ଖେଳ |

ଟାଟା- ଉତ୍କଳିକା କପ୍‌ ଫୁଟବଲ: ଫାଓ ଏକାଦଶ ଚାମ୍ପିୟନ

ଟାଟା- ଉତ୍କଳିକା କପ୍‌ ଫୁଟବଲ: ଫାଓ ଏକାଦଶ ଚାମ୍ପିୟନ
ଭୁବନେଶ୍ୱର, ୮।୩(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ୟୁନିଟ- ୪ ହାଇସ୍କୁଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିବା ଟାଟା- ଉତ୍କଳିକା କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଏଥର ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (ଫାଓ) ଏକାଦଶ ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଟାଇଟଲ ମୁକାବିଲାରେ ଫାଓ ଟାଇବ୍ରେକର ଜରିଅରେ ୪-୨ ଗୋଲରେ ଜାମେସେଦପୁରର ଟାଟା ଫୁଟବଲ ଏକାଡେମୀ (ଟିଏଫଏ)କୁ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ନିର୍ଦ୍ଧାରିତ ସମୟ ବେଳକୁ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଥିଲା। ଫଳରେ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଟାଇବ୍ରେକରରେ ୫ଟି ପେନାଲ୍ଟି କିକ୍‌ରୁ ଫାଓ ୪ଟିକୁ ଗୋଲରେ ପରିଣତ କରିଥିଲା। ସୁନିଲ ସର୍ଦ୍ଦାର, ଡି ଶ୍ରୀନାଥ, କାର୍ତ୍ତିକ ଭୋଲା ଓ ରୁଦ୍ର ପ୍ରଧାନ ଫାଓ ପକ୍ଷରୁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଅପରପକ୍ଷରେ ଟିଏଫ୍‌ଏ ତରଫରୁ ବାସେଟ ହଁାସଦା ଓ ଗୋରାଚାନ୍ଦ ମାରାଣ୍ଡି ଗୋଲ ଦେଇଥିଲେ। ଚାମ୍ପିୟନ ଫାଓ ଏକାଦଶ ୨୫ ହଜାର ଟଙ୍କା ଓ ରନର୍ସଅପ ଟିଏଫ୍‌ଏ ଦଳ ୧୫ ହଜାର ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ। ଫାଓ ଗୋଲ କିପର ତଥା ସ୍ଥାନୀୟ ଖେଳାଳି ସୌମ୍ୟ ଦାସ ଦୁଇଟି ପେନାଲ୍ଟି କିକ୍‌କୁ ଅଟକାଇ ପ୍ଲେୟାର ଅଫ ଦି ଫାଇନାଲ ବିବେଚିତ ହୋଇଥିଲେ। ସେହିପରି ଟିଏଫ୍‌ଏର ଗୋରାଚାନ୍ଦ ମାରାଣ୍ଡି ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଛନ୍ତି। ଟୁର୍ନାମେଣ୍ଟର ଶ୍ରେଷ୍ଠ ଗୋଲକିପର ଭାବେ ବାରବାଟୀ ସ୍ପୋର୍ଟିଂର ସେଖ କାମାଲୁଦ୍ଦିନ ଓ ଶ୍ରେଷ୍ଠ ଡିଫେଣ୍ଡର ଭାବେ ଫାଓର କାର୍ତ୍ତିକ ଭୋଳ ପୁରସ୍କୃତ ହୋଇଥିଲେ। ସେହିପରି ଶ୍ରେଷ୍ଠ ମିଡ ଫିଲ୍ଡର ଭାବେ ଟିଏଫ୍‌ଏର ମହମ୍ମଦ ଫିରୋଜ ଖାନ୍‌ ଓ ଶ୍ରେଷ୍ଠ ଫରଓ୍ବାର୍ଡ ଭାବେ ଫାଓର ବିଜୟ ବେହେରା ପୁରସ୍କୃତ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଉପଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଲଓ୍ବେର ବରିଷ୍ଠ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ଟାଟା ଷ୍ଟିଲ ଚିଫ୍‌ ରେସିଡେଣ୍ଟ ଏକଜିକ୍ୟୁଟିଭ୍‌ ନୃଶିଂଘ ଚରଣ ମହାପାତ୍ର, ଫାଓ ଉପ ସଭାପତି ଭକ୍ତ ବଲ୍ଲଭ ଦାସ, ଭୁବନେଶ୍ୱର ଆଥଲେଟିକ ଆସୋସିଏଶନ ଯୁଗ୍ମ ସମ୍ପାଦକ ନବ ରଞ୍ଜନ ପଟ୍ଟନାୟକ, ଆୟୋଜକ ୟୁନିଟ -୪ ଆଥଲେଟିକ ଆସୋସିଏଶନ ଅଧ୍ୟକ୍ଷ ତପନ କୁମାର ମହାନ୍ତି, ଉପ ସଭାପତି ଅକ୍ଷୟ କୁମାର ଦାସ, ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଦିଲୀପ କୁମାର ଦାସ, ଚୌଧୁରୀ ପ୍ରିୟନାଥ ମିଶ୍ର ଓ ଅମିୟକାନ୍ତ ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସେହିପରି ସନ୍ତୋଷ ଟ୍ରଫି ଫାଇନାଲ ରାଉଣ୍ଡରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବାକୁ ମନୋନିତ ହୋଇଥିବା ସୌମ୍ୟ ଦାସ, ରାଜେଶ ନାୟକ ଓ କାର୍ତ୍ତିକ ଭୋଳଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସୁଶାନ୍ତ ମହାନ୍ତି, ରେଫରି ରାଜୁ ମହାନ୍ତି, ଶିବ ଶଙ୍କର ପଣ୍ଡା, ରାଜେନ୍ଦ୍ର ବାରିକ ଓ ପ୍ରଦୀପ୍ତ ନାୟକ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ।
All Right Reserved By

ଖେଳ |

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଦୁବାଇ,୨୩।୯(ପି.ଟି.)- ଚଳିତ ଏସିଆ କପ୍‌ରେ ଉପମହାଦେଶର ଦୁଇ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସୁପର- ୪ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିଛନ୍ତି। ସ୍ଥାନୀୟ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଦ୍ରୁତ ବୋଲର ମହମ୍ମଦ ଅମୀର ଓ ଶଦାବ ଖାଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଲାବେର କପ୍‌: ଫେଡେରେର, ଭେରେଭ ବିଜୟୀ

ଲାବେର କପ୍‌: ଫେଡେରେର, ଭେରେଭ ବିଜୟୀ

ଚିକାଗୋ, ୨୩।୯(ଏଏଫପି)-  ଅଭିଜ୍ଞ ରୋଜର ଫେଡେରର ଓ ଆଲେକଜାଣ୍ଡାର ଭେରେଭଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଲାବେର କପ୍‌ରେ ଓ୍ବାଲର୍‌ଡ ଟିମ୍‌ ବିପକ୍ଷରେ ୟୁରୋପ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଏହି ଦୁଇ ଖେଳାଳି ସେମାନଙ୍କ ସିଙ୍ଗଲ୍ସ ମ୍ୟାଚ୍‌ ଜିତି ୟୁରୋପକୁ ୭-୧ରେ ଅଗ୍ରଣୀ କରାଇଛନ୍ତି। 

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ଟୋକିଓ,୨୩।୯(ଏଏଫପି)- ଏଠାରେ ଅନୁଷ୍ଠିତ ପାନ ପ୍ୟାସିଫିକ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଚେକ ଗଣରାଜ୍ୟର ତାରକା ମହିଳା ଖେଳାଳି କାରୋଲିନା ପ୍ଲିସ୍କୋଭା ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ପ୍ଲିସ୍କୋଭା ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଲିସ୍କୋଭା ବିଜୟୀ ହେବା ପାଇଁ ମାତ୍ର ୬୩ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ।

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଚେନ୍ନାଇ,୨୩।୯(ପି.ଟି.)-ଦେଶରେ ଏବେ ଅଧିକରୁ ଅଧିକ ସିଙ୍ଗଲ୍ସ ଖେଳାଳି ଆବଶ୍ୟକ ହେଉଛି। ବିଶ୍ୱ ଟେନିସ୍‌ରେ ନିଜର ପ୍ରଭାବ ବିସ୍ତାର କରିବାକୁ  ଓ ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହେବାକୁ ହେଲେ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ସୃଷ୍ଟି ହେବା ନିହାତି ଆବଶ୍ୟକ ବୋଲି ଟେନିସ୍‌ କିମ୍ବଦନ୍ତୀ ବିଜୟ ଅମ୍ରିତରାଜ କହିଛନ୍ତି। 

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଦୁବାଇ,୨୩।୯(ପି.ଟି.)- ସ୍ଥାନୀୟ ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମରେ ଗତ ୧୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଚଳିତ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ଆଦିଲ ତାଜ୍‌ ନାମକ ଜଣେ ପାକିସ୍ତାନ ନାଗରିକ ଭାରତୀୟ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ସହ ଏହାକୁ ଗାନ କରୁଥିବାର ଦେଖାଯାଇଥିଲା।  ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ଲଣ୍ଡନ,୨୩।୯(ଏଏଫପି)- ବ୍ରିଟିଶ୍‌ ପେସାଦାର ବକ୍ସର ଅନ୍ଥୋନୀ ଜୋଶୁଆ ତାଙ୍କର ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଗୁଡିକ ବଜାୟ ରଖିଛନ୍ତି। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ମୁକାବିଲାରେ ସେ ରୁଷିଆ ଅଭିଜ୍ଞ ତଥା ପେସାଦାର ବକ୍ସର ଆଲେକଜାଣ୍ଡାର ପୋଭେଟକିନ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିବା ସହ ପୂର୍ବ ସଫଳତାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ବିଜୟ ଫଳରେ ଆନ୍ଥୋନୀ ତାଙ୍କ ଡବ୍ଲ୍ୟୁବିଏ, ଆଇବିଏଫ୍‌ ଓ ଡବ୍ଲ୍ୟୁବିଓ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି।

 କରାଟେ ମହାସଂଘ ନିର୍ବାଚନ:  ଆଇଓଏ ଗଠନ କଲା ଆଡହକ୍‌ କମିଟି

କରାଟେ ମହାସଂଘ ନିର୍ବାଚନ: ଆଇଓଏ ଗଠନ କଲା ଆଡହକ୍‌ କମିଟି

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ଭାରତୀୟ କରାଟେ ମହାସଂଘ (କେଏଫ୍‌ଆଇ)କର୍ମକର୍ତ୍ତା ନିିର୍ବାଚନ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ ଆଡହକ୍‌ କମିଟି ଗଠନ କରିଛି।  କାରଣ ଏହି ଜାତୀୟ କ୍ରୀଡ଼ା ମହାସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ  ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଆଡହକ୍‌ କମିଟି ଗଠନ ହେବା ଦ୍ୱାରା କେଏଫ୍‌ଆଇ ପ୍ରସ୍ତାବ ଅନୁସାରେ ଯଦି ନିର୍ବାଚନ ସେପ୍ଟେମ୍ବର ୨୩ରେ ହୋଇଥାନ୍ତା ତେବେ ଆଇଓଏ ତାହା ଗ୍ରହଣ କରି ନ ଥାନ୍ତା। ଭୁବନେଶ୍ୱର କାଲ୍‌ଟାଙ୍କୁ ଆଡହକ୍‌ କମିଟିର ଅଧ୍ୟକ୍ଷ କରାଯାଇଛି, ଯିଏକି ପୂର୍ବରୁ ଆଇଓଏରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। 

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ସଫ୍ଟ ବେସ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ସଫ୍ଟବେସ୍‌ବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ଜୁନିୟର ସଫ୍ଟବେସ୍‌ବଲ ପ୍ରତିଯୋଗିତା (ବାଳିକା/ବାଳକ) ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

କଟକ ଅଫିସ,୨୩।୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ପ୍ରଥମ ଡିଭିଜନ ଲିଗ୍‌ରେ ଶନିବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସନ୍‌ରାଇଜ୍‌ କ୍ଲବ ୪-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। କ୍ଲବ ପକ୍ଷରୁ ମହମ୍ମଦ ଫୟାସ ଡବଲ ଗୋଲ

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୩।୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର କ୍ବାର୍ଟରଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିବା ସହ ଲିଗ୍‌ ପର୍ଯ୍ୟାୟର ୨ଟି ଯାକ

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

କଟକ ଅଫିସ, ୨୩ା୯-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ବିଧାନ ସଂଶୋଧନ ନେଇ କଟକର ବିଭିନ୍ନ କ୍ଲବର କର୍ମକର୍ତ୍ତା, ସ୍କୁଲ, କଲେଜ ସଦସ୍ୟମାନେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେବା ପରେ ସେ ଏହାର ଜବାବ ରଖିଛନ୍ତି। 

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

କୁଆଲାଲମ୍ପୁର,୨୩।୯(ପି.ଟି.)- ୧୬ ବର୍ଷରୁ କମ୍‌ ଏସିଆନ ଫୁଟବଲ କନଫେଡେରେଶନ (ଏଏଫସି) ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଭିଏତ୍‌ନାମକୁ ୧-୦ ଗୋଲରେ ପରାସ୍ତ କରିଛି।