଲାଗି ଏଥିରେ ନିବେଦନ କରାଯାଇଛି। ବିନୋଦ ରାୟ ଓ ଡାଏନା ଏଦୁଲ୍‌ଜୀଙ୍କୁ ନେଇ ଗଠିତ ଦୁଇଜଣିଆ ସଦସ୍ୟ ବିଶିଷ୍ଟ ସିଓଏ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ ଏବଂ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧାରୀଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର ସହ ବୋର୍ଡର ସମ୍ବିଧାନ ଅନୁସାରେ ସାନି ନିର୍ବାଚନ କରିବା ଲାଗି ସୁପାରିସ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିବା ବିଷୟ ସିଓଏ ଏହାର ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଏବଂ ବିସିସିଆଇ କର୍ମକର୍ତ୍ତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତଥାକଥିତ କର୍ମକର୍ତ୍ତାମାନେ ଲୋଧା ସଂସ୍କାର କାର୍ଯ୍ୟକାରୀ କରିବାରେ ବିଳମ୍ବ ଘଟାଉଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ବାରମ୍ବାର ଅଭିଯୋଗ କରିଆସୁଛି। ଅନ୍ୟପକ୍ଷରେ ବିସିସିଆଇର ଜଣେ ସିନିୟର ଅଫିସିଆଲ ଏହି ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ପ୍ରଶାସକ କମିଟି ଏକତରଫା ଭାବେ ବିସିସିଆଇ ସମ୍ବିଧାନ ଅନୁସାରେ କର୍ମକର୍ତ୍ତାଙ୍କୁ ବହିଷ୍କାର କରିବା ଲାଗି କହିଛି। କିନ୍ତୁ ପଲିସି ବ୍ୟାପାରରେ ସାଧାରଣ ପରିଷଦ ବୈଠକ ଡକାଇବା ସମ୍ପର୍କରେ ଉଲ୍ଲେଖ କରି ନାହିଁ। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ବ୍ୟାପାର ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯିବା କଥା। ସେହିପରି ସମ୍ବିଧାନ ଅନୁସାରେ ନିକଟରେ ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) କାର୍ଯ୍ୟାଳୟ, ଜେନେରାଲ ମ୍ୟାନେଜର (ମାର୍କେଟିଂ), ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ) ଭଳି ପ୍ରମୁଖ ନିଯୁକ୍ତି ନେଇ ଏହି ବୈଠକରେ ଆଲୋଚନା ହେବା ଜରୁରୀ ବୋଲି ସେ କହିଛନ୍ତି।
All Right Reserved By

ଖେଳ |

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି।

୨୫  ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

୨୫ ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

ନୂଆଦିଲ୍ଲୀ,୨୨।୩(ପିଟି)- ସରେ ପାଇଁ ଖେଳୁଥିବା ଓ୍ବିଲ ଜ୍ୟାକ୍ସ ୨୫ ବଲରେ ଶତକ ଲଗାଇଛନ୍ତି।

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା