ରାଜ୍ୟ |

କେନ୍ଦୁପତ୍ର ମୂଲ୍ୟ ୨୫% ବୃଦ୍ଧି

କେନ୍ଦୁପତ୍ର ମୂଲ୍ୟ ୨୫% ବୃଦ୍ଧି
ଭୁବନେଶ୍ୱର,୮। ୩(ବ୍ୟୁରୋ): ଚଳିତ ବର୍ଷ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ମୂଲ୍ୟ୨୫% ବୃଦ୍ଧି କରିଛନ୍ତି। କେରି (୨୦ଟି ପତ୍ର) ପିଛା ୨୦ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ କେରି ପିଛା ତୋଳାଳିମାନେ ୮୦ ପଇସା ପାଉଥିବା ବେଳେ ଏଣିକି ୧ ଟଙ୍କା ପାଇବେ। ସେହିପରି କୋରାପୁଟ ଓ ମାଲକାନଗିରି ଜିଲାର ଫାଲ ଅଞ୍ଚଳରେ ସିଧାସଳଖ ବିକ୍ର କରୁଥିବା ତୋଳାଳିମାନଙ୍କୁ ୪୦ଟି ପତ୍ର ଥିବା ବିଡା ପାଇଁ ୪୦ ପଇସା ବୃଦ୍ଧି କରାଯାଇଛି। ଏହି ବିଡାକୁ ୧ଟଙ୍କା ୬୦ ପଇସାରୁ ୨ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ତୋଳାଳିମାନଙ୍କୁ ଗତ ବର୍ଷ ବିକ୍ରି ମୂଲ୍ୟ ଉପରେ ୧୦୦ ପ୍ରତିଶତ ବୋନସ ପ୍ରଦାନ କରାଯିବ। ଲାଭାଂଶରୁ ଏହି ବୋନସ ଦିଆଯିବ। ଉକ୍ତ ବର୍ଷ ପାଇଁ ସାମୟିକ ବନ୍ଧାଳି ଓ କର୍ମଚାରୀମାନଙ୍କ ମଜୁରିରେ ମଧ୍ୟ ୨୦ ପ୍ରତିଶତ ହିସାବରେ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୭.୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ୨୬ ହଜାର ବନ୍ଧାଳି ଅଛନ୍ତି। କେନ୍ଦୁପତ୍ରରୁ ଆଦାୟ ହେଉଥିବା ସମସ୍ତ ଲାଭ ସେମାନଙ୍କ ଉନ୍ନତି ପାଇଁ ବିନିଯୋଗ କରାଯାଉଛି। ଏ ବାବଦରେ ୨୦୧୬-୧୭ରେ ୧୮୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୭-୧୮ ଆର୍ଥିକବର୍ଷରେ ବୋର୍ଡ ପକ୍ଷରୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ବିଭିନ୍ନ କଲ୍ୟାଣ ପାଇଁ ବୋର୍ଡ ପକ୍ଷରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ପାଇଁ ଆମ୍‌ ଆଦମୀ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ସେମାନଙ୍କୁ ମଶାରି, କମ୍ବଳ, ଲଣ୍ଠନ ପ୍ରଦାନ କରାଯାଉଛି। ଏଥିସହିତ ବନ୍ଧଳିମାନଙ୍କୁ ପ୍ରତି ୩ ବର୍ଷରେ ଥରେ ଲଣ୍ଠନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେହିପରି ପ୍ରତିବର୍ଷ ଚପଲ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତୃଣମୂଳ ସ୍ତରରେ ତୋଳାଳି ଓ ବନ୍ଧାଳିଙ୍କୁ ସଂଗଠିତ କରିବା ପାଇଁ ଏକ ଟ୍ରଷ୍ଟ କାର୍ଯ୍ୟ କରୁଛି। ଏହାଛଡା ନିୟମିତ ଭାବେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ପାନୀୟ ଜଳ ଯୋଗାଇବା ପାଇଁ ନଳକୂପ ଖନନ କାର୍ଯ୍ୟ ଟ୍ରଷ୍ଟ ଦ୍ୱାରା କରାଯାଉଛି। ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପିସିଏଫ(ଫରେଷ୍ଟ), କେନ୍ଦୁପତ୍ର ଉନ୍ନୟନ ପରିଷଦ ସଭାପତି ଓ ବିଭିନ୍ନ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।
All Right Reserved By

ରାଜ୍ୟ |

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଂଘ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । 

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-  ଶହୀଦନଗର ଥାନା ଅନ୍ତର୍ଗତ ଏକ କାର ଶୋରୁମର ଆକାଉଣ୍ଟସ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ୮୦ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। 

୭ ଡିଗ୍ରୀରେ ଫୁଲବାଣୀ

୭ ଡିଗ୍ରୀରେ ଫୁଲବାଣୀ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ଫୁଲବାଣୀ ଜିଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି।