ବାଲେଶ୍ୱର

ଟାଉନ ଥାନା ଘେରାଉ

ଟାଉନ ଥାନା ଘେରାଉ
ବାଲେଶ୍ୱର ଅଫିସ,୮।୩ : ବାଲେଶ୍ୱର ଟାଉନ୍‌ ହଲ୍‌ରେ ହିନ୍ଦୁ ବଚାଓ ଅଭିଯାନର ବୈଠକ ଚାଲିଥିଲା ସମୟରେ ଇଣ୍ଟେଲଜେନ୍ସି ଡିଏସ୍‌ପି ସେଠାରେ ପହଞ୍ଚି ବାହାରୁ ଆସିଥିବା ଗାଡିଗୁଡିକର ନମ୍ବର ନୋଟ୍‌ କରିଥିଲେ। ଏହାକୁ ନେଇ ହିନ୍ଦୁ ବଚାଓ ଅଭିଯାନର ସଦସ୍ୟମାନଙ୍କ ସହିତ ତାଙ୍କର କଥା କଟାକଟି ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଟାଉନ୍‌ ପୋଲିସ ପହଞ୍ଚି ଜଣେ ସିକ୍ୟୁରିଟି କର୍ମଚାରୀଙ୍କୁ ଥାନାକୁ ନେଇ ଆସିଥିଲେ। ଏହି ଘଟଣାରେ ସ୍ଥାନୀୟ ହିନ୍ଦୁ ବଚାଓ ଅଭିଯାନର କର୍ମୀ, ଭାଜପା ଏବଂ ସଂଘ ପରିବାର ସଦସ୍ୟମାନେ ଟାଉନ୍‌ ଥାନାରେ ପହଞ୍ଚି ଥାନା ଘେରାଉ କରିଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି।
All Right Reserved By

ବାଲେଶ୍ୱର

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

 ଜାତୀୟ ମାନବାଧିକାର  ଦିବସ

ଜାତୀୟ ମାନବାଧିକାର ଦିବସ

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲା ଆଇନ ସେବା ପ୍ରାଧିକରଣ  ପକ୍ଷରୁ ଜାତୀୟ ମାନବାଧିକାର ଦିବସ ସୋମବାର ପାଳିତ ହୋଇଯାଇଛି l

ଭାଜପା ମହିଳା ମୋର୍ଚ୍ଚା  ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା  ଦାବି

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି

ଭଦ୍ରକ ଅଫିସ,୧୦।୧୨: ଭଦ୍ରକ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ସୋମବାର ପ୍ରତିବାଦ ସଭା ଆୟୋଜନ କରାଯାଇଛି।

ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି

ଅତିରିକ୍ତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଧୂଳିଧୂଆଁ କବଳରେ ସହର

ଧୂଳିଧୂଆଁ କବଳରେ ସହର

କେନ୍ଦୁଝର, ୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ସହରର ସୌନ୍ଦର୍ଯ୍ୟକରଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ସହରରେ ବୃଦ୍ଧି ପାଉଥିବା ଧୂଳିଧୂଆଁ ପ୍ରଦୂଷଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି। 

ଖଣି ଅଧିକାରୀ, ସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଖଣି ଅଧିକାରୀ, ସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଯୋଡ଼ା/କେନ୍ଦୁଝର, ୧୦ା୧୨(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ରୁଙ୍ଗଟା ଖଣିର ମେକାନିକାଲ ବିଭାଗର ସହ-ସାଧାରଣ ପ୍ରବନ୍ଧକ ସୁଜିତ ହେମ୍ବ୍ରମ (୪୪) ଏବଂ ତାଙ୍କ ସ୍ତ୍ରୀ ବେରୁଣୀଚାନ୍ଦ (୩୮)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। 

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ:  ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ: ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଆରଡି, ୧୦।୧୨ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ବୈତରଣୀ ନଦୀପାର୍ଶ୍ୱକୁ ଢଳି ୧୦୦ ଫୁଟ ଲମ୍ବର ଫାଟ ହେବା ପରେ ପ୍ରଶାସନ ଏବେ ତାଳିପକା କାମ ଆରମ୍ଭ କରିଛି। ସ୍ଥାୟୀ ନିର୍ମାଣ ବା ମରାମତି କାମ ନ କରି ଫାଟରେ କେବଳ ମୋରମ ଦେଇ ବନ୍ଦ କରିଦିଆଯାଇଛି। 

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୦।୧୨ - ଭଦ୍ରକ ଜିଲା ସଂସ୍କୃତି ପରିଷଦ, ଓର୍‌ମାସ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ନେହେରୁ ଷ୍ଟାଡିୟମ ପରିସରରେ ରବିବାର ଜିଲା ଲୋକକଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ‘ଭଦ୍ରାୟନୀ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। 

ରାଜ୍ୟସ୍ତରୀୟ ୧୪ବର୍ଷରୁ କମ କବାଡି ପ୍ରତିଯୋଗିତା  ମୟୂରଭଞ୍ଜରୁ ୧୮ ପ୍ରତିଯୋଗୀ

ରାଜ୍ୟସ୍ତରୀୟ ୧୪ବର୍ଷରୁ କମ କବାଡି ପ୍ରତିଯୋଗିତା ମୟୂରଭଞ୍ଜରୁ ୧୮ ପ୍ରତିଯୋଗୀ

ବାରିପଦା ଅଫିସ,୧୦।୧୨-ରାଜ୍ୟସ୍ତରୀୟ ୧୪ବର୍ଷରୁ କମ ବାଳିକା ଓ ବାଳକ ବର୍ଗର କବାଡି ପ୍ରତିଯୋଗିତା  ଚଳିତ ମାସ ୧୦ ଓ ୧୧ତାରିଖ ଯାଜପୁର ଜିଲା ଅନ୍ତର୍ଗତ ମଧୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ମୟୂରଭଞ୍ଜ ଜିଲାରୁ ୧୮ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। 

ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ

ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ

ବାରିପଦା ଅଫିସ,୧୦।୧୨- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର କୃଷି ବିଜ୍ଞାନ କେନ୍ଦ୍ରର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିିତ ହୋଇଛନ୍ତି।  ଯଶିପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର-୨ରେ ସେ ବେଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି।